“ଭାଏବ୍ରାଣ୍ଟ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀ-2019′ ଅବସରରେ 18 ଜାନୁଆରୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଉଜବେକୀସ୍ତାନ ରାଷ୍ଟ୍ରପତି ମହାମହିମ ମିଃ ଶ୍ୱାକତ ମିର୍ଜିୟୋୟେଭ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଥିଲେ । ପୂର୍ବରୁ, ରାଷ୍ଟ୍ରପତି ମିର୍ଜିୟୋୟେଭ, ଏକ ବଡ଼ ଏବଂ ଉଚ୍ଚ କ୍ଷମତାସମ୍ପନ୍ନ ପ୍ରତିନିଧିଦଳକୁ ନେଇ 17 ଜାନୁଆରୀରେ ଗାନ୍ଧୀନଗରଠାରେ ପହଁଚିଥିଲେ ସେଠାରେ ତାଙ୍କୁ ଗୁଜରାଟ ରାଜ୍ୟପାଳ ଶ୍ରୀ ଓ.ପି କୋହଲୀ ସ୍ୱାଗତ ଜଣାଇଥିଲେ ।

ସେମାନଙ୍କ ବୈଠକ କାଳରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମିର୍ଜିୟୋୟେଭ ଏବଂ ତାଙ୍କ ସହିତ ଆସିଥିବା ପ୍ରତିନିଧି ମଣ୍ଡଳୀଙ୍କୁ ଗୁଜରାଟରେ ସ୍ୱାଗତ କରିଥିଲେ । 30 ସେପ୍ଟେମ୍ବର-1 ଅକ୍ଟୋବର 2018ରେ ଭାରତକୁ ରାଷ୍ଟ୍ରପତି ମିର୍ଜିୟୋୟେଭଙ୍କ ସରକାରୀ ଗସ୍ତ ଅବସରରେ ସେମାନଙ୍କ ବୈଠକ ବିଷୟରେ ସ୍ମରଣ କରିବା ସହିତ ସେହି ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ଅଗ୍ରଗତି ଏବଂ କାର୍ଯ୍ୟାନ୍ୱୟନ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ଶ୍ରୀ ମିର୍ଜିୟୋୟେଭଙ୍କ ସରକାରୀ ଗସ୍ତ କାଳରେ ଗୁଜରାଟ ଏବଂ ଉଜବେକୀସ୍ତାରନ ଆନ୍ଦିଝାନ କ୍ଷେତ୍ର ମଧ୍ୟରେ ହୋଇଥିବା ଏମଓୟୁ ଉପରେ ସ୍ୱାକ୍ଷର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଉଜବେକ ପ୍ରତିନିଧିମଣ୍ଡଳରେ ଥିବା ଆନ୍ଦିଝାନ କ୍ଷେତ୍ରର ଗଭର୍ଣ୍ଣରଙ୍କ ଉପସ୍ଥିତି ବିଷୟରେ ଜାଣି ଏହି ଆଶାବ୍ୟକ୍ତ କରିଥିଲେ ଯେ ରାଷ୍ଟ୍ରପତି ମିର୍ଜିୟୋୟେଭଙ୍କ ଗସ୍ତ ଭାରତ ଏବଂ ଉଜବେକିସ୍ତାନରର କ୍ଷେତ୍ର ମଧ୍ୟରେ ସହଯୋଗ-ଆନ୍ଦିଝାନ ଏବଂ ଗୁଜରାଟ ମଧ୍ୟରେ ଆପୋସ ସମ୍ପର୍କକୁ ସୁଦୃଢ଼ କରିଛି ।

12-13 ଜାନୁଆରୀ 2019ରେ ଉଜବେକୀସ୍ତାନର ସମରକନ୍ଦ ଠାରେ ବୈଦେଶିକ ମନ୍ତ୍ରୀ ସ୍ତରର ପ୍ରଥମେ ଭାରତ-ମଧ୍ୟ ଏସିଆ ବାର୍ତ୍ତାଳାପକୁ ସମର୍ଥନ ଦେବା ଲାଗି ରାଷ୍ଟ୍ରପତି ମିର୍ଜିୟୋୟେଭଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ । ଏହି ବାର୍ତ୍ତାଳପାରେ ଆଫଗାନିସ୍ତାନରେ ଶାନ୍ତି ଏବଂ ବିକାଶକୁ ସମର୍ଥ ବିଷୟରେ ଗୁରୁତ୍ୱପୂର୍ଣ୍ଣ ବିଚାର ଆଲୋଚନା ହୋଇଥିଲା ।

ରାଷ୍ଟ୍ରପତି ଶ୍ୱାକତ ମିର୍ଜିୟୋୟେଭ ଭାଏବ୍ରାଣ୍ଟ ଗୁଜରାଟ ସମ୍ମିଳନୀକୁ ଆମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ । ଶ୍ରୀ ମିର୍ଜିୟୋୟେଭ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ଉଜବେକୀସ୍ତାନ, ଭାରତରୁ ହେଉଥିବା ନିବେଶକୁ ଉଚ୍ଚ ପ୍ରାଥମିକତା ଦେଉଛି ଏବଂ ସେ ଭାରତ ସହିତ ଉଜବେକୀସ୍ତାନର ଭବିଷ୍ୟତ ସହଯୋଗ ସହ ଜଡ଼ିତ ପ୍ରାଥମିକ କ୍ଷେତ୍ର ଭାବେ ଆଇଟି, ଶିକ୍ଷା, ଫାର୍ମାସ୍ୟୁଟିକାଲ୍ସ, ସ୍ୱାସ୍ଥ୍ୟ ସେବା, କୃଷି-ବ୍ୟବସାୟ ଏବଂ ପର୍ଯ୍ୟଟନ ଭଳି କ୍ଷେତ୍ର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

ରାଷ୍ଟ୍ରପତି ମିର୍ଜିୟୋୟେଭ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଭାରତ-ମଧ୍ୟ ଏସିଆ ବାର୍ତ୍ତାଳାପର ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ, ଯେଉଁଥିରେ ମଧ୍ୟ ଏସିଆ କ୍ଷେତ୍ର ଏବଂ ଆଫଗାନିସ୍ତାନରେ ଶାନ୍ତି ଲାଗି ଅଂଶୀଦାର ଦେଶଗୁଡ଼ିକର ମିଳିତ ପ୍ରୟାସ ଉପରେ ଭାରତର ସକାରାତ୍ମକ ପ୍ରଭାବ ପରିଲକ୍ଷିତ ହୋଇଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win