ଭାରତର ସ୍ୱାଧୀନତା ଆନ୍ଦୋଳନ ଏବଂ ଏହାର ଇତିହାସ ମାନବାଧିକାର ପାଇଁ ଏକ ଶ୍ରେଷ୍ଠ ପ୍ରେରଣାର ଉତ୍ସ : ପ୍ରଧାନମନ୍ତ୍ରୀ
ଆମ ବାପୁଙ୍କୁ ସାରା ବିଶ୍ୱ ମାନବ ଅଧିକାର ଏବଂ ମାନବୀୟ ମୂଲ୍ୟବୋଧର ପ୍ରତୀକ ଭାବେ ଦେଖିଥାଏ : ପ୍ରଧାନମନ୍ତ୍ରୀ
ମାନବାଧିକାର ବିଚାର ଗରିବଙ୍କ ସମ୍ମାନ ସହିତ ନିବିଡ଼ ଭାବେ ଯୋଡ଼ି ହୋଇ ରହିଛି : ପ୍ରଧାନମନ୍ତ୍ରୀ
ତିନି ତଲାକ୍ ବିରୋଧରେ ଆଇନ ପ୍ରଣୟନ କରି ଆମେ ମୁସଲିମ ମହିଳାମାନଙ୍କୁ ନୂଆ ଅଧିକାର ପ୍ରଦାନ କରିଛୁ : ପ୍ରଧାନମନ୍ତ୍ରୀ
କର୍ମଜୀବୀ ମହିଳାମାନଙ୍କ ପାଇଁ ଭାରତ ୨୬ ସପ୍ତାହର ମାତୃତ୍ୱ ଅବକାଶ ସୁନିଶ୍ଚିତ କରିଛି, ଏହି ଉପଲବ୍ଧି ବହୁ ବିକଶିତ ଦେଶ ସୁଦ୍ଧା ହାସଲ କରିପାରିନାହାନ୍ତି : ପ୍ରଧାନମନ୍ତ୍ରୀ
ରାଜନୀତି ଏବଂ ରାଜନୈତିକ ଲାଭ କ୍ଷତିର ଦୃଷ୍ଟିରେ ଦେଖାଗଲେ ମାନବାଧିକାରର ସର୍ବାଧିକ ଉଲ୍ଲଙ୍ଘନ ହୋଇଥାଏ : ପ୍ରଧାନମନ୍ତ୍ରୀ
ଅଧିକାର ଏବଂ କର୍ତ୍ତବ୍ୟ ହେଉଛି ଦୁଇଟି ମାର୍ଗ ଯାହା ଉପରେ ଅଗ୍ରସର ହୋଇ ମାନବୀୟ ବିକାଶ ଏବଂ ମାନବୀୟ ସମ୍ମାନ ରକ୍ଷା ସମ୍ଭବ ହୋଇଥାଏ : ପ୍ରଧାନମନ୍ତ୍ରୀ

ନମସ୍କାର!

ଆପଣ ସମସ୍ତଙ୍କୁ ନବରାତ୍ରୀ ପବିତ୍ର ପର୍ବର ବହୁତ-ବହୁତ ଶୁଭକାମନା ! କାର୍ଯ୍ୟକ୍ରମରେ ମୋ ସହିତ ଉପସ୍ଥିତ ଦେଶର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ମହାଶୟ, ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଶ୍ରୀ ଅରୁଣ କୁମାର ମିଶ୍ରା ମହାଶୟ, କେନ୍ଦ୍ରୀ ଗୃହ ରାଜ୍ୟମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରଏ ମହାଶୟ, ମାନବାଧିକାର ଆୟୋଗର ଅନ୍ୟ ସମ୍ମାନିତ ସଦସ୍ୟଗଣ, ରାଜ୍ୟ ମାନବାଧିକାର ଆୟୋଗର ସମସ୍ତ ଅଧ୍ୟକ୍ଷଗଣ, ଉପସ୍ଥିତ ସୁପ୍ରିମ କୋର୍ଟର ସମସ୍ତ ମାନ୍ୟ ଆଦରଣୀୟ ଜଜ୍ ମହୋଦୟ, ସଦସ୍ୟଗଣ, ମିଳିତ ଜାତିସଂଘର ବିଭିନ୍ନ ସଂସ୍ଥାର ସମସ୍ତ ପ୍ରତିନିଧି, ନାଗରିକ ସମାଜ ସହିତ ଜଡ଼ିତ ସାଥୀଗଣ, ଅନ୍ୟ ସମସ୍ତ ମହାନୁଭବ, ଭାଇ ଓ ଭଉଣୀମାନେ!

ଆପଣ ସମସ୍ତଙ୍କୁ ରାଷ୍ଟ୍ରୀୟ ମାନବାଧିକାର ଆୟୋଗର 28ତମ  ପ୍ରତିଷ୍ଠା ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା । ଏହି ଆୟୋଜନ ଆଜି ଏକ ଏଭଳି ସମୟରେ ହେଉଛି, ଯେତେବେଳେ ଆମ ଦେଶ ନିଜ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଭାରତ ପାଇଁ ମାନବାଧିକାରର ପ୍ରେରଣା, ମାନବାଧିକାରର ମୂଲ୍ୟବୋଧର ବହୁତ ବଡ଼ ସ୍ରୋତ ସ୍ୱାଧୀନତା ପାଇଁ ଆମର ଆନ୍ଦୋଳନ, ହେଉଛି ଆମର ଇତିହାସ। ଆମେ ଶତାବ୍ଦୀ- ଶତାବ୍ଦୀ ଧରି ନିଜ ଅଧିକାର ପାଇଁ ସଂଘର୍ଷ କଲୁ, ଏକ ରାଷ୍ଟ୍ର ଭାବେ, ଏକ ସମାଜ ଭାବେ, ଅନ୍ୟାୟ- ଅତ୍ୟାଚାରର ପ୍ରତିରୋଧ କଲୁ! ଏକ ଏଭଳି ସମୟରେ ଯେତେବେଳେ ସମଗ୍ର ପୃଥିବୀ ବିଶ୍ୱଯୁଦ୍ଧର ହିଂସାରେ ପ୍ରଜ୍ଜ୍ୱଳିତ ହେଉଥିଲା, ଭାରତ ସମଗ୍ର ବିଶ୍ୱକୁ ‘ଅଧିକାର ଏବଂ ଅହିଂସାର ମାର୍ଗ ପ୍ରଦର୍ଶିତ କଲା। ଆମର ପୂଜ୍ୟ ବାପୁଙ୍କୁ କେବଳ ଦେଶ ନୁହେଁ, ବରଂ ସାରା ବିଶ୍ୱ ମାନବାଧିକାର ଏବଂ ମାନବୀୟ ମୂଲ୍ୟର ପ୍ରତୀକ ଭାବେ ଦେଖୁଛି। ଏହା ଆମ ସମସ୍ତଙ୍କର ସୌଭାଗ୍ୟ ଯେ ଆମେ ଆଜି ଅମୃତ ମହୋତ୍ସବ ମାଧ୍ୟମରେ ଆମେ ମହାତ୍ମାଗାନ୍ଧିଙ୍କର ସେହି ମୂଲ୍ୟ ଏବଂ ଆଦର୍ଶକୁ ବଂଚାଇ ରଖିବା ପାଇଁ ସଂକଳ୍ପ ନେଉଛୁ। ମୁଁ ସନ୍ତୋଷ ଯେ, ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ଭାରତର ଏହି ନୈତିକ ସଂକଳ୍ପକୁ ଶକ୍ତି ଦେଉଛି, ନିଜର ସହଯୋଗ କରୁଛି।

ସାଥୀଗଣ,

ଭାରତ ହେଉଛି ‘ଆତ୍ମବତ୍ ସର୍ବଭୂତେଷୁ’ର ମହାନ ଆଦର୍ଶକୁ, ସଂସ୍କାରକୁ ନେଇ ବିଚାରକୁ ନେଇ ଚାଲୁଥିବା ଦେଶ। ‘ଆତ୍ମବତ୍ ସର୍ବଭୂତେଷୁ’ ଅର୍ଥାତ ମୁଁ ଯେପରି ଅଛି, ସେହିପରି ହିଁ ହେଉଛନ୍ତି ସମସ୍ତ ମନୁଷ୍ୟ। ମାନବ- ମାନବ ମଧ୍ୟରେ, ଜୀବ- ଜୀବ ମଧ୍ୟରେ ଭେଦଭାବ ନାହିଁ। ଯେତେବେଳେ ଆମେ ସମସ୍ତେ ଏହି ବିଚାରକୁ ସ୍ୱୀକାର କରୁଛୁ, ସେତେବେଳେ ଚାରିଆଡ଼େ ଥିବା ଶୂନ୍ୟତା ଭରି ଯାଇଥାଏ। ଅନେକ ପ୍ରକାରର ବିବିଧତା ମଧ୍ୟରେ ଭାରତର ଜନମାନସ ଏହି ବିଚାରକୁ ହଜାର- ହଜାର ବଷ ଧରି ଜୀବନ୍ତ କରି ରଖିଛି। ଏଥିପାଇଁ, ଶହ- ଶହ ବର୍ଷର ପରାଧୀନତା ପରେ ଭାରତ ଯେତେବେଳେ ସ୍ୱାଧୀନ ହେଲା, ସେତେବେଳେ ଆମର ସମ୍ବିଧାନ ଦ୍ୱାରା କରାଯାଇଥିବା ସମାନତା ଏବଂ ମୌଳିକ ଅଧିକାରଗୁଡ଼ିକର ଘୋଷଣା ସେତିକି ହିଁ ସହଜତାର ସହିତ ସ୍ୱୀକାର ହେଲା!

ସାଥୀଗଣ,

ସ୍ୱାଧୀନତା ପରେ ମଧ୍ୟ ଭାରତକୁ କ୍ରମାଗତ ଭାବେ ବିଶ୍ୱକୁ ସମାନତା ଏବଂ ମାନବାଧିକାର ସହିତ ଜଡ଼ିତ ବିଷୟଗୁଡ଼ିକ ଉପରେ ନୂତନ ଦୃଷ୍ଟିକୋଣ ଦିଆଯାଇଛି, ନୂତନ ଦୃଷ୍ଟିକୋଣ ପ୍ରଦାନ କରିଛି। ବିଗତ ଦଶକମାନଙ୍କରେ ଏଭଳି କେତେ ହିଁ ଅବସର ବିଶ୍ୱ ସମ୍ମୁଖକୁ ଆସିଛି, ଯେତେବେଳେ ଦୁନିଆ ଭ୍ରମିତ ହୋଇଛି, ପଥହରା ହୋଇଛି କିିନ୍ତୁ ଭାରତ ମାନବାଧିକାର ପ୍ରତି ସଦା ସର୍ବଦା ପ୍ରତିବଦ୍ଧ ରହିଛି, ସମ୍ବେଦନଶୀଳ ହୋଇ ରହିଛି। ଅନେକ ଗୁଡିଏ ଆହ୍ୱାନ ପରେ ମଧ୍ୟ ଆମର ଏହି ଆସ୍ଥା ଆମକୁ ଆଶ୍ୱସ୍ତ କରିଥାଏ ଯେ ଭାରତ, ମାନବାଧିକାରକୁ ସର୍ବୋପରି ରଖି ଏକ ଆଦର୍ଶ ସମାଜ ନିର୍ମାଣର କାର୍ଯ୍ୟ ଏହିଭଳି ଭାବେ କରି ଚାଲିବ।

ସାଥୀଗଣ,

ଆଜି ଦେଶ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ଅର୍ଥାତ ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ, ସମସ୍ତଙ୍କର ପ୍ରୟାସର ମୂଳମନ୍ତ୍ରକୁ ନେଇ ଚାଲୁଛି। ଏହା ହେଉଛି ଏକ ପ୍ରକାରରେ ମାନବାଧିକାରକୁ ସୁନିଶ୍ଚିତ କରିବାର ହିଁ ମୂଳ ଭାବନା । ଯଦି ସରକାର କୌଣସି ଯୋଜନା ଆରମ୍ଭ କରନ୍ତି ଆଉ ଯଦି ତାହାର ଲାଭ କିଛି ଜଣଙ୍କୁ ମିଳିବ, କିଛି ଜଣଙ୍କୁ ମିଳିବ ନାହିଁ ତେବେ ଅଧିକାରର ବିଷୟ ଆସି ଠିଆ ହେବ ନିଶ୍ଚିତ। ଆଉ ଏଥିପାଇଁ ଆମେ, ପ୍ରତ୍ୟେକ ଯୋଜନାର ଲାଭ, ସମସ୍ତଙ୍କ ପର୍ଯ୍ୟନ୍ତ ପହଂଚୁ, ଏହି ଲକ୍ଷ୍ୟକୁ ନେଇ ଚାଲୁଛୁ। ଯେତେବେଳେ ଭେଦଭାବ ହୋଇ ନଥାଏ, ଯେତେବେଳେ ପକ୍ଷପାତ ବା ପାତରଅନ୍ତର ହୋଇ ନଥାଏ, ପାରଦର୍ଶିତାର ସହିତ କାର୍ଯ୍ୟ ହୋଇଥାଏ, ସେତେବେଳେ ସାଧାରଣ ନାଗରିକଙ୍କର ଅଧିକାର ମଧ୍ୟ ସୁନିଶ୍ଚିତ ହୋଇଥାଏ। ଚଳିତ ଅଗଷ୍ଟ 15ରେ ଦେଶବାସୀଙ୍କ ସହିତ ଉଦବୋଧନ ସମୟରେ, ମୁଁ ଏହି କଥା ଉପରେ ଗୁରୁତ୍ୱାରୋପ କରିଥିଲି ଯେ ଏବେ ଆମକୁ ମୌଳିକ ସୁଖ ସୁବିଧାଗୁଡ଼ିକୁ ଶତ ପ୍ରତିଶତ ଶେଷ ପର୍ଯ୍ୟନ୍ତ ନେଇ ଯିବାକୁ ହେବ। ଏହି ଶତ ପ୍ରତିଶତ ଶେଷ ପର୍ଯ୍ୟନ୍ତ ଅଭିଯାନ, ସମାଜର ଶେଷ ପଂକ୍ତି ବା ଧାଡ଼ିରେ, ଯାହାର ଉଲ୍ଲେଖ ଏବେ ଆମର ଅରୁଣ ମିଶ୍ରା ମହାଶୟ କଲେ। ଶେଷ ଧାଡିରେ ଠିଆ ହୋଇଥିବା ସେହି ବ୍ୟକ୍ତିଙ୍କର ଅଧିକାରଗୁଡ଼ିକୁ ସୁନିଶ୍ଚିତ କରିବା ପାଇଁ ରହିଛି, ଯାହାଙ୍କୁ ଏକଥା ଜଣା ମଧ୍ୟ ନାହିଁ ଯେ, ଏହା ହେଉଛି ତାଙ୍କର ଅଧିକାର। ସେ କେଉଁଠିକୁ ଅଭିଯୋଗ କରିବା ପାଇଁ ଯାଏ ନାହିଁ, କୌଣସି ଆୟୋଗ ପାଖକୁ ଯାଆନ୍ତି ନାହିଁ। ଏବେ ସରକାର ଗରିବଙ୍କ ଘରକୁ ଯାଇ, ଗରିବଙ୍କୁ ସୁବିଧାଗୁଡ଼ିକ ସହିତ ଯୋଡ଼ୁଛନ୍ତି।

ସାଥୀଗଣ,

ଯେତେବେଳେ ଦେଶର ଏକ ବଡ଼ ବର୍ଗ, ନିଜ ଆବଶ୍ୟକତା ଗୁଡ଼ିକୁ ପୂରଣ କରିବାରେ ହିଁ ସଂଘର୍ଷରତ ରହିବ, ତେବେ ତାଙ୍କ ପାଖରେ ନିଜ ଅଧିକାର ଏବଂ ନିଜ ଆକାଂକ୍ଷାଗୁଡ଼ିକ ପାଇଁ କିଛି କରିବା ପାଇଁ ନା ତ ସମୟ ବଂଚିବ, ଆଉ ନା ଉର୍ଜ୍ଜା ଆଉ ନା ହିଁ ଇଚ୍ଛାଶକ୍ତି । ଆଉ ଆମେ ସମସ୍ତେ ଜାଣିଛୁ ଗରିବଙ୍କ ଜୀବନକୁ ଆମେ ଯଦି ସୂକ୍ଷ୍ମତାର ସହିତ ଦେଖିବା, ତେବେ ଦେଖିବା ଯେ ଆବଶ୍ୟକତା ହିଁ ହେଉଛି ତାହାର ଜୀବନ ଏବଂ ଆବଶ୍ୟକତା ଗୁଡ଼ିକୁ ପୂରଣ କରିବା ପାଇଁ ତାହାର ଜୀବନର ପ୍ରତି କ୍ଷଣ, ଶରୀରର ପ୍ରତି ଅଂଶ ଲାଗି ପଡ଼ିଥାଏ। ଆଉ ଯେତେବେଳେ ଆବଶ୍ୟକତା ଗୁଡ଼ିକ ପୂରଣ ହୋଇ ନଥାଏ, ସେତେବେଳ ପର୍ଯ୍ୟନ୍ତ ଅଧିକାର ବିଷୟ ଯାଏଁ ହିଁ ପହଂଚି ପାରି ନଥାଏ। ଯେତେବେଳେ ଗରିବ ନିଜର ମୌଳିକ ସୁବିଧାଗୁଡ଼ିକୁ, ଆଉ ଯେଉଁକଥା ଏବେ ଅମିତ ଭାଇ ବଡ଼ ବିସ୍ତୃତ ଭାବେ ବର୍ଣ୍ଣନା କଲେ । ଯେଭଳି ଶୌଚାଳୟ, ବିଜୁଳି, ସ୍ୱାସ୍ଥ୍ୟର ଚିନ୍ତା, ଚିକିତ୍ସାର ଚିନ୍ତା, ଏ ସବୁଗୁଡ଼ିକ ସହିତ ଲଢ଼ୁଥିବ, ଆଉ କେହି ଯାଇ ତା’ସାମ୍ନାରେ ତାହାର ଅଧିକାରଗୁଡ଼ିକ ସମ୍ପର୍କରେ ତାଲିକା ଗଣାଇବେ ତେବେ ଗରିବ ସର୍ବପ୍ରଥମେ ଏହା ପଚାରିବ ଯେ କ’ଣ ଏହି ଅଧିକାର ତା’ର ଆବଶ୍ୟକତା ଗୁଡ଼ିକୁ ପୂରଣ କରି ପାରିବ। କାଗଜରେ ଲେଖା ଯାଇଥିବା ଅଧିକାରଗୁଡ଼ିକୁ ଗରିବଙ୍କ ପର୍ଯ୍ୟନ୍ତ ପହଂଚାଇବା ଲାଗି ପ୍ରଥମେ ତାହାର ଆବଶ୍ୟକତାଗୁଡ଼ିକ ପୂରଣ କରାଯିବାର ବହୁତ ବଡ଼ ଆବଶ୍ୟକତା ରହିଛି। ଯେତେବେଳେ ଆବଶ୍ୟକତା ପୂରଣ ହେବାରେ ଲାଗେ, ତେବେ ଗରିବ ନିଜର ଉର୍ଜ୍ଜାକୁ ନିଜର ଅଧିକାରଗୁଡ଼ିକ ଉପରେ ଲଗାଇ ପାରେ, ନିଜର ଅଧିକାର ଦାବି କରିପାରେ। ଆଉ ଆମେ ସମସ୍ତେ ଏହି କଥା ସହିତ ମଧ୍ୟ ପରିଚିତ ଅଛୁ ଯେ, ଯେତେବେଳେ ଆବଶ୍ୟକତା ପୂରଣ ହୋଇଥାଏ, ଅଧିକାରଗୁଡ଼ିକ ପ୍ରତି ସତର୍କତା ଆସିଥାଏ, ଆଉ ପୁଣି ଆକାଂକ୍ଷାଗୁଡ଼ିକ ସେତିକି ହିଁ ଦ୍ରୁତ ଗତିରେ ବଢ଼ିଥାଏ। ଏହି ଆକାଂକ୍ଷାଗୁଡ଼ିକ ଯେତେ ପ୍ରବଳ ହୋଇଥାଏ, ସେତିକି ହିଁ ଗରିବଙ୍କୁ, ଦାରିଦ୍ର୍ୟରୁ ବାହାରକୁ ବାହାରିବାକୁ ଶକ୍ତି ମିଳିଥାଏ। ଗରିବୀର ଦୁଶ୍ଚକ୍ରରୁ ବାହାରକୁ ବାହାରି ସେ ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ବଢି ଚାଲିଥାଏ। ଏଥିପାଇଁ, ଯେତେବେଳ ଗରିବର ଘରେ ଶୌଚାଳୟ ତିଆରି ହୋଇଥାଏ, ତା’ଘରେ ବିଜୁଳି ପହଂଚିଥାଏ, ତାକୁ ଗ୍ୟାସ ସଂଯୋଗ ମିଳିଥାଏ, ସେତେବେଳେ ଏହା କେବଳ ଏକ ଯୋଜନା ଭାବେ ତା’ ପାଖରେ ପହଂଚି ନ ଥାଏ, ବରଂ ଏହି ଯୋଜନା ଗୁଡିକ ତା’ର ଆବଶ୍ୟକତାକୁ ପୂରଣ କରିଥାଏ, ତାକୁ ନିଜର ଅଧିକାର ବିଷୟରେ ସଚେତନ କରିଥାଏ, ତା’ ମନରେ ଆଶା ଆକାଂକ୍ଷା ଜାଗ୍ରତ କରିଥାଏ।

ସାଥୀଗଣ,

ଗରିବକୁ ମିଳୁଥିବା ଏହିସବୁ ସୁବିଧା ଗୁଡ଼ିକ, ତା’ ଜୀବନରେ ଗୌରବ ଆଣୁଛି, ତାହାର ଗାରିମା ବୃଦ୍ଧି କରୁଛି। ଯେଉଁ ଗରିବ ଲୋକ କେବେ ଶୌଚ ହେବା ପାଇଁ ଖୋଲା ସ୍ଥାନକୁ ଯିବାକୁ ବାଧ୍ୟ ହେଉଥିଲା, ଏବେ ଗରିବଙ୍କୁ ଯେତେବେଳେ ଶୌଚାଳୟ ମିଳୁଛି, ତାଙ୍କୁ ଗୌରବ ମଧ୍ୟ ମିଳି ପାରୁଛି। ଯେଉଁ ଗରିବ ଲୋକ କେବେ ବ୍ୟାଙ୍କ ଭିତରକୁ ଯିବାକୁ ସାହସ ଯୁଟାଇ ପାରୁ ନଥିଲେ, ସେହି ଗରିବ ଲୋକ ଏବେ ଜନ-ଧନ ଖାତା ଖୋଲୁଛନ୍ତି, ସେତେବେଳେ ତା’ମଧ୍ୟରେ ସାହସ ଆସୁଛି, ତା’ର ଗୌରବ ବୃଦ୍ଧି ପାଉଛି। ଯେଉଁ ଗରିବ ଲୋକ କେବେ ଡେବିଟ୍ କାର୍ଡ ବିଷୟରେ ଚିନ୍ତା ମଧ୍ୟ କରି ପାରୁ ନଥିଲା, ସେହି ଗରିବଙ୍କୁ ଯେତେବେଳେ ରୂପୟେ କାର୍ଡ ମିଳୁଛି, ପକେଟରେ ଯେତେବେଳେ ରୂପୟେ କାର୍ଡ ଥାଏ, ସେତେବେଳେ ତାହାର ଗୌରବ ବୃଦ୍ଧି ପାଇଥାଏ। ଯେଉଁ ଗରିବ ଲୋକ କେବେ ଗ୍ୟାସ ସଂଯୋଗ ପାଇଁ ସୁପାରିଶ ଉପରେ ନିର୍ଭରଶୀଳ ଥିଲା ତାକୁ ଘରେ ବସି ଉଜ୍ଜ୍ୱଳା ସଂଯୋଗ ମିଳୁଛି, ସେତେବେଳେ ତା’ର ଗୌରବ ବୃଦ୍ଧି ପାଉଛି। ଯେଉଁ ମହିଳାମାନଙ୍କୁ ପିଢ଼ୀ ପରେ ପିଢ଼ୀ, ସମ୍ପତି ଉପରେ ମାଲିକାନାର ଅଧିକାର ମିଳୁ ନଥିଲା, ଯେତେବେଳେ ସରକାରୀ ଆବାସ ଯୋଜନାର ଘର ତା’ନାମରେ ହେଉଛି, ସେତେବେଳେ ଏହି ମାଆ-ଭଉଣୀମାନଙ୍କର ଗୌରବ ବଢ଼ି ଯାଉଛି।

ସାଥୀଗଣ,

ବିଗତ ବର୍ଷମାନଙ୍କରେ ଦେଶରେ ଭିନ୍ନ-ଭିନ୍ନ ବର୍ଗରେ, ଭିନ୍ନ-ଭିନ୍ନ ସ୍ତରରେ ହେଉଥିବା ଅନ୍ୟାୟକୁ ମଧ୍ୟ ଦୂର କରିବାର ପ୍ରୟାସ କରାଯାଇଛି। ଦଶକ- ଦଶକ ଧରି ମୁସଲିମ୍ ମହିଳାମାନେ ତିନି-ତଲାକ ବିରୋଧରେ ଆଇନ ପାଇଁ ଦାବି କରୁଥିଲେ। ଆମେ ତିନି-ତଲାକ ବିରୁଦ୍ଧରେ ଆଇନ ପ୍ରଣୟନ କରି, ମୁସଲିମ୍ ମହିଳାମାନଙ୍କୁ ନୂଆ ଅଧିକାର ଦେଇଛୁ। ମୁସଲିମ୍ ମହିଳାମାନଙ୍କୁ ହଜ୍ ସମୟରେ ମହରମର ବାଧ୍ୟତାରୁ ମୁକ୍ତ କରିବାର କାର୍ଯ୍ୟ ମଧ୍ୟ ଆମ ସରକାର କରିଛନ୍ତି।

ସାଥୀଗଣ,

ଭାରତର ନାରୀଶକ୍ତି ସମ୍ମୁଖରେ ସ୍ୱାଧୀନତାର ଏତେ ଦଶକ ପରେ ମଧ୍ୟ ଅନେକ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । ବହୁତଗୁଡ଼ିଏ କ୍ଷେତ୍ରରେ ସେମାନଙ୍କର ପ୍ରବେଶ ଉପରେ କଟକଣା ଥିଲା, ମହିଳାଙ୍କ ସହିତ ଅନ୍ୟାୟ ହେଉଥିଲା। ଆଜି ମହିଳାମାନଙ୍କ ପାଇଁ କାର୍ଯ୍ୟ କରିବା ଲାଗି ଅନେକ କ୍ଷେତ୍ରକୁ ଉନ୍ମୁକ୍ତ କରାଯାଇଛି, ସେମାନେ 24 ଘଂଟା ସୁରକ୍ଷାର ସହିତ କାର୍ଯ୍ୟ କରି ପାରନ୍ତୁ, ଏହା ସୁନିଶ୍ଚିତ କରାଯାଉଛି । ବିଶ୍ୱର ବଡ଼-ବଡ଼ ଦେଶ ଏଭଳି କରି ପାରି ନାହାଁନ୍ତି, କିନ୍ତୁ ଭାରତ ଆଜି କର୍ମଜୀବୀ ମହିଳାମାନଙ୍କୁ 26 ସପ୍ତାହର ବେତନ ସହ ପ୍ରସବ କାଳୀନ ଅବକାଶ ପ୍ରଦାନ କରୁଛି।

ସାଥୀଗଣ,

ଯେତେବେଳେ ସେହି ମହିଳାମାନଙ୍କୁ 26 ସପ୍ତାହର ଅବକାଶ ମିଳୁଛି, ସେମାନେ ଏକ ପ୍ରକାରରେ ନବଜାତ ଶିଶୁର ଅଧିକାର ରକ୍ଷା କରୁଛନ୍ତି। ନିଜ ମାଆ ସହିତ ଜୀବନ ବିତାଇବା ପାଇଁ ତାକୁ ତା’ର ଅଧିକାର, ସେହି ଅଧିକାର ତାହାକୁ ମିଳୁଛି। ବୋଧହୁଏ ଏପର୍ଯ୍ୟନ୍ତ ଆମର ଆଇନ ପୁସ୍ତକରେ ଏହି ସମସ୍ତ ବିଷୟରେ ଉଲ୍ଲେଖ କରାଯାଇ ନଥିବ।

ସାଥୀଗଣ,

ଝିଅମାନଙ୍କର ସୁରକ୍ଷା ସହିତ ଜଡ଼ିତ ଅନେକ ଆଇନଗତ ପଦକ୍ଷେପ ମଧ୍ୟ ବିଗତ ବର୍ଷମାନଙ୍କରେ ନିଆଯାଇଛି। ଦେଶର 700ରୁ ଅଧିକ ଜିଲ୍ଲାରେ ୱାନ ଷ୍ଟପ୍ କେନ୍ଦ୍ର ଚାଲୁ ରହିଛି, ଯେଉଁଠାରେ ଗୋଟିଏ ସ୍ଥାନରେ ମହିଳାମାନଙ୍କୁ ଡାକ୍ତରୀ ସହାୟତା, ପୁଲିସ ସୁରକ୍ଷା, ମାନସିକ ଚାପ ହ୍ରାସ ପାଇଁ ପରାମର୍ଶ, ଆଇନଗତ ସହାୟତା ଏବଂ ଅସ୍ଥାୟୀ ଆଶ୍ରୟ ଦିଆଯାଉଛି। ମହିଳାମାନଙ୍କ ଉପରେ ହେଉଥିବା ଅପରାଧଗୁଡ଼ିକର ଶୀଘ୍ର ଶୁଣାଣୀ ହେଉ, ଏଥିପାଇଁ ସାରା ଦେଶରେ ସାଢ଼େ ଛଅ ଶହରୁ ଅଧିକ ଫାଷ୍ଟ ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯାଇଛି। ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ପାଇଁ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା କରାଯାଇଛି। ଗର୍ଭଧାରଣ ଚିକିତ୍ସା ସମାପ୍ତି ଆଇନରେ ସଂଶୋଧନ କରାଯାଇ ମହିଳାମାନଙ୍କୁ ଗର୍ଭପାତ ସହିତ ଜଡ଼ିତ ସ୍ୱାଧୀନତା ଦିଆଯାଇଛି। ସୁରକ୍ଷିତ ଏବଂ ଆଇନଗତ ଗର୍ଭପାତର ରାସ୍ତା ମିଳିବା ଦ୍ୱାରା ମହିଳାମାନଙ୍କ ଜୀବନରେ ସଙ୍କଟ ହ୍ରାସ ପାଇଛି ଏବଂ ପ୍ରତାଡ଼ନାରୁ ମଧ୍ୟ ମୁକ୍ତି ମିଳିଛି। ପିଲାମାନଙ୍କ ଉପରେ ହେଉଥିବା ଅପରାଧ ରୋକିବା ପାଇଁ ମଧ୍ୟ ଆଇନକୁ କଡ଼ାକଡ଼ି କରାଯାଇଛି, ନୂଆ ଫାଷ୍ଟ ଟ୍ରାକ୍ କୋର୍ଟମାନ ପ୍ରତିଷ୍ଠା କରାଯାଇଛି।

ସାଥୀଗଣ,

ଆମର ଦିବ୍ୟାଙ୍ଗ ଭାଇ ଭଉଣୀମାନଙ୍କର କ’ଣ ଶକ୍ତି ଅଛି, ଏହା ଆମେ ନିକଟରେ ପାରା-ଅଲିମ୍ପିକ୍ସରେ ପୁଣି ଅନୁଭବ କରିଛୁ। ବିଗତ ବର୍ଷମାନଙ୍କରେ ଦିବ୍ୟାଙ୍ଗମାନଙ୍କୁ ସଶକ୍ତ କରିବା ପାଇଁ ମଧ୍ୟ ଆଇନ ପ୍ରଣୟନ କରାଯାଇଛି, ସେମାନଙ୍କୁ ନୂଆ ନୂଆ ସୁବିଧାଗୁଡ଼ିକ ସହିତ ଯୋଡ଼ି ଦିଆଯାଇଛି। ସାରା ଦେଶରେ ହଜାର- ହଜାର ଭବନଗୁଡ଼ିକରେ, ସାର୍ବଜନିକ ବସ୍ ରେ, ରେଳବାଇରେ ଦିବ୍ୟାଙ୍ଗମାନଙ୍କର ପ୍ରବେଶ ସୁଗମ ହୋଇଛି, ପ୍ରାୟ 700 ୱେସାଇଟ୍ସଗୁଡ଼ିକୁ ଦିବ୍ୟାଙ୍ଗଙ୍କ ଅନୁକୂଳ ଭାବେ ପ୍ରସ୍ତୁତ କରିବା ହେଉ, ଦିବ୍ୟାଙ୍ଗମାନଙ୍କର ସୁବିଧା ପାଇଁ ସ୍ୱତନ୍ତ୍ର ମୁଦ୍ରା ପ୍ରଚଳନ କରିବା ହେଉ, ନୋଟ୍ ମଧ୍ୟ ପ୍ରଚଳନ ହେଉ, ଆପଣମାନଙ୍କ ମଧ୍ୟରୁ ବୋଧହୁଏ ଅନେକ ଲୋକଙ୍କୁ  ଏହା ଜଣା ନଥିବ, ଏବେ ଆମର ଯେଉଁ ନୂଆ ଟଙ୍କା ପ୍ରଚଳନ କରାଯାଇଛି, ସେଥିରେ ଦିବ୍ୟାଙ୍ଗ ଅର୍ଥାତ ଆମର ଯେଉଁ ଦୃଷ୍ଟିହୀନ ଭାଇ ଭଉଣୀ ଅଛନ୍ତି। ସେମାନେ ଏହାକୁ ସ୍ପର୍ଶ କରି ଏହି ନୋଟର ମୂଲ୍ୟ କେତେ ତାହା ଜାଣି ପାରୁଛନ୍ତି। ଏହି ବ୍ୟବସ୍ଥା କରାଯାଇଛି। ଶିକ୍ଷା ଠାରୁ ନେଇ ଦକ୍ଷତା ବିକାଶ, ଦକ୍ଷତା ଠାରୁ ନେଇ ଅନେକ ସଂସ୍ଥାନ ଏବଂ ବିଶେଷ ପାଠ୍ୟକ୍ରମ ପ୍ରସ୍ତୁତ କରିବା ହେଉ, ଏହି ସମସ୍ତ ଦିଗ ଉପରେ ବିଗତ ବର୍ଷମାନଙ୍କରେ ବହୁତ ଗୁରୁତ୍ୱ ଦିଆଯାଇଛି। ଆମ ଦେଶରେ ଅନେକ ଭାଷା ଅଛି, ଅନେକ ଉପ-ଭାଷା ମଧ୍ୟ ଅଛି ଆଉ ସେହିଭଳି ସ୍ୱଭାବର ଆମର ସାଂକେତିକ ଚିହ୍ନ ବା ଭାଷା ମଧ୍ୟ ରହିଛି। ଆମର ଅନେକ ମୂକ-ବଧିର ଦିବ୍ୟାଙ୍ଗଜନ ଅଛନ୍ତି। ଯଦି ସେମାନେ ଗୁଜରାଟରେ ଯେଉଁ ସଂକେତ ଦେଖିଥାଆନ୍ତି। ମହାରାଷ୍ଟ୍ରରେ ତାହା ଭିନ୍ନ, ଗୋଆରେ ମଧ୍ୟ ଭିନ୍ନ, ତାମିଲନାଡ଼ୁରେ ମଧ୍ୟ ଭିନ୍ନ। ଭାରତ ଏହି ସମସ୍ୟାର ସମାଧାନ କରିବା ପାଇଁ ସାରା ଦେଶ ନିମନ୍ତେ ଏକ ସାଂକେତିକ ଭାଷା ବ୍ୟବସ୍ଥା କରିଛି। ଆଇନଗତ ଭାବରେ ଏହାର ସମ୍ପୂର୍ଣ୍ଣ ତାଲିମ ଅନେକ ଅଧିକାରୀଙ୍କ ଚିନ୍ତା ଏବଂ ସମ୍ବେଦନଶୀଳ ଅଭିବ୍ୟକ୍ତିର ଏହା ହେଉଛି ପରିଣାମ। ନିକଟରେ ଦେଶର ପ୍ରଥମ ସାଂକେତିକ ଭାଷା ଅଭିଯାନ ଏବଂ ଅଡିଓ ବୁକ୍ ର ସୁବିଧା ଦେଶର ଲକ୍ଷ- ଲକ୍ଷ ଦିବ୍ୟାଙ୍ଗ ପିଲାମାନଙ୍କୁ ଦିଆ ଯାଇଛି, ଯାହାଦ୍ୱାରା ସେମାନେ ଇ-ପାଠ୍ୟକ୍ରମ ସହିତ ଯୋଡ଼ି ହୋଇ ପାରିବେ। ଚଳିତ ଥର ଯେଉଁ ଜାତୀୟ ଶିକ୍ଷାନୀତି ଆସିଛି, ସେଥିରେ ମଧ୍ୟ ଏହି କଥାଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ସେହିଭଳି ତୃତୀୟ ଲିଙ୍ଗ ବ୍ୟକ୍ତିମାନଙ୍କୁ ମଧ୍ୟ ଉନ୍ନତ ସୁବିଧା ଏବଂ ସମାନ ସୁଯୋଗ ଦେବାପାଇଁ ତୃତୀୟ ଲିଙ୍ଗ ଅଧିକାର ସୁରକ୍ଷା ଆଇନ ପ୍ରଣୟନ କରାଯାଇଛି। ଯାଯାବର ଏବଂ ବିଭିନ୍ନ ସ୍ଥାନ ବୁଲି ବସବାସ କରୁଥିବା ସମୁଦାୟଙ୍କ ପାଇଁ ମଧ୍ୟ ଉନ୍ନୟନ ଏବଂ କଲ୍ୟାଣ ବୋର୍ଡ ସ୍ଥାପନା କରାଯାଇଛି। ଲୋକ ଅଦାଲତ ମାଧ୍ୟମରେ, ଲକ୍ଷ- ଲକ୍ଷ ପୁରୁଣା ମାମଲାର ସମାଧାନ ହେବା ଦ୍ୱାରା ଅଦାଲତର ବୋଝକୁ ହ୍ରାସ କରାଯାଇ ପାରୁଛି, ଆଉ ଦେଶବାସୀଙ୍କୁ ବହୁତ ସହାୟତା ମିଳିଛି। ଏହି ସମସ୍ତ ପ୍ରୟାସ ସମାଜରେ ହେଉଥିବା ଅନ୍ୟାୟକୁ ଦୂର କରିବାରେ ବଡ଼ ଭୂମିକା ତୁଲାଇଛି।

ସାଥୀଗଣ,

ଆମର ଦେଶ କରୋନାର ଏତେ ବଡ଼ ମହାମାରୀର ସାମ୍ନା କରିଛି । ଶତାବ୍ଦୀର ଏତେ ବଡ଼ ବିପର୍ଯ୍ୟୟ, ଯାହା ଆଗରେ ବିଶ୍ୱର ବଡ଼- ବଡ଼ ଦେଶ ମଧ୍ୟ ଦୋହଲି ଯାଇଛି। ପୂର୍ବର ମହାମାରୀଗୁଡ଼ିକର ଅନୁଭବ ଅଛି ଯେ, ଯେତେବେଳେ ଏତେ ବଡ଼ ଭୟଙ୍କର ବିପଦ ଆସିଛି, ଏତେ ବଡ଼ ଜନସଂଖ୍ୟା ଅଛି, ତେବେ ଏହା ସହିତ ସମାଜରେ ଅସ୍ଥିରତା ମଧ୍ୟ ସୃଷ୍ଟି ହୋଇଥାଏ, କିନ୍ତୁ ଦେଶର ସାଧାରଣ ମଣିଷର ଅଧିକାର ପାଇଁ ଭାରତ ଯାହା କରିଛି, ସେଥିରେ ସମସ୍ତ ଆଶା ଆଶଙ୍କା ଭୁଲ ପ୍ରମାଣିତ ହୋଇଛି। ଏଭଳି କଠିନ ସମୟରେ ମଧ୍ୟ ଭାରତ ଏହି କଥାର ପ୍ରୟାସ କରିଛି ଯେ ଜଣେ ମଧ୍ୟ ଗରିବକୁ ଭୋକରେ ଶୋଇବାକୁ ନପଡ଼ୁ। ବିଶ୍ୱର ବଡ଼-ବଡ଼ ଦେଶ କରି ପାରି ନାହାଁନ୍ତି, କିନ୍ତୁ ଆଜି ମଧ୍ୟ ଭାରତ 80 କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେଉଛି। ଭାରତ ଏହି କରୋନା ସମୟରେ ଗରିବ, ଅସହାୟ ଓ ବୟସ୍କମାନଙ୍କୁ ସିଧାସଳଖ ସେମାନଙ୍କ ଜମା ଖାତା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦେଇଛି । ପ୍ରବାସୀ ଶ୍ରମିକଙ୍କ ପାଇଁ ‘ଏକ ରାଷ୍ଟ୍ର- ଏକ ରାସନ କାର୍ଡ’ ର ସୁବିଧା ମଧ୍ୟ ଆରମ୍ଭ କାରାଯାଇଛି। ଫଳରେ ଦେଶରେ କେଉଁଠାକୁ ମଧ୍ୟ ଯାଆନ୍ତୁ, ସେମାନଙ୍କୁ ରାସନ ପାଇଁ ଏଣେ-ତେଣେ ବୁଲିବାକୁ ପଡ଼ିବ ନାହିଁ।

ଭାଇ ଓ ଭଉଣୀମାନେ,

ମାନବୀୟ ସମ୍ବେଦନା ଏବଂ ସମ୍ବେଦନଶୀଳତାକୁ ସର୍ବୋପରି ରଖି, ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ଏଭଳି ପ୍ରୟାସ ଦେଶର କ୍ଷୁଦ୍ର ଚାଷୀମାନଙ୍କୁ ବହୁତ ଶକ୍ତି ଦେଇଛି। ଆଜି ଦେଶର କୃଷକମାନେ କୌଣସି ତୃତୀୟ ଲୋକଠାରୁ ଋଣ ନେବା ପାଇଁ ବାଧ୍ୟ ହେଉ ନାହାଁନ୍ତି, ସେମାନଙ୍କ ପାଖରେ କିଷାନ ସମ୍ମାନ ନିଧିର ଶକ୍ତି ଅଛି, ଫସଲ ବୀମା ଯୋଜନା ଅଛି, ସେମାନଙ୍କୁ ବଜାର ସହିତ ଯୋଡ଼ିବା ପାଇଁ ନୀତି ନିୟମ ରହିଛି। ଏହାର ଏହି ପରିଣାମ ମିଳିଛି ଯେ ଏହି ସଙ୍କଟ ସମୟରେ ମଧ୍ୟ ଦେଶର କୃଷକ ରେକର୍ଡ ପରିମାଣର ଫସଲ ଉତ୍ପାଦନ କରୁଛନ୍ତି। ଜମ୍ମୁ-କଶ୍ମୀର ଏବଂ ଉତର-ପୂର୍ବାଂଚଳର ଉଦାହରଣ ଆମ ସାମ୍ନାରେ ଅଛି। ଏହି ଅଂଚଳରେ ଆଜି ବିକାଶ ପହଂଚୁଛି, ଏଠାକାର ଲୋକଙ୍କ ଜୀବନଧାରଣ ଉନ୍ନତ କରିବା ପାଇଁ ଗମ୍ଭୀରତାର ସହିତ ପ୍ରୟାସ ହେଉଛି। ଏହି ପ୍ରୟାସ ମାନବାଧିକାର ଗୁଡ଼ିକୁ ମଧ୍ୟ ସେତିକି ସଶକ୍ତ କରୁଛି।

ସାଥୀଗଣ,

ମାନବାଧିକାରଗୁଡ଼ିକ ସହିତ ଜଡ଼ିତ ଆଉ ଏକ ପକ୍ଷ ହେଉଛି, ଯାହାର ଚର୍ଚ୍ଚା ମୁଁ ଆଜି କରିବାକୁ ଚାହୁଁଛି। ଏଇ କିଛି ବର୍ଷ ମଧ୍ୟରେ ମାନବାଧିକାରର ବ୍ୟାଖ୍ୟା କିଛି ଲୋକ ନିଜ-ନିଜ ଶୈଳୀରେ, ନିଜ-ନିଜ ହିତକୁ ଦେଖି କରିବାରେ ଲାଗିଛନ୍ତି। ଗୋଟିଏ ପ୍ରକାରର କୌଣସି ଘଟଣାରେ କିଛି ଲୋକଙ୍କୁ ମାନବାଧିକାର ହନନ ହେବାର ଦେଖାଯାଉଛି। ଆଉ ସେହିଭଳି କିଛି ଅନ୍ୟ ଘଟଣାରେ ଏହି ଲୋକମାନଙ୍କୁ ମାନବାଧିକାର ହନନ ଦେଖାଯାଉ ନାହିଁ। ଏହି ପ୍ରକାରର ମାନସିକତା ମଧ୍ୟ ମାନବାଧିକାରକୁ ବହୁତ ଅଧିକ କ୍ଷତି ପହଂଚାଉଛି। ମାନବାଧିକାରର ବହୁତ ଅଧିକ ହନନ ସେତେବେଳେ ହୋଇଥାଏ, ଯେତେବେଳେ ତାହାକୁ ରାଜନୈତିକ ରଙ୍ଗରେ ଦେଖା ଯାଇଥାଏ, ରାଜନୈତିକ ଚଷମାରେ ଦେଖା ଯାଇଥାଏ। ରାଜନୈତିକ ଲାଭ କ୍ଷତିର ତରାଜୁରେ ଓଜନ କରାଯାଇଥାଏ। ଏହିଭଳି ବାଛବିଚାର ବ୍ୟବହାର ଲୋକତନ୍ତ୍ର ପାଇଁ ମଧ୍ୟ ସେତିକି କ୍ଷତିକାରକ ହୋଇଥାଏ। ଆମେ ଦେଖୁଛୁ ଯେ ଏହିଭଳି ବାଛବିଚାର ଯୁକ୍ତ ବ୍ୟବହାର କରି କିଛି ଲୋକ ମାନବାଧିକାର ହନନ ନାମରେ ଦେଶର ଛବିକୁ ମଧ୍ୟ କ୍ଷତି କରିବାର ପ୍ରୟାସ କରୁଛନ୍ତି। ଏଭଳି ଲୋକମାନଙ୍କଠାରୁ ଦେଶକୁ ମଧ୍ୟ ସତର୍କ ରହିବାକୁ ପଡିବ।

ସାଥୀଗଣ,

ଆଜି ବିଶ୍ୱରେ ମାନବାଧିକାରର କଥା କୁହାଯାଉଛି, ତେବେ ତାହାର କେନ୍ଦ୍ର ହେଉଛି ବ୍ୟକ୍ତିଗତ ଅଧିକାର, ହେଉଛି ବ୍ୟକ୍ତିଗତ ଅଧିକାର। ଏହା ହେବା ମଧ୍ୟ ଉଚିତ। କାରଣ ବ୍ୟକ୍ତି ଦ୍ୱାରା ହିଁ ସମାଜର ନିର୍ମାଣ ହୋଇଥାଏ, ଆଉ ସମାଜ ଦ୍ୱାରା ହିଁ ରାଷ୍ଟ୍ର ନିର୍ମାଣ ହୋଇଥାଏ। କିନ୍ତୁ ଭାରତ ଏବଂ ଭାରତର ପରମ୍ପରା ଶତାବ୍ଦୀ ଶତାବ୍ଦୀ ଧରି ଏହି ବିଚାରଧାରାକୁ ନୂତନ ଶିଖର ପ୍ରଦାନ କରିଛି। ଆମର ଏଠାରେ ଶତାବ୍ଦୀ ଶତାବ୍ଦୀ ଧରି ଶାସ୍ତ୍ରରେ ବାରମ୍ବାର ଏହି କଥାର ଆଲୋଚନା କରାଯାଇଥାଏ। ଆତ୍ମନଃ ପ୍ରତି-କୂଳାନୀ ପରେଷାମ୍ ନ ସମାଚାରେତ୍। ଅର୍ଥାତ ଯାହା ନିଜ ପାଇଁ ପ୍ରତିକୂଳ ହୋଇଥାଏ, ସେହି ବ୍ୟବହାର ଅନ୍ୟ କୌଣସି ମଧ୍ୟ ବ୍ୟକ୍ତିଙ୍କ ସହ ନ କରନ୍ତୁ। ଏହାର ଅର୍ଥ ଏହା ଯେ ମାନବାଧିକା ଗୁଡ଼ିକୁ କେବଳ ଅଧିକାର ସହିତ ଯୋଡା ନ ଯାଉ ବରଂ ଏହା ହେଉଛି ଆମ କର୍ତବ୍ୟଗୁଡ଼ିକର ବିଷୟ ମଧ୍ୟ। ଆମେ ନିଜ ସହିତ ଅନ୍ୟ ମାନଙ୍କର ଅଧିକାରର ମଧ୍ୟ ଚିନ୍ତା କରିବା, ଅନ୍ୟର ଅଧିକାରକୁ ନିଜର କର୍ତବ୍ୟ ଭାବି କରିବା, ଆମେ ପ୍ରତ୍ୟେକ ମାନବ ସହିତ ‘ସମଭାବ ଏବଂ ମମଭାବ’ ରଖିବା! ଯେତେବେଳେ ସମାଜରେ ଏହି ସହଜତା ଆସି ଯାଇଥାଏ, ସେତେବେଳେ ମାନବାଧିକାର ଆମ ସମାଜର ଜୀବନମୂଲ୍ୟ ପାଲଟି ଯାଇଥାଏ। ଅଧିକାର ଏବଂ କର୍ତବ୍ୟ, ଏହି ଦୁଇଟି ହେଉଛି ଏଭଳି ପଥ, ଯାହା ଉପରେ ମାନବ ବିକାଶ ଏବଂ ମାନବ ଗାରିମାର ଯାତ୍ରା ଆଗକୁ ବଢ଼ିଥାଏ। ଅଧିକାରର ଯେତିକି ଆବଶ୍ୟକତା ଅଛି, କର୍ତବ୍ୟର ମଧ୍ୟ ସେତିକି ଆବଶ୍ୟକତା ଅଛି। ଅଧିକାର ଏବଂ କର୍ତବ୍ୟର କଥା ଭିନ୍ନ ଭିନ୍ନ ହେବା ଉଚିତ୍ ନୁହେଁ, ଏକାସଙ୍ଗେ ହିଁ କୁହାଯିବା ଦରକାର। ଏହା ଆମ ସମସ୍ତଙ୍କର ଅନୁଭବ ଯେ ଆମେ ଯେତେ କର୍ତବ୍ୟ ଉପରେ ଗୁରୁତ୍ୱ ଦେଉଛୁ, ସେତିକି ହିଁ ଅଧିକାର ସୁନିଶ୍ଚିତ ହୋଇଥାଏ। ଏଥିପାଇଁ ପ୍ରତ୍ୟେକ ଭାରତବାସୀ, ନିଜ ଅଧିକାରଗୁଡ଼ିକ ପ୍ରତି ସଜାଗ ରହିବା ସହିତ ହିଁ, ନିଜ କର୍ତବ୍ୟଗୁଡ଼ିକୁ ସେତିକି ଗମ୍ଭୀରତା ସହିତ ତୁଲାଇବା, ଏଥିପାଇଁ ମଧ୍ୟ ଆମ ସମସ୍ତଙ୍କୁ ମିଳିମିଶି ନିରନ୍ତର ପ୍ରୟାସ କରିବାକୁ ପଡ଼ିବ, ନିରନ୍ତର ପ୍ରେରଣା ପ୍ରଦାନ କରିବାକୁ ପଡ଼ିପ।

ସାଥୀଗଣ,

ଏହି ଭାରତ ହିଁ ହେଉଛି, ଯାହାର ସଂସ୍କୃତି ଆମକୁ ପ୍ରକୃତି ଏବଂ ପର୍ଯ୍ୟାବରଣର ଚିନ୍ତା କରିବାକୁ ଶିଖାଇଥାଏ। ଗଛଲତାରେ ପରମାତ୍ମା ଏହା ହେଉଛି ଆମର ସଂସ୍କାର। ଏଥିପାଇଁ ଆମକୁ କେବଳ ବର୍ତମାନର ଚିନ୍ତା ନକରି, ଆମର ଭବିଷ୍ୟତକୁ ମଧ୍ୟ ସାଙ୍ଗରେ ନେଇ ଚାଲୁଛେ। ଆମେ କ୍ରମାଗତ ଭାବେ ବିଶ୍ୱକୁ ଆଗାମୀ ପିଢ଼ୀମାନଙ୍କ ପାଇଁ ମାନବାଧିକାର ଗୁଡ଼ିକ ପ୍ରତି ମଧ୍ୟ ସତର୍କ କରାଉଛୁ । ଅନ୍ତର୍ଜାତୀୟ ସୌର ମେଂଟ ହେଉ, ନବୀକରଣ ଶକ୍ତି ପାଇଁ ଭାରତର ଲକ୍ଷ୍ୟ ହେଉ, ହାଇଡ୍ରୋଜେନ ମିଶନ ହେଉ, ଆଜି ଭାରତ ନିରନ୍ତର ଜୀବନ ଏବଂ ପରିବେଶ ଅନୁକୂଳ ଅଭିବୃଦ୍ଧି ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ମୁଁ ଚାହିଁବି ଯେ ମାନବାଧିକାର ଗୁଡ଼ିକ ଦିଗରେ କାର୍ଯ୍ୟ କରୁଥିବା ଆମର ସମସ୍ତ ପ୍ରବୃଦ୍ଧଗଣ, ନାଗରିକ ସମାଜର ଲୋକ ଏହି ଦିଗରେ ନିଜର ପ୍ରୟାସକୁ ବଢାଇ ଚାଲନ୍ତୁ। ଆପଣ ସମସ୍ତଙ୍କ ପ୍ରୟାସ ଲୋକମାନଙ୍କୁ ଅଧିକାରଗୁଡ଼ିକ ସହିତ ହିଁ କର୍ତବ୍ୟ ଭାବର ଦିଗକୁ ପ୍ରେରିତ କରିବ, ଏହି ଶୁଭକାମନା ଗୁଡ଼ିକ ସହିତ, ମୁଁ ନିଜ କଥାକୁ ସମାପ୍ତ କରୁଛି। ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
States benefit from GST reform

Media Coverage

States benefit from GST reform
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Sachin Siwach on winning Gold in Men’s 60 kg Boxing
August 02, 2026

The Prime Minister, Shri Narendra Modi, has congratulated Sachin Siwach on winning the Gold medal in the Men’s 60 kg Boxing event at the Commonwealth Games 2026 in Glasgow.

The Prime Minister said that Sachin Siwach’s achievement will inspire several young boxers.

Shri Modi extended his best wishes to him for his future endeavours and expressed hope that he would continue to make India proud.

The Prime Minister wrote on X;

“Sachin Siwach strikes Gold at Glasgow!

Congrats to him for the success in the Men's 60 kg Boxing event. He will motivate several young boxers. All the best for his endeavours ahead. May he always make India proud.

#CWG2026”