ଡିଜିଟାଲ୍ ଇଣ୍ଡିଆ ସପ୍ତାହର ବିଷୟ ହେଉଛି: ନୂତନ ଭାରତରେ ପ୍ରଯୁକ୍ତିର ତ୍ୱରିତ ବିକାଶ
ପ୍ରଧାନମନ୍ତ୍ରୀ ‘ଡିଜିଟାଲ୍ ଇଣ୍ଡିଆ ଭାଷୀନୀ’, ଡିଜିଟାଲ୍ ଇଣ୍ଡିଆ ଜେନେସିସ୍‌’ ଏବଂ ଇଣ୍ଡିଆଷ୍ଟାକ୍ ଗ୍ଲୋବାଲ୍‌’ର ଶୁଭାରମ୍ଭ କରିଛନ୍ତି
‘ମାଇଁ ସ୍କିମ୍‌’ ଏବଂ ‘ମେରୀ ପେହଚାନ୍‌’ ମଧ୍ୟ ସମର୍ପିତ କରିଛନ୍ତି
ପ୍ରଧାନମନ୍ତ୍ରୀ ଚିପ୍ସ ଟୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଅଧିନରେ ୩୦ଟି ସଂସ୍ଥାକୁ ପ୍ରଥମ ଦଳ ଭାବେ ଘୋଷଣା କରିଛନ୍ତି
“ଭାରତ ଚତୁର୍ଥ ଔଦ୍ୟୋଗିକ କ୍ରାନ୍ତି, ଉଦ୍ୟୋଗ ୪.୦ରେ ବିଶ୍ୱର ମାର୍ଗଦର୍ଶନ କରୁଛି”
“ଭାରତ ଅନ୍‌ଲାଇନ୍ ହୋଇ ଏବେ ଅନେକ ଲାଇନ୍ (ଧାଡି)କୁ ହଟେଇ ଦେଇଛି”
ଭାରତ ଆଗାମୀ ତିନି – ଚାରି ବର୍ଷ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକୁ ୩୦୦ ବିଲିୟନ୍ ଡଲାରରୁ ଅଧିକ ପର୍ଯ୍ୟନ୍ତ ନେଇ ଯିବା ଲକ୍ଷ୍ୟରେ କାମ କରୁଛି
“ଡିଜିଟାଲ୍ ଇଣ୍ଡିଆ ସରକାରଙ୍କୁ ନାଗରିକ ମାନଙ୍କର ଘର ପର୍ଯ୍ୟନ୍ତ ଏବଂ ଫୋନ୍ ପର୍ଯ୍ୟନ୍ତ ପହଂଚାଇ ଦେଇଛି”
“ଭାରତର ଫିନ୍‌- ଟେକ୍ ପ୍ରୟାସ ବାସ୍ତବରେ ଲୋକ ମାନଙ୍କ ଦ୍ୱାରା, ଲୋକ ମାନଙ୍କର ଏବଂ ଲୋକ ମାନଙ୍କ ନିମନ୍ତେ ଏକ ସମାଧାନ ଅଟେ”
“ଭାରତ ଚିପ୍ କିଣିବା ଦେଶ ମାନଙ୍କ ଭିତରେ ନରହି ଚିପ୍ସ ନିର୍ମାତା ହେବାକୁ ଚାହୁଁଛି”

ନମସ୍ତେ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ମହାଶୟ, କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସହଯୋଗୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମହାଶୟ, ଶ୍ରୀ ରାଜୀବ ଚନ୍ଦ୍ରଶେଖର ମହାଶୟ, ଭିନ୍ନ -ଭିନ୍ନ ରାଜ୍ୟମାନଙ୍କରୁ ସାମିଲ ହୋଇଥିବା ହୋଇଥିବା ସମସ୍ତ ପ୍ରତିନିଧି, ଡିଜିଟାଲ ଇଣ୍ଡିଆର ସମସ୍ତ ହିତାଧିକାରୀ, ଷ୍ଟାର୍ଟ ଅପ୍ସ ଏବଂ ଉଦ୍ୟୋଗ ସହିତ ଜଡିତ ସମସ୍ତ ସାଥୀ, ବିଶେଷଜ୍ଞଗଣ, ଶିକ୍ଷାଦାତା, ଗବେଷକଗଣ ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ !

ଆଜିର ଏହି କାର୍ଯ୍ୟକ୍ରମ ଏକବିଂଶ ଶତାବ୍ଦୀରେ ନିରନ୍ତର ଆଧୁନିକ ହେଉଥିବା ଭାରତର ଏକ ଝଲକ ନେଇକରି ଆସିଛି। ଟେକ୍ନୋଲୋଜିର ଉପଯୁକ୍ତ ବ୍ୟବହାର ସମଗ୍ର ମାନବ ଜାତି ପାଇଁ ହେଉଛି କେତେ କ୍ରାନ୍ତିକାରୀ, ଏହାର ଉଦାହରଣ ଭାରତ ଡିଜିଟାଲ ଇଣ୍ଡିଆ ଅଭିଯାନ ଭାବେ ସମଗ୍ର ବିଶ୍ୱ ସାମ୍ନାରେ ରଖିଛି।

ମୁଁ ଖୁସୀ ଯେ ଗତ 8 ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଅଭିଯାନ ପରିବର୍ତିତ ସମୟ ସହିତ ନିଜକୁ ସମ୍ପ୍ରସାରିତ କରୁଛି। ପ୍ରତ୍ୟେକ ବର୍ଷ ଡିଜିଟାଲ ଇଣ୍ଡିଆ ଅଭିଯାନରେ ନୂଆ -ନୂଆ ସୋପାନ ଯୋଡ଼ି ହେଉଛି, ନୂତନ ଟେକ୍ନୋଲୋଜିର ସମାବେଶ ହେଉଛି। ଆଜିର ଏହି କାର୍ଯ୍ୟକ୍ରମରେ ଯେଉଁ ନୂତନ ପ୍ଲାଟଫର୍ମ, ନୂତନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି, ତାହା ଏହି ଶୃଙ୍ଖଳାକୁ ଆଗକୁ ବଢ଼ାଉଛି। ଏବେ ଆପଣମାନେ ଛୋଟ- ଛୋଟ ଭିଡିଓରେ ଦେଖିଲେ, ମାଇଁସ୍କିମ୍ ହେଉ, ଭାଷିନୀ ଭାଷାଦାନ ହେଉ, ଡିଜିଟାଲ ଇଣ୍ଡିଆ -ଜେନିସିସ୍ ହେଉ, ଷ୍ଟାଟ୍ ଅପ୍ ପ୍ରୋଗ୍ରାମ ପାଇଁ ଚିପ୍ସ ହେଉ, ଅବା ଅନ୍ୟ ସମସ୍ତ ଉତ୍ପାଦ, ଏହି ସମସ୍ତ ସହାବସ୍ଥାନ ସୁଗମତା ଏବଂ ବ୍ୟବସାୟ ସୁଗମତାକୁ ସୁଦୃଢ଼ କରିବାକୁ ଯାଉଛି। ବିଶେଷ କରି ଏହାର ବଡ଼ ଲାଭ ଭାରତର ଷ୍ଟାଟ-ଅପ୍ ଇକୋ ସିଷ୍ଟମକୁ ହେବ।

ସାଥୀଗଣ,

ସମୟ ସହିତ ଯେଉଁ ଦେଶ ଆଧୁନିକ ଟେକ୍ନୋଲୋଜିକୁ ଆପଣାଇ ନ ଥାଏ, ସମୟ ତାକୁ ପଛରେ ଛାଡ଼ି ଦେଇ ଆଗକୁ ଚାଲି ଯାଇଥାଏ, ଏବଂ ସେ ସେହିଠାରେ ରହି ଯାଇଥାଏ। ତୃତୀୟ ଶିଳ୍ପବିପ୍ଳବ ସମୟରେ ଭାରତ ଏହାର ଭୁକ୍ତଭୋଗୀ ହୋଇ ରହିଛି। କିନ୍ତୁ ଆଜି ଆମେ ଏହା ଗର୍ବର ସହିତ କହି ପାରିବା ଯେ ଭାରତ ଚତୁର୍ଥ ଶିଳ୍ପ ବିପ୍ଳବ, ଶିଳ୍ପ 4.0, ଆଜି ଭାରତ ଗର୍ବର ସହିତ କହି ପାରୁଛି ଯେ ହିନ୍ଦୁସ୍ତାନ ବିଶ୍ୱକୁ ପଥ ପ୍ରଦର୍ଶନ କରୁଛି। ଆଉ ମୁଁ ଏହି କଥା ପାଇଁ ଦୁଇଗୁଣ ଖୁସୀ ଯେ ଗୁଜରାଟ ମଧ୍ୟ ଏଥିରେ ଏକ ପ୍ରକାରରେ ପଥ ପ୍ରଦର୍ଶକର ଭୂମିକା ତୁଲାଇଛି।

କିଛି ସମୟ ପୂର୍ବରୁ ଏଠାରେ ଡିଜିଟାଲ ପ୍ରଶାସନକୁ ନେଇ ଗୁଜରାଟରେ ବିଗତ ଦୁଇ ଦଶକର ଅନୁଭବଗୁଡ଼ିକୁ ପ୍ରଦର୍ଶିତ କରାଗଲା। ଗୁଜରାଟ ଦେଶର ପ୍ରଥମ ରାଜ୍ୟ ଥିଲା, ଯେଉଁଠାରେ ଗୁଜରାଟ ରାଜ୍ୟ ଡାଟା ସେଂଟର (ଜିଏସଡିସି), ଗୁଜରାଟ ରାଜ୍ୟବ୍ୟାପୀ ଏରିଆ ନେଟୱର୍କ (ଜିଏସଡବ୍ଲ୍ୟୁଏଏନ), ଇ-ଗ୍ରାମକେନ୍ଦ୍ର ଏବଂ ଏଟିଭିଟି / ଜନସେବା କେନ୍ଦ୍ର ଭଳି ସ୍ତମ୍ଭକୁ ଠିଆ କରାଇଛି।

ସୁରଟ, ବର୍ଦ୍ଦୋଳି ପାଖରେ ଯେତେବେଳେ ସୁଭାଷ ବାବୁ କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ, ସେଠାରେ ସୁଭାଷ ବାବୁଙ୍କ ସ୍ମୃତିରେ କାର୍ଯ୍ୟକ୍ରମ କରାଗଲା ଏବଂ ସେହି ସମୟରେ ଇ-ବିଶ୍ୱଗ୍ରାମର ଶୁଭାରମ୍ଭ କରାଯାଇଥିଲା।

ଗୁଜରାଟର ଅନୁଭବଗୁଡ଼ିକୁ ନେଇ 2014 ପରେ ରାଷ୍ଟ୍ରୀୟ ସ୍ତରରେ ଟେକ୍ନୋଲୋଜିକୁ ପ୍ରଶାସନର ବ୍ୟାପକ ଅଂଶ କରିବାରେ ବହୁତ ସହାୟତା କରିଛି, ଧନ୍ୟବାଦ ଗୁଜରାଟ। ଏହି ଅନୁଭବ ଡିଜିଟାଲ ଇଣ୍ଡିଆ ମିଶନର ଆଧାର ଥିଲା। ଆଜି ଯେତେବେଳେ ଆମେ ପଛକୁ ଚାହିଁ ଦେଖୁଛେ, ସେତେବେଳେ ଆପଣମାନେ ଅନୁଭବ କରୁଥିବେ ଯେ ଏହି 7-8 ବର୍ଷ ମଧ୍ୟରେ ଡିଜିଟାଲ ଇଣ୍ଡିଆ ଆମ ଜୀବନକୁ କେତେ ସହଜ ଓ ସରଳ କରି ଦେଇଛି। ଏକବିଂଶ ଶତାବ୍ଦୀରେ ଯେଉଁମାନଙ୍କର ଜନ୍ମ ହୋଇଛି, ଯେଉଁମାନେ ହେଉଛନ୍ତି ଆମର ଯୁବପିଢ଼ୀ, ଯେଉଁମାନଙ୍କର ଏକବିଂଶ ଶତାବ୍ଦୀରେ ଜନ୍ମ ହୋଇଛି, ସେମାନଙ୍କ ପାଇଁ ଆଜି ଡିଜିଟାଲ ଜୀବନ ବେଶ୍ ଆରାମଦାୟକ ଲାଗୁଛି, ସେମାନଙ୍କୁ ଏକ ଫେସନ୍ ଷ୍ଟେଟମେଂଟ ଭଳି ଲାଗୁଛି।

କିନ୍ତୁ କେବଳ 8- 10 ବର୍ଷ ପୂର୍ବର ସ୍ଥିତିକୁ ମନେ ପକାନ୍ତୁ। ଜନ୍ମ ପ୍ରମାଣପତ୍ର ନେବା ପାଇଁ ଧାଡ଼ି, ବିଲ ଜମା କରିବା ପାଇଁ ଯାଉଛନ୍ତି, ତେବେ ଧାଡ଼ି, ରାଶନ ପାଇଁ ଧାଡ଼ି, ନାମଲେଖା ପାଇଁ ଲାଇନ୍, ଫଳାଫଳ ଏବଂ ସାର୍ଟିଫିକେଟ ପାଇଁ ଧାଡ଼ି, ବ୍ୟାଙ୍କରେ ଲାଇନ୍, କିନ୍ତୁ ଏହି ସମସ୍ତ ଲାଇନର ସମାଧାନ ଭାରତ ଅନ୍ ଲାଇନ୍ ହୋଇ କରିଦେଲା। ଆଜି ଜନ୍ମ ପ୍ରମାଣପତ୍ର ଠାରୁ ନେଇ ବରିଷ୍ଠ ନାଗରିକଙ୍କ ପରିଚୟ ଦେଉଥିବା ଜୀବନ ପ୍ରମାଣପତ୍ର ପର୍ଯ୍ୟନ୍ତ, ସରକାରଙ୍କର ଅଧିକାଂଶ ସେବାଗୁଡ଼ିକ ହେଉଛି ଡିଜିଟାଲ ନଚେତ୍ ପୂର୍ବରୁ ବରିଷ୍ଠ ନାଗରିକଙ୍କୁ ବିଶେଷ କରି ପେନସନ୍ ଧାରୀମାନଙ୍କୁ ଯାଇ କହିବାକୁ ପଡ଼ୁଥିଲା ଯେ ମୁଁ ଜୀବିତ ଅଛି। ଯେଉଁ କାର୍ଯ୍ୟ ପାଇଁ କେବେ ଅନେକ- ଅନେକ ଦିନ ଲାଗି ଯାଉଥିଲା, ତାହା ଆଜି କିଛି ମୁହୂର୍ତ ମଧ୍ୟରେ ହୋଇ ଯାଉଛି।

ସାଥୀଗଣ,s

ଆଜି ଡିଜିଟାଲ ଶାସନର ଏକ ଉନ୍ନତ ଭିତିଭୂମି ଭାରତରେ ରହିଛି। ଜନଧନ- ମୋବାଇଲ ଏବଂ ଆଧାର, ଜିଇଏମ, ଏହାର ତ୍ରିଶକ୍ତିକୁ ଦେଶର ଗରିବ ଏବଂ ମଧ୍ୟମ ବର୍ଗଙ୍କୁ ସବୁଠାରୁ ଅଧିକ ଲାଭ ହୋଇଛି। ଏହାଦ୍ୱାରା ଯେଉଁ ସୁବିଧା ମିଳିଛି ଆଉ ଯେଉଁ ପାରଦର୍ଶିତା ଆସିଛି, ତାହାଦ୍ୱାରା ଦେଶର କୋଟି- କୋଟି ପରିବାରଙ୍କର ଅର୍ଥ ସଂଚୟ ହୋଇଛି । 8 ବଷ ପୂର୍ବରୁ ଇଂଟରନେଟ ଡାଟା ପାଇଁ ଯେତେ ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିଲା, ତାହାଠାରୁ ବହୁତ କମ୍ ଗୁଣ ଅର୍ଥାତ ଏକ ପ୍ରକାରରେ ଅତି ନଗଣ୍ୟ, ସେହି ମୂଲ୍ୟରେ ଆଜି ତା’ଠାରୁ ଉନ୍ନତ ଡାଟା ସୁବିଧା ମିଳୁଛି। ପୂର୍ବରୁ ବିଲ୍ ଦେବା ପାଇଁ କେଉଁଠାରେ ଆବେଦନ କରିବା ପାଇଁ, ସଂରକ୍ଷଣ ପଇଁ, ବ୍ୟାଙ୍କ ସହିତ ଜଡିତ କାର୍ଯ୍ୟ ହେଉ, ଏଭଳି ସେବା ପାଇଁ ଅଫିସ -ଅଫିସ ବୁଲିବାକୁ ପଡୁଥିଲା। ରେଳ ଟିକଟ ସଂରକ୍ଷଣ କରିବାର ଅଛି ଆଉ ଗାଁରେ ରହୁଛନ୍ତି ତେଣୁ ସଂମ୍ପର୍ଣ୍ଣ ଦିନଟିଏ ନଷ୍ଟ କରି ସହରକୁ ଯିବାକୁ ପହୁଥିଲା, 100-200 ଟଙ୍କା ବସ୍ ଭଡା ବାବଦରେ ଖର୍ଚ୍ଚ କରିବାକୁ ପଡୁଥିଲା, ଆଉ ପୁଣି ଲାଇନ ଲାଗୁଥିଲା ରେଳ ଟିକଟ ସଂରକ୍ଷଣ ପାଇଁ। ଆଜି ସେ ସାଧାରଣ ସେବା କେନ୍ଦ୍ରକୁ ଯାଉଛି ଆଉ ସେଠାରେ ତାର ସବୁ କିଛି, ସେଠାରେ ସେ କୃଷି ସେବା ଭଳି ଫୌଜ ଦେଖୁଛି। ଆଉ ସେଠାରେ ତାହାର କାର୍ଯ୍ୟ ହୋଇଯାଉଛି, ଗାଁରେ ହିଁ ତାହାର କାର୍ଯ୍ୟ ହୋଇଯାଉଛି। ଆଉ ଗାଁବାଲାଙ୍କୁ ମଧ୍ୟ ଜଣା ଅଛି କେଉଁଠାରେ ଏହି ବ୍ୟବସ୍ଥା ଅଛି। ଏଥିରେ ମଧ୍ୟ ଭଡ଼ା- ଭଡ଼ାଖର୍ଚ୍ଚ, ଯିବା- ଆସିବା ଖର୍ଚ୍ଚ, ଦିନ ତମାମ ସମୟ ନଷ୍ଟ କରିବା, ସମସ୍ତ ଖର୍ଚ୍ଚରେ ଖର୍ଚ୍ଚକାଟ୍ ହୋଇଛି। ଗରିବ, ମୁଲିଆ- ଶ୍ରମିକ ମଜୁରିଆମାନଙ୍କ ପାଇଁ ତ ଏହି ସଂଚୟ ହେଉଛି ବହୁତ ବଡ଼ କଥା କାରଣ ସେମାନଙ୍କର ପୁରା ଦିନଟି ସଂଚୟ ହୋଇଯାଉଛି। ଆଉ କେବେ –କେବେ ମଧ୍ୟ ଆମେ ଶୁଣୁଥିଲେ ନା ଟାଇମ ଇଜ୍ ମନି ଅର୍ଥାତ ସମୟ ହେଉଛି ଅର୍ଥ। ଶୁଣିବାକୁ ଆଉ କହିବାବେଳେ ତ ଭଲ ଲାଗିଥାଏ କିନ୍ତୁ ଯେତେବେଳେ ତାହାର ଅନୁଭବ କଥା ଶୁଣୁଛେ, ତେବେ ହୃଦୟକୁ ଛୁଇଁ ଯାଇଥାଏ। ମୁଁ ଏବେ କାଶୀ ଯାଇଥିଲି, ତେବେ କାଶୀରେ ରାତିରେ..... ଦିନରେ ତ ଏପଟେ- ସେପଟେ ଯାଉଛି ତେବେ ଟ୍ରାଫିକ ଆଉ ଲୋକମାନଙ୍କୁ ଅସୁବିଧା ତେବେ ମୁଁ ରାତିରେ ଗୋଟାଏ – ଦେଢ଼ଟା ସମୟରେ ପ୍ଲାଟଫର୍ମକୁ ଚାଲିଗଲି ଦେଖିବା ପାଇଁ ଯେ ସେଠାକାର ଅବସ୍ଥା କିପରି ରହିଛି। କାରଣ ସେଠାକାର ଏମପି ହୋଇଥିବା ଯୋଗୁଁ କାମ ତ କରିବାର ଅଛି। ତେବେ ମୁଁ ସେଠାକାର ଯାତ୍ରୀମାନଙ୍କ ସହିତ କଥା ହେଉଥିଲି, ଷ୍ଟେସନ ମାଷ୍ଟରଙ୍କ ସହିତ କଥା ହେଉଥିଲି। କାରଣ ମୋର ଅଚାନକ ଗସ୍ତ ରହିଥିଲା, କାହାକୁ ଜଣାଇକରି ଯାଇ ନ ଥିଲି। ତେବେ ମୁଁ କହିଲି ଯେ ଭାଇ ଏ ଯେଉଁ ବନ୍ଦେ ଭାରତ ଟ୍ରେନ ଚାଲୁଛି ଆପଣଙ୍କର କ’ଣ ଅନୁଭବ ରହିଛି ଆଉ ଏଥିରେ ରହିଥିବା ବ୍ୟବସ୍ଥାଗୁଡ଼ିକ ଆପଣଙ୍କୁ କିପରି ଲାଗୁଛି... ଆରେ କହିଲେ ସାହାବ ଏତେ ଦାବି ହେଉଛି ଯେ ଆମପାଇଁ ଟ୍ରେନର ଅଭାବ ପଡ଼ୁଛି। ମୁଁ କହିଲି ଯେ ସେ ଟ୍ରେନ ତ ଟିକେ ମହଙ୍ଗା ଅଛି, ସେଥିରେ ତ ଟିକେଟର ଦାମ୍ ଅଧିକ ଲାଗୁଛି, ସେଥିରେ ଲୋକମାନେ କାହିଁକି ଯାଉଛନ୍ତି। କହିଲେ ସାହାବ, ଏଥିରେ ଶ୍ରମିକ ଲୋକମାନେ ସବୁଠାରୁ ଅଧିକ ଯାଉଛନ୍ତି, ଗରିବ ଲୋକମାନେ ସବୁଠାରୁ ଅଧିକ ଯାଉଛନ୍ତି। ମୁଁ କହିଲି କେମିତି ଭାଇ! ମୋ ପାଇଁ ଏହା ଆଶ୍ଚର୍ଯ୍ୟଚକିତ କରିବା ଭଳି କଥା ଥିଲା। କହିଲେ ଦୁଇଟି କାରଣରୁ ଯାଉଛନ୍ତି। ପ୍ରଥମ- କହିଲେ ବନ୍ଦେ ଭାରତ ଟ୍ରେନରେ ଏତେ ପରିମାଣରେ ସ୍ଥାନ ରହିଛି ଯେ ନିଜର ଜିନିଷପତ୍ର ଉଠାଇ ନେଇ ଯାଇ ପାରୁଛନ୍ତି ରଖିବା ପାଇଁ ସ୍ଥାନ ମିଳିଯାଉଛି। ଗରିବଙ୍କର ନିଜର ଏକ ହିସାବ ରହିଛି। ଆଉ ଦ୍ୱିତୀୟଟି ହେଉଛି- ସମୟ, ଯିବାରେ ଚାରି ଘଂଟା ସମୟ ବଂଚି ଯାଉଛି ତେବେ ସେଠାରେ ତୁରନ୍ତ କାମରେ ଲାଗି ପଡ଼ୁଛନ୍ତି, ତେବେ ଛଅ- ଆଠ ଘଂଟାରେ ଯେଉଁ ରୋଜଗାର ହେଉଛି, ତେଣୁ ଟିକେଟ ତା’ଠାରୁ ମଧ୍ୟ କମରେ ହୋଇ ଯାଉଛି। ସମୟ ହେଉଛି ଅର୍ଥ, କିପରି ଭାବେ ଗରିବ ହିସାବ କରିଥାଏ, ବହୁତ ପଢ଼ାଲେଖା ଶିଖିଥିବା ଲୋକଙ୍କୁ ମଧ୍ୟ ଏହି ବିଷୟରେ କମ୍ ଜ୍ଞାନ ରହିଥାଏ।

ସାଥୀଗଣ,

ସଞ୍ଜିବନୀ ଭଳି ଟେଲି ପରାମର୍ଶର ଯେଉଁ ସେବା ଶୁଭାରମ୍ଭ କରାଯାଇଛି। ମୋବାଇଲ ଫୋନ ଦ୍ୱାରା ବଡ଼- ବଡ଼ ହାସ୍ପାତାଳ, ବଡ଼- ବଡ଼ ଡାକ୍ତରମାନଙ୍କ ସହିତ ପ୍ରାଥମିକ ଭାବେ ସମସ୍ତ ଜିନିଷ ପୂରଣ ହୋଇ ଯାଇଥାଏ। ଆଉ ଏହା ମାଧ୍ୟମରେ ଏ ପର୍ଯ୍ୟନ୍ତ 3 କୋଟିରୁ ଅଧିକ ଲୋକ ଘରେ ବସିକରି ହିଁ ନିଜ ମୋବାଇଲରୁ ଭଲରୁ ଅତି ଭଲ ହସ୍ପିଟାଲରେ, ଭଲରୁ ଅତି ଭଲ ଡାକ୍ତରଙ୍କ ସହିତ ପରାମର୍ଶ କରିଛନ୍ତି। ଯଦି ସେମାନଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥାଆନ୍ତା ତେବେ ଆପଣମାନେ କଳ୍ପନା କରନ୍ତୁ କେତେ ଅସୁବିଧା ହୋଇଥାଆନ୍ତା, କେତେ ଖର୍ଚ୍ଚ ହୋଇ ଥାଆନ୍ତା। ଏ ସମସ୍ତ ଜିନିଷ ଡିଜିଟାଲ ଇଣ୍ଡିଆ ସେବା କାରଣରୁ ଆବଶ୍ୟକତା ପଡ଼ିଲା ନାହିଁ।

ସାଥୀଗଣ,

ସବୁଠାରୁ ବଡ଼ କଥା ହେଲା, ଏହାଦ୍ୱାରା ଯେଉଁ ପାରଦର୍ଶିତା ଆସିଛି, ତାହା ଗରିବ ଏବଂ ମଧ୍ୟମବର୍ଗଙ୍କୁ ଅନେକ ସ୍ତରରେ ଚାଲୁ ରହିଥିବା ଭ୍ରଷ୍ଟାଚାରରୁ ମୁକ୍ତି ଦେଇଛି। ଆମେ ସେହି ସମୟ ଦେଖିଛୁ ଯେତେବେଳେ କି ଉତ୍କୋଚ ନ ଦେଇ କୌଣସି ମଧ୍ୟ ସୁବିଧା ହାସଲ କରିବା କଷ୍ଟକର ଥିଲା। ଡିଜିଟାଲ ଇଣ୍ଡିଆ ସାଧାରଣ ପରିବାରଙ୍କର ଏହି ଅର୍ଥ ମଧ୍ୟ ସଂଚୟ କରିଛି। ଡିଜିଟାଲ ଇଣ୍ଡିଆ, ମଧ୍ୟସ୍ଥିଙ୍କର ନେଟୱର୍କକୁ ମଧ୍ୟ ସମାପ୍ତ କରୁଛି।

ଆଉ ମୋର ମନେଅଛି ଥରେ ବିଧାନସଭାରେ ଚର୍ଚ୍ଚା ହୋଇଥିଲା, ଆଜି ଏହି ଚର୍ଚ୍ଚାକୁ ମନେ ପକାଇବି ତ ମୋତେ ଲାଗୁଛି ଯେ,ବିଧାନସଭାରେ ଏଭଳି ଚର୍ଚ୍ଚା ହୋଇଥିଲା। କିଛି ପତ୍ରକାର ସବୁକିଛି ଖୋଜିଦେବେ। ବିଷୟ ଏଭଳି ଥିଲା ଯେ, ଯେଉଁ ବିଧବା ଭତା ମିଳୁଛି ତେବେ ସେହି ସମୟରେ ମୁଁ କହିଥିଲି ଯେ ଗୋଟିଏ କାମ କର ଭାଇ, ପୋଷ୍ଟ ଅଫିସ୍ରେ ଖାତା ଖୋଲି ଦିଅନ୍ତୁ ଆଉ ସେଠାରେ ତାଙ୍କର ଫଟୋ ରହୁ ଆଉ ଏହିସବୁ ବ୍ୟବସ୍ଥା ରହୁ ଆଉ ପୋଷ୍ଟ ଅଫିସକୁ ଯାଇ ଯେଉଁ ବିଧବା ଭଉଣୀ ଅଛନ୍ତି ସେମାନଙ୍କୁ ଭତା ମିଳିଯାଉ। ହଙ୍ଗାମା ହୋଇଗଲା, ଝଡ଼ତୋଫାନ ଆସିଗଲା, ମୋଦି ସାହେବ ଆପଣ କ’ଣ କହୁଛନ୍ତି ବିଧବା ଭଉଣୀମାନେ କିପରି ଘରୁ ବାହାରି ପାରିବେ? ସେମାନେ ବ୍ୟାଙ୍କ ଅବା ପୋଷ୍ଟ ଅଫସକୁ କିପରି ଯାଇ ପାରିବେ, ସେମାନଙ୍କୁ ପଇସା ମିଳିବ କିପରି, ସମସ୍ତେ ଭିନ୍ନ- ଭିନ୍ନ ପ୍ରକାରରେ ଭାଷଣରେ ଆପଣ ଦେଖିବେ ତ ମଜା ଆସିଯିବ ଏପରି କହିଥିଲେ। ମୁଁ ସେତେବେଳେ କହିଲି ଯେ ମୋତେ ତ ଏହି ରାସ୍ତାରେ ଯିବାକୁ ହିଁ ଅଛି ଆପଣମାନେ ସାହାଯ୍ୟ କରିବେ ଯଦି ତ ଭଲ କଥା। ନ କରିବେ କିନ୍ତୁ ଆମେ ତ ଗଲୁ କାରଣ ଜନତା ସାହାଯ୍ୟ କରିଛନ୍ତି ନା? କିନ୍ତୁ ଏମାନେ ହଙ୍ଗାମା କାହିଁକି କରୁଥିଲେ ସାହେବ, ସେମାନଙ୍କୁ ବିଧବାମାନଙ୍କର ଚିନ୍ତା ନ ଥିଲା, ଯେତେବେଳେ ମୁଁ ପୋଷ୍ଟ ଅଫିସ୍ରେ ଫଟୋ, ପରିଚୟର ସମସ୍ତ ପ୍ରକାରର ବ୍ୟବସ୍ଥା କରାଇଲି, ସେତେବେଳେ ଡିଜିଟାଲ ଦୁନିଆ ଏତେ ଆଗକୁ ବଢ଼ି ନ ଥିଲା। ଆପଣମାନଙ୍କୁ ଆଶ୍ଚର୍ଯ୍ୟ ହେବ ଯେ ଅନେକ ବିଧବା ଏଭଳି ମିଳିଲେ ଯେଉଁମାନଙ୍କର ଝିଅ ଜନ୍ମ ହିଁ ହୋଇ ନ ଥିଲା ଆଉ ବିଧବା ହୋଇ ଯାଇଥିଲେ ଆଉ ଖାତାକୁ ଭତା ଯାଉଥିଲା। ଏହା କାହାର ଖାତାକୁ ଯାଉଥିବ ଏହିକଥା ଆପଣମାନେ ବୁଝିଯିବେଣି। ତେବେ ପୁଣି କେଳାହଳ ହେବ କି ହେବ ନାହିଁ। ଏଭଳି ସମସ୍ତ ଗଳି ରାସ୍ତାକୁ ବନ୍ଦ କରି ଦିଆଗଲେ କଷ୍ଟ ତ ହେବ ହିଁ। ଆଜି ଟେକ୍ନୋଲୋଜିର ଉପଯୋଗ କରି ସିଧାସଳଖ ନଗଦ ହସ୍ତାନ୍ତର ମାଧ୍ୟମରେ (ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର) ବିଗତ ୮ ବର୍ଷ ମଧ୍ୟରେ ୨୩ ଲକ୍ଷ କୋଟିରୁ ଅଧିକ ଟଙ୍କା ସିଧାସଳଖ ହିତାଧିକାରୀମାନଙ୍କର ବ୍ୟାଙ୍କ ଖାତାକୁ ପଠାଯାଇଛି। ଏହି ଟେକ୍ନୋଲୋଜି କାରଣରୁ ଦେଶର 2 ଲକ୍ଷ 23 ହଜାର କୋଟି ଟଙ୍କା ଅର୍ଥାତ ପ୍ରାୟତଃ ଦୁଇ ଲକ୍ଷ ପଚିଶ ହଜାର ଟଙ୍କା ଯାହାକି ଅନ୍ୟ କୌଣସି ଲୋକଙ୍କ ପାଖକୁ, ଭୁଲ ଲୋକଙ୍କ ହାତକୁ ଯାଉଥିଲା, ତାହା ବଂଚିଗଲା, ବନ୍ଧୁଗଣ।

ସାଥୀଗଣ,

ଡିଜିଟାଲ ଇଣ୍ଡିଆ ଅଭିଯାନ ଯେଉଁ ଏକ ବହୁତ ବଡ଼ କାର୍ଯ୍ୟ କରିଛି, ତାହା ହେଉଛି ସହର ଏବଂ ଗ୍ରାମ ମଧ୍ୟରେ ରହିଥିବା ପ୍ରଭେଦ, ଦୂରତାକୁ କମ୍  କରିବାର କାର୍ଯ୍ୟ। ଆମର ମନେଥିବ, ସହରମାନଙ୍କରେ ସେତେବେଳେ କିଛି ମଧ୍ୟ ସୁବିଧା ରହିଥିଲା, ଗାଁର ଲୋକମାନଙ୍କ ପାଇଁ ପରିସ୍ଥିତି ଆହୁରି ମଧ୍ୟ କଷ୍ଟସାଧ୍ୟ ପୂର୍ଣ୍ଣ ରହିଥିଲା। ଗାଁ ଏବଂ ସହରରର ବ୍ୟବଧାନ ଦୂର ହେବ, ଏହାର ମଧ୍ୟ କଳ୍ପନା କେହି କରି ପାରି ନ ଥିଲେ। ଗାଁରେ ଛୋଟରୁ ଅତି ଛୋଟ ସୁବିଧା ପାଇଁ ମଧ୍ୟ ଆପଣଙ୍କୁ ବ୍ଲକ, ତହସିଲ କିମ୍ବା ଜିଲ୍ଲା ମୁଖ୍ୟାଳୟର ଅଫିସ ଚାରିପଟେ ଚକ୍କର କାଟିବାକୁ ପଡ଼ୁଥିଲା। ଏଭଳି ସମସ୍ତ ଅସୁବିଧାଗୁଡ଼ିକୁ ମଧ୍ୟ ଡିଜିଟାଲ ଇଣ୍ଡିଆ ଅଭିଯାନ ସହଜ କରିଛି ଆଉ ସରକାରଙ୍କୁ ନାଗରିକମାନଙ୍କ ଦ୍ୱାରରେ, ତା’ଗାଁ, ଘର ଆଉ ତାହାର ହାତରେ ଫୋନରେ ଆଣି ଠିଆ କରି ଦେଇଛି।

ଗାଁମାନଙ୍କରେ ହଜାର- ହଜାର ସରକାରୀ ସେବାଗୁଡ଼ିକ ଡିଜିଟାଲ ରୂପରେ ଦେବା ପାଇଁ ବିଗତ 8 ବର୍ଷରେ 4 ଲକ୍ଷରୁ ଅଧିକ ନୂତନ ସାଧାରଣ ସେବା କେନ୍ଦ୍ର ସାମିଲ କରାଯାଇ ସାରିଛି। ଆଜି ଗାଁର ଲୋକମାନେ, ଏହି କେନ୍ଦ୍ରମାନଙ୍କରୁ ଡିଜିଟାଲ ଇଣ୍ଡିଆର ଲାଭ ପାଇ ପାରୁଛନ୍ତି।

ମୁଁ ଦାହୋଦ ଆସିଥିଲି ତେବେ ଦାହୋଦରେ ମୋର ଆଦିବାସୀ ଭାଇମାନେ- ଭଉଣୀମାନଙ୍କ ସହିତ ସାକ୍ଷାତ ହେଲା। ସେଠାରେ ଦୁଇଜଣ ଦିବ୍ୟାଙ୍ଗ ସ୍ୱାମୀ -ସ୍ତ୍ରୀ ଥିଲେ। 30- 32 ବର୍ଷ ବୟସର ହୋଇଥିବେ, ସେମାନେ ମୁଦ୍ରା ଯୋଜନା ମାଧ୍ୟମରେ ପଇସା ନେଲେ, ଅଳ୍ପ-ବହୁତ କରି କମ୍ପ୍ୟୁଟର ଶିଖିଲେ, ଆଉ ସ୍ୱାମୀ- ସ୍ତ୍ରୀ କମନ୍ ସର୍ଭିସ୍ ସେଂଟର ଆରମ୍ଭ କଲେ, ଦାହୋଦର ଆଦିବାସୀ ଅଂଚଳର ଗୋଟିଏ ଛୋଟିଆ ଗାଁରେ। ସେହି ଭାଇ ଆଉ ତାଙ୍କର ପତ୍ନୀ ମୋ ସହିତ ସାକ୍ଷାତ କଲେ ତ ସେମାନେ ମୋତେ କହିଲେ ଯେ ସାହେବ, ମୋର ହାରାହାରି ମାସିକ ଆୟ ହେଉଛି ପ୍ରାୟ 28,000 ଟଙ୍କା, ଗାଁର ଲୋକମାନେ ଏବେ ମୋ ଠାରୁ ଏହି ସେବା ପ୍ରାପ୍ତ କରୁଛନ୍ତି। ଡିଜିଟାଲ ଇଣ୍ଡିଆର ଶକ୍ତି ଦେଖନ୍ତୁ ଭାଇ ଲକ୍ଷେ ପଚିଶ ହଜାରରୁ ମଧ୍ୟ ଅଧିକ ସାଧାରଣ ସେବା କେନ୍ଦ୍ର ଗ୍ରାମୀଣ କ୍ଷେତ୍ରରେ, ଏବେ ଇ-କମର୍ସକୁ ମଧ୍ୟ ଗ୍ରାମୀଣ ଭାରତ ପର୍ଯ୍ୟନ୍ତ ନେଇ ଯାଉଛନ୍ତି।

ଆଉ ଏକ ଅନୁଭବ, ବ୍ୟବସ୍ଥାଗୁଡ଼ିକର କିପରି ଭାବେ ଲାଭ ନିଆ ଯାଇ ପାରେ। ମୋର ମନେଅଛି ଯେତେବେଳେ ମୁଁ ଏଠାରେ ଗୁଜରାଟରେ ଥିଲି ସେତେବେଳେ କୃଷକମାନଙ୍କୁ ବିଜୁଳିର ବିଲ୍ ପଇଠ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା, ବିଲ ସଂଗ୍ରହ କରିବାର ସ୍ଥାନ ସଂଖ୍ୟା 800- 900 ଥିଲା। ବିଳମ୍ବ ହେବ ତେବେ ନିୟମ ଅନୁସାରେ ବିଜୁଳିର ସଂଯୋଗ ବିଚ୍ଛିନ୍ନ କରି ଦିଆ ଯାଉଥିଲା, କଟିଗଲେ ତ ପୁଣି ଥରେ ନୂତନ ଭାବେ ସଂଯୋଗ ନେବାକୁ ପଡ଼ୁଥିଲା ପୁଣିଥରେ ଅର୍ଥ ଦେବାକୁ ପଡ଼ୁଥିଲା। ଆମେ ସେହି ସମୟରେ ଭାରତ ସରକାରଙ୍କୁ ବିନତୀ କଲୁ, ଅଟଳ ମହାଶୟଙ୍କ ସରକାର ଥିଲେ, ଅନୁରୋଧ କଲୁ ଯେ ଏହାକୁ ପୋଷ୍ଟ ଅଫିସ୍ରେ ଚାଲୁ କରି ଦିଅନ୍ତୁ ନା, ବିଜୁଳିର ବିଲ୍ ଆମର ପୋଷ୍ଟ ଅଫିସ୍ରେ ନେବାକୁ ଆରମ୍ଭ କରିଦେବେ ଏଭଳି କରି ଦିଅନ୍ତୁ, ଅଟଳ ମହାଶୟ ମୋ କଥା ମାନିଲେ ଆଉ ଗୁଜରାଟରେ କୃଷକମାନଙ୍କୁ ସମସ୍ୟାରୁ ମୁକ୍ତି ମିଳି ଗଲା, ବ୍ୟବସ୍ଥା ଗୁଡ଼ିକର ଉପଯୋଗ କେଉଁଭଳି ଭାବେ କରାଯାଇ ପାରିବ ଏଭଳି ଏକ ପ୍ରୟୋଗ ମୁଁ ଦିଲ୍ଲୀକୁ ଯାଇ ଆରମ୍ଭ କଲି, ଅଭ୍ୟାସ ଯିବ ନାହିଁ, କାରଣ ଆମେ ହେଉଛୁ ଅହମ୍ମଦାବାଦୀ ଲୋକ, ସିଙ୍ଗଲ ଭଡାରେ ଡବଲ ଯାତ୍ରାର ଅଭ୍ୟାସ ପଡ଼ି ଯାଇଛି, ଏଥିପାଇଁ ରେଳବାଇର ନିଜସ୍ୱ ୱାଇଫାଇ, ବହୁତ ଦୃଢ ନେଟୱର୍କ ଅଛି। ତେବେ ସେହି ସମୟରେ ଆମର ରେଳମନ୍ତ୍ରୀଙ୍କୁ ମୁଁ କହିଲି, ଏହି 2019 ନିର୍ବାଚନ ପୂର୍ବର କଥା। ମୁଁ ସେମାନଙ୍କୁ କହିଲି ଯେ ରେଲବାଇର ଯେଉଁ ପ୍ଲାଟଫର୍ମ ରହିଛି ସେଗୁଡ଼ିକରେ ୱାଇଫାଇ ମାଗଣା କରି ଦିଅନ୍ତୁ। ଆଉ ଯଦି ଆଖପାଖର ପିଲାମାନଙ୍କୁ ସେଠାରେ ଆସି ପଢ଼ିବାର ଅଛି ତେବେ ଆସନ୍ତୁ ଆଉ ସେମାନଙ୍କୁ ଯୋଗାଯୋଗ ମିଳିଯାଉ ଆଉ ସେମାନଙ୍କର ଯାହାକିଛି ପଢ଼ିବାକୁ, ଲେଖିବାକୁ ଅଛି କରନ୍ତୁ, ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ମୁଁ ଥରେ ଭର୍ଚୁଆଲ ମାଧ୍ୟମରେ କିଛି ବିଦ୍ୟାର୍ଥୀମାନଙ୍କ ସହିତ କଥା ହେଉଥିଲି। ବହୁତ ଲୋକ ରେଲୱେ ପ୍ଲାଟଫର୍ମରେ ମାଗଣା ୱାଇଫାଇ ସାହାଯ୍ୟରେ ପ୍ରତିଯୋଗିତା ମମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ଆଉ ପାସ୍ ହେଉଥିଲେ, କୋଚିଂ କ୍ଲାସକୁ ଯିବାକୁ ନ ଥିଲା, ଖର୍ଚ୍ଚ କରିବାକୁ ନାହିଁ, ଘର ଛାଡ଼ିବାକୁ ନାହିଁ, ଆମକୁ କେବଳ ପଡ଼ୁ, କେବଳ ଆମକୁ ହାତ ଖର୍ଚ୍ଚ ମିଳୁ ଆଉ ପଢ଼ିବାର ସୁବିଧା, ରେଲୱେ ପ୍ଲାଟଫର୍ମର ଉପଯୋଗ ଡିଜିଟାଲ ଇଣ୍ଡିଆର ଶକ୍ତିକୁ ଦେଖନ୍ତୁ ବନ୍ଧୁଗଣ।

ପିଏମ ସ୍ୱାମିତ୍ୱ ଯୋଜନା, ବୋଧହୁଏ ସହରର ଲୋକମାନଙ୍କର ଧ୍ୟାନ ଏହି ଦିଗକୁ ବହୁତ କମ୍ ଯାଇଥିବ। ପ୍ରଥମ ଥର ସହରଗୁଡ଼ିକ ପରି ଗାଁ ଘରଗୁଡ଼ିକର ମ୍ୟାପିଂ ଏବଂ ଡିଜିଟାଲ ଆଇନଗତ ଦସ୍ତାବେଜ ଗ୍ରାମୀଣଙ୍କୁ ଦେବାର କାର୍ଯ୍ୟ ଚାଲୁ ରହିଛି। ଡ୍ରୋନ ଗାଁ ମଧ୍ୟକୁ ଯାଇ ପ୍ରତ୍ୟେକ ଘର ଉପରୁ ମ୍ୟାପିଂ କରୁଛି, ମ୍ୟାପ୍ ପ୍ରସ୍ତୁତ କରୁଛି, ସେ ବୁଝିଯାଉଛି, ତାଙ୍କୁ ପ୍ରମାଣପତ୍ର ମିଳୁଛି, ଏବେ ତାଙ୍କର କୋର୍ଟ କଚେରୀର ସମସ୍ତ ଝାମେଲା ବନ୍ଦ, ଏହା ହେଉଛି ଡିଜିଟାଲ ଇଣ୍ଡିଆର କାରଣ। ଡିଜିଟାଲ ଇଣ୍ଡିଆ ଅଭିଯାନ ଦେଶରେ ବୃହତ ସଂଖ୍ୟାରେ ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି କରିଛି।

ସାଥୀଗଣ,

ଡିଜିଟାଲ ଇଣ୍ଡିଆର ଏକ ବହୁତ ବଡ଼ ସମ୍ବେଦନଶୀଳ ଦିଗ ମଧ୍ୟ ରହିଛି, ଯାହାର ସେତିକି ଚର୍ଚ୍ଚା ବୋଧହୁଏ ସେତେ ଅଧିକ ହୋଇ ନ ଥାଏ। ଡିଜିଟାଲ ଇଣ୍ଡିଆ ଦ୍ୱାରା ହଜି ଯାଇଥିବା ଅନେକ ପିଲାମାନଙ୍କୁ କିଭଳି ନିଜ ପରିବାର ପର୍ଯ୍ୟନ୍ତ ପହଂଚାଇଛି ଏହା ଜାଣିଲେ ଆପଣମାନଙ୍କ ହୃଦୟକୁ ଛୁଇଁଯିବ। ଏବେ ମୁଁ, ଆଉ ମୋର ଆପଣମାନଙ୍କୁ ଅନୁରୋଧ ରହିଛି ଏଠାରେ ଯେଉଁ ଡିଜିଟାଲର ପ୍ରଦର୍ଶନୀ ଲାଗିଛି ଆପଣମାନେ ନିଶ୍ଚିତ ଭାବେ ଦେଖନ୍ତୁ। ଆପଣମାନେ ତ ଦେଖନ୍ତୁ, ଆପଣମାନଙ୍କର ପିଲାମାନଙ୍କୁ ଆଉ ଥରେ ନେଇ ଆସନ୍ତୁ। ଦୁନିଆ କିପରି ପରିବର୍ତିତ ହେଉଛି, ସେଠାକୁ ଯାଇ ଦେଖିବେ ତ ଜଣା ପଡ଼ିବ। ସେଠାରେ ମଧ୍ୟ ଗୋଟିଏ ଝିଅ ସହିତ ସାକ୍ଷାତ କରିବାକୁ ମିଳିଲା। ସେ ଝିଅ 6 ବର୍ଷର ଥିଲା, ସେ ନିଜ ପରିବାର ଠାରୁ ହଜି ଯାଇଥିଲା। ରେଲୱେ ପ୍ଲାଟଫର୍ମରେ ମାଆଙ୍କ ହାତ ଛାଡ଼ି ହୋଇଗଲା, ସେ ଆଉ କୌଣସି ଟ୍ରେନରେ ବସିଗଲା। ମାଆ- ବାପାଙ୍କ ବିଷୟରେ ବେଶି କିଛି କହି ପାରୁ ନ ଥିଲା। ତା’ପରିବାରଙ୍କୁ ଖୋଜିବା ପାଇଁ ବହୁତ ଚେଷ୍ଟା ହେଲା କିନ୍ତୁ କାହାକୁ ସଫଳତା ମିଳିଲା ନାହିଁ। ପୁଣି ଆଧାର ଡାଟା ସହାୟତାରେ ତା’ ପରିବାରକୁ ଖୋଜିବାର ପ୍ରୟାସ ହେଲା। ସେହି ପିଲାର ଆଧାର ବାୟୋମେଟ୍ରିକ ନେଲେ ତ ତାହା ନାକଚ ହୋଇଗଲା। ଜଣା ପଡ଼ିଲା ଯେ, ପୂର୍ବରୁ ହିଁ ତାହାର ଆଧାର କାର୍ଡ ତିଆରି କରାଯାଇଛି। ସେହି ଆଧାର ବିବରଣୀ ମାଧ୍ୟମରେ ସେହି ପିଲାର ପରିବାରକୁ ଖୋଜି ବାହାର କରି ଦିଆଗଲା।

ଆପଣମାନଙ୍କୁ ଏହା ଜାଣି ଭଲ ଲାଗିବ ଯେ ଆଜି ସେହି ପିଲାଟି ନିଜର ପରିବାରର ସହିତ ନିଜର ଜୀବନ ଅତିବାହିତ କରୁଛି। ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ନିଜ ଗାଁରେ ହିଁ ପ୍ରୟାସ କରୁଛି। ଆପଣମାନଙ୍କୁ ଏହା ମଧ୍ୟ ଜାଣି ଭଲ ଲାଗିବ ଏବଂ ମୋ ପାଖରେ ଥିବା ସୂଚନା ଅନୁସାରେ ଏମତି ଅନେକ ବର୍ଷ ଧରି 500ରୁ ଅଧିକ ପିଲାଙ୍କୁ ଏହି ଟେକ୍ନୋଲୋଜିର ସହାୟତାରେ ନିଜ ପରିବାର ସହିତ ମିଶାଇ ଦିଆଯାଇଛି।

ସାଥୀଗଣ,

ବିଗତ ଆଠ ବର୍ଷରେ ଡିଜିଟାଲ ଇଣ୍ଡିଆ ଦେଶରେ ଯେଉଁ ସାମର୍ଥ୍ୟ ସୃଷ୍ଟି କରିଛି, ତାହାଦ୍ୱାରା କରୋନ ବୈଶ୍ୱିକ ମହାମାରି ମୁକାବିଲା କରିବାରେ ଭାରତକୁ ବହୁତ ସହାୟତା ମିଳିଛି। ଆପଣ କଳ୍ପନା କରିପାରିବେ ଯେ, ଯଦି ଡଜିଟାଲ ଇଣ୍ଡିଆ ଅଭିଯାନ ନ ଥାଆନ୍ତା ତେବେ 100 ବର୍ଷରେ ଆସିଥିବା ଏହି ବଡ଼ ସଙ୍କଟରେ ଦେଶରେ ଆମେ କ’ଣ କରି ପାରିଥାନ୍ତେ? ଆମେ ଦେଶର କୋଟି -କୋଟି ମହିଳାମାନଙ୍କୁ, କୃଷକମାନଙ୍କୁ, ଶ୍ରମିକଙ୍କ ବ୍ୟାଙ୍କ ଖାତାରେ ଗୋଟିଏ କ୍ଲିକରେ ହଜାର ହଜାର କୋଟି ଟଙ୍କା ସେମାନଙ୍କ ନିକଟରେ ପହଂଚାଇଲୁ, ପହଂଚାଇ ଦେଲୁ। ଏକ ଦେଶ ଏକ ରାସନ କାର୍ଡର ସହାୟତାରେ ଆମେ 80 କୋଟିରୁ ଅଧିକ ଦେଶବାସୀଙ୍କୁ ମାଗଣା ରାସନ ସୁନିଶ୍ଚିତ କରିଛୁ, ଏହା ହେଉଛି ଟେକ୍ନୋଲୋଜିର ଚମତ୍କାରିତା।

ଆମେ ଦୁନିଆର ସବୁଠାରୁ ବଡ଼ ଏବଂ ସବୁଠାରୁ ଦକ୍ଷ କୋଭିଡ଼ ଟିକାକରଣ ଏବଂ କୋଭିଡ଼ ରିଲିଫ୍ କାର୍ଯ୍ୟକ୍ରମ ଚଳାଇଲୁ। ଆରୋଗ୍ୟ ସେତୁ ଏବଂ କୋୱିନ, ଏହା ହେଉଛି ଏଭଳି ପ୍ଲାଟଫର୍ମ ସେଗୁଡ଼ିକ ମାଧ୍ୟମରେ ଏ ପର୍ଯ୍ୟନ୍ତ ପାଖାପାଖି 200 କୋଟି ଟିକା ଡୋଜ... ତାହାର ସମ୍ପୂର୍ଣ୍ଣ ରେକର୍ଡ ଉପଲବ୍ଧ ରହିଛି, କିଏ ରହିଗଲା, କେଉଁଠି ରହିଗଲା, ତାହାର ସୂଚନା ସେହି ମାଧ୍ୟମରେ ପ୍ରାପ୍ତ ହେଉଛି, ଆଉ ଆମେ ଲକ୍ଷ୍ୟ ରଖିଥିବା ବ୍ୟକ୍ତିଙ୍କ ଟିକାକରଣର କାର୍ଯ୍ୟ କରି ପାରୁଛେ। ବିଶ୍ୱରେ ଆଜି ମଧ୍ୟ ଚର୍ଚ୍ଚା ହେଉଛି ଯେ, ଟିକାକରଣର ପ୍ରମାଣପତ୍ର କିଭଳି ପାଇବା, କେତେ ଦିନ ବିତି ଯାଉଛି। ହିନ୍ଦୁସ୍ତାନରେ ସେ ଟିକା ନେଇ ବାହାରକୁ ବାହାରୁଛି, ତାହାର ମୋବାଇଲ ସାଇଟରେ ସାର୍ଟିଫିକେଟ ରହିଛି। ବିଶ୍ୱ କୋୱିନ ମାଧ୍ୟମରେ ଟିକାକରଣର ବିସ୍ତୃତ ପ୍ରମାଣପତ୍ର ସୂଚନାର ଚର୍ଚ୍ଚା କରୁଛି, ହିନ୍ଦୁସ୍ତାନରେ କିଛି ଲୋକ ସେମାନଙ୍କର କଂଟା ଏହି କଥା ଉପରକୁ ଆସି ଅଟକି ଯାଇଥିଲା, ଏହା ଉପରେ ମୋଦିର ଫଟୋ କାହିଁକି ରହିଛି। ଏତେ ବଡ଼ କାର୍ଯ୍ୟ, ସେମାନଙ୍କର ମୁଣ୍ଡ ଏହି କଥା ଉପରକୁ ଆସି ଅଟକି ଯାଇଥିଲା।

ସାଥୀଗଣ,

ଭାରତର ଡିଜିଟାଲ ଫିନଟେକ୍ ସଲ୍ୟୁସନ୍, ଆଉ ଆଜି ହେଉଛି ୟୁ- ଫିନଟେକର, ଏହା ବିଷୟରେ ମଧ୍ୟ କହିବି। କେବେ ସଂସଦ ଭିତରେ ଏହାକୁ ନେଇ ଚର୍ଚ୍ଚା ହୋଇଛି ସେଥିରେ ଦେଖିନେବେ। ଯେଉଁଥିରେ ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ମହାଶୟ ଭାଷଣ ଦେଉଥିଲେ ଯେ ସେମାନଙ୍କ ପାଖରେ ମୋବାଇଲ ଫୋନ ନାହିଁ, ଲୋକମାନେ କିଭଳି ଡିଜିଟାଲ କରିବେ। ଜଣାନାହିଁ କ’ଣ –କ’ଣ ସେ କହିଛନ୍ତି, ଆପଣ ଶୁଣିବେ ତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ବହୁତ ପଢ଼ି- ଲେଖିଥିବା ଲୋକଙ୍କର ଏହିଭଳି ଅବସ୍ଥା ହୋଇଥାଏ ଆଜ୍ଞା। ଫିନଟେକ୍ ୟୁପିଆଇ ଅର୍ଥାତ ୟୁନିଫାଏଡ଼୍ ପେମେଂଟ ଇନଟରଫେସ୍, ଆଜି ସମଗ୍ର ବିଶ୍ୱ ଏହାଦ୍ୱାରା ଆକର୍ଷିତ ହେଉଛି। ବିଶ୍ୱ ବ୍ୟାଙ୍କ ସମେତ ସମସ୍ତେ ଏହି ଉତମରୁ ଅତି ଉତମ ପ୍ଲାଟଫର୍ମ ଭାବେ ତାହାର ପ୍ରଶଂସା କରିଛନ୍ତି। ଆଉ ମୁଁ ଆପଣଙ୍କୁ କହିବି ଯେ ଏଠାରେ ପ୍ରଦର୍ଶନୀରେ ସମଗ୍ର ଫିନଟେକ୍ ଡିଭିଜନ ରହିଛି। ଏହା କିଭଳି କାର୍ଯ୍ୟ କରିଥାଏ, ତାହା ସେଠାରେ ଦେଖିବାକୁ ମିଳିବ। କେଉଁଭଳି ଭାବେ ମୋବାଇଲ ଫୋନ୍ ଦ୍ୱାରା ପେମେଂଟ କରାଯାଇଥାଏ, କିଭଳି ପଇସା ଆସିଥାଏ, ଯାଇଥାଏ, ସବୁକିଛି ଏମିତିରେ ଏଠାରେ ଆପଣମାନଙ୍କୁ ଦେଖିବାକୁ ମିଳିବ। ଆଉ ମୁଁ କହୁଛି ଏ ଯେଉଁ ଫିନଟେକର ପ୍ରୟାସ ରହିଛି ଏହା ପ୍ରକୃତ ଅର୍ଥରେ ହେଉଛି ଲୋକମାନଙ୍କ ଦ୍ୱାରା, ଲୋକମାନଙ୍କର, ଲୋକମାନଙ୍କ ପାଇଁ, ଏହାର ଉତମରୁ ଅତି ଉତମ ସମାଧାନ ରହିଛି। ଏଥିରେ ଯେଉଁ ଟେକ୍ନୋଲୋଜି ରହିଛି ତାହା ହେଉଛି ଭାରତର ନିଜସ୍ୱ, ଅର୍ଥାତ ଲୋକମାନଙ୍କ ଦ୍ୱାରା। ଦେଶବାସୀ ଏହାକୁ ନିଜ ଜୀବନର ଅଂଶ କଲେ ଅର୍ଥାତ ଲୋକମାନଙ୍କର। ଏହା ଦେଶବାସୀଙ୍କର ଦେଣ-ନେଣକୁ ସହଜ କଲା ଅର୍ଥାତ ଲୋକମାନଙ୍କ ପାଇଁ।

ଚଳିତ ବର୍ଷ ମଇ ମାସରେ ଭାରତରେ ପ୍ରତି ମିନିଟ... ଆପଣମାନେ ଗର୍ବ କରିବେ ବନ୍ଧୁଗଣ, ଭାରତରେ ପ୍ରତି ମିନିଟରେ 1 ଲକ୍ଷ 30 ହଜାରରୁ ଅଧିକ ୟୁପିଆଇ କାରବାର ହୋଇଛି। ପ୍ରତି ସେକେଣ୍ଡରେ ହାରାହାରି 2200 କାରବାର ସମ୍ପୂର୍ଣ୍ଣ ହୋଇଛି। ଅର୍ଥାତ ଏବେ ମୁଁ ଆପଣଙ୍କ ସହିତ ଯେଉଁ ଭାଷଣ କହୁଛି ଯେ ପର୍ଯ୍ୟନ୍ତ ମୁଁ  ୟୁନିଫାଏଡ଼୍ ପେମେଂଟ ଇନଟରଫେସ୍ ଏତିକି ଶବ୍ଦ କହୁଛି, ଏତିକି ସମୟ ମଧ୍ୟରେ ୟୁପିଆଇରୁ 7000 ନେଣଦେଣ ସମ୍ପୂର୍ଣ୍ଣ ହୋଇ ସାରିଛି... ମୁଁ ଯେଉଁ ଦୁଇଟି ଶବ୍ଦ କହୁଛି, ସେତିକି ସମୟରେ। ଏହି କାର୍ଯ୍ୟ ଆଜି ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ହେଉଛି।

ଆଉ ସାଥୀଗଣ, ଆପଣମାନଙ୍କୁ ଗର୍ବ ଅନୁଭବ ହେବ ଭାରତରେ କେହି କହିଥାଏ ଅପାଠୁଆ ଅଛନ୍ତି, ଅମୁକ ଅଛନ୍ତି, ସମୁକ ଅଛନ୍ତି, ଏୟା ଅଛନ୍ତି, ସେୟା ଅଛନ୍ତି, ସେହି ଦେଶର ଶକ୍ତିକୁ ଦେଖନ୍ତୁ, ମୋର ଦେଶବାସୀଙ୍କ ଶକ୍ତିକୁ ଦେଖନ୍ତୁ, ଦୁନିଆର ସମୃଦ୍ଧ ଦେଶ, ସେମାନଙ୍କ ସାମ୍ନାରେ ମୋ ଦେଶ, ଯାହାକି ବିକାଶଶୀଳ ଦେଶମାନଙ୍କ ମଧ୍ୟରେ ରହିଛି, ଦୁନିଆର ୪୦ ପ୍ରତିଶତ ଡିଜିଟାଲ ଦେଣନେଣ ଆମ ହିନ୍ଦୁସ୍ତାନରେ ହୋଇଥାଏ, ବନ୍ଧୁଗଣ।

ଏଥିରେ ମଧ୍ୟ ଭିମ୍- ୟୁପିଆଇ ଆଜି ସରଳ ଡିଜିଟାଲ ଟ୍ରାନଜାକସନ୍ର ସଶକ୍ତ ମାଧ୍ୟମ ହୋଇ ଉଭା ହୋଇଛି। ଆଉ ସବୁଠାରୁ ବଡ଼ କଥା, ଆଜି କୌଣସି ମଲ୍ ର ଭିତରେ ବଡ଼- ବଡ଼ ବ୍ରାଣ୍ଡ୍ସର ଜିନିଷ ବିକ୍ରି କରୁଥିବା ଲୋକ ପାଖରେ କାରବାର କରିବା ପାଇଁ ଯେଉଁ ଟେକ୍ନୋଲୋଜି ରହିଛି, ସେହି ଟେକ୍ନୋଲୋଜି ଆଜି ତାହା ସାମ୍ନାରେ ଫୁଟପାଥରେ ଠେଲାଗାଡ଼ି ଧରି ବିକ୍ରି କରୁଥିବା ଯେଉଁ ଲୋକ ରହିଛନ୍ତି, ଦିନକୁ 700- 800 ଟଙ୍କା ରୋଜଗାର କରିଥାଆନ୍ତି, ଏଭଳି ଶ୍ରମିକଙ୍କ ପାଖରେ ମଧ୍ୟ ସେହି ବ୍ୟବସ୍ଥା ରହିଛି, ଯାହା ବଡ଼- ବଡ଼ ମଲରେ ରହିଥିବା ଧନୀମାନଙ୍କ ପାଖରେ ରହିଛି। ନଚେତ୍ ସେହି ଦିନ ମଧ୍ୟ ଆମେ ଦେଖିଛୁ ଯେତେବେଳେ ବଡ଼- ବଡ଼ ଦୋକାନମାନଙ୍କରେ କ୍ରେଡିଟ ଏବଂ ଡେବିଟ୍ କାର୍ଡ ଚାଲୁଥିଲା, ଆଉ ଫୁଟପାଥରେ ଠେଲାଗାଡ଼ି ଧରି ବିକ୍ରି କରୁଥିବା ସାଥୀଟି, ଗ୍ରାହକଙ୍କ ପାଇଁ ଖୁଚୁରା ପଇସାର ଅନୁସନ୍ଧାନରେ ରହୁଥିଲା। ଆଉ ଏବେ ତ ମୁଁ ଦେଖୁଥିଲି ଗୋଟିଏ ଦିନ, ବିହାରର କୌଣସି, ପ୍ଲାଟଫର୍ମରେ କେହି ଜଣେ ଭିକ୍ଷା ମାଗୁଥିଲା ତେବେ ସିଏ ଡିଜିଟାଲ ପଇସା ନେଉଥିଲା। ଏବେ ଦେଖନ୍ତୁ ନା ଦୁଇ ଜଣଙ୍କ ପାଖରେ ସମାନ ଶକ୍ତି ରହିଛି, ଡିଜିଟାଲ ଇଣ୍ଡିଆର ଶକ୍ତି ରହିଛି।

ତେଣୁ ଆଜି ଦୁନିଆର ବିକଶିତ ଦେଶ ହେଉ, କିମ୍ବା ସେହି ଦେଶ ଯିଏ ଏହି ପ୍ରକାରର ଟେକ୍ନୋଲୋଜିରେ ନିବେଶ କରି ପାରିବେ ନାହିଁ, ସେମାନଙ୍କ ପାଇଁ ୟୁପିଆଇ ଭଳି ଭାରତର ଡିଜିଟାଲ ପ୍ରଡକ୍ଟ ଆଜି ଆକର୍ଷଣର କେନ୍ଦ୍ର ହୋଇଛି। ଆମର ଡିଜିଟାଲ ସମାଧାନରେ ପରିମାପକ ମଧ୍ୟ ଅଛି, ସୁରକ୍ଷିତ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ମଧ୍ୟ ଅଛି। ଆମର ଏ ଯେଉଁ ଗିଫ୍ଟ ସିଟିର କାମ ହେଉଛି ନା ମୋର ଶବ୍ଦ ତାହାକୁ ଲେଖିକରି ରଖନ୍ତୁ, ଆଉ ମୋର  2005 ଅବା 2006 ର ଭାଷଣ ମଧ୍ୟ ଅଛି, ତାହା ମଧ୍ୟ ଶୁଣିନେବେ। ସେହି ସମୟରେ ଯାହା ମୁଁ କହିଥିଲି, ଯେ ଗିଫ୍ଟ ସିଟିରେ କ’ଣ କ’ଣ ହେବାକୁ ଯାଉଛି, ଆଜି ତାହା ତୃଣମୂଳ ସ୍ତରରେ ହେଉଥିବା ଦେଖିବାକୁ ମିଳୁଛି। ଆଉ ଆଗାମୀ ଦିନରେ ଫିନଟେକ୍ ଦୁନିଆରେ ଡାଟା ନିରାପତା ବିଷୟରେ, ଆର୍ଥିକ ଜଗତରେ ଗିଫ୍ଟ ସିଟି ବହୁତ ବଡ଼ ଶକ୍ତି ହୋଇ ବିକଶିତ ହେଉଛି। ଏହା କେବଳ ଗୁଜରାଟ ନୁହେଁ, ବରଂ ସମଗ୍ର ହିନ୍ଦୁସ୍ତାନର ମାନ- ସମ୍ମାନ ଓ ଗୌରବ ହେବାକୁ ଯାଉଛି।

ସାଥୀଗଣ,

ଡିଜିଟାଲ ଇଣ୍ଡିଆ ଭବିଷ୍ୟତରେ ମଧ୍ୟ ଭାରତର ନୂତନ ଅର୍ଥବ୍ୟବସ୍ଥାର ପ୍ରମୁଖ ଆଧାର ହେଉ, ଶିଳ୍ପ 4.0ରେ ଭାରତକୁ ଅଗ୍ରଣୀ ରଖୁ, ଏଥିପାଇଁ ମଧ୍ୟ ଆଜି ଅନେକ ପ୍ରକାରର ପଦକ୍ଷେପ ନିଆଯାଉଛି, ପ୍ରୟାସ କରାଯାଉଛି। ଆଜି ଏଆଇ, ବ୍ଲକ୍ ଚେନ୍, ଏଆର-ଭିଆର, 3-ଡି ପ୍ରିଟିଂ, ଡ୍ରୋନ୍ସ, ରୋବୋଟିକ୍ସ, ସବୁଜ ଇନ୍ଧନ, ଏଭଳି ଅନେକ ନୂଆ ଯୁଗର ଉଦ୍ୟୋଗ ପାଇଁ 100ରୁ ଅଧିକ ଦକ୍ଷତା ବିକାଶର ପାଠ୍ୟକ୍ରମ ସାରା ଦେଶରେ କାର୍ଯ୍ୟକାରୀ କରାଯାଉଛି। ଆମର ପ୍ରୟାସ ହେଉଛି ଯେ ବିଭିନ୍ନ ସଂସ୍ଥାଗୁଡ଼ିକ ସହିତ ମିଶି ଆଗାମୀ 4-5 ବର୍ଷରେ 14-15 ଲକ୍ଷ ଯୁବକମାନଙ୍କୁ ଭବିଷ୍ୟତର ଦକ୍ଷତା ପାଇଁ ରିସ୍କିଲ ଏବଂ ଅପ୍ ସ୍କିଲ କରାଯାଉ, ଏହି ଦିଗରେ ଆମର ପ୍ରୟାସ ରହିଛି।

ଶିଳ୍ପ 4.0 ପାଇଁ ଆବଶ୍ୟକ ଦକ୍ଷତା ପ୍ରସ୍ତୁତ କରିବା ପାଇଁ ଆଜି ସ୍କୁଲ ସ୍ତରରେ ମଧ୍ୟ ଦୃଷ୍ଟି ଦିଆଯାଉଛି। ପ୍ରାୟ 10 ହଜାର ଅଟଳ ଟିଙ୍କରିଙ୍ଗ ଲ୍ୟାବ୍ସରେ ଆଜି 75 ଲକ୍ଷରୁ ଅଧିକ ଛାତ୍ର-ଛାତ୍ରୀ ନବସୃଜନ ଚିନ୍ତାଧାରା ଉପରେ କାର୍ଯ୍ୟ କରୁଛନ୍ତି, ଆଧୁନିକ ଟେକ୍ନୋଲୋଜି ସହିତ ପରିଚିତ ହେଉଛନ୍ତି। ଏବେ ମୁଁ ଏଠାରେ ପ୍ରଦର୍ଶନୀ ଦେଖିବାକୁ ଯାଇଥିଲି। ମୋ ମନ ଏତେ ଆନନ୍ଦିତ ହୋଇ ଉଠିଲା ଯେ ଦୂର-ସୁଦୂର ଓଡ଼ିଶାର ଝିଅ ଆସିଛନ୍ତି, ତ୍ରିପୁରାରୁ ଝିଅମାନେ ଆସିଛନ୍ତି, କିଏ ଉତରପ୍ରଦେଶର କୌଣସି ଏକ ଗାଁର ଝିଅ ହେଉ ସେମାନେ ନିଜ- ନିଜ ପ୍ରକଳ୍ପକୁ ନେଇକରି ଆସିଛନ୍ତି। 15 ବର୍ଷ, 16 ବର୍ଷ, 18 ବର୍ଷର ଝିଅମାନେ ବିଶ୍ୱର ସମସ୍ୟାଗୁଡ଼ିକର ସମାଧାନ ନେଇ କରି ଆସିଛନ୍ତି। ଆପଣମାନେ ଯେତେବେଳେ ସେହି ଝିଅମାନଙ୍କ ସହିତ କଥା ହେବେ ସେତେବେଳେ ଆପଣମାନଙ୍କୁ ଲାଗିବ ଯେ ଏମାନେ ହେଉଛନ୍ତି ମୋ ଦେଶର ଶକ୍ତି, ବନ୍ଧୁଗଣ। ଅଟଳ ଟଙ୍କରିଙ୍ଗ ଲ୍ୟାବ୍ସ ଯୋଗୁଁ ସ୍କୁଲରେ ହିଁ ଯେଉଁ ବାତାବରଣ ସୃଷ୍ଟି ହୋଇଛି, ତାହାର ପରିଣାମ ସ୍ୱରୂପ ଏହି ପିଲାମାନେ ବଡ଼- ବଡ଼ କଥାକୁ ନେଇ, ବଡ଼- ବଡ଼ ସମସ୍ୟାର ସମାଧାନକୁ ନେଇ ଆସିଛନ୍ତି। ସେ 17 ବର୍ଷର ହୋଇଥିବ, ମୁଁ ତାଙ୍କୁ ନିଜର ପରିଚୟ ପଚାରିଲି, ସେ କହିଲେ ଯେ ମୁଁ ହେଉଛି ଜଣେ ବ୍ରାଣ୍ଡ ଆମ୍ବାସଡର। ଅର୍ଥାତ ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ଆମେ; ଯେଉଁ ଉପକରଣକୁ ନେଇ କାର୍ଯ୍ୟ କରୁଛେ, ସେ ହେଉଛନ୍ତି ତାହାର ବ୍ରାଣ୍ଡ ଆମ୍ବାସଡ଼ର। ଏତେ ଆତ୍ମବିଶ୍ୱାସର ସହିତ ସେ କଥା କହୁଥିଲେ। ଅର୍ଥାତ ଏହି ସାମର୍ଥ୍ୟ ଯେତେବେଳେ ଦେଖୁଛି, ସେତେବେଳେ ବିଶ୍ୱାସ ଆହୁରି ସୁଦୃଢ଼ ହୋଇ ଯାଉଛି। ଏମାନେ ଦେଶର ସ୍ୱପ୍ନ ସାକାର କରି ରହିବେ, ସଂକଳ୍ପ ପୂରଣ କରି ରହିବେ।

ସାଥୀଗଣ,

ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ମଧ୍ୟ ଟେକ୍ନୋଲୋଜି ପାଇଁ ଜରୁରୀ ମାନସିକ ପ୍ରସ୍ତୁତି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାକୁ ଯାଉଛି। ଅଟଳ ନବୋନ୍ମେଷ କେନ୍ଦ୍ରର ଏକ ବହୁତ ବଡ଼ ନେଟୱର୍କ ସାରା ଦେଶରେ ପ୍ରସ୍ତୁତ କରାଯାଉଛି। ସେହିଭଳି ପିଏମ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ ଅର୍ଥାତ ପିଏମ ଦିଶା ଦେଶରେ ଡିଜିଟାଲ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବାର ଏକ ଅଭିଯାନ ଚାଲୁ ରହିଛି। ଏ ପର୍ଯ୍ୟନ୍ତ ସାରା ଦେଶରେ ଏହାର ୪୦ ହଜାରରୁ ଅଧିକ କେନ୍ଦ୍ର ପ୍ରତିଷ୍ଠା ହୋଇ ସାରିଛି ଆଉ 5 କୋଟିରୁ ଅଧିକ ଲୋକଙ୍କୁ ଟ୍ରେନିଂ ଦିଆ ଯାଇ ସାରିଛି।

ସାଥୀଗଣ,

 ଡିଜିଟାଲ ଦକ୍ଷତା ଏବଂ ଡିଜିଟାଲ ଭିତିଭୂମି ସହିତ ଟେକ୍ନୋଲୋଜି କ୍ଷେତ୍ରରେ ଯୁବକମାନଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବା ପାଇଁ ଅନେକ ବିବିଧ ଦିଗରେ ସଂସ୍କାର କରାଯାଉଛି। ମହାକାଶ ହେଉ, ମ୍ୟାପିଂ ହେଉ, ଡ୍ରୋନ ହେଉ, ଗେମିଙ୍ଗ ଏବଂ ଆନିମେସନ୍ ହେଉ, ଏଭଳି ଅନେକ କ୍ଷେତ୍ର ଯାହା ଭବିଷ୍ୟତର ଡିଜିଟାଲ ଟେକ୍ନୋଲୋଜିକୁ ବିସ୍ତାର ଦେବାକୁ ଯାଉଛି, ସେଗୁଡ଼ିକୁ ନବସୃଜନ ପାଇଁ ଖୋଲି ଦିଆଯାଇଛି। ଇନ୍ ସ୍ପେଶ୍ ଏବେ ମହାକାଶର ମୁଖ୍ୟାଳୟ ଅହମ୍ମଦାବାଦରେ ଖୋଲା ଯାଇଛି। ଇନ୍ ସ୍ପେଶ୍ ଏବଂ ନୂତନ ଡ୍ରୋନ ନୀତି ଭଳି ବ୍ୟବସ୍ଥା ଆଗାମୀ ବର୍ଷମାନଙ୍କରେ ଭାରତର ଟେକ୍ନୋଲୋଜିର ସାମର୍ଥ୍ୟକୁ ଏହି ଦଶକରେ ନୂତନ ଉର୍ଜ୍ଜା ଦେବ। ମୁଁ ଯେତେବେଳେ ଏଠାରେ ଇନ୍- ସ୍ପେଶ୍ ମୁଖ୍ୟାଳୟର ଉଦଘାଟନ କରିବାକୁ ଆସିଥିଲି, ଗତ ମାସରେ ତ କିଛି ପିଲାମାନଙ୍କ ସହିତ କଥାବାର୍ତା କରିଥିଲେ, ସେମାନେ ସମସ୍ତେ ସ୍କୁଲ ପିଲା ଥିଲେ, ସେମାନେ ଉପଗ୍ରହ ପଠାଇବାର ପ୍ରସ୍ତୁତି କରୁଥିଲେ... ମହାକାଶକୁ ଉପଗ୍ରହ ପଠାଇବା ଦିଗରେ ପ୍ରସ୍ତୁତି କରିଥିଲେ। ମୋତେ ସେଠାରେ ଅବଗତ କରାଯାଇଥିଲା ଯେ ଆଜାଦୀ କା ଅମୃତ ମହୋତ୍ସବ ନିମନ୍ତେ ସ୍କୁଲ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା 75 ଉପଗ୍ରହକୁ ଆକାଶକୁ ପଠାଇବାକୁ ଯାଉଛୁ, ଅନ୍ତରୀକ୍ଷକୁ ଛାଡ଼ିବାକୁ ଯାଉଛୁ। ଏହା ମୋ ଦେଶର ସ୍କୁଲ ଶିକ୍ଷାରେ ହେଉଛି ବନ୍ଧୁଗଣ।

ସାଥୀଗଣ,

ଆଜି ଭାରତରେ ସେହି ଦିଗରେ ଅଗ୍ରସର ହେଉଛି ଯେଉଁଥିରେ ନାଗରିକମାନଙ୍କୁ, ଯୋଜନାଗୁଡ଼ିକର ଲାଭ ପାଇଁ ବିଭିନ୍ନ ଦସ୍ତାବେଜ ପାଇଁ ସରକାରଙ୍କ ପାଖକୁ ଶାରୀରିକ ଭାବେ ଆସିବାର ଆବଶ୍ୟକତା ପଡ଼ିବ ନାହିଁ। ପ୍ରତ୍ୟେକ ଘରେ ପହଂଚିଥିବା ଇଂଟରନେଟ ଏବଂ ଭାରତର ଆଂଚଳିକ ଭାଷାଗୁଡ଼ିକର ବିବିଧତା ଭାରତର ଡିଜିଟାଲ ଇଣ୍ଡିଆ ଅଭିଯାନକୁ ନୂତନ ଗତି ଦେବ। ଡିଜିଟାଲ ଇଣ୍ଡିଆ ଅଭିଯାନ ଏଭଳି ନୂଆ- ନୂଆ ସୋପାନକୁ ନିଜ ସହିତ ସାମିଲ କରି ଚାଲିବ। ଡିଜିଟାଲ ସ୍ପେଶରେ ବିଶ୍ୱର ନେତୃତ୍ୱ ମାର୍ଗଦର୍ଶନ କରିବ। ଆଉ ମୁଁ ଆଜି ମୋ ପାଖରେ କମ୍ ସମୟ ଥିଲା, ମୁଁ ପ୍ରତ୍ୟେକ କଥାକୁ ଦେଖିପାରିଲି ନାହିଁ। କିନ୍ତୁ ବୋଧହୁଏ ଦୁଇ ଦିନ ମଧ୍ୟ କମ୍ ହୋଇଯିବ କାରଣ ଏଠାରେ ଏତେ କିଛି କଥା ଅଛି। ଆଉ ମୁଁ ଗୁଜରାଟର ଲୋକଙ୍କୁ କହିବି ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ଆପଣ ନିଶ୍ଚିତ ନିଜ ସ୍କୁଲ- କଲେଜର ପିଲାମାନଙ୍କୁ ଏଠାକୁ ନେଇକରି ଆସନ୍ତୁ, ଆପଣମାନେ ମଧ୍ୟ ସମୟ ବାହାର କରି ଯାଆନ୍ତୁ। ଏକ ନୂଆ ହିନ୍ଦୁସ୍ତାନ ଆପଣଙ୍କ ଆଖି ସାମ୍ନାରେ ଦୃଷ୍ଟିଗୋଚର ହେବ ଆଉ ସାଧାରଣ ମଣିଷର ଜୀବନର ଆବଶ୍ୟକତା ସହିତ ଜଡ଼ିତ ହିନ୍ଦୁସ୍ତାନ ଦେଖିବ। ଏକ ନୂତନ ବିଶ୍ୱାସ ସୃଷ୍ଟି ହେବ, ନୂତନ ସଂକଳ୍ପ ଭରିଯିବ। ଆଉ ଆଶା ଆକାଂକ୍ଷା ପୂରଣର ବିଶ୍ୱାସ ନେଇକରି ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ମଧ୍ୟ ଦେଶ ଭବିଷ୍ୟତର ଭାରତ, ଆଧୁନିକ ଭାରତ, ସମୃଦ୍ଧ ଏବଂ ସଶକ୍ତ ଭାରତ, ସେହି ଦିଗରେ ଆଗକୁ ବଢ଼ିବା ପାଇଁ ଦ୍ରୁତ ଗତିରେ ପ୍ରସ୍ତୁତି କରି ଆଗେଇ ଚାଲିଛି। ଏତେ କମ୍ ସମୟରେ ଯାହା ପ୍ରାପ୍ତ କରିଛି, ଭାରତ ପାଖରେ ପ୍ରତିଭା ଅଛି, ଭାରତର ଯୁବକମାନଙ୍କ ପାଖରେ ସାମର୍ଥ୍ୟ ଅଛି, କେବଳ ସେମାନଙ୍କୁ ସୁଯୋଗ ଆବଶ୍ୟକ। ଆଉ ଆଜି ଦେଶରେ ଏଭଳି ଏକ ସରକାର ଅଛନ୍ତି, ଯିଏ ଦେଶର ଜନତାଙ୍କ ଉପରେ ଭରସା କରୁଛନ୍ତି, ଦେଶର ଯୁବକମାନଙ୍କ ଉପରେ ଭରସା କରୁଛନ୍ତି, ଆଉ ସେମାନଙ୍କୁ ନୂତନ ପ୍ରୟୋଗ କରିବା ପାଇଁ ସୁଯୋଗ ଦେଉଛନ୍ତି ଆଉ ତାହାର ପରିଣାମ ହେଉଛି ଯେ ଦେଶ ଅନେକ ଦିଗରେ ଅଦ୍ଭୂତପୂର୍ବ ଶକ୍ତିର ସହିତ ଆଗକୁ ଅଗ୍ରସର ହେଉଛି।

ଏହି ଡିଜିଟାଲ ଇଣ୍ଡିଆ ସପ୍ତାହ ପାଇଁ ମୁଁ ଆପଣମାନଙ୍କୁ ବହୁତ- ବହୁତ ଶୁଭକାମନା ଜଣାଉଛି। ଆଗାମୀ ୨-୩ ଦିନ ପାଇଁ ବୋଧହୁଏ ଏହି ପ୍ରଦର୍ଶନୀ ଚାଲୁ ରହିବ। ଏହାର ଲାଭ ଆପଣମାନେ ନେଇ ପାରିବେ। ପୁଣିଥରେ ମୁଁ ଭାରତ ସରକାରଙ୍କ ବିଭାଗ ଗୁଡ଼ିକୁ ମଧ୍ୟ ଅଭିନନ୍ଦନ ଜଣାଉଛି ଯେ ସେମାନେ ଏତେ ଭଲଭାବେ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ମୁଁ ଆଜି ସକାଳେ ତେଲଙ୍ଗାନାରେ ଥିଲି, ପୁଣି ଆନ୍ଧ୍ର ଚାଲିଗଲି ଆଉ ପୁଣି ଏଠାରେ ଆପଣମାନଙ୍କ ଗହଣକୁ ଆସିବାର ମୋତେ ସୁଯୋଗ ମିଳିଲା। ଆଉ ଭଲ ଲାଗିଥାଏ। ଆପଣ ସମସ୍ତଙ୍କର ଉତ୍ସାହକୁ ଦେଖୁଛି, ଉଦ୍ଦୀପନାକୁ ଦେଖୁଛି, ତେବେ ଆହୁରି ଆନନ୍ଦ ଆସୁଛି। ଏହି କାର୍ଯ୍ୟକ୍ରମକୁ ଗୁଜରାଟରେ ଆୟୋଜିତ କରିଥିବାରୁ ମୁଁ ବିଭାଗକୁ ଶୁଭେଚ୍ଛା ଜଣାଉଛି ଆଉ ଏତେ ଭବ୍ୟ କାର୍ଯ୍ୟକ୍ରମ କରିବା ପାଇଁ ଅଭିନନ୍ଦନ ଜଣାଉଛି। ଆଉ ସାରା ଦେଶର ଯୁବକମାନଙ୍କ ପାଇଁ ଏହା ପ୍ରେରଣା ହୋଇ ରହିବ, ଏହି ବିଶ୍ୱାସର ସହିତ ଆପଣ ସମସ୍ତଙ୍କୁ ବହୁତ –ବହୁତ ଶୁଭକାମନା। ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum

Media Coverage

'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum
NM on the go

Nm on the go

Always be the first to hear from the PM. Get the App Now!
...
Today, India is becoming the key growth engine of the global economy: PM Modi
December 06, 2025
India is brimming with confidence: PM
In a world of slowdown, mistrust and fragmentation, India brings growth, trust and acts as a bridge-builder: PM
Today, India is becoming the key growth engine of the global economy: PM
India's Nari Shakti is doing wonders, Our daughters are excelling in every field today: PM
Our pace is constant, Our direction is consistent, Our intent is always Nation First: PM
Every sector today is shedding the old colonial mindset and aiming for new achievements with pride: PM

आप सभी को नमस्कार।

यहां हिंदुस्तान टाइम्स समिट में देश-विदेश से अनेक गणमान्य अतिथि उपस्थित हैं। मैं आयोजकों और जितने साथियों ने अपने विचार रखें, आप सभी का अभिनंदन करता हूं। अभी शोभना जी ने दो बातें बताई, जिसको मैंने नोटिस किया, एक तो उन्होंने कहा कि मोदी जी पिछली बार आए थे, तो ये सुझाव दिया था। इस देश में मीडिया हाउस को काम बताने की हिम्मत कोई नहीं कर सकता। लेकिन मैंने की थी, और मेरे लिए खुशी की बात है कि शोभना जी और उनकी टीम ने बड़े चाव से इस काम को किया। और देश को, जब मैं अभी प्रदर्शनी देखके आया, मैं सबसे आग्रह करूंगा कि इसको जरूर देखिए। इन फोटोग्राफर साथियों ने इस, पल को ऐसे पकड़ा है कि पल को अमर बना दिया है। दूसरी बात उन्होंने कही और वो भी जरा मैं शब्दों को जैसे मैं समझ रहा हूं, उन्होंने कहा कि आप आगे भी, एक तो ये कह सकती थी, कि आप आगे भी देश की सेवा करते रहिए, लेकिन हिंदुस्तान टाइम्स ये कहे, आप आगे भी ऐसे ही सेवा करते रहिए, मैं इसके लिए भी विशेष रूप से आभार व्यक्त करता हूं।

साथियों,

इस बार समिट की थीम है- Transforming Tomorrow. मैं समझता हूं जिस हिंदुस्तान अखबार का 101 साल का इतिहास है, जिस अखबार पर महात्मा गांधी जी, मदन मोहन मालवीय जी, घनश्यामदास बिड़ला जी, ऐसे अनगिनत महापुरूषों का आशीर्वाद रहा, वो अखबार जब Transforming Tomorrow की चर्चा करता है, तो देश को ये भरोसा मिलता है कि भारत में हो रहा परिवर्तन केवल संभावनाओं की बात नहीं है, बल्कि ये बदलते हुए जीवन, बदलती हुई सोच और बदलती हुई दिशा की सच्ची गाथा है।

साथियों,

आज हमारे संविधान के मुख्य शिल्पी, डॉक्टर बाबा साहेब आंबेडकर जी का महापरिनिर्वाण दिवस भी है। मैं सभी भारतीयों की तरफ से उन्हें श्रद्धांजलि अर्पित करता हूं।

Friends,

आज हम उस मुकाम पर खड़े हैं, जब 21वीं सदी का एक चौथाई हिस्सा बीत चुका है। इन 25 सालों में दुनिया ने कई उतार-चढ़ाव देखे हैं। फाइनेंशियल क्राइसिस देखी हैं, ग्लोबल पेंडेमिक देखी हैं, टेक्नोलॉजी से जुड़े डिसरप्शन्स देखे हैं, हमने बिखरती हुई दुनिया भी देखी है, Wars भी देख रहे हैं। ये सारी स्थितियां किसी न किसी रूप में दुनिया को चैलेंज कर रही हैं। आज दुनिया अनिश्चितताओं से भरी हुई है। लेकिन अनिश्चितताओं से भरे इस दौर में हमारा भारत एक अलग ही लीग में दिख रहा है, भारत आत्मविश्वास से भरा हुआ है। जब दुनिया में slowdown की बात होती है, तब भारत growth की कहानी लिखता है। जब दुनिया में trust का crisis दिखता है, तब भारत trust का pillar बन रहा है। जब दुनिया fragmentation की तरफ जा रही है, तब भारत bridge-builder बन रहा है।

साथियों,

अभी कुछ दिन पहले भारत में Quarter-2 के जीडीपी फिगर्स आए हैं। Eight परसेंट से ज्यादा की ग्रोथ रेट हमारी प्रगति की नई गति का प्रतिबिंब है।

साथियों,

ये एक सिर्फ नंबर नहीं है, ये strong macro-economic signal है। ये संदेश है कि भारत आज ग्लोबल इकोनॉमी का ग्रोथ ड्राइवर बन रहा है। और हमारे ये आंकड़े तब हैं, जब ग्लोबल ग्रोथ 3 प्रतिशत के आसपास है। G-7 की इकोनमीज औसतन डेढ़ परसेंट के आसपास हैं, 1.5 परसेंट। इन परिस्थितियों में भारत high growth और low inflation का मॉडल बना हुआ है। एक समय था, जब हमारे देश में खास करके इकोनॉमिस्ट high Inflation को लेकर चिंता जताते थे। आज वही Inflation Low होने की बात करते हैं।

साथियों,

भारत की ये उपलब्धियां सामान्य बात नहीं है। ये सिर्फ आंकड़ों की बात नहीं है, ये एक फंडामेंटल चेंज है, जो बीते दशक में भारत लेकर आया है। ये फंडामेंटल चेंज रज़ीलियन्स का है, ये चेंज समस्याओं के समाधान की प्रवृत्ति का है, ये चेंज आशंकाओं के बादलों को हटाकर, आकांक्षाओं के विस्तार का है, और इसी वजह से आज का भारत खुद भी ट्रांसफॉर्म हो रहा है, और आने वाले कल को भी ट्रांसफॉर्म कर रहा है।

साथियों,

आज जब हम यहां transforming tomorrow की चर्चा कर रहे हैं, हमें ये भी समझना होगा कि ट्रांसफॉर्मेशन का जो विश्वास पैदा हुआ है, उसका आधार वर्तमान में हो रहे कार्यों की, आज हो रहे कार्यों की एक मजबूत नींव है। आज के Reform और आज की Performance, हमारे कल के Transformation का रास्ता बना रहे हैं। मैं आपको एक उदाहरण दूंगा कि हम किस सोच के साथ काम कर रहे हैं।

साथियों,

आप भी जानते हैं कि भारत के सामर्थ्य का एक बड़ा हिस्सा एक लंबे समय तक untapped रहा है। जब देश के इस untapped potential को ज्यादा से ज्यादा अवसर मिलेंगे, जब वो पूरी ऊर्जा के साथ, बिना किसी रुकावट के देश के विकास में भागीदार बनेंगे, तो देश का कायाकल्प होना तय है। आप सोचिए, हमारा पूर्वी भारत, हमारा नॉर्थ ईस्ट, हमारे गांव, हमारे टीयर टू और टीय़र थ्री सिटीज, हमारे देश की नारीशक्ति, भारत की इनोवेटिव यूथ पावर, भारत की सामुद्रिक शक्ति, ब्लू इकोनॉमी, भारत का स्पेस सेक्टर, कितना कुछ है, जिसके फुल पोटेंशियल का इस्तेमाल पहले के दशकों में हो ही नहीं पाया। अब आज भारत इन Untapped पोटेंशियल को Tap करने के विजन के साथ आगे बढ़ रहा है। आज पूर्वी भारत में आधुनिक इंफ्रास्ट्रक्चर, कनेक्टिविटी और इंडस्ट्री पर अभूतपूर्व निवेश हो रहा है। आज हमारे गांव, हमारे छोटे शहर भी आधुनिक सुविधाओं से लैस हो रहे हैं। हमारे छोटे शहर, Startups और MSMEs के नए केंद्र बन रहे हैं। हमारे गाँवों में किसान FPO बनाकर सीधे market से जुड़ें, और कुछ तो FPO’s ग्लोबल मार्केट से जुड़ रहे हैं।

साथियों,

भारत की नारीशक्ति तो आज कमाल कर रही हैं। हमारी बेटियां आज हर फील्ड में छा रही हैं। ये ट्रांसफॉर्मेशन अब सिर्फ महिला सशक्तिकरण तक सीमित नहीं है, ये समाज की सोच और सामर्थ्य, दोनों को transform कर रहा है।

साथियों,

जब नए अवसर बनते हैं, जब रुकावटें हटती हैं, तो आसमान में उड़ने के लिए नए पंख भी लग जाते हैं। इसका एक उदाहरण भारत का स्पेस सेक्टर भी है। पहले स्पेस सेक्टर सरकारी नियंत्रण में ही था। लेकिन हमने स्पेस सेक्टर में रिफॉर्म किया, उसे प्राइवेट सेक्टर के लिए Open किया, और इसके नतीजे आज देश देख रहा है। अभी 10-11 दिन पहले मैंने हैदराबाद में Skyroot के Infinity Campus का उद्घाटन किया है। Skyroot भारत की प्राइवेट स्पेस कंपनी है। ये कंपनी हर महीने एक रॉकेट बनाने की क्षमता पर काम कर रही है। ये कंपनी, flight-ready विक्रम-वन बना रही है। सरकार ने प्लेटफॉर्म दिया, और भारत का नौजवान उस पर नया भविष्य बना रहा है, और यही तो असली ट्रांसफॉर्मेशन है।

साथियों,

भारत में आए एक और बदलाव की चर्चा मैं यहां करना ज़रूरी समझता हूं। एक समय था, जब भारत में रिफॉर्म्स, रिएक्शनरी होते थे। यानि बड़े निर्णयों के पीछे या तो कोई राजनीतिक स्वार्थ होता था या फिर किसी क्राइसिस को मैनेज करना होता था। लेकिन आज नेशनल गोल्स को देखते हुए रिफॉर्म्स होते हैं, टारगेट तय है। आप देखिए, देश के हर सेक्टर में कुछ ना कुछ बेहतर हो रहा है, हमारी गति Constant है, हमारी Direction Consistent है, और हमारा intent, Nation First का है। 2025 का तो ये पूरा साल ऐसे ही रिफॉर्म्स का साल रहा है। सबसे बड़ा रिफॉर्म नेक्स्ट जेनरेशन जीएसटी का था। और इन रिफॉर्म्स का असर क्या हुआ, वो सारे देश ने देखा है। इसी साल डायरेक्ट टैक्स सिस्टम में भी बहुत बड़ा रिफॉर्म हुआ है। 12 लाख रुपए तक की इनकम पर ज़ीरो टैक्स, ये एक ऐसा कदम रहा, जिसके बारे में एक दशक पहले तक सोचना भी असंभव था।

साथियों,

Reform के इसी सिलसिले को आगे बढ़ाते हुए, अभी तीन-चार दिन पहले ही Small Company की डेफिनीशन में बदलाव किया गया है। इससे हजारों कंपनियाँ अब आसान नियमों, तेज़ प्रक्रियाओं और बेहतर सुविधाओं के दायरे में आ गई हैं। हमने करीब 200 प्रोडक्ट कैटगरीज़ को mandatory क्वालिटी कंट्रोल ऑर्डर से बाहर भी कर दिया गया है।

साथियों,

आज के भारत की ये यात्रा, सिर्फ विकास की नहीं है। ये सोच में बदलाव की भी यात्रा है, ये मनोवैज्ञानिक पुनर्जागरण, साइकोलॉजिकल रेनसां की भी यात्रा है। आप भी जानते हैं, कोई भी देश बिना आत्मविश्वास के आगे नहीं बढ़ सकता। दुर्भाग्य से लंबी गुलामी ने भारत के इसी आत्मविश्वास को हिला दिया था। और इसकी वजह थी, गुलामी की मानसिकता। गुलामी की ये मानसिकता, विकसित भारत के लक्ष्य की प्राप्ति में एक बहुत बड़ी रुकावट है। और इसलिए, आज का भारत गुलामी की मानसिकता से मुक्ति पाने के लिए काम कर रहा है।

साथियों,

अंग्रेज़ों को अच्छी तरह से पता था कि भारत पर लंबे समय तक राज करना है, तो उन्हें भारतीयों से उनके आत्मविश्वास को छीनना होगा, भारतीयों में हीन भावना का संचार करना होगा। और उस दौर में अंग्रेजों ने यही किया भी। इसलिए, भारतीय पारिवारिक संरचना को दकियानूसी बताया गया, भारतीय पोशाक को Unprofessional करार दिया गया, भारतीय त्योहार-संस्कृति को Irrational कहा गया, योग-आयुर्वेद को Unscientific बता दिया गया, भारतीय अविष्कारों का उपहास उड़ाया गया और ये बातें कई-कई दशकों तक लगातार दोहराई गई, पीढ़ी दर पीढ़ी ये चलता गया, वही पढ़ा, वही पढ़ाया गया। और ऐसे ही भारतीयों का आत्मविश्वास चकनाचूर हो गया।

साथियों,

गुलामी की इस मानसिकता का कितना व्यापक असर हुआ है, मैं इसके कुछ उदाहरण आपको देना चाहता हूं। आज भारत, दुनिया की सबसे तेज़ी से ग्रो करने वाली मेजर इकॉनॉमी है, कोई भारत को ग्लोबल ग्रोथ इंजन बताता है, कोई, Global powerhouse कहता है, एक से बढ़कर एक बातें आज हो रही हैं।

लेकिन साथियों,

आज भारत की जो तेज़ ग्रोथ हो रही है, क्या कहीं पर आपने पढ़ा? क्या कहीं पर आपने सुना? इसको कोई, हिंदू रेट ऑफ ग्रोथ कहता है क्या? दुनिया की तेज इकॉनमी, तेज ग्रोथ, कोई कहता है क्या? हिंदू रेट ऑफ ग्रोथ कब कहा गया? जब भारत, दो-तीन परसेंट की ग्रोथ के लिए तरस गया था। आपको क्या लगता है, किसी देश की इकोनॉमिक ग्रोथ को उसमें रहने वाले लोगों की आस्था से जोड़ना, उनकी पहचान से जोड़ना, क्या ये अनायास ही हुआ होगा क्या? जी नहीं, ये गुलामी की मानसिकता का प्रतिबिंब था। एक पूरे समाज, एक पूरी परंपरा को, अन-प्रोडक्टिविटी का, गरीबी का पर्याय बना दिया गया। यानी ये सिद्ध करने का प्रयास किया गया कि, भारत की धीमी विकास दर का कारण, हमारी हिंदू सभ्यता और हिंदू संस्कृति है। और हद देखिए, आज जो तथाकथित बुद्धिजीवी हर चीज में, हर बात में सांप्रदायिकता खोजते रहते हैं, उनको हिंदू रेट ऑफ ग्रोथ में सांप्रदायिकता नज़र नहीं आई। ये टर्म, उनके दौर में किताबों का, रिसर्च पेपर्स का हिस्सा बना दिया गया।

साथियों,

गुलामी की मानसिकता ने भारत में मैन्युफेक्चरिंग इकोसिस्टम को कैसे तबाह कर दिया, और हम इसको कैसे रिवाइव कर रहे हैं, मैं इसके भी कुछ उदाहरण दूंगा। भारत गुलामी के कालखंड में भी अस्त्र-शस्त्र का एक बड़ा निर्माता था। हमारे यहां ऑर्डिनेंस फैक्ट्रीज़ का एक सशक्त नेटवर्क था। भारत से हथियार निर्यात होते थे। विश्व युद्धों में भी भारत में बने हथियारों का बोल-बाला था। लेकिन आज़ादी के बाद, हमारा डिफेंस मैन्युफेक्चरिंग इकोसिस्टम तबाह कर दिया गया। गुलामी की मानसिकता ऐसी हावी हुई कि सरकार में बैठे लोग भारत में बने हथियारों को कमजोर आंकने लगे, और इस मानसिकता ने भारत को दुनिया के सबसे बड़े डिफेंस importers के रूप में से एक बना दिया।

साथियों,

गुलामी की मानसिकता ने शिप बिल्डिंग इंडस्ट्री के साथ भी यही किया। भारत सदियों तक शिप बिल्डिंग का एक बड़ा सेंटर था। यहां तक कि 5-6 दशक पहले तक, यानी 50-60 साल पहले, भारत का फोर्टी परसेंट ट्रेड, भारतीय जहाजों पर होता था। लेकिन गुलामी की मानसिकता ने विदेशी जहाज़ों को प्राथमिकता देनी शुरु की। नतीजा सबके सामने है, जो देश कभी समुद्री ताकत था, वो अपने Ninety five परसेंट व्यापार के लिए विदेशी जहाज़ों पर निर्भर हो गया है। और इस वजह से आज भारत हर साल करीब 75 बिलियन डॉलर, यानी लगभग 6 लाख करोड़ रुपए विदेशी शिपिंग कंपनियों को दे रहा है।

साथियों,

शिप बिल्डिंग हो, डिफेंस मैन्यूफैक्चरिंग हो, आज हर सेक्टर में गुलामी की मानसिकता को पीछे छोड़कर नए गौरव को हासिल करने का प्रयास किया जा रहा है।

साथियों,

गुलामी की मानसिकता ने एक बहुत बड़ा नुकसान, भारत में गवर्नेंस की अप्रोच को भी किया है। लंबे समय तक सरकारी सिस्टम का अपने नागरिकों पर अविश्वास रहा। आपको याद होगा, पहले अपने ही डॉक्यूमेंट्स को किसी सरकारी अधिकारी से अटेस्ट कराना पड़ता था। जब तक वो ठप्पा नहीं मारता है, सब झूठ माना जाता था। आपका परिश्रम किया हुआ सर्टिफिकेट। हमने ये अविश्वास का भाव तोड़ा और सेल्फ एटेस्टेशन को ही पर्याप्त माना। मेरे देश का नागरिक कहता है कि भई ये मैं कह रहा हूं, मैं उस पर भरोसा करता हूं।

साथियों,

हमारे देश में ऐसे-ऐसे प्रावधान चल रहे थे, जहां ज़रा-जरा सी गलतियों को भी गंभीर अपराध माना जाता था। हम जन-विश्वास कानून लेकर आए, और ऐसे सैकड़ों प्रावधानों को डी-क्रिमिनलाइज किया है।

साथियों,

पहले बैंक से हजार रुपए का भी लोन लेना होता था, तो बैंक गारंटी मांगता था, क्योंकि अविश्वास बहुत अधिक था। हमने मुद्रा योजना से अविश्वास के इस कुचक्र को तोड़ा। इसके तहत अभी तक 37 lakh crore, 37 लाख करोड़ रुपए की गारंटी फ्री लोन हम दे चुके हैं देशवासियों को। इस पैसे से, उन परिवारों के नौजवानों को भी आंत्रप्रन्योर बनने का विश्वास मिला है। आज रेहड़ी-पटरी वालों को भी, ठेले वाले को भी बिना गारंटी बैंक से पैसा दिया जा रहा है।

साथियों,

हमारे देश में हमेशा से ये माना गया कि सरकार को अगर कुछ दे दिया, तो फिर वहां तो वन वे ट्रैफिक है, एक बार दिया तो दिया, फिर वापस नहीं आता है, गया, गया, यही सबका अनुभव है। लेकिन जब सरकार और जनता के बीच विश्वास मजबूत होता है, तो काम कैसे होता है? अगर कल अच्छी करनी है ना, तो मन आज अच्छा करना पड़ता है। अगर मन अच्छा है तो कल भी अच्छा होता है। और इसलिए हम एक और अभियान लेकर आए, आपको सुनकर के ताज्जुब होगा और अभी अखबारों में उसकी, अखबारों वालों की नजर नहीं गई है उस पर, मुझे पता नहीं जाएगी की नहीं जाएगी, आज के बाद हो सकता है चली जाए।

आपको ये जानकर हैरानी होगी कि आज देश के बैंकों में, हमारे ही देश के नागरिकों का 78 thousand crore रुपया, 78 हजार करोड़ रुपए Unclaimed पड़ा है बैंको में, पता नहीं कौन है, किसका है, कहां है। इस पैसे को कोई पूछने वाला नहीं है। इसी तरह इन्श्योरेंश कंपनियों के पास करीब 14 हजार करोड़ रुपए पड़े हैं। म्यूचुअल फंड कंपनियों के पास करीब 3 हजार करोड़ रुपए पड़े हैं। 9 हजार करोड़ रुपए डिविडेंड का पड़ा है। और ये सब Unclaimed पड़ा हुआ है, कोई मालिक नहीं उसका। ये पैसा, गरीब और मध्यम वर्गीय परिवारों का है, और इसलिए, जिसके हैं वो तो भूल चुका है। हमारी सरकार अब उनको ढूंढ रही है देशभर में, अरे भई बताओ, तुम्हारा तो पैसा नहीं था, तुम्हारे मां बाप का तो नहीं था, कोई छोड़कर तो नहीं चला गया, हम जा रहे हैं। हमारी सरकार उसके हकदार तक पहुंचने में जुटी है। और इसके लिए सरकार ने स्पेशल कैंप लगाना शुरू किया है, लोगों को समझा रहे हैं, कि भई देखिए कोई है तो अता पता। आपके पैसे कहीं हैं क्या, गए हैं क्या? अब तक करीब 500 districts में हम ऐसे कैंप लगाकर हजारों करोड़ रुपए असली हकदारों को दे चुके हैं जी। पैसे पड़े थे, कोई पूछने वाला नहीं था, लेकिन ये मोदी है, ढूंढ रहा है, अरे यार तेरा है ले जा।

साथियों,

ये सिर्फ asset की वापसी का मामला नहीं है, ये विश्वास का मामला है। ये जनता के विश्वास को निरंतर हासिल करने की प्रतिबद्धता है और जनता का विश्वास, यही हमारी सबसे बड़ी पूंजी है। अगर गुलामी की मानसिकता होती तो सरकारी मानसी साहबी होता और ऐसे अभियान कभी नहीं चलते हैं।

साथियों,

हमें अपने देश को पूरी तरह से, हर क्षेत्र में गुलामी की मानसिकता से पूर्ण रूप से मुक्त करना है। अभी कुछ दिन पहले मैंने देश से एक अपील की है। मैं आने वाले 10 साल का एक टाइम-फ्रेम लेकर, देशवासियों को मेरे साथ, मेरी बातों को ये कुछ करने के लिए प्यार से आग्रह कर रहा हूं, हाथ जोड़कर विनती कर रहा हूं। 140 करोड़ देशवसियों की मदद के बिना ये मैं कर नहीं पाऊंगा, और इसलिए मैं देशवासियों से बार-बार हाथ जोड़कर कह रहा हूं, और 10 साल के इस टाइम फ्रैम में मैं क्या मांग रहा हूं? मैकाले की जिस नीति ने भारत में मानसिक गुलामी के बीज बोए थे, उसको 2035 में 200 साल पूरे हो रहे हैं, Two hundred year हो रहे हैं। यानी 10 साल बाकी हैं। और इसलिए, इन्हीं दस वर्षों में हम सभी को मिलकर के, अपने देश को गुलामी की मानसिकता से मुक्त करके रहना चाहिए।

साथियों,

मैं अक्सर कहता हूं, हम लीक पकड़कर चलने वाले लोग नहीं हैं। बेहतर कल के लिए, हमें अपनी लकीर बड़ी करनी ही होगी। हमें देश की भविष्य की आवश्यकताओं को समझते हुए, वर्तमान में उसके हल तलाशने होंगे। आजकल आप देखते हैं कि मैं मेक इन इंडिया और आत्मनिर्भर भारत अभियान पर लगातार चर्चा करता हूं। शोभना जी ने भी अपने भाषण में उसका उल्लेख किया। अगर ऐसे अभियान 4-5 दशक पहले शुरू हो गए होते, तो आज भारत की तस्वीर कुछ और होती। लेकिन तब जो सरकारें थीं उनकी प्राथमिकताएं कुछ और थीं। आपको वो सेमीकंडक्टर वाला किस्सा भी पता ही है, करीब 50-60 साल पहले, 5-6 दशक पहले एक कंपनी, भारत में सेमीकंडक्टर प्लांट लगाने के लिए आई थी, लेकिन यहां उसको तवज्जो नहीं दी गई, और देश सेमीकंडक्टर मैन्युफैक्चरिंग में इतना पिछड़ गया।

साथियों,

यही हाल एनर्जी सेक्टर की भी है। आज भारत हर साल करीब-करीब 125 लाख करोड़ रुपए के पेट्रोल-डीजल-गैस का इंपोर्ट करता है, 125 लाख करोड़ रुपया। हमारे देश में सूर्य भगवान की इतनी बड़ी कृपा है, लेकिन फिर भी 2014 तक भारत में सोलर एनर्जी जनरेशन कपैसिटी सिर्फ 3 गीगावॉट थी, 3 गीगावॉट थी। 2014 तक की मैं बात कर रहा हूं, जब तक की आपने मुझे यहां लाकर के बिठाया नहीं। 3 गीगावॉट, पिछले 10 वर्षों में अब ये बढ़कर 130 गीगावॉट के आसपास पहुंच चुकी है। और इसमें भी भारत ने twenty two गीगावॉट कैपेसिटी, सिर्फ और सिर्फ rooftop solar से ही जोड़ी है। 22 गीगावाट एनर्जी रूफटॉप सोलर से।

साथियों,

पीएम सूर्य घर मुफ्त बिजली योजना ने, एनर्जी सिक्योरिटी के इस अभियान में देश के लोगों को सीधी भागीदारी करने का मौका दे दिया है। मैं काशी का सांसद हूं, प्रधानमंत्री के नाते जो काम है, लेकिन सांसद के नाते भी कुछ काम करने होते हैं। मैं जरा काशी के सांसद के नाते आपको कुछ बताना चाहता हूं। और आपके हिंदी अखबार की तो ताकत है, तो उसको तो जरूर काम आएगा। काशी में 26 हजार से ज्यादा घरों में पीएम सूर्य घर मुफ्त बिजली योजना के सोलर प्लांट लगे हैं। इससे हर रोज, डेली तीन लाख यूनिट से अधिक बिजली पैदा हो रही है, और लोगों के करीब पांच करोड़ रुपए हर महीने बच रहे हैं। यानी साल भर के साठ करोड़ रुपये।

साथियों,

इतनी सोलर पावर बनने से, हर साल करीब नब्बे हज़ार, ninety thousand मीट्रिक टन कार्बन एमिशन कम हो रहा है। इतने कार्बन एमिशन को खपाने के लिए, हमें चालीस लाख से ज्यादा पेड़ लगाने पड़ते। और मैं फिर कहूंगा, ये जो मैंने आंकडे दिए हैं ना, ये सिर्फ काशी के हैं, बनारस के हैं, मैं देश की बात नहीं बता रहा हूं आपको। आप कल्पना कर सकते हैं कि, पीएम सूर्य घर मुफ्त बिजली योजना, ये देश को कितना बड़ा फायदा हो रहा है। आज की एक योजना, भविष्य को Transform करने की कितनी ताकत रखती है, ये उसका Example है।

वैसे साथियों,

अभी आपने मोबाइल मैन्यूफैक्चरिंग के भी आंकड़े देखे होंगे। 2014 से पहले तक हम अपनी ज़रूरत के 75 परसेंट मोबाइल फोन इंपोर्ट करते थे, 75 परसेंट। और अब, भारत का मोबाइल फोन इंपोर्ट लगभग ज़ीरो हो गया है। अब हम बहुत बड़े मोबाइल फोन एक्सपोर्टर बन रहे हैं। 2014 के बाद हमने एक reform किया, देश ने Perform किया और उसके Transformative नतीजे आज दुनिया देख रही है।

साथियों,

Transforming tomorrow की ये यात्रा, ऐसी ही अनेक योजनाओं, अनेक नीतियों, अनेक निर्णयों, जनआकांक्षाओं और जनभागीदारी की यात्रा है। ये निरंतरता की यात्रा है। ये सिर्फ एक समिट की चर्चा तक सीमित नहीं है, भारत के लिए तो ये राष्ट्रीय संकल्प है। इस संकल्प में सबका साथ जरूरी है, सबका प्रयास जरूरी है। सामूहिक प्रयास हमें परिवर्तन की इस ऊंचाई को छूने के लिए अवसर देंगे ही देंगे।

साथियों,

एक बार फिर, मैं शोभना जी का, हिन्दुस्तान टाइम्स का बहुत आभारी हूं, कि आपने मुझे अवसर दिया आपके बीच आने का और जो बातें कभी-कभी बताई उसको आपने किया और मैं तो मानता हूं शायद देश के फोटोग्राफरों के लिए एक नई ताकत बनेगा ये। इसी प्रकार से अनेक नए कार्यक्रम भी आप आगे के लिए सोच सकते हैं। मेरी मदद लगे तो जरूर मुझे बताना, आईडिया देने का मैं कोई रॉयल्टी नहीं लेता हूं। मुफ्त का कारोबार है और मारवाड़ी परिवार है, तो मौका छोड़ेगा ही नहीं। बहुत-बहुत धन्यवाद आप सबका, नमस्कार।