“ବୁଦ୍ଧଙ୍କ ବାର୍ତ୍ତା ସମଗ୍ର ବିଶ୍ୱ ପାଇଁ, ବୁଦ୍ଧଙ୍କ ଧାମ ମାନବିକତା ପାଇଁ ”
“ବୁଦ୍ଧ ସାର୍ବଜନୀନ କାରଣ ବୁଦ୍ଧ ନିଜ ଭିତରୁ ଆରମ୍ଭ କରିବାକୁ କହିଥିଲେ । ବୁଦ୍ଧଙ୍କ ବୁଦ୍ଧତ୍ୱ ଏକ ସର୍ବୋଚ୍ଚ ଦାୟିତ୍ୱର ଭାବନା”
“ବୁଦ୍ଧ ଆଜି ମଧ୍ୟ ଭାରତର ସମ୍ବିଧାନର ପ୍ରେରଣା, ବୁଦ୍ଧଙ୍କ ଧାମ ଚକ୍ର ଭାରତର ତ୍ରିରଙ୍ଗା ଉପରେ ବସି ଆମକୁ ଗତି ଦେଉଛନ୍ତି ।”
“ଭାରତ ଆତ୍ମର୍ନିଭରଶୀଳ ହେବା ପାଇଁ ଭଗବାନ ବୁଦ୍ଧଙ୍କ ବାର୍ତ୍ତା ‘ଆପ ଦୀପୋ ଭବ' ପ୍ରେରଣା ବୋଲି ସେ କହିଛନ୍ତି ।”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୁଶୀନଗରର ମହାପରିନିର୍ଭାଣ ମନ୍ଦିରରେ ଅଭିଧାମ ଦିବସ ପାଳନ ଅବସରରେ ଅଂଶଗ୍ରହଣ କରିଥିଲେ । ଉତ୍ତରପ୍ରଦେଶର ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି କିଶାନ ରେଡ୍ଡୀ, ଶ୍ରୀ କିରେନ ରିଜିଜୁ, ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶ୍ରୀଲଙ୍କା ସରକାରରେ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ନମଲ ରାଜପକ୍‍ସା, ଶ୍ରୀଲଙ୍କାର ବୌଦ୍ଧ ପ୍ରତିନିଧୀ, ମିଆଁମାର, ଭିଏତନାମ, କାମ୍ବୋଡିଆ, ଥାଇଲ୍ୟାଣ୍ଡ, ଲାଓ ପିଡିଆର,  ଭୁଟାନ, ଦକ୍ଷିଣ କୋରିଆ, ଶ୍ରୀଲଙ୍କା, ମୋଙ୍ଗୋଲିଆ, ଜାପାନ, ସିଙ୍ଗାପୁର, ନେପାଳର କୂଟନୀତିଜ୍ଞ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଶ୍ୱିନ ପୁର୍ଣ୍ଣିମାର ଶୁଭ ଉତ୍ସବ ଏବଂ ଭଗବାନ ବୁଦ୍ଧଙ୍କ ପବିତ୍ର ସ୍ମୃତିର ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ । ଶ୍ରୀଲଙ୍କାର ପ୍ରତିନିଧୀଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ସମ୍ପର୍କକୁ ମନେ ପକାଇ ସମ୍ରାଟ ଅଶୋକଙ୍କ ପୁଅ ମହେନ୍ଦ୍ର ଏବଂ ଝିଅ ସଙ୍ଗମିତ୍ରାଙ୍କ ଶ୍ରୀଲଙ୍କାକୁ ବୌଦ୍ଧ ଧର୍ମର ବାର୍ତ୍ତା ନେଇ କଥା ହୋଇଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ବିଶ୍ୱାସ କରାଯାଏ ଯେ ଏହି ଦିନ ‘ଆରହଟ ମହିନ୍ଦା' ଫେରି ତାଙ୍କ ପିତାଙ୍କୁ କହିଥିଲେ ଯେ ଶ୍ରୀଲଙ୍କା ବୁଦ୍ଧଙ୍କ ବାର୍ତ୍ତାକୁ ଶକ୍ତିର ସହ ଗ୍ରହଣ କରିଛି । ଏହି ଖବର ବିଶ୍ୱାସକୁ ବଢାଇ ଦେଇଛି ଯେ ବୁଦ୍ଧଙ୍କ ବାର୍ତ୍ତା ସମଗ୍ର ବିଶ୍ୱ ପାଇଁ, ବୁଦ୍ଧଙ୍କ ଧାମ ମାନବିକତା ପାଇଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଭୁ ବୁଦ୍ଧଙ୍କ ବାର୍ତ୍ତା ବିସ୍ତାର କରିବାରେ ଆନ୍ତର୍ଜାତୀୟ ବୌଦ୍ଧ ମହାସଂଘର ଭୂମିକାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଶ୍ରୀ ଶକ୍ତି ସିହ୍ନାଙ୍କୁ ଆନ୍ତର୍ଜାତୀୟ ବୌଦ୍ଧ ମହାସଂଘର ମହାନିର୍ଦ୍ଦେଶକ ଭାବରେ ତାଙ୍କର ଅବଦାନ ପାଇଁ ସ୍ମରଣ କରିଥିଲେ । ନିକଟରେ ଶ୍ରୀ ସିହ୍ନାଙ୍କର ଦେହାନ୍ତ ହୋଇଛି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଆଜି ଆଉ ଏକ ଶୁଭ ଉତ୍ସବ - ଭଗବାନ ବୁଦ୍ଧ ତୁଷିତା ଆକାଶରୁ ପୃଥିବୀକୁ ଫେରିବାର । ସେଥିପାଇଁ ଆଜି ଆଶ୍ୱିନ ପୂର୍ଣ୍ଣିମାରେ ଭିକ୍ଷୁମାନେ ମଧ୍ୟ ସେମାନଙ୍କର ତିନି ମାସର ‘ଭର୍ସାଭାସ' ସମାପ୍ତ କରନ୍ତି । ଶ୍ରୀ ମୋଦୀ କହିଛନ୍ତି, ‘ଆଜି ମୁଁ ମଧ୍ୟ ‘ଭର୍ସାଭାସ' ପରେ ସଂଘ ଭିକ୍ଷୁମାନଙ୍କୁ ‘ଚିଭର ଦାନ'ର ସୌଭାଗ୍ୟ ପାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ବୁଦ୍ଧ ସାର୍ବଜନୀନ କାରଣ ବୁଦ୍ଧ ନିଜ ଭିତରୁ ଆରମ୍ଭ କରିବାକୁ କହିଛନ୍ତି । ବୁଦ୍ଧଙ୍କ ବୁଦ୍ଧତ୍ୱ ଏକ ସର୍ବୋଚ୍ଚ ଦାୟିତ୍ୱ ।  ପ୍ରଧାନମନ୍ତ୍ରୀ ଆଜି କହିଛନ୍ତି ଯେତେବେଳେ ବିଶ୍ୱ ପରିବେଶ ସୁରକ୍ଷା ବିଷୟରେ କଥାବାର୍ତ୍ତା କରେ, ସେତେବେଳେ ଏହା ସହିତ ଅନେକ ପ୍ରଶ୍ନ ଉଠିଥାଏ । କିନ୍ତୁ, ଯଦି ଆମେ ବୁଦ୍ଧଙ୍କ ବାର୍ତ୍ତା ଗ୍ରହଣ କରୁ, ତେବେ ‘କିଏ କରିବ' ପରିବର୍ତ୍ତେ, ‘କଣ କରିବାକୁ ହେବ' ରାସ୍ତା ନିଜକୁ ଦେଖାଇବା ଆରମ୍ଭ କରେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବୁଦ୍ଧ ମାନବିକତାର ଆତ୍ମାରେ ରୁହନ୍ତି ଏବଂ ବିଭିନ୍ନ ସଂସ୍କୃତି ଏବଂ ଦେଶକୁ ସଂଯୋଗ କରୁଛନ୍ତି । ଭାରତ ତାଙ୍କର ଶିକ୍ଷାଦାନର ଏହି ଦିଗକୁ ଅଭିବୃଦ୍ଧିର ଏକ ଅଂଶ କରିପାରିଛି । ଜ୍ଞାନ, ମହାନ ବାର୍ତ୍ତା କିମ୍ବା ମହାନ ଆତ୍ମାଙ୍କ ଚିନ୍ତାଧାରାକୁ ସୀମିତ ରଖିବାରେ ଭାରତ କଦାପି ବିଶ୍ୱାସ କରିନଥିଲା । ଆମର ଯାହା ଥିଲା ତାହା ସମଗ୍ର ମାନବିକତା ସହିତ ଅଂଶୀଦାର ହୋଇଥିଲା ।  ସେଥିପାଇଁ ଅହିଂସା ଏବଂ କରୁଣା ଭଳି ମାନବିକ ମୂଲ୍ୟବୋଧ ଭାରତର ହୃଦୟରେ ପ୍ରାକୃତିକ ଭାବେ ସ୍ଥିର ହୋଇ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ବୁଦ୍ଧ ଆଜି ମଧ୍ୟ ଭାରତର ସମ୍ବିଧାନର ପ୍ରେରଣା, ବୁଦ୍ଧଙ୍କ ଧାମ ଚକ୍ର ଭାରତର ତ୍ରିରଙ୍ଗା ଉପରେ ବସି ଆମକୁ ଗତି ଦେଉଛନ୍ତି । ଆଜି ବି ଯଦି କେହି ଭାରତର ସଂସଦକୁ ଯାଆନ୍ତି, ତେବେ ଏହି ମନ୍ତ୍ର ନିଶ୍ଚିତ ରୂପେ ଦେଖାଯିବ – ‘ଧର୍ମ ଚକ୍ର ପ୍ରଭାରତନୟା' ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗୁଜୁରାଟରେ ପ୍ରଭୁ ବୁଦ୍ଧଙ୍କ ପ୍ରଭାବ ଏବଂ ବିଶେଷ ଭାବରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମସ୍ଥାନ ଭଦନଗରରେ, ଶ୍ରୀ ମୋଦୀ କହିଛନ୍ତି ଯେ ବୁଦ୍ଧଙ୍କ ପ୍ରଭାବ ଦେଶର ପଶ୍ଚିମ ଏବଂ ଦକ୍ଷିଣ ଭାଗ ସହିତ ପୂର୍ବ ଭାଗରେ ସମାନ ପରିମାଣରେ ଦେଖାଯାଉଛି । ଗୁଜୁରାଟର ଅତୀତ ଦର୍ଶାଏ ଯେ ବୁଦ୍ଧ ସୀମା ଏବଂ ଦିଗ ବାହାରେ ଥିଲେ । ଗୁଜୁରାଟ ଭୂମିରେ ଜନ୍ମିତ ମହାତ୍ମା ଗାନ୍ଧୀ ବୁଦ୍ଧଙ୍କ ସତ୍ୟ ତଥା ଅହିଂସା ବାର୍ତ୍ତା ର ଆଧୁନିକ ବାର୍ତ୍ତାବହ ବୋଲି ସେ କହିଛନ୍ତି ।

ପ୍ରଭୁ ବୁଦ୍ଧଙ୍କ ‘ଆପ ଦୀପୋ ଭବ” ର ଅର୍ଥ ତୁମେ “ନିଜର ପ୍ରଦୀପ ହୁଅ’ ବାର୍ତ୍ତାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଜଣେ ବ୍ୟକ୍ତି ନିଜକୁ ଆଲୋକିତ କରେ, ସେତେବେଳେ ସେ ବିଶ୍ୱକୁ ମଧ୍ୟ ଆଲୋକ ଦେଇଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଆତ୍ମର୍ନିଭରଶୀଳ ହେବା ପାଇଁ ଏହା ହେଉଛି ପ୍ରେରଣା । ଏହା ହେଉଛି ପ୍ରେରଣା ଯାହା ଆମକୁ ବିଶ୍ୱର ପ୍ରତ୍ୟେକ ଦେଶର ପ୍ରଗତିରେ ଭାଗ ନେବାକୁ ଶକ୍ତି ପ୍ରଦାନ କରେ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସବ୍‍କା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ର୍ରୟାସ ମନ୍ତ୍ରରେ ଭଗବାନ ବୁଦ୍ଧଙ୍କ ଶିକ୍ଷା ଭାରତ ଦ୍ୱାରା ଆଗକୁ ନିଆଯାଉଛି ।

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In 2019, India launched its first Vande Bharat Express; seven years later came the sleeper version, and Railways now plans 260 Vande sleeper rakes with world-class features

Media Coverage

In 2019, India launched its first Vande Bharat Express; seven years later came the sleeper version, and Railways now plans 260 Vande sleeper rakes with world-class features
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 3, 2026
September 03, 2026

A- Rating to Third-Largest Wind Producer: How Modi’s Policies Are Rewriting India’s Global Rank