ଡିଜିଟାଲ୍ ଇଣ୍ଡିଆ ସପ୍ତାହର ବିଷୟ ହେଉଛି: ନୂତନ ଭାରତରେ ପ୍ରଯୁକ୍ତିର ତ୍ୱରିତ ବିକାଶ
ପ୍ରଧାନମନ୍ତ୍ରୀ ‘ଡିଜିଟାଲ୍ ଇଣ୍ଡିଆ ଭାଷୀନୀ’, ଡିଜିଟାଲ୍ ଇଣ୍ଡିଆ ଜେନେସିସ୍‌’ ଏବଂ ଇଣ୍ଡିଆଷ୍ଟାକ୍ ଗ୍ଲୋବାଲ୍‌’ର ଶୁଭାରମ୍ଭ କରିଛନ୍ତି
‘ମାଇଁ ସ୍କିମ୍‌’ ଏବଂ ‘ମେରୀ ପେହଚାନ୍‌’ ମଧ୍ୟ ସମର୍ପିତ କରିଛନ୍ତି
ପ୍ରଧାନମନ୍ତ୍ରୀ ଚିପ୍ସ ଟୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଅଧିନରେ ୩୦ଟି ସଂସ୍ଥାକୁ ପ୍ରଥମ ଦଳ ଭାବେ ଘୋଷଣା କରିଛନ୍ତି
“ଭାରତ ଚତୁର୍ଥ ଔଦ୍ୟୋଗିକ କ୍ରାନ୍ତି, ଉଦ୍ୟୋଗ ୪.୦ରେ ବିଶ୍ୱର ମାର୍ଗଦର୍ଶନ କରୁଛି”
“ଭାରତ ଅନ୍‌ଲାଇନ୍ ହୋଇ ଏବେ ଅନେକ ଲାଇନ୍ (ଧାଡି)କୁ ହଟେଇ ଦେଇଛି”
ଭାରତ ଆଗାମୀ ତିନି – ଚାରି ବର୍ଷ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକୁ ୩୦୦ ବିଲିୟନ୍ ଡଲାରରୁ ଅଧିକ ପର୍ଯ୍ୟନ୍ତ ନେଇ ଯିବା ଲକ୍ଷ୍ୟରେ କାମ କରୁଛି
“ଡିଜିଟାଲ୍ ଇଣ୍ଡିଆ ସରକାରଙ୍କୁ ନାଗରିକ ମାନଙ୍କର ଘର ପର୍ଯ୍ୟନ୍ତ ଏବଂ ଫୋନ୍ ପର୍ଯ୍ୟନ୍ତ ପହଂଚାଇ ଦେଇଛି”
“ଭାରତର ଫିନ୍‌- ଟେକ୍ ପ୍ରୟାସ ବାସ୍ତବରେ ଲୋକ ମାନଙ୍କ ଦ୍ୱାରା, ଲୋକ ମାନଙ୍କର ଏବଂ ଲୋକ ମାନଙ୍କ ନିମନ୍ତେ ଏକ ସମାଧାନ ଅଟେ”
“ଭାରତ ଚିପ୍ କିଣିବା ଦେଶ ମାନଙ୍କ ଭିତରେ ନରହି ଚିପ୍ସ ନିର୍ମାତା ହେବାକୁ ଚାହୁଁଛି”

ନମସ୍ତେ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ମହାଶୟ, କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସହଯୋଗୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମହାଶୟ, ଶ୍ରୀ ରାଜୀବ ଚନ୍ଦ୍ରଶେଖର ମହାଶୟ, ଭିନ୍ନ -ଭିନ୍ନ ରାଜ୍ୟମାନଙ୍କରୁ ସାମିଲ ହୋଇଥିବା ହୋଇଥିବା ସମସ୍ତ ପ୍ରତିନିଧି, ଡିଜିଟାଲ ଇଣ୍ଡିଆର ସମସ୍ତ ହିତାଧିକାରୀ, ଷ୍ଟାର୍ଟ ଅପ୍ସ ଏବଂ ଉଦ୍ୟୋଗ ସହିତ ଜଡିତ ସମସ୍ତ ସାଥୀ, ବିଶେଷଜ୍ଞଗଣ, ଶିକ୍ଷାଦାତା, ଗବେଷକଗଣ ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ !

ଆଜିର ଏହି କାର୍ଯ୍ୟକ୍ରମ ଏକବିଂଶ ଶତାବ୍ଦୀରେ ନିରନ୍ତର ଆଧୁନିକ ହେଉଥିବା ଭାରତର ଏକ ଝଲକ ନେଇକରି ଆସିଛି। ଟେକ୍ନୋଲୋଜିର ଉପଯୁକ୍ତ ବ୍ୟବହାର ସମଗ୍ର ମାନବ ଜାତି ପାଇଁ ହେଉଛି କେତେ କ୍ରାନ୍ତିକାରୀ, ଏହାର ଉଦାହରଣ ଭାରତ ଡିଜିଟାଲ ଇଣ୍ଡିଆ ଅଭିଯାନ ଭାବେ ସମଗ୍ର ବିଶ୍ୱ ସାମ୍ନାରେ ରଖିଛି।

ମୁଁ ଖୁସୀ ଯେ ଗତ 8 ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଅଭିଯାନ ପରିବର୍ତିତ ସମୟ ସହିତ ନିଜକୁ ସମ୍ପ୍ରସାରିତ କରୁଛି। ପ୍ରତ୍ୟେକ ବର୍ଷ ଡିଜିଟାଲ ଇଣ୍ଡିଆ ଅଭିଯାନରେ ନୂଆ -ନୂଆ ସୋପାନ ଯୋଡ଼ି ହେଉଛି, ନୂତନ ଟେକ୍ନୋଲୋଜିର ସମାବେଶ ହେଉଛି। ଆଜିର ଏହି କାର୍ଯ୍ୟକ୍ରମରେ ଯେଉଁ ନୂତନ ପ୍ଲାଟଫର୍ମ, ନୂତନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି, ତାହା ଏହି ଶୃଙ୍ଖଳାକୁ ଆଗକୁ ବଢ଼ାଉଛି। ଏବେ ଆପଣମାନେ ଛୋଟ- ଛୋଟ ଭିଡିଓରେ ଦେଖିଲେ, ମାଇଁସ୍କିମ୍ ହେଉ, ଭାଷିନୀ ଭାଷାଦାନ ହେଉ, ଡିଜିଟାଲ ଇଣ୍ଡିଆ -ଜେନିସିସ୍ ହେଉ, ଷ୍ଟାଟ୍ ଅପ୍ ପ୍ରୋଗ୍ରାମ ପାଇଁ ଚିପ୍ସ ହେଉ, ଅବା ଅନ୍ୟ ସମସ୍ତ ଉତ୍ପାଦ, ଏହି ସମସ୍ତ ସହାବସ୍ଥାନ ସୁଗମତା ଏବଂ ବ୍ୟବସାୟ ସୁଗମତାକୁ ସୁଦୃଢ଼ କରିବାକୁ ଯାଉଛି। ବିଶେଷ କରି ଏହାର ବଡ଼ ଲାଭ ଭାରତର ଷ୍ଟାଟ-ଅପ୍ ଇକୋ ସିଷ୍ଟମକୁ ହେବ।

ସାଥୀଗଣ,

ସମୟ ସହିତ ଯେଉଁ ଦେଶ ଆଧୁନିକ ଟେକ୍ନୋଲୋଜିକୁ ଆପଣାଇ ନ ଥାଏ, ସମୟ ତାକୁ ପଛରେ ଛାଡ଼ି ଦେଇ ଆଗକୁ ଚାଲି ଯାଇଥାଏ, ଏବଂ ସେ ସେହିଠାରେ ରହି ଯାଇଥାଏ। ତୃତୀୟ ଶିଳ୍ପବିପ୍ଳବ ସମୟରେ ଭାରତ ଏହାର ଭୁକ୍ତଭୋଗୀ ହୋଇ ରହିଛି। କିନ୍ତୁ ଆଜି ଆମେ ଏହା ଗର୍ବର ସହିତ କହି ପାରିବା ଯେ ଭାରତ ଚତୁର୍ଥ ଶିଳ୍ପ ବିପ୍ଳବ, ଶିଳ୍ପ 4.0, ଆଜି ଭାରତ ଗର୍ବର ସହିତ କହି ପାରୁଛି ଯେ ହିନ୍ଦୁସ୍ତାନ ବିଶ୍ୱକୁ ପଥ ପ୍ରଦର୍ଶନ କରୁଛି। ଆଉ ମୁଁ ଏହି କଥା ପାଇଁ ଦୁଇଗୁଣ ଖୁସୀ ଯେ ଗୁଜରାଟ ମଧ୍ୟ ଏଥିରେ ଏକ ପ୍ରକାରରେ ପଥ ପ୍ରଦର୍ଶକର ଭୂମିକା ତୁଲାଇଛି।

କିଛି ସମୟ ପୂର୍ବରୁ ଏଠାରେ ଡିଜିଟାଲ ପ୍ରଶାସନକୁ ନେଇ ଗୁଜରାଟରେ ବିଗତ ଦୁଇ ଦଶକର ଅନୁଭବଗୁଡ଼ିକୁ ପ୍ରଦର୍ଶିତ କରାଗଲା। ଗୁଜରାଟ ଦେଶର ପ୍ରଥମ ରାଜ୍ୟ ଥିଲା, ଯେଉଁଠାରେ ଗୁଜରାଟ ରାଜ୍ୟ ଡାଟା ସେଂଟର (ଜିଏସଡିସି), ଗୁଜରାଟ ରାଜ୍ୟବ୍ୟାପୀ ଏରିଆ ନେଟୱର୍କ (ଜିଏସଡବ୍ଲ୍ୟୁଏଏନ), ଇ-ଗ୍ରାମକେନ୍ଦ୍ର ଏବଂ ଏଟିଭିଟି / ଜନସେବା କେନ୍ଦ୍ର ଭଳି ସ୍ତମ୍ଭକୁ ଠିଆ କରାଇଛି।

ସୁରଟ, ବର୍ଦ୍ଦୋଳି ପାଖରେ ଯେତେବେଳେ ସୁଭାଷ ବାବୁ କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ, ସେଠାରେ ସୁଭାଷ ବାବୁଙ୍କ ସ୍ମୃତିରେ କାର୍ଯ୍ୟକ୍ରମ କରାଗଲା ଏବଂ ସେହି ସମୟରେ ଇ-ବିଶ୍ୱଗ୍ରାମର ଶୁଭାରମ୍ଭ କରାଯାଇଥିଲା।

ଗୁଜରାଟର ଅନୁଭବଗୁଡ଼ିକୁ ନେଇ 2014 ପରେ ରାଷ୍ଟ୍ରୀୟ ସ୍ତରରେ ଟେକ୍ନୋଲୋଜିକୁ ପ୍ରଶାସନର ବ୍ୟାପକ ଅଂଶ କରିବାରେ ବହୁତ ସହାୟତା କରିଛି, ଧନ୍ୟବାଦ ଗୁଜରାଟ। ଏହି ଅନୁଭବ ଡିଜିଟାଲ ଇଣ୍ଡିଆ ମିଶନର ଆଧାର ଥିଲା। ଆଜି ଯେତେବେଳେ ଆମେ ପଛକୁ ଚାହିଁ ଦେଖୁଛେ, ସେତେବେଳେ ଆପଣମାନେ ଅନୁଭବ କରୁଥିବେ ଯେ ଏହି 7-8 ବର୍ଷ ମଧ୍ୟରେ ଡିଜିଟାଲ ଇଣ୍ଡିଆ ଆମ ଜୀବନକୁ କେତେ ସହଜ ଓ ସରଳ କରି ଦେଇଛି। ଏକବିଂଶ ଶତାବ୍ଦୀରେ ଯେଉଁମାନଙ୍କର ଜନ୍ମ ହୋଇଛି, ଯେଉଁମାନେ ହେଉଛନ୍ତି ଆମର ଯୁବପିଢ଼ୀ, ଯେଉଁମାନଙ୍କର ଏକବିଂଶ ଶତାବ୍ଦୀରେ ଜନ୍ମ ହୋଇଛି, ସେମାନଙ୍କ ପାଇଁ ଆଜି ଡିଜିଟାଲ ଜୀବନ ବେଶ୍ ଆରାମଦାୟକ ଲାଗୁଛି, ସେମାନଙ୍କୁ ଏକ ଫେସନ୍ ଷ୍ଟେଟମେଂଟ ଭଳି ଲାଗୁଛି।

କିନ୍ତୁ କେବଳ 8- 10 ବର୍ଷ ପୂର୍ବର ସ୍ଥିତିକୁ ମନେ ପକାନ୍ତୁ। ଜନ୍ମ ପ୍ରମାଣପତ୍ର ନେବା ପାଇଁ ଧାଡ଼ି, ବିଲ ଜମା କରିବା ପାଇଁ ଯାଉଛନ୍ତି, ତେବେ ଧାଡ଼ି, ରାଶନ ପାଇଁ ଧାଡ଼ି, ନାମଲେଖା ପାଇଁ ଲାଇନ୍, ଫଳାଫଳ ଏବଂ ସାର୍ଟିଫିକେଟ ପାଇଁ ଧାଡ଼ି, ବ୍ୟାଙ୍କରେ ଲାଇନ୍, କିନ୍ତୁ ଏହି ସମସ୍ତ ଲାଇନର ସମାଧାନ ଭାରତ ଅନ୍ ଲାଇନ୍ ହୋଇ କରିଦେଲା। ଆଜି ଜନ୍ମ ପ୍ରମାଣପତ୍ର ଠାରୁ ନେଇ ବରିଷ୍ଠ ନାଗରିକଙ୍କ ପରିଚୟ ଦେଉଥିବା ଜୀବନ ପ୍ରମାଣପତ୍ର ପର୍ଯ୍ୟନ୍ତ, ସରକାରଙ୍କର ଅଧିକାଂଶ ସେବାଗୁଡ଼ିକ ହେଉଛି ଡିଜିଟାଲ ନଚେତ୍ ପୂର୍ବରୁ ବରିଷ୍ଠ ନାଗରିକଙ୍କୁ ବିଶେଷ କରି ପେନସନ୍ ଧାରୀମାନଙ୍କୁ ଯାଇ କହିବାକୁ ପଡ଼ୁଥିଲା ଯେ ମୁଁ ଜୀବିତ ଅଛି। ଯେଉଁ କାର୍ଯ୍ୟ ପାଇଁ କେବେ ଅନେକ- ଅନେକ ଦିନ ଲାଗି ଯାଉଥିଲା, ତାହା ଆଜି କିଛି ମୁହୂର୍ତ ମଧ୍ୟରେ ହୋଇ ଯାଉଛି।

ସାଥୀଗଣ,s

ଆଜି ଡିଜିଟାଲ ଶାସନର ଏକ ଉନ୍ନତ ଭିତିଭୂମି ଭାରତରେ ରହିଛି। ଜନଧନ- ମୋବାଇଲ ଏବଂ ଆଧାର, ଜିଇଏମ, ଏହାର ତ୍ରିଶକ୍ତିକୁ ଦେଶର ଗରିବ ଏବଂ ମଧ୍ୟମ ବର୍ଗଙ୍କୁ ସବୁଠାରୁ ଅଧିକ ଲାଭ ହୋଇଛି। ଏହାଦ୍ୱାରା ଯେଉଁ ସୁବିଧା ମିଳିଛି ଆଉ ଯେଉଁ ପାରଦର୍ଶିତା ଆସିଛି, ତାହାଦ୍ୱାରା ଦେଶର କୋଟି- କୋଟି ପରିବାରଙ୍କର ଅର୍ଥ ସଂଚୟ ହୋଇଛି । 8 ବଷ ପୂର୍ବରୁ ଇଂଟରନେଟ ଡାଟା ପାଇଁ ଯେତେ ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିଲା, ତାହାଠାରୁ ବହୁତ କମ୍ ଗୁଣ ଅର୍ଥାତ ଏକ ପ୍ରକାରରେ ଅତି ନଗଣ୍ୟ, ସେହି ମୂଲ୍ୟରେ ଆଜି ତା’ଠାରୁ ଉନ୍ନତ ଡାଟା ସୁବିଧା ମିଳୁଛି। ପୂର୍ବରୁ ବିଲ୍ ଦେବା ପାଇଁ କେଉଁଠାରେ ଆବେଦନ କରିବା ପାଇଁ, ସଂରକ୍ଷଣ ପଇଁ, ବ୍ୟାଙ୍କ ସହିତ ଜଡିତ କାର୍ଯ୍ୟ ହେଉ, ଏଭଳି ସେବା ପାଇଁ ଅଫିସ -ଅଫିସ ବୁଲିବାକୁ ପଡୁଥିଲା। ରେଳ ଟିକଟ ସଂରକ୍ଷଣ କରିବାର ଅଛି ଆଉ ଗାଁରେ ରହୁଛନ୍ତି ତେଣୁ ସଂମ୍ପର୍ଣ୍ଣ ଦିନଟିଏ ନଷ୍ଟ କରି ସହରକୁ ଯିବାକୁ ପହୁଥିଲା, 100-200 ଟଙ୍କା ବସ୍ ଭଡା ବାବଦରେ ଖର୍ଚ୍ଚ କରିବାକୁ ପଡୁଥିଲା, ଆଉ ପୁଣି ଲାଇନ ଲାଗୁଥିଲା ରେଳ ଟିକଟ ସଂରକ୍ଷଣ ପାଇଁ। ଆଜି ସେ ସାଧାରଣ ସେବା କେନ୍ଦ୍ରକୁ ଯାଉଛି ଆଉ ସେଠାରେ ତାର ସବୁ କିଛି, ସେଠାରେ ସେ କୃଷି ସେବା ଭଳି ଫୌଜ ଦେଖୁଛି। ଆଉ ସେଠାରେ ତାହାର କାର୍ଯ୍ୟ ହୋଇଯାଉଛି, ଗାଁରେ ହିଁ ତାହାର କାର୍ଯ୍ୟ ହୋଇଯାଉଛି। ଆଉ ଗାଁବାଲାଙ୍କୁ ମଧ୍ୟ ଜଣା ଅଛି କେଉଁଠାରେ ଏହି ବ୍ୟବସ୍ଥା ଅଛି। ଏଥିରେ ମଧ୍ୟ ଭଡ଼ା- ଭଡ଼ାଖର୍ଚ୍ଚ, ଯିବା- ଆସିବା ଖର୍ଚ୍ଚ, ଦିନ ତମାମ ସମୟ ନଷ୍ଟ କରିବା, ସମସ୍ତ ଖର୍ଚ୍ଚରେ ଖର୍ଚ୍ଚକାଟ୍ ହୋଇଛି। ଗରିବ, ମୁଲିଆ- ଶ୍ରମିକ ମଜୁରିଆମାନଙ୍କ ପାଇଁ ତ ଏହି ସଂଚୟ ହେଉଛି ବହୁତ ବଡ଼ କଥା କାରଣ ସେମାନଙ୍କର ପୁରା ଦିନଟି ସଂଚୟ ହୋଇଯାଉଛି। ଆଉ କେବେ –କେବେ ମଧ୍ୟ ଆମେ ଶୁଣୁଥିଲେ ନା ଟାଇମ ଇଜ୍ ମନି ଅର୍ଥାତ ସମୟ ହେଉଛି ଅର୍ଥ। ଶୁଣିବାକୁ ଆଉ କହିବାବେଳେ ତ ଭଲ ଲାଗିଥାଏ କିନ୍ତୁ ଯେତେବେଳେ ତାହାର ଅନୁଭବ କଥା ଶୁଣୁଛେ, ତେବେ ହୃଦୟକୁ ଛୁଇଁ ଯାଇଥାଏ। ମୁଁ ଏବେ କାଶୀ ଯାଇଥିଲି, ତେବେ କାଶୀରେ ରାତିରେ..... ଦିନରେ ତ ଏପଟେ- ସେପଟେ ଯାଉଛି ତେବେ ଟ୍ରାଫିକ ଆଉ ଲୋକମାନଙ୍କୁ ଅସୁବିଧା ତେବେ ମୁଁ ରାତିରେ ଗୋଟାଏ – ଦେଢ଼ଟା ସମୟରେ ପ୍ଲାଟଫର୍ମକୁ ଚାଲିଗଲି ଦେଖିବା ପାଇଁ ଯେ ସେଠାକାର ଅବସ୍ଥା କିପରି ରହିଛି। କାରଣ ସେଠାକାର ଏମପି ହୋଇଥିବା ଯୋଗୁଁ କାମ ତ କରିବାର ଅଛି। ତେବେ ମୁଁ ସେଠାକାର ଯାତ୍ରୀମାନଙ୍କ ସହିତ କଥା ହେଉଥିଲି, ଷ୍ଟେସନ ମାଷ୍ଟରଙ୍କ ସହିତ କଥା ହେଉଥିଲି। କାରଣ ମୋର ଅଚାନକ ଗସ୍ତ ରହିଥିଲା, କାହାକୁ ଜଣାଇକରି ଯାଇ ନ ଥିଲି। ତେବେ ମୁଁ କହିଲି ଯେ ଭାଇ ଏ ଯେଉଁ ବନ୍ଦେ ଭାରତ ଟ୍ରେନ ଚାଲୁଛି ଆପଣଙ୍କର କ’ଣ ଅନୁଭବ ରହିଛି ଆଉ ଏଥିରେ ରହିଥିବା ବ୍ୟବସ୍ଥାଗୁଡ଼ିକ ଆପଣଙ୍କୁ କିପରି ଲାଗୁଛି... ଆରେ କହିଲେ ସାହାବ ଏତେ ଦାବି ହେଉଛି ଯେ ଆମପାଇଁ ଟ୍ରେନର ଅଭାବ ପଡ଼ୁଛି। ମୁଁ କହିଲି ଯେ ସେ ଟ୍ରେନ ତ ଟିକେ ମହଙ୍ଗା ଅଛି, ସେଥିରେ ତ ଟିକେଟର ଦାମ୍ ଅଧିକ ଲାଗୁଛି, ସେଥିରେ ଲୋକମାନେ କାହିଁକି ଯାଉଛନ୍ତି। କହିଲେ ସାହାବ, ଏଥିରେ ଶ୍ରମିକ ଲୋକମାନେ ସବୁଠାରୁ ଅଧିକ ଯାଉଛନ୍ତି, ଗରିବ ଲୋକମାନେ ସବୁଠାରୁ ଅଧିକ ଯାଉଛନ୍ତି। ମୁଁ କହିଲି କେମିତି ଭାଇ! ମୋ ପାଇଁ ଏହା ଆଶ୍ଚର୍ଯ୍ୟଚକିତ କରିବା ଭଳି କଥା ଥିଲା। କହିଲେ ଦୁଇଟି କାରଣରୁ ଯାଉଛନ୍ତି। ପ୍ରଥମ- କହିଲେ ବନ୍ଦେ ଭାରତ ଟ୍ରେନରେ ଏତେ ପରିମାଣରେ ସ୍ଥାନ ରହିଛି ଯେ ନିଜର ଜିନିଷପତ୍ର ଉଠାଇ ନେଇ ଯାଇ ପାରୁଛନ୍ତି ରଖିବା ପାଇଁ ସ୍ଥାନ ମିଳିଯାଉଛି। ଗରିବଙ୍କର ନିଜର ଏକ ହିସାବ ରହିଛି। ଆଉ ଦ୍ୱିତୀୟଟି ହେଉଛି- ସମୟ, ଯିବାରେ ଚାରି ଘଂଟା ସମୟ ବଂଚି ଯାଉଛି ତେବେ ସେଠାରେ ତୁରନ୍ତ କାମରେ ଲାଗି ପଡ଼ୁଛନ୍ତି, ତେବେ ଛଅ- ଆଠ ଘଂଟାରେ ଯେଉଁ ରୋଜଗାର ହେଉଛି, ତେଣୁ ଟିକେଟ ତା’ଠାରୁ ମଧ୍ୟ କମରେ ହୋଇ ଯାଉଛି। ସମୟ ହେଉଛି ଅର୍ଥ, କିପରି ଭାବେ ଗରିବ ହିସାବ କରିଥାଏ, ବହୁତ ପଢ଼ାଲେଖା ଶିଖିଥିବା ଲୋକଙ୍କୁ ମଧ୍ୟ ଏହି ବିଷୟରେ କମ୍ ଜ୍ଞାନ ରହିଥାଏ।

ସାଥୀଗଣ,

ସଞ୍ଜିବନୀ ଭଳି ଟେଲି ପରାମର୍ଶର ଯେଉଁ ସେବା ଶୁଭାରମ୍ଭ କରାଯାଇଛି। ମୋବାଇଲ ଫୋନ ଦ୍ୱାରା ବଡ଼- ବଡ଼ ହାସ୍ପାତାଳ, ବଡ଼- ବଡ଼ ଡାକ୍ତରମାନଙ୍କ ସହିତ ପ୍ରାଥମିକ ଭାବେ ସମସ୍ତ ଜିନିଷ ପୂରଣ ହୋଇ ଯାଇଥାଏ। ଆଉ ଏହା ମାଧ୍ୟମରେ ଏ ପର୍ଯ୍ୟନ୍ତ 3 କୋଟିରୁ ଅଧିକ ଲୋକ ଘରେ ବସିକରି ହିଁ ନିଜ ମୋବାଇଲରୁ ଭଲରୁ ଅତି ଭଲ ହସ୍ପିଟାଲରେ, ଭଲରୁ ଅତି ଭଲ ଡାକ୍ତରଙ୍କ ସହିତ ପରାମର୍ଶ କରିଛନ୍ତି। ଯଦି ସେମାନଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥାଆନ୍ତା ତେବେ ଆପଣମାନେ କଳ୍ପନା କରନ୍ତୁ କେତେ ଅସୁବିଧା ହୋଇଥାଆନ୍ତା, କେତେ ଖର୍ଚ୍ଚ ହୋଇ ଥାଆନ୍ତା। ଏ ସମସ୍ତ ଜିନିଷ ଡିଜିଟାଲ ଇଣ୍ଡିଆ ସେବା କାରଣରୁ ଆବଶ୍ୟକତା ପଡ଼ିଲା ନାହିଁ।

ସାଥୀଗଣ,

ସବୁଠାରୁ ବଡ଼ କଥା ହେଲା, ଏହାଦ୍ୱାରା ଯେଉଁ ପାରଦର୍ଶିତା ଆସିଛି, ତାହା ଗରିବ ଏବଂ ମଧ୍ୟମବର୍ଗଙ୍କୁ ଅନେକ ସ୍ତରରେ ଚାଲୁ ରହିଥିବା ଭ୍ରଷ୍ଟାଚାରରୁ ମୁକ୍ତି ଦେଇଛି। ଆମେ ସେହି ସମୟ ଦେଖିଛୁ ଯେତେବେଳେ କି ଉତ୍କୋଚ ନ ଦେଇ କୌଣସି ମଧ୍ୟ ସୁବିଧା ହାସଲ କରିବା କଷ୍ଟକର ଥିଲା। ଡିଜିଟାଲ ଇଣ୍ଡିଆ ସାଧାରଣ ପରିବାରଙ୍କର ଏହି ଅର୍ଥ ମଧ୍ୟ ସଂଚୟ କରିଛି। ଡିଜିଟାଲ ଇଣ୍ଡିଆ, ମଧ୍ୟସ୍ଥିଙ୍କର ନେଟୱର୍କକୁ ମଧ୍ୟ ସମାପ୍ତ କରୁଛି।

ଆଉ ମୋର ମନେଅଛି ଥରେ ବିଧାନସଭାରେ ଚର୍ଚ୍ଚା ହୋଇଥିଲା, ଆଜି ଏହି ଚର୍ଚ୍ଚାକୁ ମନେ ପକାଇବି ତ ମୋତେ ଲାଗୁଛି ଯେ,ବିଧାନସଭାରେ ଏଭଳି ଚର୍ଚ୍ଚା ହୋଇଥିଲା। କିଛି ପତ୍ରକାର ସବୁକିଛି ଖୋଜିଦେବେ। ବିଷୟ ଏଭଳି ଥିଲା ଯେ, ଯେଉଁ ବିଧବା ଭତା ମିଳୁଛି ତେବେ ସେହି ସମୟରେ ମୁଁ କହିଥିଲି ଯେ ଗୋଟିଏ କାମ କର ଭାଇ, ପୋଷ୍ଟ ଅଫିସ୍ରେ ଖାତା ଖୋଲି ଦିଅନ୍ତୁ ଆଉ ସେଠାରେ ତାଙ୍କର ଫଟୋ ରହୁ ଆଉ ଏହିସବୁ ବ୍ୟବସ୍ଥା ରହୁ ଆଉ ପୋଷ୍ଟ ଅଫିସକୁ ଯାଇ ଯେଉଁ ବିଧବା ଭଉଣୀ ଅଛନ୍ତି ସେମାନଙ୍କୁ ଭତା ମିଳିଯାଉ। ହଙ୍ଗାମା ହୋଇଗଲା, ଝଡ଼ତୋଫାନ ଆସିଗଲା, ମୋଦି ସାହେବ ଆପଣ କ’ଣ କହୁଛନ୍ତି ବିଧବା ଭଉଣୀମାନେ କିପରି ଘରୁ ବାହାରି ପାରିବେ? ସେମାନେ ବ୍ୟାଙ୍କ ଅବା ପୋଷ୍ଟ ଅଫସକୁ କିପରି ଯାଇ ପାରିବେ, ସେମାନଙ୍କୁ ପଇସା ମିଳିବ କିପରି, ସମସ୍ତେ ଭିନ୍ନ- ଭିନ୍ନ ପ୍ରକାରରେ ଭାଷଣରେ ଆପଣ ଦେଖିବେ ତ ମଜା ଆସିଯିବ ଏପରି କହିଥିଲେ। ମୁଁ ସେତେବେଳେ କହିଲି ଯେ ମୋତେ ତ ଏହି ରାସ୍ତାରେ ଯିବାକୁ ହିଁ ଅଛି ଆପଣମାନେ ସାହାଯ୍ୟ କରିବେ ଯଦି ତ ଭଲ କଥା। ନ କରିବେ କିନ୍ତୁ ଆମେ ତ ଗଲୁ କାରଣ ଜନତା ସାହାଯ୍ୟ କରିଛନ୍ତି ନା? କିନ୍ତୁ ଏମାନେ ହଙ୍ଗାମା କାହିଁକି କରୁଥିଲେ ସାହେବ, ସେମାନଙ୍କୁ ବିଧବାମାନଙ୍କର ଚିନ୍ତା ନ ଥିଲା, ଯେତେବେଳେ ମୁଁ ପୋଷ୍ଟ ଅଫିସ୍ରେ ଫଟୋ, ପରିଚୟର ସମସ୍ତ ପ୍ରକାରର ବ୍ୟବସ୍ଥା କରାଇଲି, ସେତେବେଳେ ଡିଜିଟାଲ ଦୁନିଆ ଏତେ ଆଗକୁ ବଢ଼ି ନ ଥିଲା। ଆପଣମାନଙ୍କୁ ଆଶ୍ଚର୍ଯ୍ୟ ହେବ ଯେ ଅନେକ ବିଧବା ଏଭଳି ମିଳିଲେ ଯେଉଁମାନଙ୍କର ଝିଅ ଜନ୍ମ ହିଁ ହୋଇ ନ ଥିଲା ଆଉ ବିଧବା ହୋଇ ଯାଇଥିଲେ ଆଉ ଖାତାକୁ ଭତା ଯାଉଥିଲା। ଏହା କାହାର ଖାତାକୁ ଯାଉଥିବ ଏହିକଥା ଆପଣମାନେ ବୁଝିଯିବେଣି। ତେବେ ପୁଣି କେଳାହଳ ହେବ କି ହେବ ନାହିଁ। ଏଭଳି ସମସ୍ତ ଗଳି ରାସ୍ତାକୁ ବନ୍ଦ କରି ଦିଆଗଲେ କଷ୍ଟ ତ ହେବ ହିଁ। ଆଜି ଟେକ୍ନୋଲୋଜିର ଉପଯୋଗ କରି ସିଧାସଳଖ ନଗଦ ହସ୍ତାନ୍ତର ମାଧ୍ୟମରେ (ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର) ବିଗତ ୮ ବର୍ଷ ମଧ୍ୟରେ ୨୩ ଲକ୍ଷ କୋଟିରୁ ଅଧିକ ଟଙ୍କା ସିଧାସଳଖ ହିତାଧିକାରୀମାନଙ୍କର ବ୍ୟାଙ୍କ ଖାତାକୁ ପଠାଯାଇଛି। ଏହି ଟେକ୍ନୋଲୋଜି କାରଣରୁ ଦେଶର 2 ଲକ୍ଷ 23 ହଜାର କୋଟି ଟଙ୍କା ଅର୍ଥାତ ପ୍ରାୟତଃ ଦୁଇ ଲକ୍ଷ ପଚିଶ ହଜାର ଟଙ୍କା ଯାହାକି ଅନ୍ୟ କୌଣସି ଲୋକଙ୍କ ପାଖକୁ, ଭୁଲ ଲୋକଙ୍କ ହାତକୁ ଯାଉଥିଲା, ତାହା ବଂଚିଗଲା, ବନ୍ଧୁଗଣ।

ସାଥୀଗଣ,

ଡିଜିଟାଲ ଇଣ୍ଡିଆ ଅଭିଯାନ ଯେଉଁ ଏକ ବହୁତ ବଡ଼ କାର୍ଯ୍ୟ କରିଛି, ତାହା ହେଉଛି ସହର ଏବଂ ଗ୍ରାମ ମଧ୍ୟରେ ରହିଥିବା ପ୍ରଭେଦ, ଦୂରତାକୁ କମ୍  କରିବାର କାର୍ଯ୍ୟ। ଆମର ମନେଥିବ, ସହରମାନଙ୍କରେ ସେତେବେଳେ କିଛି ମଧ୍ୟ ସୁବିଧା ରହିଥିଲା, ଗାଁର ଲୋକମାନଙ୍କ ପାଇଁ ପରିସ୍ଥିତି ଆହୁରି ମଧ୍ୟ କଷ୍ଟସାଧ୍ୟ ପୂର୍ଣ୍ଣ ରହିଥିଲା। ଗାଁ ଏବଂ ସହରରର ବ୍ୟବଧାନ ଦୂର ହେବ, ଏହାର ମଧ୍ୟ କଳ୍ପନା କେହି କରି ପାରି ନ ଥିଲେ। ଗାଁରେ ଛୋଟରୁ ଅତି ଛୋଟ ସୁବିଧା ପାଇଁ ମଧ୍ୟ ଆପଣଙ୍କୁ ବ୍ଲକ, ତହସିଲ କିମ୍ବା ଜିଲ୍ଲା ମୁଖ୍ୟାଳୟର ଅଫିସ ଚାରିପଟେ ଚକ୍କର କାଟିବାକୁ ପଡ଼ୁଥିଲା। ଏଭଳି ସମସ୍ତ ଅସୁବିଧାଗୁଡ଼ିକୁ ମଧ୍ୟ ଡିଜିଟାଲ ଇଣ୍ଡିଆ ଅଭିଯାନ ସହଜ କରିଛି ଆଉ ସରକାରଙ୍କୁ ନାଗରିକମାନଙ୍କ ଦ୍ୱାରରେ, ତା’ଗାଁ, ଘର ଆଉ ତାହାର ହାତରେ ଫୋନରେ ଆଣି ଠିଆ କରି ଦେଇଛି।

ଗାଁମାନଙ୍କରେ ହଜାର- ହଜାର ସରକାରୀ ସେବାଗୁଡ଼ିକ ଡିଜିଟାଲ ରୂପରେ ଦେବା ପାଇଁ ବିଗତ 8 ବର୍ଷରେ 4 ଲକ୍ଷରୁ ଅଧିକ ନୂତନ ସାଧାରଣ ସେବା କେନ୍ଦ୍ର ସାମିଲ କରାଯାଇ ସାରିଛି। ଆଜି ଗାଁର ଲୋକମାନେ, ଏହି କେନ୍ଦ୍ରମାନଙ୍କରୁ ଡିଜିଟାଲ ଇଣ୍ଡିଆର ଲାଭ ପାଇ ପାରୁଛନ୍ତି।

ମୁଁ ଦାହୋଦ ଆସିଥିଲି ତେବେ ଦାହୋଦରେ ମୋର ଆଦିବାସୀ ଭାଇମାନେ- ଭଉଣୀମାନଙ୍କ ସହିତ ସାକ୍ଷାତ ହେଲା। ସେଠାରେ ଦୁଇଜଣ ଦିବ୍ୟାଙ୍ଗ ସ୍ୱାମୀ -ସ୍ତ୍ରୀ ଥିଲେ। 30- 32 ବର୍ଷ ବୟସର ହୋଇଥିବେ, ସେମାନେ ମୁଦ୍ରା ଯୋଜନା ମାଧ୍ୟମରେ ପଇସା ନେଲେ, ଅଳ୍ପ-ବହୁତ କରି କମ୍ପ୍ୟୁଟର ଶିଖିଲେ, ଆଉ ସ୍ୱାମୀ- ସ୍ତ୍ରୀ କମନ୍ ସର୍ଭିସ୍ ସେଂଟର ଆରମ୍ଭ କଲେ, ଦାହୋଦର ଆଦିବାସୀ ଅଂଚଳର ଗୋଟିଏ ଛୋଟିଆ ଗାଁରେ। ସେହି ଭାଇ ଆଉ ତାଙ୍କର ପତ୍ନୀ ମୋ ସହିତ ସାକ୍ଷାତ କଲେ ତ ସେମାନେ ମୋତେ କହିଲେ ଯେ ସାହେବ, ମୋର ହାରାହାରି ମାସିକ ଆୟ ହେଉଛି ପ୍ରାୟ 28,000 ଟଙ୍କା, ଗାଁର ଲୋକମାନେ ଏବେ ମୋ ଠାରୁ ଏହି ସେବା ପ୍ରାପ୍ତ କରୁଛନ୍ତି। ଡିଜିଟାଲ ଇଣ୍ଡିଆର ଶକ୍ତି ଦେଖନ୍ତୁ ଭାଇ ଲକ୍ଷେ ପଚିଶ ହଜାରରୁ ମଧ୍ୟ ଅଧିକ ସାଧାରଣ ସେବା କେନ୍ଦ୍ର ଗ୍ରାମୀଣ କ୍ଷେତ୍ରରେ, ଏବେ ଇ-କମର୍ସକୁ ମଧ୍ୟ ଗ୍ରାମୀଣ ଭାରତ ପର୍ଯ୍ୟନ୍ତ ନେଇ ଯାଉଛନ୍ତି।

ଆଉ ଏକ ଅନୁଭବ, ବ୍ୟବସ୍ଥାଗୁଡ଼ିକର କିପରି ଭାବେ ଲାଭ ନିଆ ଯାଇ ପାରେ। ମୋର ମନେଅଛି ଯେତେବେଳେ ମୁଁ ଏଠାରେ ଗୁଜରାଟରେ ଥିଲି ସେତେବେଳେ କୃଷକମାନଙ୍କୁ ବିଜୁଳିର ବିଲ୍ ପଇଠ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା, ବିଲ ସଂଗ୍ରହ କରିବାର ସ୍ଥାନ ସଂଖ୍ୟା 800- 900 ଥିଲା। ବିଳମ୍ବ ହେବ ତେବେ ନିୟମ ଅନୁସାରେ ବିଜୁଳିର ସଂଯୋଗ ବିଚ୍ଛିନ୍ନ କରି ଦିଆ ଯାଉଥିଲା, କଟିଗଲେ ତ ପୁଣି ଥରେ ନୂତନ ଭାବେ ସଂଯୋଗ ନେବାକୁ ପଡ଼ୁଥିଲା ପୁଣିଥରେ ଅର୍ଥ ଦେବାକୁ ପଡ଼ୁଥିଲା। ଆମେ ସେହି ସମୟରେ ଭାରତ ସରକାରଙ୍କୁ ବିନତୀ କଲୁ, ଅଟଳ ମହାଶୟଙ୍କ ସରକାର ଥିଲେ, ଅନୁରୋଧ କଲୁ ଯେ ଏହାକୁ ପୋଷ୍ଟ ଅଫିସ୍ରେ ଚାଲୁ କରି ଦିଅନ୍ତୁ ନା, ବିଜୁଳିର ବିଲ୍ ଆମର ପୋଷ୍ଟ ଅଫିସ୍ରେ ନେବାକୁ ଆରମ୍ଭ କରିଦେବେ ଏଭଳି କରି ଦିଅନ୍ତୁ, ଅଟଳ ମହାଶୟ ମୋ କଥା ମାନିଲେ ଆଉ ଗୁଜରାଟରେ କୃଷକମାନଙ୍କୁ ସମସ୍ୟାରୁ ମୁକ୍ତି ମିଳି ଗଲା, ବ୍ୟବସ୍ଥା ଗୁଡ଼ିକର ଉପଯୋଗ କେଉଁଭଳି ଭାବେ କରାଯାଇ ପାରିବ ଏଭଳି ଏକ ପ୍ରୟୋଗ ମୁଁ ଦିଲ୍ଲୀକୁ ଯାଇ ଆରମ୍ଭ କଲି, ଅଭ୍ୟାସ ଯିବ ନାହିଁ, କାରଣ ଆମେ ହେଉଛୁ ଅହମ୍ମଦାବାଦୀ ଲୋକ, ସିଙ୍ଗଲ ଭଡାରେ ଡବଲ ଯାତ୍ରାର ଅଭ୍ୟାସ ପଡ଼ି ଯାଇଛି, ଏଥିପାଇଁ ରେଳବାଇର ନିଜସ୍ୱ ୱାଇଫାଇ, ବହୁତ ଦୃଢ ନେଟୱର୍କ ଅଛି। ତେବେ ସେହି ସମୟରେ ଆମର ରେଳମନ୍ତ୍ରୀଙ୍କୁ ମୁଁ କହିଲି, ଏହି 2019 ନିର୍ବାଚନ ପୂର୍ବର କଥା। ମୁଁ ସେମାନଙ୍କୁ କହିଲି ଯେ ରେଲବାଇର ଯେଉଁ ପ୍ଲାଟଫର୍ମ ରହିଛି ସେଗୁଡ଼ିକରେ ୱାଇଫାଇ ମାଗଣା କରି ଦିଅନ୍ତୁ। ଆଉ ଯଦି ଆଖପାଖର ପିଲାମାନଙ୍କୁ ସେଠାରେ ଆସି ପଢ଼ିବାର ଅଛି ତେବେ ଆସନ୍ତୁ ଆଉ ସେମାନଙ୍କୁ ଯୋଗାଯୋଗ ମିଳିଯାଉ ଆଉ ସେମାନଙ୍କର ଯାହାକିଛି ପଢ଼ିବାକୁ, ଲେଖିବାକୁ ଅଛି କରନ୍ତୁ, ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ମୁଁ ଥରେ ଭର୍ଚୁଆଲ ମାଧ୍ୟମରେ କିଛି ବିଦ୍ୟାର୍ଥୀମାନଙ୍କ ସହିତ କଥା ହେଉଥିଲି। ବହୁତ ଲୋକ ରେଲୱେ ପ୍ଲାଟଫର୍ମରେ ମାଗଣା ୱାଇଫାଇ ସାହାଯ୍ୟରେ ପ୍ରତିଯୋଗିତା ମମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ଆଉ ପାସ୍ ହେଉଥିଲେ, କୋଚିଂ କ୍ଲାସକୁ ଯିବାକୁ ନ ଥିଲା, ଖର୍ଚ୍ଚ କରିବାକୁ ନାହିଁ, ଘର ଛାଡ଼ିବାକୁ ନାହିଁ, ଆମକୁ କେବଳ ପଡ଼ୁ, କେବଳ ଆମକୁ ହାତ ଖର୍ଚ୍ଚ ମିଳୁ ଆଉ ପଢ଼ିବାର ସୁବିଧା, ରେଲୱେ ପ୍ଲାଟଫର୍ମର ଉପଯୋଗ ଡିଜିଟାଲ ଇଣ୍ଡିଆର ଶକ୍ତିକୁ ଦେଖନ୍ତୁ ବନ୍ଧୁଗଣ।

ପିଏମ ସ୍ୱାମିତ୍ୱ ଯୋଜନା, ବୋଧହୁଏ ସହରର ଲୋକମାନଙ୍କର ଧ୍ୟାନ ଏହି ଦିଗକୁ ବହୁତ କମ୍ ଯାଇଥିବ। ପ୍ରଥମ ଥର ସହରଗୁଡ଼ିକ ପରି ଗାଁ ଘରଗୁଡ଼ିକର ମ୍ୟାପିଂ ଏବଂ ଡିଜିଟାଲ ଆଇନଗତ ଦସ୍ତାବେଜ ଗ୍ରାମୀଣଙ୍କୁ ଦେବାର କାର୍ଯ୍ୟ ଚାଲୁ ରହିଛି। ଡ୍ରୋନ ଗାଁ ମଧ୍ୟକୁ ଯାଇ ପ୍ରତ୍ୟେକ ଘର ଉପରୁ ମ୍ୟାପିଂ କରୁଛି, ମ୍ୟାପ୍ ପ୍ରସ୍ତୁତ କରୁଛି, ସେ ବୁଝିଯାଉଛି, ତାଙ୍କୁ ପ୍ରମାଣପତ୍ର ମିଳୁଛି, ଏବେ ତାଙ୍କର କୋର୍ଟ କଚେରୀର ସମସ୍ତ ଝାମେଲା ବନ୍ଦ, ଏହା ହେଉଛି ଡିଜିଟାଲ ଇଣ୍ଡିଆର କାରଣ। ଡିଜିଟାଲ ଇଣ୍ଡିଆ ଅଭିଯାନ ଦେଶରେ ବୃହତ ସଂଖ୍ୟାରେ ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି କରିଛି।

ସାଥୀଗଣ,

ଡିଜିଟାଲ ଇଣ୍ଡିଆର ଏକ ବହୁତ ବଡ଼ ସମ୍ବେଦନଶୀଳ ଦିଗ ମଧ୍ୟ ରହିଛି, ଯାହାର ସେତିକି ଚର୍ଚ୍ଚା ବୋଧହୁଏ ସେତେ ଅଧିକ ହୋଇ ନ ଥାଏ। ଡିଜିଟାଲ ଇଣ୍ଡିଆ ଦ୍ୱାରା ହଜି ଯାଇଥିବା ଅନେକ ପିଲାମାନଙ୍କୁ କିଭଳି ନିଜ ପରିବାର ପର୍ଯ୍ୟନ୍ତ ପହଂଚାଇଛି ଏହା ଜାଣିଲେ ଆପଣମାନଙ୍କ ହୃଦୟକୁ ଛୁଇଁଯିବ। ଏବେ ମୁଁ, ଆଉ ମୋର ଆପଣମାନଙ୍କୁ ଅନୁରୋଧ ରହିଛି ଏଠାରେ ଯେଉଁ ଡିଜିଟାଲର ପ୍ରଦର୍ଶନୀ ଲାଗିଛି ଆପଣମାନେ ନିଶ୍ଚିତ ଭାବେ ଦେଖନ୍ତୁ। ଆପଣମାନେ ତ ଦେଖନ୍ତୁ, ଆପଣମାନଙ୍କର ପିଲାମାନଙ୍କୁ ଆଉ ଥରେ ନେଇ ଆସନ୍ତୁ। ଦୁନିଆ କିପରି ପରିବର୍ତିତ ହେଉଛି, ସେଠାକୁ ଯାଇ ଦେଖିବେ ତ ଜଣା ପଡ଼ିବ। ସେଠାରେ ମଧ୍ୟ ଗୋଟିଏ ଝିଅ ସହିତ ସାକ୍ଷାତ କରିବାକୁ ମିଳିଲା। ସେ ଝିଅ 6 ବର୍ଷର ଥିଲା, ସେ ନିଜ ପରିବାର ଠାରୁ ହଜି ଯାଇଥିଲା। ରେଲୱେ ପ୍ଲାଟଫର୍ମରେ ମାଆଙ୍କ ହାତ ଛାଡ଼ି ହୋଇଗଲା, ସେ ଆଉ କୌଣସି ଟ୍ରେନରେ ବସିଗଲା। ମାଆ- ବାପାଙ୍କ ବିଷୟରେ ବେଶି କିଛି କହି ପାରୁ ନ ଥିଲା। ତା’ପରିବାରଙ୍କୁ ଖୋଜିବା ପାଇଁ ବହୁତ ଚେଷ୍ଟା ହେଲା କିନ୍ତୁ କାହାକୁ ସଫଳତା ମିଳିଲା ନାହିଁ। ପୁଣି ଆଧାର ଡାଟା ସହାୟତାରେ ତା’ ପରିବାରକୁ ଖୋଜିବାର ପ୍ରୟାସ ହେଲା। ସେହି ପିଲାର ଆଧାର ବାୟୋମେଟ୍ରିକ ନେଲେ ତ ତାହା ନାକଚ ହୋଇଗଲା। ଜଣା ପଡ଼ିଲା ଯେ, ପୂର୍ବରୁ ହିଁ ତାହାର ଆଧାର କାର୍ଡ ତିଆରି କରାଯାଇଛି। ସେହି ଆଧାର ବିବରଣୀ ମାଧ୍ୟମରେ ସେହି ପିଲାର ପରିବାରକୁ ଖୋଜି ବାହାର କରି ଦିଆଗଲା।

ଆପଣମାନଙ୍କୁ ଏହା ଜାଣି ଭଲ ଲାଗିବ ଯେ ଆଜି ସେହି ପିଲାଟି ନିଜର ପରିବାରର ସହିତ ନିଜର ଜୀବନ ଅତିବାହିତ କରୁଛି। ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ନିଜ ଗାଁରେ ହିଁ ପ୍ରୟାସ କରୁଛି। ଆପଣମାନଙ୍କୁ ଏହା ମଧ୍ୟ ଜାଣି ଭଲ ଲାଗିବ ଏବଂ ମୋ ପାଖରେ ଥିବା ସୂଚନା ଅନୁସାରେ ଏମତି ଅନେକ ବର୍ଷ ଧରି 500ରୁ ଅଧିକ ପିଲାଙ୍କୁ ଏହି ଟେକ୍ନୋଲୋଜିର ସହାୟତାରେ ନିଜ ପରିବାର ସହିତ ମିଶାଇ ଦିଆଯାଇଛି।

ସାଥୀଗଣ,

ବିଗତ ଆଠ ବର୍ଷରେ ଡିଜିଟାଲ ଇଣ୍ଡିଆ ଦେଶରେ ଯେଉଁ ସାମର୍ଥ୍ୟ ସୃଷ୍ଟି କରିଛି, ତାହାଦ୍ୱାରା କରୋନ ବୈଶ୍ୱିକ ମହାମାରି ମୁକାବିଲା କରିବାରେ ଭାରତକୁ ବହୁତ ସହାୟତା ମିଳିଛି। ଆପଣ କଳ୍ପନା କରିପାରିବେ ଯେ, ଯଦି ଡଜିଟାଲ ଇଣ୍ଡିଆ ଅଭିଯାନ ନ ଥାଆନ୍ତା ତେବେ 100 ବର୍ଷରେ ଆସିଥିବା ଏହି ବଡ଼ ସଙ୍କଟରେ ଦେଶରେ ଆମେ କ’ଣ କରି ପାରିଥାନ୍ତେ? ଆମେ ଦେଶର କୋଟି -କୋଟି ମହିଳାମାନଙ୍କୁ, କୃଷକମାନଙ୍କୁ, ଶ୍ରମିକଙ୍କ ବ୍ୟାଙ୍କ ଖାତାରେ ଗୋଟିଏ କ୍ଲିକରେ ହଜାର ହଜାର କୋଟି ଟଙ୍କା ସେମାନଙ୍କ ନିକଟରେ ପହଂଚାଇଲୁ, ପହଂଚାଇ ଦେଲୁ। ଏକ ଦେଶ ଏକ ରାସନ କାର୍ଡର ସହାୟତାରେ ଆମେ 80 କୋଟିରୁ ଅଧିକ ଦେଶବାସୀଙ୍କୁ ମାଗଣା ରାସନ ସୁନିଶ୍ଚିତ କରିଛୁ, ଏହା ହେଉଛି ଟେକ୍ନୋଲୋଜିର ଚମତ୍କାରିତା।

ଆମେ ଦୁନିଆର ସବୁଠାରୁ ବଡ଼ ଏବଂ ସବୁଠାରୁ ଦକ୍ଷ କୋଭିଡ଼ ଟିକାକରଣ ଏବଂ କୋଭିଡ଼ ରିଲିଫ୍ କାର୍ଯ୍ୟକ୍ରମ ଚଳାଇଲୁ। ଆରୋଗ୍ୟ ସେତୁ ଏବଂ କୋୱିନ, ଏହା ହେଉଛି ଏଭଳି ପ୍ଲାଟଫର୍ମ ସେଗୁଡ଼ିକ ମାଧ୍ୟମରେ ଏ ପର୍ଯ୍ୟନ୍ତ ପାଖାପାଖି 200 କୋଟି ଟିକା ଡୋଜ... ତାହାର ସମ୍ପୂର୍ଣ୍ଣ ରେକର୍ଡ ଉପଲବ୍ଧ ରହିଛି, କିଏ ରହିଗଲା, କେଉଁଠି ରହିଗଲା, ତାହାର ସୂଚନା ସେହି ମାଧ୍ୟମରେ ପ୍ରାପ୍ତ ହେଉଛି, ଆଉ ଆମେ ଲକ୍ଷ୍ୟ ରଖିଥିବା ବ୍ୟକ୍ତିଙ୍କ ଟିକାକରଣର କାର୍ଯ୍ୟ କରି ପାରୁଛେ। ବିଶ୍ୱରେ ଆଜି ମଧ୍ୟ ଚର୍ଚ୍ଚା ହେଉଛି ଯେ, ଟିକାକରଣର ପ୍ରମାଣପତ୍ର କିଭଳି ପାଇବା, କେତେ ଦିନ ବିତି ଯାଉଛି। ହିନ୍ଦୁସ୍ତାନରେ ସେ ଟିକା ନେଇ ବାହାରକୁ ବାହାରୁଛି, ତାହାର ମୋବାଇଲ ସାଇଟରେ ସାର୍ଟିଫିକେଟ ରହିଛି। ବିଶ୍ୱ କୋୱିନ ମାଧ୍ୟମରେ ଟିକାକରଣର ବିସ୍ତୃତ ପ୍ରମାଣପତ୍ର ସୂଚନାର ଚର୍ଚ୍ଚା କରୁଛି, ହିନ୍ଦୁସ୍ତାନରେ କିଛି ଲୋକ ସେମାନଙ୍କର କଂଟା ଏହି କଥା ଉପରକୁ ଆସି ଅଟକି ଯାଇଥିଲା, ଏହା ଉପରେ ମୋଦିର ଫଟୋ କାହିଁକି ରହିଛି। ଏତେ ବଡ଼ କାର୍ଯ୍ୟ, ସେମାନଙ୍କର ମୁଣ୍ଡ ଏହି କଥା ଉପରକୁ ଆସି ଅଟକି ଯାଇଥିଲା।

ସାଥୀଗଣ,

ଭାରତର ଡିଜିଟାଲ ଫିନଟେକ୍ ସଲ୍ୟୁସନ୍, ଆଉ ଆଜି ହେଉଛି ୟୁ- ଫିନଟେକର, ଏହା ବିଷୟରେ ମଧ୍ୟ କହିବି। କେବେ ସଂସଦ ଭିତରେ ଏହାକୁ ନେଇ ଚର୍ଚ୍ଚା ହୋଇଛି ସେଥିରେ ଦେଖିନେବେ। ଯେଉଁଥିରେ ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ମହାଶୟ ଭାଷଣ ଦେଉଥିଲେ ଯେ ସେମାନଙ୍କ ପାଖରେ ମୋବାଇଲ ଫୋନ ନାହିଁ, ଲୋକମାନେ କିଭଳି ଡିଜିଟାଲ କରିବେ। ଜଣାନାହିଁ କ’ଣ –କ’ଣ ସେ କହିଛନ୍ତି, ଆପଣ ଶୁଣିବେ ତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ବହୁତ ପଢ଼ି- ଲେଖିଥିବା ଲୋକଙ୍କର ଏହିଭଳି ଅବସ୍ଥା ହୋଇଥାଏ ଆଜ୍ଞା। ଫିନଟେକ୍ ୟୁପିଆଇ ଅର୍ଥାତ ୟୁନିଫାଏଡ଼୍ ପେମେଂଟ ଇନଟରଫେସ୍, ଆଜି ସମଗ୍ର ବିଶ୍ୱ ଏହାଦ୍ୱାରା ଆକର୍ଷିତ ହେଉଛି। ବିଶ୍ୱ ବ୍ୟାଙ୍କ ସମେତ ସମସ୍ତେ ଏହି ଉତମରୁ ଅତି ଉତମ ପ୍ଲାଟଫର୍ମ ଭାବେ ତାହାର ପ୍ରଶଂସା କରିଛନ୍ତି। ଆଉ ମୁଁ ଆପଣଙ୍କୁ କହିବି ଯେ ଏଠାରେ ପ୍ରଦର୍ଶନୀରେ ସମଗ୍ର ଫିନଟେକ୍ ଡିଭିଜନ ରହିଛି। ଏହା କିଭଳି କାର୍ଯ୍ୟ କରିଥାଏ, ତାହା ସେଠାରେ ଦେଖିବାକୁ ମିଳିବ। କେଉଁଭଳି ଭାବେ ମୋବାଇଲ ଫୋନ୍ ଦ୍ୱାରା ପେମେଂଟ କରାଯାଇଥାଏ, କିଭଳି ପଇସା ଆସିଥାଏ, ଯାଇଥାଏ, ସବୁକିଛି ଏମିତିରେ ଏଠାରେ ଆପଣମାନଙ୍କୁ ଦେଖିବାକୁ ମିଳିବ। ଆଉ ମୁଁ କହୁଛି ଏ ଯେଉଁ ଫିନଟେକର ପ୍ରୟାସ ରହିଛି ଏହା ପ୍ରକୃତ ଅର୍ଥରେ ହେଉଛି ଲୋକମାନଙ୍କ ଦ୍ୱାରା, ଲୋକମାନଙ୍କର, ଲୋକମାନଙ୍କ ପାଇଁ, ଏହାର ଉତମରୁ ଅତି ଉତମ ସମାଧାନ ରହିଛି। ଏଥିରେ ଯେଉଁ ଟେକ୍ନୋଲୋଜି ରହିଛି ତାହା ହେଉଛି ଭାରତର ନିଜସ୍ୱ, ଅର୍ଥାତ ଲୋକମାନଙ୍କ ଦ୍ୱାରା। ଦେଶବାସୀ ଏହାକୁ ନିଜ ଜୀବନର ଅଂଶ କଲେ ଅର୍ଥାତ ଲୋକମାନଙ୍କର। ଏହା ଦେଶବାସୀଙ୍କର ଦେଣ-ନେଣକୁ ସହଜ କଲା ଅର୍ଥାତ ଲୋକମାନଙ୍କ ପାଇଁ।

ଚଳିତ ବର୍ଷ ମଇ ମାସରେ ଭାରତରେ ପ୍ରତି ମିନିଟ... ଆପଣମାନେ ଗର୍ବ କରିବେ ବନ୍ଧୁଗଣ, ଭାରତରେ ପ୍ରତି ମିନିଟରେ 1 ଲକ୍ଷ 30 ହଜାରରୁ ଅଧିକ ୟୁପିଆଇ କାରବାର ହୋଇଛି। ପ୍ରତି ସେକେଣ୍ଡରେ ହାରାହାରି 2200 କାରବାର ସମ୍ପୂର୍ଣ୍ଣ ହୋଇଛି। ଅର୍ଥାତ ଏବେ ମୁଁ ଆପଣଙ୍କ ସହିତ ଯେଉଁ ଭାଷଣ କହୁଛି ଯେ ପର୍ଯ୍ୟନ୍ତ ମୁଁ  ୟୁନିଫାଏଡ଼୍ ପେମେଂଟ ଇନଟରଫେସ୍ ଏତିକି ଶବ୍ଦ କହୁଛି, ଏତିକି ସମୟ ମଧ୍ୟରେ ୟୁପିଆଇରୁ 7000 ନେଣଦେଣ ସମ୍ପୂର୍ଣ୍ଣ ହୋଇ ସାରିଛି... ମୁଁ ଯେଉଁ ଦୁଇଟି ଶବ୍ଦ କହୁଛି, ସେତିକି ସମୟରେ। ଏହି କାର୍ଯ୍ୟ ଆଜି ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ହେଉଛି।

ଆଉ ସାଥୀଗଣ, ଆପଣମାନଙ୍କୁ ଗର୍ବ ଅନୁଭବ ହେବ ଭାରତରେ କେହି କହିଥାଏ ଅପାଠୁଆ ଅଛନ୍ତି, ଅମୁକ ଅଛନ୍ତି, ସମୁକ ଅଛନ୍ତି, ଏୟା ଅଛନ୍ତି, ସେୟା ଅଛନ୍ତି, ସେହି ଦେଶର ଶକ୍ତିକୁ ଦେଖନ୍ତୁ, ମୋର ଦେଶବାସୀଙ୍କ ଶକ୍ତିକୁ ଦେଖନ୍ତୁ, ଦୁନିଆର ସମୃଦ୍ଧ ଦେଶ, ସେମାନଙ୍କ ସାମ୍ନାରେ ମୋ ଦେଶ, ଯାହାକି ବିକାଶଶୀଳ ଦେଶମାନଙ୍କ ମଧ୍ୟରେ ରହିଛି, ଦୁନିଆର ୪୦ ପ୍ରତିଶତ ଡିଜିଟାଲ ଦେଣନେଣ ଆମ ହିନ୍ଦୁସ୍ତାନରେ ହୋଇଥାଏ, ବନ୍ଧୁଗଣ।

ଏଥିରେ ମଧ୍ୟ ଭିମ୍- ୟୁପିଆଇ ଆଜି ସରଳ ଡିଜିଟାଲ ଟ୍ରାନଜାକସନ୍ର ସଶକ୍ତ ମାଧ୍ୟମ ହୋଇ ଉଭା ହୋଇଛି। ଆଉ ସବୁଠାରୁ ବଡ଼ କଥା, ଆଜି କୌଣସି ମଲ୍ ର ଭିତରେ ବଡ଼- ବଡ଼ ବ୍ରାଣ୍ଡ୍ସର ଜିନିଷ ବିକ୍ରି କରୁଥିବା ଲୋକ ପାଖରେ କାରବାର କରିବା ପାଇଁ ଯେଉଁ ଟେକ୍ନୋଲୋଜି ରହିଛି, ସେହି ଟେକ୍ନୋଲୋଜି ଆଜି ତାହା ସାମ୍ନାରେ ଫୁଟପାଥରେ ଠେଲାଗାଡ଼ି ଧରି ବିକ୍ରି କରୁଥିବା ଯେଉଁ ଲୋକ ରହିଛନ୍ତି, ଦିନକୁ 700- 800 ଟଙ୍କା ରୋଜଗାର କରିଥାଆନ୍ତି, ଏଭଳି ଶ୍ରମିକଙ୍କ ପାଖରେ ମଧ୍ୟ ସେହି ବ୍ୟବସ୍ଥା ରହିଛି, ଯାହା ବଡ଼- ବଡ଼ ମଲରେ ରହିଥିବା ଧନୀମାନଙ୍କ ପାଖରେ ରହିଛି। ନଚେତ୍ ସେହି ଦିନ ମଧ୍ୟ ଆମେ ଦେଖିଛୁ ଯେତେବେଳେ ବଡ଼- ବଡ଼ ଦୋକାନମାନଙ୍କରେ କ୍ରେଡିଟ ଏବଂ ଡେବିଟ୍ କାର୍ଡ ଚାଲୁଥିଲା, ଆଉ ଫୁଟପାଥରେ ଠେଲାଗାଡ଼ି ଧରି ବିକ୍ରି କରୁଥିବା ସାଥୀଟି, ଗ୍ରାହକଙ୍କ ପାଇଁ ଖୁଚୁରା ପଇସାର ଅନୁସନ୍ଧାନରେ ରହୁଥିଲା। ଆଉ ଏବେ ତ ମୁଁ ଦେଖୁଥିଲି ଗୋଟିଏ ଦିନ, ବିହାରର କୌଣସି, ପ୍ଲାଟଫର୍ମରେ କେହି ଜଣେ ଭିକ୍ଷା ମାଗୁଥିଲା ତେବେ ସିଏ ଡିଜିଟାଲ ପଇସା ନେଉଥିଲା। ଏବେ ଦେଖନ୍ତୁ ନା ଦୁଇ ଜଣଙ୍କ ପାଖରେ ସମାନ ଶକ୍ତି ରହିଛି, ଡିଜିଟାଲ ଇଣ୍ଡିଆର ଶକ୍ତି ରହିଛି।

ତେଣୁ ଆଜି ଦୁନିଆର ବିକଶିତ ଦେଶ ହେଉ, କିମ୍ବା ସେହି ଦେଶ ଯିଏ ଏହି ପ୍ରକାରର ଟେକ୍ନୋଲୋଜିରେ ନିବେଶ କରି ପାରିବେ ନାହିଁ, ସେମାନଙ୍କ ପାଇଁ ୟୁପିଆଇ ଭଳି ଭାରତର ଡିଜିଟାଲ ପ୍ରଡକ୍ଟ ଆଜି ଆକର୍ଷଣର କେନ୍ଦ୍ର ହୋଇଛି। ଆମର ଡିଜିଟାଲ ସମାଧାନରେ ପରିମାପକ ମଧ୍ୟ ଅଛି, ସୁରକ୍ଷିତ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ମଧ୍ୟ ଅଛି। ଆମର ଏ ଯେଉଁ ଗିଫ୍ଟ ସିଟିର କାମ ହେଉଛି ନା ମୋର ଶବ୍ଦ ତାହାକୁ ଲେଖିକରି ରଖନ୍ତୁ, ଆଉ ମୋର  2005 ଅବା 2006 ର ଭାଷଣ ମଧ୍ୟ ଅଛି, ତାହା ମଧ୍ୟ ଶୁଣିନେବେ। ସେହି ସମୟରେ ଯାହା ମୁଁ କହିଥିଲି, ଯେ ଗିଫ୍ଟ ସିଟିରେ କ’ଣ କ’ଣ ହେବାକୁ ଯାଉଛି, ଆଜି ତାହା ତୃଣମୂଳ ସ୍ତରରେ ହେଉଥିବା ଦେଖିବାକୁ ମିଳୁଛି। ଆଉ ଆଗାମୀ ଦିନରେ ଫିନଟେକ୍ ଦୁନିଆରେ ଡାଟା ନିରାପତା ବିଷୟରେ, ଆର୍ଥିକ ଜଗତରେ ଗିଫ୍ଟ ସିଟି ବହୁତ ବଡ଼ ଶକ୍ତି ହୋଇ ବିକଶିତ ହେଉଛି। ଏହା କେବଳ ଗୁଜରାଟ ନୁହେଁ, ବରଂ ସମଗ୍ର ହିନ୍ଦୁସ୍ତାନର ମାନ- ସମ୍ମାନ ଓ ଗୌରବ ହେବାକୁ ଯାଉଛି।

ସାଥୀଗଣ,

ଡିଜିଟାଲ ଇଣ୍ଡିଆ ଭବିଷ୍ୟତରେ ମଧ୍ୟ ଭାରତର ନୂତନ ଅର୍ଥବ୍ୟବସ୍ଥାର ପ୍ରମୁଖ ଆଧାର ହେଉ, ଶିଳ୍ପ 4.0ରେ ଭାରତକୁ ଅଗ୍ରଣୀ ରଖୁ, ଏଥିପାଇଁ ମଧ୍ୟ ଆଜି ଅନେକ ପ୍ରକାରର ପଦକ୍ଷେପ ନିଆଯାଉଛି, ପ୍ରୟାସ କରାଯାଉଛି। ଆଜି ଏଆଇ, ବ୍ଲକ୍ ଚେନ୍, ଏଆର-ଭିଆର, 3-ଡି ପ୍ରିଟିଂ, ଡ୍ରୋନ୍ସ, ରୋବୋଟିକ୍ସ, ସବୁଜ ଇନ୍ଧନ, ଏଭଳି ଅନେକ ନୂଆ ଯୁଗର ଉଦ୍ୟୋଗ ପାଇଁ 100ରୁ ଅଧିକ ଦକ୍ଷତା ବିକାଶର ପାଠ୍ୟକ୍ରମ ସାରା ଦେଶରେ କାର୍ଯ୍ୟକାରୀ କରାଯାଉଛି। ଆମର ପ୍ରୟାସ ହେଉଛି ଯେ ବିଭିନ୍ନ ସଂସ୍ଥାଗୁଡ଼ିକ ସହିତ ମିଶି ଆଗାମୀ 4-5 ବର୍ଷରେ 14-15 ଲକ୍ଷ ଯୁବକମାନଙ୍କୁ ଭବିଷ୍ୟତର ଦକ୍ଷତା ପାଇଁ ରିସ୍କିଲ ଏବଂ ଅପ୍ ସ୍କିଲ କରାଯାଉ, ଏହି ଦିଗରେ ଆମର ପ୍ରୟାସ ରହିଛି।

ଶିଳ୍ପ 4.0 ପାଇଁ ଆବଶ୍ୟକ ଦକ୍ଷତା ପ୍ରସ୍ତୁତ କରିବା ପାଇଁ ଆଜି ସ୍କୁଲ ସ୍ତରରେ ମଧ୍ୟ ଦୃଷ୍ଟି ଦିଆଯାଉଛି। ପ୍ରାୟ 10 ହଜାର ଅଟଳ ଟିଙ୍କରିଙ୍ଗ ଲ୍ୟାବ୍ସରେ ଆଜି 75 ଲକ୍ଷରୁ ଅଧିକ ଛାତ୍ର-ଛାତ୍ରୀ ନବସୃଜନ ଚିନ୍ତାଧାରା ଉପରେ କାର୍ଯ୍ୟ କରୁଛନ୍ତି, ଆଧୁନିକ ଟେକ୍ନୋଲୋଜି ସହିତ ପରିଚିତ ହେଉଛନ୍ତି। ଏବେ ମୁଁ ଏଠାରେ ପ୍ରଦର୍ଶନୀ ଦେଖିବାକୁ ଯାଇଥିଲି। ମୋ ମନ ଏତେ ଆନନ୍ଦିତ ହୋଇ ଉଠିଲା ଯେ ଦୂର-ସୁଦୂର ଓଡ଼ିଶାର ଝିଅ ଆସିଛନ୍ତି, ତ୍ରିପୁରାରୁ ଝିଅମାନେ ଆସିଛନ୍ତି, କିଏ ଉତରପ୍ରଦେଶର କୌଣସି ଏକ ଗାଁର ଝିଅ ହେଉ ସେମାନେ ନିଜ- ନିଜ ପ୍ରକଳ୍ପକୁ ନେଇକରି ଆସିଛନ୍ତି। 15 ବର୍ଷ, 16 ବର୍ଷ, 18 ବର୍ଷର ଝିଅମାନେ ବିଶ୍ୱର ସମସ୍ୟାଗୁଡ଼ିକର ସମାଧାନ ନେଇ କରି ଆସିଛନ୍ତି। ଆପଣମାନେ ଯେତେବେଳେ ସେହି ଝିଅମାନଙ୍କ ସହିତ କଥା ହେବେ ସେତେବେଳେ ଆପଣମାନଙ୍କୁ ଲାଗିବ ଯେ ଏମାନେ ହେଉଛନ୍ତି ମୋ ଦେଶର ଶକ୍ତି, ବନ୍ଧୁଗଣ। ଅଟଳ ଟଙ୍କରିଙ୍ଗ ଲ୍ୟାବ୍ସ ଯୋଗୁଁ ସ୍କୁଲରେ ହିଁ ଯେଉଁ ବାତାବରଣ ସୃଷ୍ଟି ହୋଇଛି, ତାହାର ପରିଣାମ ସ୍ୱରୂପ ଏହି ପିଲାମାନେ ବଡ଼- ବଡ଼ କଥାକୁ ନେଇ, ବଡ଼- ବଡ଼ ସମସ୍ୟାର ସମାଧାନକୁ ନେଇ ଆସିଛନ୍ତି। ସେ 17 ବର୍ଷର ହୋଇଥିବ, ମୁଁ ତାଙ୍କୁ ନିଜର ପରିଚୟ ପଚାରିଲି, ସେ କହିଲେ ଯେ ମୁଁ ହେଉଛି ଜଣେ ବ୍ରାଣ୍ଡ ଆମ୍ବାସଡର। ଅର୍ଥାତ ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ଆମେ; ଯେଉଁ ଉପକରଣକୁ ନେଇ କାର୍ଯ୍ୟ କରୁଛେ, ସେ ହେଉଛନ୍ତି ତାହାର ବ୍ରାଣ୍ଡ ଆମ୍ବାସଡ଼ର। ଏତେ ଆତ୍ମବିଶ୍ୱାସର ସହିତ ସେ କଥା କହୁଥିଲେ। ଅର୍ଥାତ ଏହି ସାମର୍ଥ୍ୟ ଯେତେବେଳେ ଦେଖୁଛି, ସେତେବେଳେ ବିଶ୍ୱାସ ଆହୁରି ସୁଦୃଢ଼ ହୋଇ ଯାଉଛି। ଏମାନେ ଦେଶର ସ୍ୱପ୍ନ ସାକାର କରି ରହିବେ, ସଂକଳ୍ପ ପୂରଣ କରି ରହିବେ।

ସାଥୀଗଣ,

ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ମଧ୍ୟ ଟେକ୍ନୋଲୋଜି ପାଇଁ ଜରୁରୀ ମାନସିକ ପ୍ରସ୍ତୁତି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାକୁ ଯାଉଛି। ଅଟଳ ନବୋନ୍ମେଷ କେନ୍ଦ୍ରର ଏକ ବହୁତ ବଡ଼ ନେଟୱର୍କ ସାରା ଦେଶରେ ପ୍ରସ୍ତୁତ କରାଯାଉଛି। ସେହିଭଳି ପିଏମ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ ଅର୍ଥାତ ପିଏମ ଦିଶା ଦେଶରେ ଡିଜିଟାଲ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବାର ଏକ ଅଭିଯାନ ଚାଲୁ ରହିଛି। ଏ ପର୍ଯ୍ୟନ୍ତ ସାରା ଦେଶରେ ଏହାର ୪୦ ହଜାରରୁ ଅଧିକ କେନ୍ଦ୍ର ପ୍ରତିଷ୍ଠା ହୋଇ ସାରିଛି ଆଉ 5 କୋଟିରୁ ଅଧିକ ଲୋକଙ୍କୁ ଟ୍ରେନିଂ ଦିଆ ଯାଇ ସାରିଛି।

ସାଥୀଗଣ,

 ଡିଜିଟାଲ ଦକ୍ଷତା ଏବଂ ଡିଜିଟାଲ ଭିତିଭୂମି ସହିତ ଟେକ୍ନୋଲୋଜି କ୍ଷେତ୍ରରେ ଯୁବକମାନଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବା ପାଇଁ ଅନେକ ବିବିଧ ଦିଗରେ ସଂସ୍କାର କରାଯାଉଛି। ମହାକାଶ ହେଉ, ମ୍ୟାପିଂ ହେଉ, ଡ୍ରୋନ ହେଉ, ଗେମିଙ୍ଗ ଏବଂ ଆନିମେସନ୍ ହେଉ, ଏଭଳି ଅନେକ କ୍ଷେତ୍ର ଯାହା ଭବିଷ୍ୟତର ଡିଜିଟାଲ ଟେକ୍ନୋଲୋଜିକୁ ବିସ୍ତାର ଦେବାକୁ ଯାଉଛି, ସେଗୁଡ଼ିକୁ ନବସୃଜନ ପାଇଁ ଖୋଲି ଦିଆଯାଇଛି। ଇନ୍ ସ୍ପେଶ୍ ଏବେ ମହାକାଶର ମୁଖ୍ୟାଳୟ ଅହମ୍ମଦାବାଦରେ ଖୋଲା ଯାଇଛି। ଇନ୍ ସ୍ପେଶ୍ ଏବଂ ନୂତନ ଡ୍ରୋନ ନୀତି ଭଳି ବ୍ୟବସ୍ଥା ଆଗାମୀ ବର୍ଷମାନଙ୍କରେ ଭାରତର ଟେକ୍ନୋଲୋଜିର ସାମର୍ଥ୍ୟକୁ ଏହି ଦଶକରେ ନୂତନ ଉର୍ଜ୍ଜା ଦେବ। ମୁଁ ଯେତେବେଳେ ଏଠାରେ ଇନ୍- ସ୍ପେଶ୍ ମୁଖ୍ୟାଳୟର ଉଦଘାଟନ କରିବାକୁ ଆସିଥିଲି, ଗତ ମାସରେ ତ କିଛି ପିଲାମାନଙ୍କ ସହିତ କଥାବାର୍ତା କରିଥିଲେ, ସେମାନେ ସମସ୍ତେ ସ୍କୁଲ ପିଲା ଥିଲେ, ସେମାନେ ଉପଗ୍ରହ ପଠାଇବାର ପ୍ରସ୍ତୁତି କରୁଥିଲେ... ମହାକାଶକୁ ଉପଗ୍ରହ ପଠାଇବା ଦିଗରେ ପ୍ରସ୍ତୁତି କରିଥିଲେ। ମୋତେ ସେଠାରେ ଅବଗତ କରାଯାଇଥିଲା ଯେ ଆଜାଦୀ କା ଅମୃତ ମହୋତ୍ସବ ନିମନ୍ତେ ସ୍କୁଲ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା 75 ଉପଗ୍ରହକୁ ଆକାଶକୁ ପଠାଇବାକୁ ଯାଉଛୁ, ଅନ୍ତରୀକ୍ଷକୁ ଛାଡ଼ିବାକୁ ଯାଉଛୁ। ଏହା ମୋ ଦେଶର ସ୍କୁଲ ଶିକ୍ଷାରେ ହେଉଛି ବନ୍ଧୁଗଣ।

ସାଥୀଗଣ,

ଆଜି ଭାରତରେ ସେହି ଦିଗରେ ଅଗ୍ରସର ହେଉଛି ଯେଉଁଥିରେ ନାଗରିକମାନଙ୍କୁ, ଯୋଜନାଗୁଡ଼ିକର ଲାଭ ପାଇଁ ବିଭିନ୍ନ ଦସ୍ତାବେଜ ପାଇଁ ସରକାରଙ୍କ ପାଖକୁ ଶାରୀରିକ ଭାବେ ଆସିବାର ଆବଶ୍ୟକତା ପଡ଼ିବ ନାହିଁ। ପ୍ରତ୍ୟେକ ଘରେ ପହଂଚିଥିବା ଇଂଟରନେଟ ଏବଂ ଭାରତର ଆଂଚଳିକ ଭାଷାଗୁଡ଼ିକର ବିବିଧତା ଭାରତର ଡିଜିଟାଲ ଇଣ୍ଡିଆ ଅଭିଯାନକୁ ନୂତନ ଗତି ଦେବ। ଡିଜିଟାଲ ଇଣ୍ଡିଆ ଅଭିଯାନ ଏଭଳି ନୂଆ- ନୂଆ ସୋପାନକୁ ନିଜ ସହିତ ସାମିଲ କରି ଚାଲିବ। ଡିଜିଟାଲ ସ୍ପେଶରେ ବିଶ୍ୱର ନେତୃତ୍ୱ ମାର୍ଗଦର୍ଶନ କରିବ। ଆଉ ମୁଁ ଆଜି ମୋ ପାଖରେ କମ୍ ସମୟ ଥିଲା, ମୁଁ ପ୍ରତ୍ୟେକ କଥାକୁ ଦେଖିପାରିଲି ନାହିଁ। କିନ୍ତୁ ବୋଧହୁଏ ଦୁଇ ଦିନ ମଧ୍ୟ କମ୍ ହୋଇଯିବ କାରଣ ଏଠାରେ ଏତେ କିଛି କଥା ଅଛି। ଆଉ ମୁଁ ଗୁଜରାଟର ଲୋକଙ୍କୁ କହିବି ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ଆପଣ ନିଶ୍ଚିତ ନିଜ ସ୍କୁଲ- କଲେଜର ପିଲାମାନଙ୍କୁ ଏଠାକୁ ନେଇକରି ଆସନ୍ତୁ, ଆପଣମାନେ ମଧ୍ୟ ସମୟ ବାହାର କରି ଯାଆନ୍ତୁ। ଏକ ନୂଆ ହିନ୍ଦୁସ୍ତାନ ଆପଣଙ୍କ ଆଖି ସାମ୍ନାରେ ଦୃଷ୍ଟିଗୋଚର ହେବ ଆଉ ସାଧାରଣ ମଣିଷର ଜୀବନର ଆବଶ୍ୟକତା ସହିତ ଜଡ଼ିତ ହିନ୍ଦୁସ୍ତାନ ଦେଖିବ। ଏକ ନୂତନ ବିଶ୍ୱାସ ସୃଷ୍ଟି ହେବ, ନୂତନ ସଂକଳ୍ପ ଭରିଯିବ। ଆଉ ଆଶା ଆକାଂକ୍ଷା ପୂରଣର ବିଶ୍ୱାସ ନେଇକରି ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ମଧ୍ୟ ଦେଶ ଭବିଷ୍ୟତର ଭାରତ, ଆଧୁନିକ ଭାରତ, ସମୃଦ୍ଧ ଏବଂ ସଶକ୍ତ ଭାରତ, ସେହି ଦିଗରେ ଆଗକୁ ବଢ଼ିବା ପାଇଁ ଦ୍ରୁତ ଗତିରେ ପ୍ରସ୍ତୁତି କରି ଆଗେଇ ଚାଲିଛି। ଏତେ କମ୍ ସମୟରେ ଯାହା ପ୍ରାପ୍ତ କରିଛି, ଭାରତ ପାଖରେ ପ୍ରତିଭା ଅଛି, ଭାରତର ଯୁବକମାନଙ୍କ ପାଖରେ ସାମର୍ଥ୍ୟ ଅଛି, କେବଳ ସେମାନଙ୍କୁ ସୁଯୋଗ ଆବଶ୍ୟକ। ଆଉ ଆଜି ଦେଶରେ ଏଭଳି ଏକ ସରକାର ଅଛନ୍ତି, ଯିଏ ଦେଶର ଜନତାଙ୍କ ଉପରେ ଭରସା କରୁଛନ୍ତି, ଦେଶର ଯୁବକମାନଙ୍କ ଉପରେ ଭରସା କରୁଛନ୍ତି, ଆଉ ସେମାନଙ୍କୁ ନୂତନ ପ୍ରୟୋଗ କରିବା ପାଇଁ ସୁଯୋଗ ଦେଉଛନ୍ତି ଆଉ ତାହାର ପରିଣାମ ହେଉଛି ଯେ ଦେଶ ଅନେକ ଦିଗରେ ଅଦ୍ଭୂତପୂର୍ବ ଶକ୍ତିର ସହିତ ଆଗକୁ ଅଗ୍ରସର ହେଉଛି।

ଏହି ଡିଜିଟାଲ ଇଣ୍ଡିଆ ସପ୍ତାହ ପାଇଁ ମୁଁ ଆପଣମାନଙ୍କୁ ବହୁତ- ବହୁତ ଶୁଭକାମନା ଜଣାଉଛି। ଆଗାମୀ ୨-୩ ଦିନ ପାଇଁ ବୋଧହୁଏ ଏହି ପ୍ରଦର୍ଶନୀ ଚାଲୁ ରହିବ। ଏହାର ଲାଭ ଆପଣମାନେ ନେଇ ପାରିବେ। ପୁଣିଥରେ ମୁଁ ଭାରତ ସରକାରଙ୍କ ବିଭାଗ ଗୁଡ଼ିକୁ ମଧ୍ୟ ଅଭିନନ୍ଦନ ଜଣାଉଛି ଯେ ସେମାନେ ଏତେ ଭଲଭାବେ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ମୁଁ ଆଜି ସକାଳେ ତେଲଙ୍ଗାନାରେ ଥିଲି, ପୁଣି ଆନ୍ଧ୍ର ଚାଲିଗଲି ଆଉ ପୁଣି ଏଠାରେ ଆପଣମାନଙ୍କ ଗହଣକୁ ଆସିବାର ମୋତେ ସୁଯୋଗ ମିଳିଲା। ଆଉ ଭଲ ଲାଗିଥାଏ। ଆପଣ ସମସ୍ତଙ୍କର ଉତ୍ସାହକୁ ଦେଖୁଛି, ଉଦ୍ଦୀପନାକୁ ଦେଖୁଛି, ତେବେ ଆହୁରି ଆନନ୍ଦ ଆସୁଛି। ଏହି କାର୍ଯ୍ୟକ୍ରମକୁ ଗୁଜରାଟରେ ଆୟୋଜିତ କରିଥିବାରୁ ମୁଁ ବିଭାଗକୁ ଶୁଭେଚ୍ଛା ଜଣାଉଛି ଆଉ ଏତେ ଭବ୍ୟ କାର୍ଯ୍ୟକ୍ରମ କରିବା ପାଇଁ ଅଭିନନ୍ଦନ ଜଣାଉଛି। ଆଉ ସାରା ଦେଶର ଯୁବକମାନଙ୍କ ପାଇଁ ଏହା ପ୍ରେରଣା ହୋଇ ରହିବ, ଏହି ବିଶ୍ୱାସର ସହିତ ଆପଣ ସମସ୍ତଙ୍କୁ ବହୁତ –ବହୁତ ଶୁଭକାମନା। ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Chronic therapies power 11% growth in Indian pharma market in May

Media Coverage

Chronic therapies power 11% growth in Indian pharma market in May
NM on the go

Nm on the go

Always be the first to hear from the PM. Get the App Now!
...
World Leaders Congratulate Prime Minister Shri Narendra Modi on Becoming India’s Longest-Serving Elected Prime Minister
June 09, 2026

Prime Minister Shri Narendra Modi received warm congratulations from world leaders on the eve of his becoming the longest-serving elected Prime Minister of India. World leaders from across the globe paid tribute to Prime Minister’s transformative governance, his advocacy for the Global South, and his vision of an inclusive and economically dynamic India.

H.E. Anura Kumara Disanayaka, the President of Sri Lanka, in a letter dated 8 June 2026 addressed to the Prime Minister, conveyed the warm congratulations of the Government and people of Sri Lanka to him, stating: “This milestone is a testament not only to your years in office, but also to the trust and confidence that the people of the world’s largest democracy have repeatedly placed in your leadership.” The President also highlighted India’s remarkable economic and social transformation and noted that Prime Minister Modi’s vision has inspired many beyond India’s borders, including Sri Lanka. Prime Minister Modi visited Sri Lanka from 4–6 April 2025, his fourth visit to the island nation, during which he was conferred the Mitra Vibhushana, Sri Lanka’s highest civilian honour accorded to a foreign dignitary. The visit reaffirmed India’s Neighbourhood First policy, with Sri Lanka among the closest beneficiaries of India’s steadfast partnership, including India’s pivotal support during Sri Lanka’s economic difficulties in 2022.

H.E. James Marape, the Prime Minister of Papua New Guinea, in a personal video message, described Prime Minister Modi as “a role model and an example of leadership”. He also stated - “Lifting over 200 million people out of poverty to good life today is an amazing feat.” Prime Minister Marape expressed Papua New Guinea’s warm friendship and its desire to further consolidate bilateral ties. Prime Minister Modi’s historic visit to Papua New Guinea in May 2023, the first-ever by an Indian Prime Minister, for the Third Forum for India–Pacific Islands Cooperation (FIPIC-III) Summit was a landmark moment in India’s engagement with the Pacific Island nations. The visit underscored India’s role as a committed partner of the Global South.

H.E. Kamla Persad-Bissessar, the Prime Minister of Trinidad and Tobago, congratulated Prime Minister Modi on this occassion, noting that “under the leadership of Prime Minister Modi, India has evolved as a leading voice on global matters.” She highlighted Prime Minister Modi’s journey from humble beginnings to leading a nation of 1.4 billion people across three terms, and underscored India’s significant achievements in foreign policy, economic growth, infrastructure, and socio-economic development. Prime Minister Modi paid a landmark visit to Trinidad and Tobago from 3–4 July 2025, the first bilateral visit by an Indian Prime Minister in 26 years, coinciding with the 180th anniversary of the arrival of Indian immigrants to Trinidad and Tobago.