ଉଭୟ ପ୍ରଧାନମନ୍ତ୍ରୀ ମିଳିତ ଭାବେ ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ କଲେ ଘୋଷଣା
ଏହି ମୁକ୍ତ ବାଣିଜ୍ୟ ଚୁକ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ, ନବାଚାର ଏବଂ ମିଳିତ ସୁଯୋଗକୁ ପ୍ରୋତ୍ସାହିତ କରିବ ବୋଲି ଉଭୟ ନେତାଙ୍କ ମତ
ଉଭୟ ପ୍ରଧାନମନ୍ତ୍ରୀ ରକ୍ଷା, କ୍ରୀଡ଼ା, ଶିକ୍ଷା ଏବଂ ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ସହିତ ଦ୍ୱିପାକ୍ଷିକ ସହଯୋଗର ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା ପ୍ରଗତିକୁ ଉଭୟ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ

     ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି । ଉଭୟ ପ୍ରଧାନମନ୍ତ୍ରୀ ମିଳିତ ଭାବେ ଐତିହାସିକ, ମହତ୍ୱାକାଂକ୍ଷୀ ଏବଂ ପାରସ୍ପରିକ ରୂପରେ ଲାଭଦାୟକ ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ)ର ସଫଳତା ସମ୍ପର୍କରେ ଘୋଷଣା କରିଛନ୍ତି ।

       ୨୦୨୫ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ଲକ୍ସନଙ୍କ ଭାରତ ଗସ୍ତ ଅବସରରେ ଆଲୋଚନା ଆରମ୍ଭ ହେବା ପରେ, ଉଭୟ ପ୍ରଧାନମନ୍ତ୍ରୀ ଏହା ଉପରେ ସହମତ ହୋଇଥିଲେ କି ରେକର୍ଡ ୯ ମାସ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ସମ୍ପନ୍ନ ହେବା ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ମିଳିତ ମହତ୍ୱାକାଂକ୍ଷା ଏବଂ ରାଜନୈତିକ ଇଚ୍ଛାଶକ୍ତିକୁ ଦର୍ଶାଉଛି । ଏହି ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଦ୍ୱିପକ୍ଷୀୟ ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ, ବଜାର ଉପଲବ୍ଧତାକୁ ବଢ଼ାଇବ, ନିବେଶକୁ ପ୍ରୋତ୍ସାହିତ କରିବ, ଉଭୟ ଦେଶ ମଧ୍ୟରେ ରଣନୀତିକ ସହଯୋଗକୁ ମଜବୁତ କରିବ ଏବଂ ଉଭୟ ଦେଶର ନବପ୍ରବର୍ତ୍ତକ, ଉଦ୍ୟମୀ, କୃଷକ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗୀ, ଛାତ୍ର ଏବଂ ଯୁବକମାନଙ୍କ ପାଇଁ ନୂଆ ସୁଯୋଗ ଖୋଲିବ ।

         ଏହି ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ)ରୁ ମିଳୁଥିବା ଦୃଢ଼ ଏବଂ ବିଶ୍ୱସନୀୟ ମୂଳଭିତ୍ତି ସହ, ଉଭୟ ପ୍ରଧାନମନ୍ତ୍ରୀ ଆଗାମୀ ପାଞ୍ଚ ବର୍ଷରେ ଦ୍ୱିପକ୍ଷୀୟ ବ୍ୟାପାରକୁ ଦୁଇ ଗୁଣ କରିବା ସହ ଆଗାମୀ ୧୫ ବର୍ଷରେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଭାରତରେ ୨୦ ଅରବ ଆମେରିକୀୟ ଡଲାର ନିବେଶର ବିଶ୍ୱାସ ବ୍ୟକ୍ତ କରିଥିଲେ । ଉଭୟ ନେତା କ୍ରୀଡ଼ା, ଶିକ୍ଷା ଏବଂ ଉଭୟ ଦେଶର ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ବନ୍ଧ ଭଳି ଦ୍ୱିପକ୍ଷୀୟ ସହଯୋଗର ଅନ୍ୟାନ୍ୟ କ୍ଷେତ୍ରରେ ହାସଲ ହୋଇଥିବା  ପ୍ରଗତିକୁ ସ୍ୱାଗତ କରିଥିଲେ ଏବଂ ଭାରତ-ନ୍ୟୁଜିଲ୍ୟାଣ୍ଡ ସହଭାଗିତାକୁ ଅଧିକ ମଜବୁତ କରିବାକୁ ନିଜର ପ୍ରତିବଦ୍ଧତାକୁ ନିଶ୍ଚିତ କରିଥିଲେ।

 ଆଲୋଚନା ଅବସରରେ ଉଭୟ ନେତା ପରସ୍ପର ମଧ୍ୟରେ ନିୟମିତ ସମ୍ପର୍କରେ ରହିବାକୁ ସହମତ ହୋଇଥିଲେ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
21% YoY rise in engineering exports in June shows sector's resilience amid global challenges: EEPC India Chairman

Media Coverage

21% YoY rise in engineering exports in June shows sector's resilience amid global challenges: EEPC India Chairman
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 14, 2026
July 14, 2026

From Local Fields to Global Recognition: PM Modi’s ‘Vocal for Local’ is Now Delivering Real Global Respect