ଦିଲ୍ଲୀରେ ଆୟୋଜିତ ବାର୍ଷିକ ଏନ୍‌ସିସି ପିଏମ୍‌ ରାଲିକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଆଜି ସକାଳେ, ମହାରାଷ୍ଟ୍ର ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାୱାର ଓ ତାଙ୍କର କିଛି ସହକର୍ମୀଙ୍କ ଜୀବନ ହାନୀ ହୋଇଛି: ପ୍ରଧାନମନ୍ତ୍ରୀ
ଅଜିତ ଦାଦା ମହାରାଷ୍ଟ୍ର ଓ ଦେଶର ବିକାଶରେ, ବିଶେଷକରି ଗ୍ରାମାଞ୍ଚଳ ଲୋକଙ୍କ ଜୀବନମାନ ଉନ୍ନତ କରିବା ପାଇଁ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ। ମୁଁ ଅଜିତ ପାୱାରଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ଜଣାଉଛି: ପ୍ରଧାନମନ୍ତ୍ରୀ
ଏହି ଦୁଃଖଦ ଦୁର୍ଘଟଣାରେ ମୃତ ସହକର୍ମୀମାନେ ସଦା ସ୍ମରଣୀୟ ରହିବେ ଏବଂ ଦେଶ ସେମାନଙ୍କ ପରିବାର ସହିତ ଏକତ୍ର ଦଣ୍ଡାୟମାନ : ପ୍ରଧାନମନ୍ତ୍ରୀ
ଏନସିସି ହେଉଛି ଭାରତର ଯୁବ ଶକ୍ତିକୁ ସଶକ୍ତ କରୁଥିବା ଏକ ଆନ୍ଦୋଳନ: ପ୍ରଧାନମନ୍ତ୍ରୀ
ଆଜି ସମଗ୍ର ବିଶ୍ୱ ଭାରତର ଯୁବଶକ୍ତିଙ୍କୁ ବିଶାଳ ଆତ୍ମବିଶ୍ୱାସର ସହିତ ଦେଖୁଛି: ପ୍ରଧାନମନ୍ତ୍ରୀ
ୟୁରୋପୀୟ ସଂଘ ସହିତ ଚୂଡ଼ାନ୍ତ ଚୁକ୍ତି ବିଶ୍ୱସ୍ତରୀୟ ଦୃଷ୍ଟି ଆକର୍ଷଣ କରୁଛି, ଅନେକ ଏହାକୁ ‘ସମସ୍ତ ଚୁକ୍ତିର ଜନନୀ’ ଏବଂ ବିଶ୍ୱ ପାଇଁ ଏକ ଗେମ୍‌-ଚେଞ୍ଜର୍‌ ବୋଲି କହୁଛନ୍ତି: ପ୍ରଧାନମନ୍ତ୍ରୀ
ଆଜି ଯୁଦ୍ଧ ଅନେକ ମୋର୍ଚ୍ଚାରେ ଲଢ଼ାଯାଉଛି, କୋଡ୍‌ରେ ମଧ୍ୟ ଓ କ୍ଲାଉଡ୍‌ରେ ମଧ୍ୟ। ପ୍ରଯୁକ୍ତିରେ ପଛରେ ପଡ଼ୁଥିବା ଦେଶଗୁଡ଼ିକ କେବଳ ଆର୍ଥିକ ଭାବେ ନୁହେଁ, ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ଦୁର୍ବଳ : ପ୍ରଧାନମନ୍ତ୍ରୀ
ବିକଶିତ ଭାରତ ଗଢ଼ିବାରେ ନାଗରିକ ଭାବେ ଆମ ଆଚରଣ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ, ନାଗରିକ ଭାବେ ଆମେ ଆମ କର୍ତ୍ତବ୍ୟଗୁଡ଼ିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଆବଶ୍ୟକ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର କାରିଆପ୍ପା ପରେଡ୍ ଗ୍ରାଉଣ୍ଡରେ ବାର୍ଷିକ ଏନ୍‌ସିସି ପିଏମ୍‌ ରାଲିକୁ ସମ୍ବୋଧିତ କରିଛନ୍ତି। ଏନ୍‌ସିସି ଦିବସ ଅବସରରେ ସମାବେଶକୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏନ୍‌ସିସି, ଏନ୍‌ଏସ୍‌ଏସ୍‌ କ୍ୟାଡେଟ୍, ଟାବ୍‌ଲୋ କଳାକାର, ଜାତୀୟ ରଙ୍ଗଶାଳାର ସାଥୀ ଏବଂ ସମଗ୍ର ଦେଶର ଯୁବ ଅଂଶଗ୍ରହଣକାରୀଙ୍କ ପ୍ରୟାସ ସେମାନଙ୍କର ସମନ୍ୱିତ ପ୍ରଦର୍ଶନରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି। ଶ୍ରୀ ମୋଦୀ ଦୁଃଖର ସହିତ ଉଲ୍ଲେଖ କରିଛନ୍ତି ଯେ, ଆଜି ସକାଳେ ମହାରାଷ୍ଟ୍ରରେ ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣା ଯୋଗୁଁ ଏହି ଦିନଟି ବହୁତ ଦୁଃଖ ଆଣି ଦେଇଛି, ଯେଉଁଥିରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାୱାର ଏବଂ କିଛି ସହକର୍ମୀଙ୍କ ଜୀବନ ହାନୀ ହୋଇଛି। ଅଜିତ ଦାଦା ମହାରାଷ୍ଟ୍ର ଓ ଦେଶର ବିକାଶରେ, ବିଶେଷକରି ଗ୍ରାମୀଣ ଜୀବନକୁ ଉନ୍ନତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ଏଥି ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ଅଜିତ ପାୱାରଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏହି ଯନ୍ତ୍ରଣାର ମୁହୂର୍ତ୍ତରେ, ଦେଶ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସହିତ ଠିଆ ହୋଇଛି। ପ୍ରଧାନମନ୍ତ୍ରୀ ଏହି ଦୁଃଖ ଓ ସମବେଦନାର ମୁହୂର୍ତ୍ତରେ, ବନ୍ଧୁ ରାଷ୍ଟ୍ରର କ୍ୟାଡେଟଙ୍କ ସମେତ ଉପସ୍ଥିତ ସମସ୍ତ କ୍ୟାଡେଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଏହି ବର୍ଷ ବାଳିକା କ୍ୟାଡେଟ୍‌ମାନଙ୍କ ବିପୁଳ ଅଂଶଗ୍ରହଣକୁ ସ୍ୱୀକାର କରିଛନ୍ତି।
 

"ଏନସିସି ହେଉଛି ଏକ ଆନ୍ଦୋଳନ ଯାହା ଭାରତର ଯୁବପିଢ଼ିଙ୍କୁ ଆତ୍ମବିଶ୍ୱାସୀ, ଶୃଙ୍ଖଳିତ, ସମ୍ବେଦନଶୀଳ ଓ ଦେଶ ପ୍ରତି ସମର୍ପିତ ନାଗରିକ ଭାବରେ ଗଢ଼ିଥାଏ,” ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ପ୍ରତିବର୍ଷ କ୍ୟାଡେଟମାନେ ସେମାନଙ୍କର ଭୂମିକାକୁ ଆହୁରି ମଜଭୁତ କରୁଛନ୍ତି। ଏଥିସହିତ ଏନସିସି କ୍ୟାଡେଟ୍‌ଙ୍କ ସଂଖ୍ୟା ସାମ୍ପ୍ରତିକ ବର୍ଷଗୁଡ଼ିକରେ ୧୪ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି ପାଇଛି ଯାହା ସୀମାନ୍ତ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ଉଲ୍ଲେଖନୀୟ ଅଭିବୃଦ୍ଧି ପ୍ରଦର୍ଶିତ କରୁଛି ।

ସାରା ଦେଶରେ ପ୍ରବଳ ଉତ୍ସାହର ସହିତ ୧୫୦ ବର୍ଷର ‘ବନ୍ଦେ ମାତରମ୍’ ପାଳନକୁ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏନସିସି ହେଉଛି ଏମିତି ଏକ ପ୍ଲାଟଫର୍ମ ଯେଉଁଠାରେ ଯୁବପିଢି ତାଙ୍କର ସାଂସ୍କୃତିକ ଐତିହ୍ୟକୁ ଗର୍ବର ସହିତ ଜୀବନ୍ତ କରନ୍ତି। ସେ ପରମବୀର ସାଗର ଯାତ୍ରାକୁ ଏକ ଉତ୍କୃଷ୍ଟ ଉଦାହରଣ ଭାବରେ ସ୍ମରଣ କରାଇଛନ୍ତି, କିଛି ବର୍ଷ ପୂର୍ବେ ସରକାର ଆଣ୍ଡାମାନ ଏବଂ ନିକୋବରର ୨୧ଟି ଦ୍ୱୀପପୁଞ୍ଜକୁ ପରମବୀର ଚକ୍ର ପୁରସ୍କାରପ୍ରାପ୍ତଙ୍କ ନାମରେ ନାମିତ କରିଥିଲେ ଏବଂ କ୍ୟାଡେଟମାନେ ସେମାନଙ୍କର ନୌବାହନ ଅଭିଯାନ ମାଧ୍ୟମରେ ଜାତୀୟ ବୀରମାନଙ୍କୁ ସମ୍ମାନିତ କରିବାର ଏହି ମନୋଭାବକୁ ଆଗକୁ ବଢ଼ାଉଥିଲେ। ଶ୍ରୀ ମୋଦୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଲାକ୍ଷାଦ୍ୱୀପରେ, ଦ୍ୱୀପ ମହୋତ୍ସବ ମାଧ୍ୟମରେ, କ୍ୟାଡେଟମାନେ ସମୁଦ୍ର, ସଂସ୍କୃତି ଏବଂ ପ୍ରକୃତିକୁ ଏକାଠି ପାଳନ କରିଥିଲେ।
 

ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ, ଏନସିସି ସ୍ମାରକୀରୁ ସଡକ ପର୍ଯ୍ୟନ୍ତ ଇତିହାସକୁ ଜୀବନ୍ତ କରିଛି, ଏହାର ସାଇକଲ୍ ରାଲି ମାଧ୍ୟମରେ ବାଜିରାଓ ପେଶ୍ୱାଙ୍କର ସାହସ, ମହାନ୍‌ ଯୋଦ୍ଧା ଲଚିତ ବୋରଫୁକାନଙ୍କର କୌଶଳ, ଏବଂ ଭଗବାନ ବୀର୍ସା ମୁଣ୍ଡାଙ୍କର ନେତୃତ୍ୱକୁ ପ୍ରଦର୍ଶିତ କରି, ଜନସାଧାରଣରେ ସଚେତନତା ସୃଷ୍ଟି କରାଇଛି। ସେ ସମସ୍ତ କ୍ୟାଡେଟଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ଏବଂ ଆଜି ସମ୍ମାନିତ ହୋଇଥିବା ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଲାଲକିଲ୍ଲାରୁ ତାଙ୍କ କଥାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହା ହେଉଛି ସଠିକ୍ ସମୟ, ସର୍ବୋତ୍ତମ ସମୟ, ଆଜିର ଯୁଗ ଭାରତର ଯୁବପିଢ଼ି ପାଇଁ ସର୍ବାଧିକ ସୁଯୋଗ ମଧ୍ୟରୁ ଅନ୍ୟତମ। ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ହୋଇଥିବା ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ଉଦାହରଣ ଭାବରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ସରକାରଙ୍କ ଏହି ସମୟରୁ ଯୁବପିଢ଼ି ସର୍ବାଧିକ ଲାଭ ପାଇବାକୁ ପ୍ରତିବଦ୍ଧ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ପୂର୍ବରୁ ଭାରତ ଓମାନ, ନ୍ୟୁଜିଲ୍ୟାଣ୍ଡ, ବ୍ରିଟେନ, ୟୁଏଇ, ଅଷ୍ଟ୍ରେଲିଆ ଏବଂ ମରିସସ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛି, ଯାହା ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ଅଗଣିତ ସୁଯୋଗ ସୃଷ୍ଟି କରୁଛି।

ସମଗ୍ର ବିଶ୍ୱ ଭାରତର ଯୁବପିଢ଼ିଙ୍କୁ ବହୁତ ବିଶ୍ୱାସର ସହିତ ଦେଖୁଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ବିଶ୍ୱାସର କାରଣ ସେମାନଙ୍କର ଦକ୍ଷତା ଏବଂ ମୂଲ୍ୟବୋଧରେ ନିହିତ। ସେ ଜୋର ଦେଇ କହିଛନ୍ତି ଯେ, ଭାରତୀୟ ଯୁବପିଢ଼ି ଗଣତନ୍ତ୍ରର ମୂଲ୍ୟବୋଧ, ବିବିଧତା ପ୍ରତି ସମ୍ମାନ ଏବଂ ‘ପୃଥିବୀ ଏକ ପରିବାର’ ଭାବନାକୁ ନେଇ ଚାଲନ୍ତି, ଯାହା ସେମାନଙ୍କୁ ଯେକୌଣସି ସ୍ଥାନକୁ ଗଲେ ମଧ୍ୟ ଲୋକଙ୍କ ସହିତ ସହଜରେ ମିଶିବା ଓ ସେହି ଦେଶର ବିକାଶରେ ଯୋଗଦାନ ଦେବାରେ ସକ୍ଷମ କରିଥାଏ। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ, ଏହି ମୂଲ୍ୟବୋଧଗୁଡ଼ିକ ହେଉଛି ଭାରତର ସଂସ୍କୃତି ଏବଂ ପ୍ରକୃତି।
 

ବିଶ୍ୱ ନେତାମାନଙ୍କ ସହିତ ତାଙ୍କର ଆଲୋଚନାକୁ ଆଧାର କରି ଶ୍ରୀ ମୋଦୀ ଦୃଢ଼ ଭାବରେ କହିଛନ୍ତି ଯେ, ଭାରତୀୟ ଯୁବପିଢ଼ି କେବଳ କଠିନ ପରିଶ୍ରମୀ ନୁହଁନ୍ତି ବରଂ ଉତ୍କୃଷ୍ଟ ବୃତ୍ତିଗତ ମଧ୍ୟ, ଯାହା ଫଳରେ ବିଶ୍ୱବ୍ୟାପୀ ସେମାନଙ୍କର ଚାହିଦା ଅଧିକ। ସେ ସୂଚାଇଛନ୍ତି ଯେ, ଉପସାଗରୀୟ ଦେଶଗୁଡ଼ିକରେ, ଲକ୍ଷ ଲକ୍ଷ ଭାରତୀୟ ବର୍ଷ ବର୍ଷ ଧରି କାମ କରୁଛନ୍ତି ଏବଂ ଭାରତୀୟ ଡାକ୍ତର ଏବଂ ଇଞ୍ଜିନିୟରମାନେ ଅନେକ ଦେଶରେ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ପ୍ରଣାଳୀ ଏବଂ ଭିତ୍ତିଭୂମି ନିର୍ମାଣ କରୁଛନ୍ତି। ସେ ଏହା ମଧ୍ୟ ମନେ ପକାଇଛନ୍ତି ଯେ, ପୂର୍ବ ସମୟରେ ବିଦେଶ ଯାଇଥିବା ଭାରତର ଶିକ୍ଷକମାନେ ବିଶ୍ୱବ୍ୟାପୀ ସମାଜରେ ନୂତନ ମୂଲ୍ୟବୋଧ ଯୋଡିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱବ୍ୟାପୀ ଭାରତୀୟ ଯୁବପିଢ଼ିଙ୍କ ଅବଦାନ ସହିତ, ଦେଶ ଭିତରେ ସେମାନଙ୍କର ସଫଳତା ମଧ୍ୟ ବିଶ୍ୱବ୍ୟାପୀ ପ୍ରଶଂସିତ ହେଉଛି। ସେ ଆଲୋକପାତ କରିଛନ୍ତି ଯେ, ଏହି ଯୁବପିଢ଼ିଙ୍କ ଯୋଗୁଁ ହିଁ ଭାରତ ସାରା ବିଶ୍ୱରେ ସୂଚନା ପ୍ରଯୁକ୍ତିର ମେରୁଦଣ୍ଡ ପାଲଟିଛି ଏବଂ ବର୍ତ୍ତମାନ ସେମାନଙ୍କର ଶକ୍ତି ଷ୍ଟାର୍ଟଅପ୍, ମହାକାଶ, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତ୍ୟେକ କ୍ଷେତ୍ରରେ ବିପ୍ଳବ ଆଣି ଦେଉଛି।

ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ୟୁରୋପୀୟ ସଂଘ ସହିତ ସମ୍ପ୍ରତି ବୁଝାମଣା ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ "ସମସ୍ତ ଚୁକ୍ତିର ଜନନୀ" ଭାବରେ ପ୍ରଶଂସା କରାଯାଉଛି ଏବଂ ଏକ ବିଶ୍ୱସ୍ତରୀୟ ଗେମ୍‌ ଚେଞ୍ଜର୍‌ ଭାବରେ ବର୍ଣ୍ଣନା କରାଯାଉଛି। ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଏହି ଏଫ୍‌ଟିଏ ବିଶ୍ୱର ଜିଡିପିର ଏକ ଚତୁର୍ଥାଂଶ ଓ ବିଶ୍ୱ ବାଣିଜ୍ୟର ଏକ ତୃତୀୟାଂଶ ପ୍ରତିନିଧିତ୍ୱ କରେ ଏଥିସହିତ ଏହା ପ୍ରକୃତରେ ଭାରତର ଯୁବପିଢ଼ି ପାଇଁ "ଆକାଂକ୍ଷା କରିବାର ସ୍ୱାଧୀନତା"।

୨୭ଟି ଦେଶ ସହିତ ଏହି ଚୁକ୍ତିନାମା ଭାରତୀୟ ଷ୍ଟାର୍ଟଅପ୍‌ଗୁଡ଼ିକୁ ପାଣ୍ଠି ଏବଂ ନବସୃଜନ ଇକୋସିଷ୍ଟମ୍‌ର ସହଜ ପ୍ରବେଶ ଦ୍ୱାରା ଲାଭଦାୟକ ହେବ, ଏବଂ ଏହା ସହିତ ଫିଲ୍ମ, ଗେମିଂ, ଫ୍ୟାଶନ୍, ଡିଜିଟାଲ୍ ବିଷୟବସ୍ତୁ, ସଙ୍ଗୀତ ଏବଂ ଡିଜାଇନ୍‌ରେ ଭାରତର ସୃଜନଶୀଳ ଅର୍ଥନୀତିକୁ ମଧ୍ୟ ବୃଦ୍ଧି କରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, ଏହି ଚୁକ୍ତିନାମା ଗବେଷଣା, ଶିକ୍ଷା, ଆଇଟି ଏବଂ ବୃତ୍ତିଗତ ସେବା କ୍ଷେତ୍ରରେ ଭାରତୀୟ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ।

ଏହାର ବିପୁଳ ଲାଭ ହେତୁ ଏହି ଚୁକ୍ତିନାମାକୁ "ସମସ୍ତ ଚୁକ୍ତିର ଜନନୀ" ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହା ଆତ୍ମନିର୍ଭର ଭାରତ ଅଭିଯାନକୁ ତ୍ୱରାନ୍ୱିତ କରିବ ଓ "ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ" ର ସଂକଳ୍ପକୁ ସୁଦୃଢ଼ କରିବ। ସେ ବ୍ୟାଖ୍ୟା କରିଛନ୍ତି ଯେ, ଏହି ଚୁକ୍ତିନାମା ଅନୁଯାୟୀ, ଭାରତର ୯୯ ପ୍ରତିଶତରୁ ଅଧିକ ରପ୍ତାନୀ ଉପରେ ଶୁଳ୍କ ଶୂନ୍ୟ କିମ୍ବା ବହୁତ କମ୍ ହେବ, ଯାହା ବୟନଶିଳ୍ପ, ଚମଡା, ରତ୍ନ ଏବଂ ଅଳଙ୍କାର, ଚପଲ, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ଏମଏସଏମଇ ଭଳି ଶିଳ୍ପକୁ ଲାଭ ପହଞ୍ଚାଇବ। ଚୁକ୍ତି ଅନୁଯାୟୀ, ବୁଣାକାର, କାରିଗର ଏବଂ କ୍ଷୁଦ୍ର ଉଦ୍ୟୋଗୀମାନେ ୨୭ଟି ୟୁରୋପୀୟ ଦେଶର ବିଶାଳ ବଜାରରେ ସିଧାସଳଖ ପ୍ରବେଶ ପାଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
 

ସରକାର ବ୍ୟାପକ ସଂସ୍କାର ମାଧ୍ୟମରେ ବିଶ୍ୱସ୍ତରୀୟ ସୁଯୋଗକୁ ବିସ୍ତାର କରୁଛି ଏବଂ ଆଜି ଦେଶ ଯେଉଁ ସଂସ୍କାର ଏକ୍ସପ୍ରେସ ଉପରେ ଚଢ଼ିଛି ତାହା ଯୁବପିଢ଼ିଙ୍କ ସମ୍ମୁଖରେ ଥିବା ପ୍ରତ୍ୟେକ ପ୍ରତିବନ୍ଧକକୁ ଦୂର କରୁଛି ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଏନ୍‌ସିସି କ୍ୟାଡେଟମାନଙ୍କ ମଧ୍ୟରେ ଅନୁପ୍ରାଣିତ ଶୃଙ୍ଖଳା ଏବଂ ମୂଲ୍ୟବୋଧ ସହିତ ଦେଶର ବୃଦ୍ଧି ପାଉଥିବା ସୁଯୋଗ ସେମାନଙ୍କ ପାଇଁ ଏକ ଅତିରିକ୍ତ ସୁବିଧାରେ ପରିଣତ ହେଉଛି।

ଶ୍ରୀ ମୋଦୀ ଅପରେସନ ସିନ୍ଦୂରର ପ୍ରଭାବଶାଳୀ ଦୃଶ୍ୟମାନ ପ୍ରଦର୍ଶନକୁ ପ୍ରଶଂସା କରି ଜାତୀୟ ସୁରକ୍ଷା ପାଇଁ ସେହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଏନସିସି କ୍ୟାଡେଟମାନଙ୍କ ପ୍ରୟାସକୁ ବିଶେଷ ଭାବରେ ପ୍ରଶଂସା କରିଛନ୍ତି। ସେ ସଶସ୍ତ୍ର ବାହିନୀକୁ ସମର୍ଥନ କରିବା, ରକ୍ତଦାନ ଶିବିର ଆୟୋଜନ କରିବା ଏବଂ ପ୍ରାଥମିକ ଚିକିତ୍ସା ସେବା ପ୍ରଦାନ କରିବାରେ ସେମାନଙ୍କର ଅବଦାନ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏନସିସି ତାଲିମ କେବଳ ପରେଡ୍ ଗ୍ରାଉଣ୍ଡ ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ "ରାଷ୍ଟ୍ର ପ୍ରଥମ" ଭାବନାକୁ ମଧ୍ୟ ଉଜ୍ଜୀବିତ କରେ, ଯାହା କ୍ୟାଡେଟମାନଙ୍କୁ କଷ୍ଟକର ସମୟରେ ଦେଶ ପାଇଁ ପୂର୍ଣ୍ଣ ଶକ୍ତି ସହିତ କାମ କରିବାକୁ ପ୍ରେରଣା ଯୋଗାଏ। ସେ ମନେ ପକାଇ ଦେଇଛନ୍ତି ଯେ, ଏନସିସିରେ ତାଙ୍କ ସମୟରେ "ରାଷ୍ଟ୍ର ପ୍ରଥମ"ର ତାଙ୍କର ନିଜସ୍ୱ ଭାବନା ଦୃଢ଼ ହୋଇଥିଲା, ଏବଂ ଆଜି କ୍ୟାଡେଟମାନେ ସମାନ ମୂଲ୍ୟବୋଧ ଶିଖୁଥିବା ଦେଖି ସେ ସନ୍ତୋଷ ପ୍ରକାଶ କରିଛନ୍ତି।

ଅପରେସନ ସିନ୍ଦୂର ଭାରତର ଶକ୍ତି ଏବଂ ଏହାର ସଶସ୍ତ୍ର ବାହିନୀର ବୀରତ୍ୱକୁ ପୁନଃସ୍ଥାପିତ କରିଥିବା ଉପରେ ଜୋର ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ, ଏହା ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ଉନ୍ନତିକୁ ମଧ୍ୟ ପ୍ରଦର୍ଶନ କରିଛି। ଆଧୁନିକ ଯୁଦ୍ଧରେ, ଯୁବ ଦକ୍ଷତାର ଭୂମିକା ଯଥେଷ୍ଟ ବୃଦ୍ଧି ପାଇଛି, କାରଣ ଯୁଦ୍ଧଗୁଡ଼ିକ ବର୍ତ୍ତମାନ କେବଳ ଟ୍ୟାଙ୍କ ଏବଂ ବନ୍ଧୁକ ସହିତ ନୁହେଁ ବରଂ କୋଡ୍ ଏବଂ କ୍ଲାଉଡ୍‌ରେ ମଧ୍ୟ ଲଢ଼ାଯାଉଛି। ସେ ଚେତାଇଛନ୍ତି ଯେ, ପ୍ରଯୁକ୍ତିବିଦ୍ୟାରେ ପଛୁଆ ଥିବା ରାଷ୍ଟ୍ରଗୁଡ଼ିକ କେବଳ ଅର୍ଥନୀତିରେ ନୁହେଁ ବରଂ ସୁରକ୍ଷାରେ ମଧ୍ୟ ଦୁର୍ବଳ ଏବଂ ଯୁବପିଢ଼ିଙ୍କ ନବସୃଜନ ଦେଶପ୍ରେମକୁ ସୁଦୃଢ଼ କରେ ତଥା ଜାତୀୟ ସୁରକ୍ଷାରେ ଯୋଗଦାନ ଦିଏ। ସେ ଉଲ୍ଲେଖ କରିଛନ୍ତି ଯେ, ସଶସ୍ତ୍ର ବାହିନୀରେ ଟେକ୍-ସାଭୀ, ନବସୃଜନଶୀଳ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ଉନ୍ମୋଚିତ ହେଉଛି, ପ୍ରତିରକ୍ଷା ଷ୍ଟାର୍ଟଅପ୍ ଉତ୍କର୍ଷତା ହାସଲ କରୁଛି, ଭାରତରେ ନିର୍ମିତ ଡ୍ରୋନ୍ ବିକଶିତ ହେଉଛି ଏବଂ ଏଆଇ ଓ ପ୍ରତିରକ୍ଷା ନବସୃଜନ ବାହିନୀକୁ ଆଧୁନିକୀକରଣ କରୁଛି, ଯୁବପିଢ଼ିଙ୍କୁ ଏହି ସମ୍ଭାବନାର ପୂର୍ଣ୍ଣ ସୁଯୋଗ ନେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।

ଦେଶ ସମ୍ପ୍ରତି ୨୫ ଜାନୁଆରୀରେ ଜାତୀୟ ଭୋଟର ଦିବସ ପାଳନ କରିଛି ଏବଂ ଏହି ଅବସରରେ ସେ ନାଗରିକମାନଙ୍କୁ ଏକ ଚିଠି ଲେଖିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଜାତୀୟ ଭୋଟର ଦିବସ ହେଉଛି ସମ୍ବିଧାନ ଦ୍ୱାରା ପ୍ରଦତ୍ତ ଦାୟିତ୍ୱ ଏବଂ ଅଧିକାରର ଏକ ଉତ୍ସବ।  ଭାରତରେ ବିଶ୍ୱର ସର୍ବାଧିକ ସଂଖ୍ୟକ ଯୁବ ଭୋଟର ଅଛନ୍ତି ବୋଲି ସେ ଆଲୋକପାତ କରିଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଯେତେବେଳେ ଯୁବ ନାଗରିକ ୧୮ ବର୍ଷ ବୟସର ହୁଅନ୍ତି ଏବଂ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି, ସେମାନେ ଦେଶର ଭାଗ୍ୟ ଗଠନ କରିବାର ଶକ୍ତି ପାଆନ୍ତି। ଶ୍ରୀ ମୋଦୀ ଦେଶରେ ଏକ ନୂତନ ପରମ୍ପରା ପାଇଁ ଆହ୍ୱାନ ଦେଇଛନ୍ତି, ପ୍ରଥମ ଥର ଭୋଟରଙ୍କୁ ସମ୍ମାନିତ କରିବା ପାଇଁ ପ୍ରତି ବର୍ଷ ୨୫ ଜାନୁଆରୀରେ ଏକ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏଥିସହିତ ସେ ବିଶ୍ୱାସ ପ୍ରକଟ କରିଛନ୍ତି ଯେ, ଏହି ପ୍ରୟାସ ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱବୋଧକୁ ମଜଭୁତ କରିବ ଏବଂ ଗଣତନ୍ତ୍ରକୁ ସୁଦୃଢ଼ କରିବ।
 

"ଏକ ବିକଶିତ ଭାରତ କେବଳ ଆର୍ଥିକ ସମୃଦ୍ଧି ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଏହାର ନାଗରିକଙ୍କ ଆଚରଣ ଉପରେ ମଧ୍ୟ ନିର୍ଭର କରେ, ଯେଉଁମାନେ ସେମାନଙ୍କର କର୍ତ୍ତବ୍ୟକୁ ପ୍ରାଥମିକତା ଦେବା ଉଚିତ" ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ସେ ସ୍ୱଚ୍ଛ ଭାରତ ଅଭିଯାନକୁ ଏକ ଉଦାହରଣ ଭାବରେ ଉଲ୍ଲେଖ କରି କହିଛନ୍ତି ଯେ, ଏହା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲେ ମଧ୍ୟ, ଏହାକୁ ନାଗରିକ, ଯୁବପିଢ଼ି ଓ ପିଲାମାନେ ଆଗକୁ ବଢ଼ାଉଥିଲେ। ସେ କହିଛନ୍ତି, ସ୍ୱଚ୍ଛତା ଏକ ଅଭ୍ୟାସ, ଜୀବନଶୈଳୀ ଓ ମୂଲ୍ୟବୋଧ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ମୋଦୀ ଆହ୍ୱାନ କରିଛନ୍ତି ଯେ, ନାଗରିକ କର୍ତ୍ତବ୍ୟର ଭାବନା ଦୈନନ୍ଦିନ ଜୀବନର ଏକ ଅଂଶ ହେବା ଉଚିତ ଏବଂ ଯେପରି ଲୋକମାନେ ନିଜ ନିଜ ଅଗଣାରେ ସୌନ୍ଦର୍ଯ୍ୟ ଚାହାଁନ୍ତି, ସେହିପରି ସେମାନେ ସେମାନଙ୍କର ସହରଗୁଡ଼ିକୁ ମଧ୍ୟ ସମାନ ଭାବନାରେ ସୁନ୍ଦର କରିବା ଉଚିତ। ସେ ଉପସ୍ଥିତ ପ୍ରତ୍ୟେକ ଯୁବକଙ୍କୁ ପ୍ରତି ସପ୍ତାହରେ ଅତି କମରେ ଗୋଟିଏ ଘଣ୍ଟା ସ୍ୱଚ୍ଛତା ସମ୍ବନ୍ଧୀୟ ଅଭିଯାନ ପାଇଁ ଉତ୍ସର୍ଗ କରିବାକୁ ଏବଂ ଏକ ମନୋନୀତ ସ୍ଥାନରେ କିଛି କାର୍ଯ୍ୟକଳାପ ଯୋଜନା କରିବାକୁ ଆହ୍ୱାନ କରିଛନ୍ତି।

"ଏକ ପେଡ୍‌ ମା’ କେ ନାମ" ଅଭିଯାନ ଅଧୀନରେ, ଏନ୍‌ସିସି ପ୍ରାୟ ୮ ଲକ୍ଷ ଗଛ ଲଗାଇଛି ବୋଲି ଜାଣି ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଏବଂ ସେ ଜୋର ଦେଇ କହିଛନ୍ତି ଯେ, ଏହି ଗଛଗୁଡ଼ିକ ଭଲ ଭାବରେ ବଢ଼ିବା ସୁନିଶ୍ଚିତ କରିବା ଆମର କର୍ତ୍ତବ୍ୟ।

ଆଗାମୀ ସମୟରେ ଆମେ କେତେ ଫିଟ୍ ରହିବୁ ତାହା ହେଉଛି ଯୁବଶକ୍ତିର ସର୍ବୋତ୍ତମ ପରୀକ୍ଷା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଫିଟନେସ୍ କେବଳ କିଛି ମିନିଟ୍ ବ୍ୟାୟାମ ମଧ୍ୟରେ ସୀମିତ ହେବା ଉଚିତ୍ ନୁହେଁ ବରଂ ଖାଦ୍ୟ ଠାରୁ ଆରମ୍ଭ କରି ଦୈନନ୍ଦିନ କାର୍ଯ୍ୟକଳାପ ପର୍ଯ୍ୟନ୍ତ ଶୃଙ୍ଖଳିତ ଜୀବନଶୈଳୀ ସହିତ ଆମ ପ୍ରକୃତିର ଅଂଶ ହେବା ଉଚିତ। ଶ୍ରୀ ମୋଦୀ ଖୁସି ପ୍ରକଟ କରିଛନ୍ତି ଯେ, ଏନ୍‌ସିସି କ୍ୟାଡେଟମାନେ ଫିଟ୍ ଇଣ୍ଡିଆ ଅଭିଯାନକୁ ଆଗକୁ ବଢ଼ାଉଛନ୍ତି ଏବଂ କ୍ରୀଡାରେ ଉତ୍ତମ ପ୍ରଦର୍ଶନ କରୁଛନ୍ତି।

ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କ ମଧ୍ୟରେ ଅଧିକ ଓଜନର ସମସ୍ୟା ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ଭବିଷ୍ୟତରେ ଭାରତରେ ପ୍ରତି ତିନି ଜଣରେ ଜଣେ ସ୍ଥୂଳତାରେ ପୀଡିତ ହୋଇପାରନ୍ତି, ଯାହା ମଧୁମେହ, ରକ୍ତଚାପ ଏବଂ ଅନ୍ୟାନ୍ୟ ରୋଗର ବିପଦ ବୃଦ୍ଧି କରେ, ଯୁବପିଢ଼ି ସବୁଠାରୁ ଅଧିକ ପ୍ରଭାବିତ ଗୋଷ୍ଠୀ। ସେ ସତର୍କତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଓ ତେଲ ସେବନ ହ୍ରାସ କରିବାକୁ ଅନୁରୋଧ କରିଛନ୍ତି, ଖାଦ୍ୟରେ ତେଲ ସେବନ ୧୦ ପ୍ରତିଶତ ହ୍ରାସ କରିବା ପାଇଁ ତାଙ୍କର ପୂର୍ବ ଆହ୍ୱାନକୁ ଦୋହରାଇଛନ୍ତି।
 

ଏନସିସି କେବଳ ପଦଯାତ୍ରା ଶିଖାଏ ନାହିଁ ବରଂ ନାଗରିକ ଭାବରେ ଦାୟିତ୍ୱ ମଧ୍ୟ ଶିଖାଏ, କ୍ୟାଡେଟମାନଙ୍କୁ ଉତ୍ତମ ନାଗରିକ ହେବାରେ ସାହାଯ୍ୟ କରୁଥିବା କୌଶଳ ଏବଂ ମୂଲ୍ୟବୋଧ ପ୍ରଦାନ କରେ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଗଣତନ୍ତ୍ର ଦିବସ ପାଳନ ସମୟରେ ପ୍ରାପ୍ତ ଅଭିଜ୍ଞତା ସେମାନଙ୍କ ବ୍ୟକ୍ତିତ୍ୱକୁ ଆହୁରି ସୁସ୍ପଷ୍ଟ କରିଥାଏ। ପ୍ରଧାନମନ୍ତ୍ରୀ ଶେଷରେ ଶୁଭକାମନା ଜଣାଇ ସେମାନେ ଜୀବନର ପ୍ରତ୍ୟେକ ପରୀକ୍ଷାରେ ସଫଳ ହେବେ ଏବଂ ଏକ ବିକଶିତ ଭାରତ ଗଠନରେ ଅବଦାନ ରଖିବେ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି।

କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଡକ୍ଟର ମନସୁଖ ମାଣ୍ଡଭିୟ, ଶ୍ରୀ ସଞ୍ଜୟ ସେଠ୍ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଚଳିତ ବର୍ଷର ବାର୍ଷିକ ଏନ୍‌ସିସି ପିଏମ୍‌ ରାଲିର ବିଷୟବସ୍ତୁ ହେଉଛି 'ରାଷ୍ଟ୍ର ପ୍ରଥମ - କର୍ତ୍ତବ୍ୟ ନିଶ୍ଚିତ ଯୁବପିଢି', ଯାହା ଭାରତର ଯୁବପିଢ଼ିଙ୍କ ମଧ୍ୟରେ କର୍ତ୍ତବ୍ୟ, ଶୃଙ୍ଖଳା ଏବଂ ଜାତୀୟ ପ୍ରତିବଦ୍ଧତାର ଭାବନାକୁ ପ୍ରତିଫଳିତ କରେ।
 

ଏନ୍‌ସିସି ପିଏମ୍‌ ରାଲି ମାସେ ବ୍ୟାପୀ ଏନ୍‌ସିସି ଗଣତନ୍ତ୍ର ଦିବସ ଶିବିର ୨୦୨୬ର ମହାନ ପରିସମାପ୍ତିକୁ ସୂଚିତ କରିବ, ଯେଉଁଥିରେ ସାରା ଦେଶରୁ ୨,୪୦୬ ଏନ୍‌ସିସି କ୍ୟାଡେଟ୍ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ୮୯୮ ଜଣ ବାଳିକା କ୍ୟାଡେଟ୍ ମଧ୍ୟ ସାମିଲ ଥିଲେ। ଏହି ରାଲିରେ ୨୧ ବିଦେଶୀ ଦେଶର ୨୦୭ ଜଣ ଯୁବକ ଏବଂ ଅଧିକାରୀ ମଧ୍ୟ ଅଂଶଗ୍ରହଣ କରିବେ।

ଏହି ସମାରୋହରେ, ଏନ୍‌ସିସି କ୍ୟାଡେଟ୍, ରାଷ୍ଟ୍ରୀୟ ରଙ୍ଗଶାଳା ଏବଂ ଜାତୀୟ ସେବା ଯୋଜନାର ସଦସ୍ୟମାନଙ୍କ ଦ୍ୱାରା ଏକ ଜୀବନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ, ଯାହା ଦେଶ ନିର୍ମାଣ, ସମାଜ ସେବା ଏବଂ ବ୍ୟକ୍ତିତ୍ୱ ବିକାଶରେ ସେମାନଙ୍କର ଭୂମିକା ପ୍ରଦର୍ଶନ କରିବ।
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian youth are at the forefront of tech-led growth, innovation: PM Modi

Media Coverage

Indian youth are at the forefront of tech-led growth, innovation: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights efforts over the last 12 years to make quality healthcare more affordable and accessible
June 14, 2026
PM shares a glimpse of the health sector's transformation and reaffirms the commitment to build a healthy India

Prime Minister Shri Narendra Modi today stated that over the last 12 years, India has worked to make quality healthcare more affordable and accessible. He noted that we feel proud when we are known as the nation with the world’s largest healthcare programme, Ayushman Bharat, which provides top-quality healthcare to the most vulnerable.

Shri Modi pointed out that other efforts like PM Bharatiya Jan Aushadhi Pariyojana have made medicines affordable. The Prime Minister highlighted that the prices of stents and knee implants have become affordable and this has helped many people.

PM Modi observed that, at the same time, medical education has become more accessible to people due to more institutions and seats being available. He emphasized that we will keep building on this ground covered so far in order to build a healthy India, sharing a glimpse of how the health sector has been transformed.

In a series of posts on X, the Prime Minister shared:

"Over the last 12 years, India has worked to make quality healthcare more affordable and accessible.

We feel proud when we are known as the nation with the world’s largest healthcare programme, Ayushman Bharat, which provides top-quality healthcare to the most vulnerable.

Other efforts like PM Bharatiya Jan Aushadhi Pariyojana have made medicines affordable. The prices of stents and knee implants have become affordable and this has helped many people.

At the same time, medical education has become more accessible to people due more institutions and seats being available.

We will keep building on this ground covered so far in order to build a healthy India.

#12YearsOfSwasthBharat “ 

“A glimpse of how the health sector has been transformed….

#12YearsOfSwasthBharat"