We have decided to increase the jurisdiction of #LucknowUniversity. Modern solutions & management should be studied and researched in the university: PM Modi
In the span of 100 years, alumni passed from the Lucknow University have become the President and sportspersons. They have achieved a lot in every field of life: PM Modi
Digital gadgets & platforms are stealing your time but you must set aside some time for yourself. It is very important to know yourself. It will directly affect your capacity & willpower: PM
PM Modi unveils coin, postal stamp to mark 100 years of Lucknow University

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ଶତବାର୍ଷିକୀରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସ୍ମାରକୀ ମୁଦ୍ରା ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଭାରତୀୟ ଡାକ ପକ୍ଷରୁ ଜାରି କରାଯାଇଥିବା ଏକ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକଟ ଏବଂ ଏହାର ସ୍ୱତନ୍ତ୍ର କଭରକୁ ସେ ଜାରି କରିଥିଲେ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ଲକ୍ଷ୍ନୌ ସାଂସଦ ଶ୍ରୀ ରାଜନାଥ ସିଂ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ବିଶ୍ୱ ବିଦ୍ୟାଳୟରେ ସ୍ଥାନୀୟ କଳା ଏବଂ ଉତ୍ପାଦ ଉପରେ ପାଠ୍ୟକ୍ରମ ଆରମ୍ଭ କରିବା ଏବଂ ସ୍ଥାନୀୟ ଉତ୍ପାଦରେ ମୂଲ୍ୟ ସମ୍ବର୍ଦ୍ଧନ ଲାଗି ଗବେଷଣା କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ। ଲକ୍ଷ୍ନୌ ‘ଚିକାଙ୍କାରୀ’, ମୋରାଦାବାଦର ବ୍ରାସ ତାର, ଅଲିଗଡ଼ର ତାଲା, ଭଦୋହୀ କାର୍ପେଟ ଭଳି ଉତ୍ପାଦଗୁଡ଼ିକର ପରିଚାଳନା, ବ୍ରାଣ୍ଡିଂ ଓ ରଣନୀତି ପ୍ରସ୍ତୁତି ସହିତ ଏଗୁଡ଼ିକୁ ବିଶ୍ୱ ବଜାରରେ ପ୍ରତିଦ୍ୱନ୍ଦ୍ୱିତାମୂଳକ କରିବା ଲାଗି ବିଶ୍ୱ ବିଦ୍ୟାଳୟ ପାଠ୍ୟକ୍ରମ ଆରମ୍ଭ କରାଯିବା ଉଚିତ। ଏହା ‘ଏକ ଜିଲ୍ଲା ଏକ ଉତ୍ପାଦ’ ଚିନ୍ତାଧାରାକୁ ବାସ୍ତବ ରୂପ ଦେବାରେ ସହାୟକ ହେବ ବୋଲି ସେ କହିଥିଲେ। କଳା, ସଂସ୍କୃତି ଓ ଆଧ୍ୟାତ୍ମିକତା ଭଳି ବିଷୟଗୁଡ଼ିକୁ ବୈଶ୍ୱିକ ପହଞ୍ଚ ପ୍ରଦାନ କରିବା ଲାଗି ଏସବୁ ବିଷୟରେ ନିରନ୍ତର ସମ୍ପୃକ୍ତି ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ। ସମ୍ଭାବନାକୁ ବାସ୍ତବ ରୂପ ଦେବାର ଆବଶ୍ୟକତା ସମ୍ପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ ରାଏ ବରେଲି ରେଳ କୋଚ ଫ୍ୟାକ୍ଟ୍ରିର ଉଦାହରଣ ଦେଇଥିଲେ। ଦୀର୍ଘ ଦିନ ଧରି ଏହି ଫ୍ୟାକ୍ଟ୍ରିରେ ନିବେଶକୁ କାର୍ଯ୍ୟକାରୀ କରାଯାଉନଥିଲା। ଲଘୁ ଉତ୍ପାଦ ଏବଂ ଫିଟିଂ ଛଡ଼ା କୋଚରେ ଲାଗୁଥିବା କେତେକ ସରଞ୍ଜାମ କପୁରଥାଲାରେ ତିଆରି ହେଉଥିଲା। ଏହି ଫ୍ୟାକ୍ଟ୍ରିରେ କୋଚ ତିଆରି କରିବାର କ୍ଷମତା ଥିଲା କିନ୍ତୁ କେବେ ଏହାର ନିଜର ପୂର୍ଣ୍ଣ ସମ୍ଭାବନାର ଉପଯୋଗ କରିନଥିଲା। ଏପରି ନ୍ୟୁନଉପଯୋଗ 2014ରେ ବଦଳିଲା ଏବଂ ଫ୍ୟାକ୍ଟ୍ରି ପୂର୍ଣ୍ଣ କ୍ଷମତା ସହିତ କାର୍ଯ୍ୟକ୍ଷମ ହୋଇପାରିଲା। ଆଜି ଏହି ଫ୍ୟାକ୍ଟ୍ରିରେ ଶହ ଶହ କୋଚ ତିଆରି ହେଉଛି। ଶ୍ରୀ ମୋଦୀ କହିଥିଲେ ଯେ ସାମର୍ଥ୍ୟ ସହିତ ଇଚ୍ଛାଶକ୍ତି ଏବଂ ଉଦ୍ଦେଶ୍ୟର ମଧ୍ୟ ସମାନ ଗୁରୁତ୍ୱ ରହିଛି । ଏକାଧିକ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ସକାରାତ୍ମକ ଚିନ୍ତାଧାରା ଏବଂ ସମ୍ଭାବନାପୂର୍ଣ୍ଣ ଆଭିମୁଖ୍ୟ ସବୁବେଳେ ଜୀବନ୍ତ ରହିବା ଉଚିତ” ।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନିଜସ୍ୱ ଅଭିଜ୍ଞତା ବିଷୟରେ କହିଥିଲେ, କିପରି ଭାବେ ସେ ପୋରବନ୍ଦର ଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ଛାତ୍ରଛାତ୍ରୀଙ୍କ ସହାୟତାରେ ଏକ ଫ୍ୟାଶନ ଶୋ ଆୟୋଜନ କରି ଖଦୀକୁ ଲୋକପ୍ରିୟ କରାଇପାରିଥିଲେ। ଏହା ଖଦୀକୁ ‘ଫ୍ୟାଶନେବଲ’ କଲା। 20 ବର୍ଷ ପୂର୍ବରୁ ଯେତିକି ପରିମାଣରେ ଖଦୀ ବିକ୍ରି ହୋଇନଥିଲା ବିଗତ 6 ବର୍ଷ ମଧ୍ୟରେ ତା’ଠାରୁ ଅଧିକ ଖଦୀ ବିକ୍ରି ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଆଧୁନିକ ଜୀବନରେ ଅଧିକାଂଶ ଅନ୍ୟମନସ୍କ ହୋଇପଡ଼ିଛନ୍ତି ଏବଂ ସବୁତକ ଧ୍ୟାନ ଗେଜେଟରେ ଯାଉଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚିନ୍ତନ ଓ ଆତ୍ମବୋଧର ଅଭ୍ୟାସ ଯୁବପିଢ଼ିଙ୍କ ମଧ୍ୟରେ ହ୍ରାସ ପାଇପାରେ ଲାଗିଛି । ସମସ୍ତ ଅନ୍ୟମନସ୍କତା ସତ୍ତ୍ୱେ ନିଜ ପାଇଁ ସମୟ ବାହାର କରିବା ଲାଗି ସେ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଥିଲେ। ଏହା ସେମାନଙ୍କ ସାମର୍ଥ୍ୟ ବିକାଶରେ ସହାୟକ ହେବ ବୋଲି ସେ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାତୀୟ ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କ ପାଇଁ ନିଜକୁ ପରୀକ୍ଷା କରିବାର ଏକ ଉପକରଣ । ଛାତ୍ରଛାତ୍ରୀଙ୍କୁ ଆତ୍ମବିଶ୍ୱାସ ଏବଂ ନମନୀୟତା ପ୍ରଦାନ କରିବା ଲାଗି ନୂତନ ଶିକ୍ଷା ନୀତିରେ ପ୍ରୟାସ କରାଯାଇଛି । ରୁଢ଼ିବାଦୀ ଧାରଣାରୁ ଉପରକୁ ଉଠି ଅଭିନବ ଚିନ୍ତାଧାରା ପୋଷଣ କରିବା ଏବଂ ପରିବର୍ତ୍ତନକୁ ଭୟ ନକରିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ। ନୂଆ ନୀତି ବିଷୟରେ ଆଲୋଚନା କରିବା ଏବଂ ଏହାର କାର୍ଯ୍ୟକାରିତାରେ ସହାୟତା କରିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

 

 

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India accelerates ‘semiconductor drive’ with Rs 1.64 lakh crore investment plan

Media Coverage

India accelerates ‘semiconductor drive’ with Rs 1.64 lakh crore investment plan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari