ପ୍ରଧାନମନ୍ତ୍ରୀ ଶୀ ନରେନ୍ଦ୍ର ମୋଦୀ ମହିଳା ଏସିଆ କପ ୨୦୨୫ରେ ଭାରତୀୟ ମହିଳା ହକି ଦଳକୁ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି, ଯେଉଁଠାରେ ସେମାନେ ରୌପ୍ୟ ପଦକ ଜିତିବା ସହ ଦେଶର ଗୌରବ ବଢ଼ାଇଛନ୍ତି ।
ଆଜି ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆମର ଭାରତୀୟ ମହିଳା ହକି ଦଳ ମହିଳା ଏସିଆ କପ ୨୦୨୫ରେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି । ସେମାନଙ୍କୁ ଅଭିନନ୍ଦନ । ସେମାନଙ୍କର ଦୃଢ଼ ସଂକଳ୍ପ ଏବଂ ଦଳଗତ ମନୋଭାବ ଚମତ୍କାର । ଭବିଷ୍ୟତ ପାଇଁ ସେମାନଙ୍କୁ ଶୁଭକାମନା ।”
Our Indian Women’s Hockey Team has made the nation proud by winning the Silver Medal in the Women’s Asia Cup 2025. Congratulations to them. Their determination and team spirit are simply outstanding. Wishing them the very best for the times to come. pic.twitter.com/ZQJQQctBLV
— Narendra Modi (@narendramodi) September 14, 2025


