ଭାରତର ସ୍ୱାଧୀନତା ଆନ୍ଦୋଳନ ଏବଂ ଏହାର ଇତିହାସ ମାନବାଧିକାର ପାଇଁ ଏକ ଶ୍ରେଷ୍ଠ ପ୍ରେରଣାର ଉତ୍ସ : ପ୍ରଧାନମନ୍ତ୍ରୀ
ଆମ ବାପୁଙ୍କୁ ସାରା ବିଶ୍ୱ ମାନବ ଅଧିକାର ଏବଂ ମାନବୀୟ ମୂଲ୍ୟବୋଧର ପ୍ରତୀକ ଭାବେ ଦେଖିଥାଏ : ପ୍ରଧାନମନ୍ତ୍ରୀ
ମାନବାଧିକାର ବିଚାର ଗରିବଙ୍କ ସମ୍ମାନ ସହିତ ନିବିଡ଼ ଭାବେ ଯୋଡ଼ି ହୋଇ ରହିଛି : ପ୍ରଧାନମନ୍ତ୍ରୀ
ତିନି ତଲାକ୍ ବିରୋଧରେ ଆଇନ ପ୍ରଣୟନ କରି ଆମେ ମୁସଲିମ ମହିଳାମାନଙ୍କୁ ନୂଆ ଅଧିକାର ପ୍ରଦାନ କରିଛୁ : ପ୍ରଧାନମନ୍ତ୍ରୀ
କର୍ମଜୀବୀ ମହିଳାମାନଙ୍କ ପାଇଁ ଭାରତ ୨୬ ସପ୍ତାହର ମାତୃତ୍ୱ ଅବକାଶ ସୁନିଶ୍ଚିତ କରିଛି, ଏହି ଉପଲବ୍ଧି ବହୁ ବିକଶିତ ଦେଶ ସୁଦ୍ଧା ହାସଲ କରିପାରିନାହାନ୍ତି : ପ୍ରଧାନମନ୍ତ୍ରୀ
ରାଜନୀତି ଏବଂ ରାଜନୈତିକ ଲାଭ କ୍ଷତିର ଦୃଷ୍ଟିରେ ଦେଖାଗଲେ ମାନବାଧିକାରର ସର୍ବାଧିକ ଉଲ୍ଲଙ୍ଘନ ହୋଇଥାଏ : ପ୍ରଧାନମନ୍ତ୍ରୀ
ଅଧିକାର ଏବଂ କର୍ତ୍ତବ୍ୟ ହେଉଛି ଦୁଇଟି ମାର୍ଗ ଯାହା ଉପରେ ଅଗ୍ରସର ହୋଇ ମାନବୀୟ ବିକାଶ ଏବଂ ମାନବୀୟ ସମ୍ମାନ ରକ୍ଷା ସମ୍ଭବ ହୋଇଥାଏ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ୨୮ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଏହାର ଇତିହାସ ଭାରତ ପାଇଁ ମାନବାଧିକାର ଏବଂ ମାନବାଧିକାର ମୂଲ୍ୟବୋଧର ସର୍ବଶ୍ରେଷ୍ଠ ପ୍ରେରଣା । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକ ରାଷ୍ଟ୍ର, ଏକ ସମାଜ ଭାବେ ଆମେ ଅନ୍ୟାୟପୂର୍ଣ୍ଣ ଅତ୍ୟାଚାରକୁ ପ୍ରତିରୋଧ କରି ଆସିଛୁ, ବହୁ ଦଶନ୍ଧି ଧରି ଆମର ଅଧିକାର ପାଇଁ ସଂଘର୍ଷ କରିଛୁ । ଏମିତି ଏକ ସମୟ ଥିଲା ଯେତେବେଳେ ପ୍ରଥମ ବିଶ୍ୱ ଯୁଦ୍ଧର ହିଂସାରେ ସାରା ବିଶ୍ୱ ଜଳୁଥିଲା । ଏହି ସମୟରେ ଭାରତ ସାରା ବିଶ୍ୱକୁ ‘ଅଧିକାର ଏବଂ ଅହିଂସା’ର ମାର୍ଗ ପ୍ରଦର୍ଶିତ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେବଳ ଭାରତ ନୁହେଁ, ସାରା ବିଶ୍ୱ ଆମ ବାପୁଙ୍କୁ ମାନବାଧିକାର ଏବଂ ମାନବୀୟ ମୂଲ୍ୟବୋଧର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ଦେଖିଥାଏ । ଏପରିକି ଅଧିକାଂଶ ସମୟରେ ସାରା ବିଶ୍ୱ ଭ୍ରମ ଏବଂ ଦ୍ୱନ୍ଦ୍ୱ ମଧ୍ୟରେ ପଡ଼ିଥିବା ବେଳେ ମାନବାଧିକାର ପାଇଁ ଭାରତ ସ୍ଥିର ଏବଂ ସମ୍ବେଦନଶୀଳ ରହିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାନବାଧିକାରର ବିଚାର ଗରିବଙ୍କ ସମ୍ମାନ ସହିତ ନିବିଡ଼ ଭାବେ ଜଡ଼ିତ । ସେ କହିଥିଲେ ଯେ, ଯେତେବେଳେ ଦରିଦ୍ରରୁ ଦରିଦ୍ରତମ ବ୍ୟକ୍ତି ସରକାରୀ ଯୋଜନାର ସମାନ ହକ୍ ପାଇବାରୁ ବଞ୍ଚିତ ହୋଇଥାନ୍ତି, ସେତେବେଳେ ମାନବାଧିକାରର ପ୍ରଶ୍ନ ଉଠିଥାଏ । ଗରିବଙ୍କ ସମ୍ମାନ ସୁନିଶ୍ଚିତ କରିବା ଲାଗି ସରକାରଙ୍କ ପ୍ରୟାସ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଜଣେ ଗରିବ ବ୍ୟକ୍ତି ଶୌଚାଳୟ ସୁବିଧା ପାଇଲେ ଖୋଲାରେ ମଳତ୍ୟାଗ କରିବାରୁ ମୁକ୍ତ ହୋଇଥାଏ, ତା’କୁ ସମ୍ମାନ ମିଳିଥାଏ । ଅନୁରୂପ ଭାବେ ବ୍ୟାଙ୍କକୁ ଯିବା ଲାଗି କୁଣ୍ଠାବୋଧ କରୁଥିବା ଜଣେ ଗରିବ ବ୍ୟକ୍ତି ଜନ ଧନ ଆକାଉଣ୍ଟ ପାଇଲେ ତା’ର ସମ୍ମାନ ସୁନିଶ୍ଚିତ ହୋଇଥାଏ ବୋଲି ସେ କହିଥିଲେ । ସେହିପରି ରୁପେ କାର୍ଡ, ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ଏବଂ ମହିଳାମାନଙ୍କୁ ପକ୍କା ଘରର ମାଲିକାନା ଆଦି ଏ ଦିଗରେ କେତେକ ପ୍ରମୁଖ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ବିଗତ କିଛି ବର୍ଷ ହେବ, ବିଭିନ୍ନ ସ୍ତର ଏବଂ ବିଭିନ୍ନ କ୍ଷେତ୍ରରେ ହେଉଥିବା ଅନ୍ୟାୟ ଦୂର କରିବା ଲାଗି ସରକାର ପ୍ରୟାସ କରି ଆସୁଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବହୁ ଦଶନ୍ଧି ଧରି ମୁସଲିମ ମହିଳାମାନେ ତିନି ତଲାକ୍ ବିରୋଧରେ ଆଇନ ଆଣିବା ଲାଗି ଦାବି କରି ଆସୁଥିଲେ । ତିନି ତଲାକ୍ ବିରୋଧରେ ଆଇନ ଆଣି ଆମେ ମୁସଲିମ ମହିଳାମାନଙ୍କୁ ନୂଆ ଅଧିକାର ପ୍ରଦାନ କରିଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ଯେ, ମହିଳାମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ର ଖୋଲାଯାଇଛି ଏବଂ ଦିନରାତି ସେମାନଙ୍କୁ ସୁରକ୍ଷିତ ଭାବେ କାର୍ଯ୍ୟ କରିବାକୁ ଦିଆଯିବା ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି । ସେ କହିଥିଲେ ଯେ, କର୍ମଜୀବୀ ମହିଳାମାନଙ୍କ ପାଇଁ ଭାରତ ୨୬ ସପ୍ତାହର ମାତୃତ୍ୱ ଅବକାଶ ସୁନିଶ୍ଚିତ କରିଛି, ଏହି ଉପଲବ୍ଧି ବହୁ ବିକଶିତ ଦେଶ ସୁଦ୍ଧା ହାସଲ କରିପାରିନାହାନ୍ତି । ଅନୁରୂପ ଭାବେ ତୃତୀୟ ଲିଙ୍ଗୀ, ଶିଶୁ, ଯାଯାବର ଏବଂ ଅର୍ଦ୍ଧ-ଯାଯାବର ସମୁଦାୟଙ୍କ ବିକାଶ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ତାଲିକା ପ୍ରଧାନମନ୍ତ୍ରୀ ଦେଇଥିଲେ ।

ସଦ୍ୟସମାପ୍ତ ପାରା ଅଲିମ୍ପିକ୍ସରେ ପାରା ଆଥଲେଟ ମାନଙ୍କର ପ୍ରେରଣାଦାୟୀ ପ୍ରଦର୍ଶନ ବିଷୟରେ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ ବର୍ଷଗୁଡ଼ିକରେ ଦିବ୍ୟାଙ୍ଗ ଜନଙ୍କ କଲ୍ୟାଣ ପାଇଁ ଆଇନ ପ୍ରଣୟନ କରାଯାଇଛି । ସେମାନଙ୍କୁ ନୂଆ ସୁବିଧା ସହିତ ଯୋଡ଼ାଯାଇଛି । ଦିବ୍ୟାଙ୍ଗଙ୍କ ପାଇଁ ଅନୁକୂଳ ଅଟ୍ଟାଳିକା ନିର୍ମାଣ କରାଯାଉଛି ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଭାଷାକୁ ମାନକୀକୃତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶ୍ରୀ ମୋଦୀ କହିଥିଲେ ଯେ ମହାମାରୀ ସମୟରେ, ଗରିବ, ଅସହାୟ ଏବଂ ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ଆକାଉଣ୍ଟ ଜରିଆରେ ସିଧାସଳଖ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା କାର୍ଯ୍ୟକାରୀ କରାଯିବା ଫଳରେ ପ୍ରବାସୀ ଶ୍ରମିକମାନେ ବାଧାମୁକ୍ତ ଭାବେ ଖାଦ୍ୟଶସ୍ୟ ପାଇପାରୁଛନ୍ତି ।

ମାନବାଧିକାରର ପକ୍ଷପାତପୂର୍ଣ୍ଣ ବ୍ୟାଖ୍ୟା ଏବଂ ମାନବାଧିକାରକୁ ବ୍ୟବହାର କରି ଦେଶର ଛବିକୁ ଖରାପ କରିବା ଲାଗି ହେଉଥିବା ଉଦ୍ୟମ ପ୍ରତି ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ସେ କହିଥିଲେ ଯେ, କିଛି ଲୋକ ନିଜର ସ୍ୱାର୍ଥ ଅନୁଯାୟୀ, ନିଜସ୍ୱ ଦୃଷ୍ଟି କୋଣରେ ମାନବାଧିକାରର ବ୍ୟାଖ୍ୟା କରିବା ଆରମ୍ଭ କରିଛନ୍ତି । ଗୋଟିଏ ପରିସ୍ଥିତିକୁ ମାନବାଧିକାର ଉଲ୍ଲଙ୍ଘନ ଭାବେ ଦେଖିବା ଏବଂ ଅନ୍ୟ ଏକ ସମାନ ପରିସ୍ଥିତିକୁ ଗ୍ରହଣ ନକରିବାର ମନୋବୃତି ଯୋଗୁ ମାନବଧିକାର ସୁରକ୍ଷା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥାଏ ବୋଲି ସେ କହିଥିଲେ । ସେ ମଧ୍ୟ କହିଥିଲେ ଯେ, ରାଜନୀତି ଏବଂ ରାଜନୈତିକ ଲାଭ କ୍ଷତିର ଦୃଷ୍ଟିରେ ଦେଖାଗଲେ ମାନବାଧିକାରର ସର୍ବାଧିକ ଉଲ୍ଲଙ୍ଘନ ହୋଇଥାଏ । ଏପରି ପକ୍ଷପାତପୂର୍ଣ୍ଣ ବ୍ୟବହାର ଗଣତନ୍ତ୍ରକୁ ମଧ୍ୟ ସମାନ ଭାବେ କ୍ଷତିଗ୍ରସ୍ତ କରୁଛି ବୋଲି ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମାନବାଧିକାର କେବଳ ଆମର ଅଧିକାର ସହ ଜଡ଼ିତ ନୁହେଁ ବରଂ ଆମ କର୍ତ୍ତବ୍ୟ ସହ ମଧ୍ୟ ଜଡ଼ିତ । ଅଧିକାର ଏବଂ କର୍ତ୍ତବ୍ୟ ସେହି ଦୁଇଟି ମାର୍ଗ ଯାହା ଉପରେ ମାନବୀୟ ବିକାଶ ଏବଂ ମାନବୀୟ ସମ୍ମାନ ରକ୍ଷା ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅଧିକାର ଭଳି କର୍ତ୍ତବ୍ୟ ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଜୋର ଦେଇ କହିଥିଲେ । କର୍ତ୍ତବ୍ୟ ଏବଂ ଅଧିକାରକୁ ପୃଥକ ଭାବେ ଦେଖାଯିବା ଉଚିତ୍ ନୁହେଁ କାରଣ ଉଭୟ ପରସ୍ପରର ଅନୁପୂରକ ।

ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣ ଶେଷରେ ଭବିଷ୍ୟତ ପିଢ଼ିର ମାନବାଧିକାର ବିଷୟରେ ଉଲ୍ଲେଖ କରିଥିଲେ । ସେ ଜୋର ଦେଇ କହିଥିଲେ ଯେ, ଅନ୍ତର୍ଜାତୀୟ ସୌର ମେଣ୍ଟ, ଅକ୍ଷୟ ଶକ୍ତି ଲକ୍ଷ୍ୟ ଏବଂ ହାଇଡ୍ରୋଜେନ ମିଶନ ଭଳି ପଦକ୍ଷେପ ଜରିଆରେ ଭାରତ ଦ୍ରୁତ ଗତିରେ ଦୀର୍ଘସ୍ଥାୟୀ ଜୀବନ ଏବଂ ପରିବେଶ ଅନୁକୂଳ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଛି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s contribution to BRICS: Nari Shakti moves from promise to delivery

Media Coverage

India’s contribution to BRICS: Nari Shakti moves from promise to delivery
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the President of Iran
June 30, 2026
President Pezeshkian briefs PM on the recent developments in West Asia.
PM welcomes the understanding reached and reiterates the need for continued efforts for lasting peace and stability.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the recent developments in West Asia and the way forward.

Prime Minister welcomed the understanding reached, and reiterated India’s consistent position that all issues must be resolved through dialogue and diplomacy.

Prime Minister reiterated the need for continued efforts to ensure lasting peace and stability in the region, and for safeguarding freedom of navigation and commerce.