ସର୍ବପ୍ରଥମେ ମୁଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି କାରଣ ଆଜି ସେ ମତେ ସ୍ୱାଗତ କରିବା ପାଇଁ ନିଜେ ବିମାନ ବନ୍ଦର ଆସିଥିଲେ। ଉଦ୍ୟୋଗପତିଙ୍କ ସହିତ ସେ ଏତେ ବଡ଼ ଗୋଲ୍ ଟେବୁଲ ବୈଠକ ଆୟୋଜନ କରିଛନ୍ତି, ସେଥିପାଇଁ ମୁଁ ବହୁତ କୃତଜ୍ଞ । ସେ ମୋ ପାଇଁ ଓ ଆମର ପାଟନରସିପ୍ ପାଇଁ ଯେଉଁ ସକରାତ୍ମକ ଆଭିମୁଖ୍ୟ ରଖିଛନ୍ତି, ସେଥିପାଇଁ ମଧ୍ୟ ହୃଦୟରୁ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି

 

ବନ୍ଧୁଗଣ,

୨୩ ବର୍ଷ ପରେ ସାଇପ୍ରସ୍‌କୁ ଭାରତର ପ୍ରଧାନମନ୍ତ୍ରୀଙ୍କ ଆଗମନ ହୋଇଛି । ଏବଂ ସର୍ବପ୍ରଥମ କାର୍ଯ୍ୟକ୍ରମ ବାଣିଜ୍ୟ ଗୋଲ୍ ଟେବୁଲ୍ ହେଉଛି। ଏହା ଏକ ସଂକେତ ଯେ, ଭାରତ ଓ ସାଇପ୍ରସ୍‌ ସଂପର୍କରେ ଅର୍ଥନୈତିକ ଜଗତ ସହିତ ସଂପୃକ୍ତ ବ୍ୟକ୍ତିଙ୍କ କେତେକ ମହତ୍ୱ ରହିଛି। ଆପଣଙ୍କ ଚିନ୍ତାଧାରାକୁ ମୁଁ ବହୁତ ଧ୍ୟାନ ଦେଇ ଶୁଣିଛି। ଭାରତ-ସାଇପ୍ରସ୍ ଅର୍ଥନୈତିକ ସଂପର୍କ ପାଇଁ ଆପଣମାନଙ୍କ ପ୍ରତିଶ୍ରୁତିବଦ୍ଧତାକୁ ମୁଁ ଅନୁଭବ କରିଛି। ଆପଣଙ୍କ ଚିନ୍ତାଧାରାରେ ଯେ କେବଳ ସମ୍ଭାବନା ଅଛି ତାହା ନୁହେଁ, ସଂକଳ୍ପକୁ ମଧ୍ୟ ମୁଁ ଅନୁଭବ କରୁଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଆମର ସଂପର୍କ ଆଗକୁ ବଢିବା ପାଇଁ ବହୁତ ବହୁତ ସମ୍ଭାବନା ଅଛି।

ବନ୍ଧୁଗଣ,

ସାଇପ୍ରସ୍ ଦୀର୍ଘ ସମୟରୁ ଆମର ବିଶ୍ୱସ୍ତ ସହଯୋଗୀ ରହି ଆସିଛି। ସେ ସଂପର୍କରେ ଆପଣମାନେ ବି ଉଲ୍ଲେଖ କରିଛନ୍ତି। ଏବଂ ସାଇପ୍ରସ୍‌ରୁ ଭାରତରେ ଉଲ୍ଲେଖନୀୟ ନିବେଶ ବି ହୋଇଛି। କେତେକ ଭାରତୀୟ କମ୍ପାନୀ ସାଇପ୍ରସରେ ଓ ଗୋଟିଏ ପ୍ରକାରେ ସାଇପ୍ରସ୍‌କୁ ୟୁରୋପର ଗେଟ୍ ଓ୍ୱେ ଭାବେ ଦେଖୁଛନ୍ତି। ଆଜି ଆମ ଭିତରେ ବାଣିଜ୍ୟ ୧୫୦ ମିଲିୟନ ଡଲାର୍ ପହଞ୍ଚି ଯାଇଛି। କିନ୍ତୁ ଆମର ସଂପର୍କର ବାସ୍ତବିକ କ୍ଷମତା ଏହାଠାରୁ ବହୁତ ଅଧିକ ଅଟେ। ଆପଣଙ୍କ ମଧ୍ୟରୁ ଅଧିକାଂଶ ଲୋକ ଭାରତ ସହିତ ଯୋଡ଼ି ହୋଇ ରହିଛନ୍ତି ଏବଂ ଗତ ୧୧ ବର୍ଷରେ ଭାରତର ଅଭିବୃଦ୍ଧିର କାହାଣୀ ବି ଦେଖିଛନ୍ତି। ଗତ ଏକ ଦଶକରେ ଭାରତ ବିଶ୍ୱର ସର୍ବବୃହତ ପଞ୍ଚମ ଅର୍ଥନୀତି ହୋଇଥିଲା ଓ ନିକଟ ଭବିଷ୍ୟତରେ ଆମେ ଦୁନିଆଁର ତୃତୀୟ ଅର୍ଥନୀତି ହେବା ଦିଗରେ ବହୁତ ଦ୍ରୁତ ଗତିରେ ଆଗେଇ ଚାଲିଛୁ। ବହୁତ ତୀବ୍ର ଗତିରେ ଅଭିବୃଦ୍ଧି ହେଉଥିବା ବିଶ୍ୱର ଉଦୀୟମାନ ଅର୍ଥନୀତି ମଧ୍ୟରେ ଆଜି ଭାରତର ସ୍ଥାନ ରହିଛି।

 

ବନ୍ଧୁଗଣ,

ଆପଣ ଭଲ ଭାବେ ଜାଣନ୍ତି ଯେ, ଆମେ ଟ୍ୟାକ୍ସ ସଂସ୍କାର ଆଣିଛୁ। ଜିଏସ୍‌ଟି ସହିତ ଓ୍ୱାନ୍ ନେସନ୍ ଓ୍ୱାନ୍ ଟ୍ୟାକ୍ସ ବ୍ୟବସ୍ଥା ଅଣାଯାଇଛି। କର୍ପୋରେଟ ଟ୍ୟାକ୍ସକୁ ଯୁକ୍ତିଯୁକ୍ତ କରାଯାଇଛି। ହଜାର ହଜାର ଆଇନକୁ ଅପରାଧମୁକ୍ତ କରିବାର କାମ ଆମେ କରିଛୁ। ଆମେ ଇଜ୍ ଅଫ୍ ଡୁଇଂ ବିଜେସ୍ ସହିତ ଟ୍ରଷ୍ଟ ଅଫ୍ ଡୁଇଂ ବିଜନେସ୍ ଉପରେ ବି ସେତିକି ଗୁରୁତ୍ୱ ଦେଉଛୁ। ଆଜି ଭାରତରେ ସ୍ପଷ୍ଟ ନୀତି ଅଛି, ତା ସହିତ ରାଜନୈତିକ ସ୍ଥିରତା ବି ଅଛି। ୬ ଦଶକରେ ଏପରି ହୋଇଛି ଯେ, ଗୋଟିଏ ସରକାର ଲଗାତର ତୃତୀୟ ଥର ନିର୍ବାଚିତ ହୋଇ ଆସିଛି। ଭାରତର ଗଣତାନ୍ତ୍ରିକ ଲାଭ ଓ ପ୍ରତିଭା ସଂପର୍କରେ ଆପଣ ଭଲଭାବେ ପରିଚିତ ଅଟନ୍ତି ଏବଂ ଆପଣଙ୍କ କଥାବାର୍ତ୍ତାରେ ବି ଏହାର ଉଲ୍ଲେଖ କରାଯାଇଛି। ଗତ ୧୦ ବର୍ଷରେ ଡିଜିଟାଲ ବିପ୍ଲବ ଆସିଛି, ଆର୍ଥିକ ଇନ୍‌କ୍ଲୁଜନ ଏକ ଉଦାହରଣ ହୋଇଛି। ୟୁନିଫାଏଡ୍ ପେମେଣ୍ଟସ ଇଣ୍ଟରଫେସ୍ ଅର୍ଥାତ ୟୁପିଆଇ ମାଧ୍ୟମରେ ଆଜି ବିଶ୍ୱର ୫୦ ପ୍ରତିଶତ ଡିଜିଟାଲ କାରବାର ଭାରତରେ ହେଉଛି। ଫ୍ରାନ୍‌ସ ପରି କେତେକ ଦେଶ ଏଥିରେ ଯୋଡି ହୋଇଛନ୍ତି। ସାଇପ୍ରସ୍ ବି ଏଥିରେ ଯେମିତି ଯୋଡ଼ି ହେବ, ସେଥିପାଇଁ କଥାବାର୍ତ୍ତା ଚାଲିଛି ଏବଂ ମୁଁ ଏହାକୁ ସ୍ୱାଗତ କରୁଛି। ଭାରତରେ ଭବିଷ୍ୟତର ଭିତ୍ତିଭୂମିର ବିକାଶରେ ଆମେ ବର୍ଷକୁ ୧୦୦ ବିଲିୟନ ଡଲାରରୁ ଅଧିକ ନିବେଶ କରୁଛୁ। ଏହି ବର୍ଷର ବଜେଟରେ ଆମେ ମ୍ୟାନୁଫ୍ୟାକଚରିଂ ମିଶନର ଆରମ୍ଭ କରିଛୁ। ଟିକା, ଜେନେରିକ୍ ଔଷଧ ଓ ଡାକ୍ତରୀ ସରଞ୍ଜାମ ନିର୍ମାଣରେ ଭାରତ ବିଶ୍ୱର ଅଗ୍ରଣୀ ଦେଶ ମଧ୍ୟରେ ଅଛି। ସାମୁଦ୍ରିକ ଓ ବନ୍ଦର ବିକାଶ ଉପରେ ମଧ୍ୟ ଆମର ଫୋକସ୍ ଅଛି। ଆମେ ଜାହାଜ ନିର୍ମାଣ ଓ ଜାହାଜ ଭଙ୍ଗାକୁ ମଧ୍ୟ ପ୍ରାଥମିକତା ଦେଉଛୁ। ସେଥିପାଇଁ ଏକ ନୂଆ ନୀତି ବି ଅଣାଯାଉଛି। ବେସାମରିକ ବିମାନ ଚଳାଚଳ କ୍ଷେତ୍ର ମଧ୍ୟ ଦ୍ରୁତ ଗତିରେ ବଢୁଛି। ଭାରତୀୟ କମ୍ପାନି ହଜାରରୁ ଅଧିକ ନୂଆ ବିମାନ କିଣିବାକୁ ଅର୍ଡର ଦେଇଛନ୍ତି। ଭାରତର ଆର୍ଥିକ ଶକ୍ତିର ମଜଭୁତ ସ୍ତମ୍ଭ ହେଉଛି ଇନୋଭେସନ। ଆମର ଏକ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ କେବଳ ସ୍ୱପ୍ନ ନୁହେଁ, ସମାଧାନ ମଧ୍ୟ ପଠାଉଛନ୍ତି। ସେଥି ମଧ୍ୟରୁ ୧୦୦ ୟୁନିକର୍ନ ହୋଇଗଲେଣି। ଅର୍ଥନୀତି ଓ ପରିବେଶ ମଧ୍ୟରେ ସନ୍ତୁଳନ ରଖିବାରେ ଭାରତ ବିଶ୍ୱାସ କରେ ଏବଂ ଏଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଏକ ସ୍ୱଚ୍ଛ ଓ ସବୁଜ ଭବିଷ୍ୟତର ରାସ୍ତା ତିଆରି ହେଉଛି। ୨୦୩୦ ସୁଦ୍ଧା ଆମେ ୫୦୦ ଗିଗାଓ୍ୱାଟ ରିନ୍ୟୁଏବଲ୍ ଶକ୍ତି ଉତ୍ପାଦନର ଲକ୍ଷ୍ୟ ଦିଗରେ ବହୁତ ଦ୍ରୁତ ଗତିରେ ଆଗେଇ ଚାଲିଛୁ। ସବୁଜ ଜାହାଜ ଚଳାଚଳର ବିକାଶ ଓ ୨୦୩୦ ସୁଦ୍ଧା ରେଳକୁ ୧୦୦ ପ୍ରତିଶତ କାର୍ବନ ନ୍ୟୁଟ୍ରଲ୍ କରିବା ପାଇଁ ଜୋରସୋରରେ କାମ ଚାଲିଛି। ଏଆଇ ମଇଶନ, କ୍ୱାଣ୍ଟମ ମିଶନ, ସେମିକଣ୍ଡକ୍ଟର ମିଶନ, କ୍ରିଟିକାଲ ମିନେରାଲ ମିଶନ, ଆଣବିକ ଶକ୍ତି ମିଶନ ଆମର ଅଭିବୃଦ୍ଧି ଇଂଜିନର ନୂଆ ଇଂଜିନ ହୋଇଛି। ମୁଁ ଏହା ଜାଣି ବହୁତ ଖୁସି ଯେ, ମୋ ରାଜ୍ୟରେ ହୋଇଥିବା ଗିଫ୍‌ଟ ସିଟିକୁ ନେଇ ପରସ୍ପରକୁ ସହଯୋଗ କରିବା ପାଇଁ ସାଇପ୍ରସ୍‌ର ଷ୍ଟକ୍ ଏକ୍ସଚେଞ୍ଜ ଓ ଏନ୍ଏସ୍‌ଇ ମଧ୍ୟରେ ସହମତି ହୋଇଛି। ସାଇପ୍ରସ୍ ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଅଟେ। ଭାରତରେ ମଧ୍ୟ ଆମେ ପର୍ଯ୍ୟଟନସ୍ଥଳୀର ବିକାଶ ଓ ପରିଚାଳନା ଉପରେ ଗୁରୁତ୍ୱ ଦେଉଛୁ। ଆମର ଟୁର୍ ଅପରେଟର୍‌ଙ୍କ ମଧ୍ୟରେ ଘନିଷ୍ଠ ସହଯୋଗ ହୋଇପାରେ। ଏପରି ଆଉ ଅନେକ କ୍ଷେତ୍ର ଅଛି, ଯେଉଁଠି ଭାରତ ଓ ସାଇପ୍ରସ୍ ମଧ୍ୟରେ ପାରିସ୍ପରିକ ସହଯୋଗକୁ ନେଇ ବହୁତ ସମ୍ଭାବନା ଅଛି।

 

ବନ୍ଧୁଗଣ,

ଗତ ମାସରେ ଭାରତ ଓ ୟୁକେ ମଧ୍ୟରେ ଏକ ବହୁତ ବଡ଼ ଏଫ୍‌ଟିଏ ଉପରେ ସହମତି ହୋଇଛି। ଏବେ ଆମେ ଭାରତ ଓ ୟୁରୋପୀୟ ୟୁନିଅନ୍ ମଧ୍ୟରେ ମୁକ୍ତବାଣିଜ୍ୟ ଚୁକ୍ତି ଚଳିତ ବର୍ଷ ଶେଷ ସୁଦ୍ଧା ଚୂଡ଼ାନ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହାର ବୁଝାମଣାରେ ଅଗ୍ରଗତି ହୋଇଛି। ଏହାର ଲାଭ ଆପଣମାନଙ୍କୁ ସମସ୍ତଙ୍କୁ ନିଶ୍ଚିତ ଭାବେ ମିଳିବ। ମୁଁ ଭାରତ, ସାଇପ୍ରସ୍ ଓ ଗ୍ରୀସ୍ ବାଣିଜ୍ୟ ଓ ପୁଂଜି ନିବେଶ ପରିଷଦ ସ୍ଥାପନକୁ ସ୍ୱାଗତ କରୁଛି। ଏହା ଏକ ବହୁତ ଭଲ କାର୍ଯ୍ୟକ୍ରମ ଅଟେ ଓ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସହଯୋଗ ପ୍ଲାଟଫର୍ମ ହୋଇପାରିବ। ବନ୍ଧୁଗଣ, ଆପଣମାନେ ସମସ୍ତେ ଯେଉଁ କଥା କହିଛନ୍ତି, ଯେଉଁ ପ୍ରସ୍ତାବ ଦେଇଛନ୍ତି, ସେଥିପ୍ରତି ମୋର ଟିମ୍ ଧ୍ୟାନ ଦେଇଛି, ତା ଉପରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ଆମେ ଫଲୋଅପ୍ କରିବୁ। ଭାରତ ଆସିବା ପାଇଁ ମୁଁ ଆପଣମାନଙ୍କୁ ନିମନ୍ତ୍ରଣ ମଧ୍ୟ କରୁଛି। ରାଷ୍ଟ୍ରପତି ଏହି ବୈଠକ ପାଇଁ ସମୟ ବାହାର କରିଥିବାରୁ ଶେଷରେ ମୁଁ ପୁଣି ଥରେ ତାଙ୍କୁ ଧନ୍ୟବାଦ ଦେଉଛି। ଏହି ଗୋଲ୍ ଟେବୁଲ ବୈଠକକୁ ସୁବ୍ୟବସ୍ଥିତ ଭାବେ ଆୟୋଜନ କରିଥିବାରୁ ମୁଁ ସାଇପ୍ରସ୍, ଚ୍ୟାମ୍ୱରଅଫ୍ କମର୍ସ ଓ ଇଣ୍ଡଷ୍ଟ୍ରି ଏବଂ ଇନଭେଷ୍ଟମେଣ୍ଟ ସାଇପ୍ରସ୍ ପ୍ରତି ମଧ୍ୟ କୃତଜ୍ଞତା ଜ୍ଞାପନ କରୁଛି। ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।…

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 18, 2026
May 18, 2026

Norway to Netherlands: PM Modi's Leadership Turns Heritage, Honors & High-Tech Deals into India's Global Momen