The farmers of Meghalaya have broken the record of five years of production during the year 2015-16, I appreciate them for this: PM Modi
The agricultural sector of our country has shown the path to the whole world in many cases: PM Modi
Our aim is double farmers' income by 2022 as well as address the challenges farmers face: PM Modi
More than 11 crore Health Health Cards have been distributed in the country: PM Modi
Under Pradhan Mantri Krishi Sinchai Yojana, irrigation facilities are being ensured for farms: PM Modi
We have announced Operation Greens in this years budget. Farmers growing Tomato, Onion and Potato have been given TOP priority: PM Modi
We are committed to ensure that benefits of MSP reach the farmers: PM Modi
The government has decided that for the notified crops, the minimum support price, will be declared at least 1.5 times their input cost: PM Modi
Agriculture Marketing Reform is being done at a very large scale in the country for ensuring fair price of crop: PM Modi
The government is promoting the Farmer Producer Organization- FPO: PM Modi
India has immense scope for organic farming. Today there is more than 22 lakh hectares of land in the country under organic farming: PM Modi
I urge the farmers not to burn crop residue. It harms the soil as well as poses threat to environment: PM Modi

ଆଜି ନୂଆଦିଲ୍ଲୀର ପୁସା କ୍ୟାମ୍ପସରେ ଥିବା ଆଇଏଆରଆଇ ମେଳା ପଡିଆରେ ଅନୁଷ୍ଠିତ କୃଷି ଉନ୍ନତି ମେଳାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗସ୍ତ କରିଛନ୍ତି । ସେ ବିଭିନ୍ନ ବିଷୟକୁ ନେଇ ହୋଇଥିବା ମଂଚ ଏବଂ ଜୈବିକ ମେଳା ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ । ସେ 25ଟି କୃଷି ବିଜ୍ଞାନ କେନ୍ଦ୍ରର ଆଧାରଶିଳା ସ୍ଥାପନ କରିଥିଲେ । ସେ ମଧ୍ୟ ଜୈବ ଉତ୍ପାଦ ଗୁଡ଼ିକ ପାଇଁ ଇ-ମାର୍କେଟିଂ ପୋର୍ଟାଲର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ କୃଷି କର୍ମଣ ପୁରସ୍କାର ଏବଂ ପଣ୍ଡିତ ଦୀନ ଦୟାଲ କୃଷି ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରିଥିଲେ ।
ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ନୂତନ ଭାରତ ଗଠନ କରିବାରେ ଏପରି ଉନ୍ନତି ମେଳା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗଠନ କରିବ । ସେ କହିଲେ ଯେ ଆଜି ଭାରତର ଦୁଇଜଣ ପ୍ରହରୀଙ୍କ ସଙ୍ଗେ ଏକକାଳୀନ କଥାବାର୍ତ୍ତା ହେବାର ସୁଯୋଗ ପାଇଛନ୍ତି । ସେମାନେ ହେଲେ – କୃଷକ ଏବଂ ବୈଜ୍ଞାନିକ । ସେ କହିଲେ ଯେ କୃଷିକୁ ରୂପାନ୍ତରିତ କରିବା ପାଇଁ କୃଷକ ଏବଂ ବୈଜ୍ଞାନିକମାନଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ ।

କୃଷି କ୍ଷେତ୍ରରେ ଏହି ସମୀକ୍ଷା ସମୟ ମଧ୍ୟରେ ପୁରସ୍କାର ଜିତିଥିବା ମେଘାଳୟ ରାଜ୍ୟ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଭାବେ ପ୍ରକାଶ କରିଥିଲେ ।

ସ୍ୱାଧୀନତା ପରଠାରୁ କୃଷି କ୍ଷେତ୍ରରେ କଠିନ ପରିଶ୍ରମ ପାଇଁ କୃଷକମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଖାଦ୍ୟଶସ୍ୟ, ଡାଲି, ଫଳ, ପନିପରିବା ଏବଂ ଦୁଗ୍ଧ କ୍ଷେତ୍ରରେ ଏବେ ରେକର୍ଡ ପରିମାଣର ଉତ୍ପାଦନ ହେଉଛି । ସେ କହିଲେ ଯେ ସମ୍ପ୍ରତି କୃଷି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ରହିଛି, ଯାହାଫଳରେ କି କୃଷକମାନଙ୍କ ଆୟ ହ୍ରାସ ପାଉଛି ଏବଂ ତା’ର କ୍ଷତି ବୃଦ୍ଧି ପାଇବା ସହ ଖର୍ଚ୍ଚ ହ୍ରାସ ପାଉଛି । ସେ କହିଲେ ଯେ ଏସବୁ ସମସ୍ୟାର ସମାଧାନ ପାଇଁ ସରକାର ସାମଗ୍ରୀକ ଭାବେ କାର୍ଯ୍ୟ କରୁଛନ୍ତି । ସେ କହିଲେ ଯେ ଆମର ଲକ୍ଷ୍ୟ ରହିଛି କୃଷକର ଆୟକୁ ଦ୍ୱିଗୁଣିତ କରିବା ଏବଂ କୃଷକମାନଙ୍କ ଜୀବନଧାରଣର ମାନକୁ ସହଜ କରିବା । ଏହି ସଂକଳ୍ପର ସମାଧାନ ଦିଗରେ ଉନ୍ନତି ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏପର୍ଯ୍ୟନ୍ତ 11 କୋଟିରୁ ଉର୍ଦ୍ଧ୍ଵ ମୃତ୍ତିକା କାର୍ଡ ପ୍ରଦାନ କରାଯାଇ ସାରିଲାଣି । ୟୁରିଆକୁ 100 ପ୍ରତିଶତ ନିମ-ପ୍ରଲେପିତ କରି ଏହାର ଉତ୍ପାଦନ ବୃଦ୍ଧି କରାଯାଇଛି ଏବଂ ଏଥି ସହିତ ସାର କ୍ଷେତ୍ରରେ ଖର୍ଚ୍ଚ ହ୍ରାସ ପାଇଛି ।

ସେ କହିଲେ ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ ପ୍ରମିୟମ ପରିମାଣକୁ ହ୍ରାସ କରାଯାଇଛି, ଫସଲ ବୀମା ପରିସରର ବୃଦ୍ଧି ଏବଂ କୃଷକମାନଙ୍କ ଦାବିର ପରିମାଣକୁ ପ୍ରଦାନ କରାଯିବାରେ ବୃଦ୍ଧି ଘଟିଛି । ସେ କହିଲେ ଯେ ପ୍ରତ୍ୟେକ କ୍ଷେତକୁ ଜଳ ଯୋଗାଇବା ଲାଗି ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ପ୍ରସ୍ତୁତ କରାଯାଇଛି । ବାକିଥିବା ଜଳସେଚନ ପ୍ରକଳ୍ପ ଗୁଡ଼ିକୁ ଶେଷ କରିବା ପାଇଁ 80,000 କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।

ସେ କହିଲେ ଯେ କିଶାନ ସମ୍ପଦ ଯୋଜନା କୃଷି କ୍ଷେତ୍ରରୁ ବଜାରକୁ ଯୋଗାଣ ଶୃଙ୍ଖଳରେ ଦୃଢ଼ତା ଆଣିବାରେ ଏବଂ ଅତ୍ୟାଧୁନିକ କୃଷି ଭିତ୍ତିଭୂମି ସୃଷ୍ଟି କରିବାରେ ସହାୟତା କରୁଛି । ସେ କହିଲେ ଯେ ଏଇ ନିକଟରେ ବଜେଟରେ ଘୋଷଣା କରାଯାଇଥିବା ଅପରେସନ ଗ୍ରୀନ ବିଶେଷ କରି ଟମାଟ, ପିଆଜ ଏବଂ ଆଳୁ ଆଦି ପରିବା ଓ ଫଳ ଚାଷ କରୁଥିବା କୃଷକମାନଙ୍କ ପାଇଁ ଲାଭଦାୟକ ହେବ ।

ସେ କହିଲେ ଯେ କୃଷକମାନଙ୍କ ଉନ୍ନୟନ ସମ୍ପର୍କିତ ଅନେକ ମଡେଲ ଆଇନ ପ୍ରସ୍ତୁତ କରାଯାଇଛି ଏବଂ ଏହାର ପ୍ରଣୟନ ପାଇଁ ରାଜ୍ୟମାନଙ୍କୁ ପ୍ରେରିତ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ କୃଷକମାନେ ଅତ୍ୟାଧୁନିକ ମଞ୍ଜି, ପ୍ରଚୁର ଜଳ ଯୋଗାଣ ଏବଂ ସହଜ ବଜାର ବ୍ୟବସ୍ଥା ପାଇବା ନିଶ୍ଚିତ କରିବା ନେଇ ସରକାର କାର୍ଯ୍ୟ କରୁଛନ୍ତି ।

ସେ କହିଲେ କି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ଯେ ସମସ୍ତ ବିଜ୍ଞାପିତ ବିହନ ଏବଂ ଏମଏସପି ମୋଟ ଖର୍ଚ୍ଚର ଅତିକମରେ ଦେଢ଼ଗୁଣ ମୂଲ୍ୟ ବିଶିଷ୍ଟ ହେବ । ସେ କହିଲେ ଯେ ଏହି ଉଦ୍ଦେଶ୍ୟରେ ଶ୍ରମ ଖର୍ଚ୍ଚ, ଯନ୍ତ୍ରାଂଶ ଖର୍ଚ୍ଚ, ବିହନ ଓ ସାର ଖର୍ଚ୍ଚ, ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଉଥିବା ରାଜସ୍ୱ, ଶ୍ରମ ପୁଂଜି କ୍ଷେତ୍ରରେ ଭଡା ଏବଂ ଜମି ଲିଜ ବାବଦ ଭଡା ଅନ୍ତର୍ଭୁକ୍ତ ରହିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ କୃଷି ବଜାର ସଂସ୍କାର ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ଗ୍ରାମୀଣ ବଜାରକୁ ପାଇକାରୀ ଏବଂ ବୈଶ୍ୱିକ ବଜାର ସହିତ ସଂଯୁକ୍ତ କରିବା ଗୁରୁତ୍ୱପୂର୍ଣ୍ଣ । ସେ କହିଲେ ଯେ ଏଇ ନିକଟରେ ଘୋଷଣା କରାଯାଇଥିବା କେନ୍ଦ୍ର ବଜେଟରେ ଗ୍ରାମୀଣ ଖୁଚୁରା କୃଷକ ବଜାର ବାବଦରେ ଦର୍ଶାଯାଇଛି । 22,000 ଗ୍ରାମୀଣ ହାଟକୁ ଆବଶ୍ୟକ ଭିତ୍ତିଭୂମି ଏବଂ ଏପିଏମସି ଓ ଇ-ନାମ ଭିତ୍ତିଭୂମି ସହିତ ସଂଯୁକ୍ତ କରାଯାଇ ବିକଶିତ କରାଯିବ ।

ପ୍ରଧାନମନ୍ତ୍ରୀ ମଧ୍ୟ କୃଷକ ଉତ୍ପାଦକ ସଙ୍ଗଠନ ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ । ସେ କହିଲେ ଯେ କୃଷକ ଉତ୍ପାଦକ ସଙ୍ଗଠନମାନଙ୍କୁ ସମବାୟ ସମିତି ଭଳି ଆୟକରରୁ ଛାଡ କରାଯିବ । ସେ କହିଲେ ଯେ ଏହି କାର୍ଯ୍ୟକ୍ରମରେ କୃଷି ବଜାରୀକରଣ ସଂସ୍କାରକୁ ନେଇ ଏକ ନୂତନ ଅଧ୍ୟାୟ ଅନ୍ତର୍ଭୁକ୍ତ କରାଯିବ ଏବଂ ଏଥିରେ ଜୈବ ଉତ୍ପାଦ ପାଇଁ ଇ-ମାର୍କେଟିଂ ପୋର୍ଟାଲ ରହିବ ।

ସେ କହିଲେ ଯେ ସବୁଜ ବିପ୍ଳବ ଏବଂ ଶ୍ୱେତ ବିପ୍ଳବ ସହିତ ଆମକୁ ଜୈବ ବିପ୍ଳବ, ଜଳ ବିପ୍ଳବ ଏବଂ ମଧୁ ବିପ୍ଳବ ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ପଡିବ ।

ସେ କହିଲେ କୃଷି ବିଜ୍ଞାନ କେନ୍ଦ୍ର (କେଭିଏସ) ଏ’ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ମହୁ ଚାଷ କୃଷକମାନଙ୍କ ପାଇଁ କିପରି ଅତିରିକ୍ତ ଆୟର ସୁଯୋଗ ସୃଷ୍ଟି କରିପାରିବ ସେ ବିଷୟରେ ପ୍ରଧାନମନ୍ତ୍ରୀ ବୁଝାଇଥିଲେ । ସେହିପରି ସେ ସୌର କୃଷିର ଲାଭ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ସେ କହିଲେ ଯେ ଗତ ତିନି ବର୍ଷ ମଧ୍ୟରେ 2.75 ଲକ୍ଷ ସୌର ପମ୍ପ କୃଷକମାନଙ୍କ ପାଖରେ ପହଂଚିଛି । ପ୍ରଧାନମନ୍ତ୍ରୀ ମଧ୍ୟ ଜୈବ ବର୍ଜ୍ୟରୁ କମ୍ପୋଷ୍ଟ ଓ ବାୟୋଗ୍ୟାସ ଆଦି ପ୍ରସ୍ତୁତ କରିବା ପାଇଁ ଗୋବର-ଧନ ଯୋଜନା ସମ୍ବନ୍ଧରେ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଶସ୍ୟର ଅବଶିଷ୍ଟାଂଶକୁ ପୋଡିବା ଦ୍ୱାରା ଅନେକ ଖରାପ ପ୍ରଭାବ ପଡୁଛି ଏବଂ ଏହା ପରିବର୍ତ୍ତେ ଯଦି ମେସିନ ଦ୍ୱାରା ଏହା ପୁଣି ମାଟି ଭିତରକୁ ଯାଇପାରନ୍ତା ତେବେ ଏହାର ଲାଭ କୃଷକମାନଙ୍କୁ ମିଳିପାରିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ପର୍ଯ୍ୟାପ୍ତ କୃଷି ଋଣ ଯୋଗାଣକୁ ନିଶ୍ଚିତ କରାଇବା ନେଇ ସରକାର କାର୍ଯ୍ୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏପରି କାର୍ଯ୍ୟ ଦୂରଦୂରାନ୍ତ ଅଂଚଳରେ କରାଯିବା ଉଚିତ । ସେ ମଧ୍ୟ ଏପରି କାର୍ଯ୍ୟର ଫଳାଫଳ ବିଶ୍ଳେଷଣ କରିବାକୁ ଆହ୍ୱାନ ଦେଇଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre's Nasha Mukt Bharat campaign reaches 34.54 crore people

Media Coverage

Centre's Nasha Mukt Bharat campaign reaches 34.54 crore people
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Engineers' Day
September 15, 2026

The Prime Minister, Shri Narendra Modi, has extended his greetings to all engineers on the occasion of Engineers’ Day. Shri Modi lauded engineers for their remarkable contribution to building, innovating and finding solutions that help create a better tomorrow.

The Prime Minister also paid tribute to Sir M. Visvesvaraya, whose exceptional engineering prowess and vision for nation-building continue to inspire generations of engineers.

The Prime Minister posted on X:

Happy #EngineersDay to all remarkable engineers, the people who build, innovate and provide solutions for a better tomorrow.

Tributes to Sir M. Visvesvaraya, whose engineering genius and nation-building vision continue to inspire.