ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ସିଏସଆଇଆର ସୋସାଇଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସିଏସଆଇଆର ଦ୍ଵାରା କରାଯାଇଥିବା କାର୍ଯ୍ୟ ସମ୍ପର୍କରେ ସମ୍ୟକ ସୂଚନା ଦିଆଯାଇଥିଲା । ସେ ହାତକୁ ନିଆଯାଇଥିବା କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଭବିଷ୍ୟତର କାର୍ଯ୍ୟଖସଡା ପ୍ରସ୍ତୁତି ଲାଗି ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଭର୍ଚୁଆଲ ଲାବ ବିକଶିତ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ, ଯାହାଦ୍ୱାରା ଦେଶର ପ୍ରତ୍ୟେକ କୋଣରେ ଥିବା ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ନିକଟରେ ବିଜ୍ଞାନ ଭଲଭାବେ ପହଞ୍ଚିପାରିବ । ଯୁବ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନଆଡକୁ ଆକୃଷ୍ଟ କରିବାର ଆବଶ୍ୟକତା ଏବଂ ପରବର୍ତ୍ତୀ ପିଢିଠାରେ ବୈଜ୍ଞାନିକ ସୂକ୍ଷ୍ମଦର୍ଶିତାକୁ ଆହୁରି ସୁଦୃଢ କରିବାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ । ବିଶ୍ଵର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟ କରୁଥିବା ଭାରତୀୟଙ୍କ ମଧ୍ୟରେ ଗବେଷଣା ଓ ବିକାଶ ପ୍ରକଳ୍ପରେ ସହଭାଗିତା ବୃଦ୍ଧି ସମ୍ପର୍କରେ ସେ ପରାମର୍ଶ ଦେଇଥିଲେ ।

ଭାରତର ମହାତ୍ଵାକାଂକ୍ଷୀ ଆବଶ୍ୟକତା ପୂରଣ କରିବା ଲାଗି ବୈଜ୍ଞାନିକମାନଙ୍କୁ ଆହ୍ଵାନ କରି ସେ କହିଥିଲେ ଯେ, ଦେଶର ବାସ୍ତବିକ ସାମାଜିକ ପ୍ରସଙ୍ଗ ଯଥା – କୃଷି ଉତ୍ପାଦର ମୂଲ୍ୟବୃଦ୍ଧି, ଅପପୃଷ୍ଟି ଏବଂ ଜଳ ସଂରକ୍ଷଣ ଦିଗରେ ସିଏସଆଇଆର ଗୁରୁତ୍ଵାରୋପ କରିବା ଆବଶ୍ୟକ ।

5ଜି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଅକ୍ଷୟ ଶକ୍ତି ସଞ୍ଚୟ ପାଇଁ ଶସ୍ତା ଏବଂ ଦୀର୍ଘସ୍ଥାୟୀ ବ୍ୟାଟେରୀ ଆଦି ନୂଆ ଆହ୍ଵାନଗୁଡିକର ମୁକାବିଲା କରିବା ଲାଗି ବୈଜ୍ଞାନିକମାନେ ଗୁରୁତ୍ଵାରୋପ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ବିଶ୍ଵସ୍ତରୀୟ ଉତ୍ପାଦ ପ୍ରସ୍ତୁତ କରିବା ଲାଗି ପାରମ୍ପରିକ ଜ୍ଞାନ ଓ ଆଧୁନିକ ବିଜ୍ଞାନର ମିଶ୍ରଣର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ । ସେ ମଧ୍ୟ ନବୋନ୍ମେଷର ବ୍ୟବସାୟିକରଣ ଆବଶ୍ୟକତା ଉପରେ ଜୋର ଦେଇଥିଲେ ।

ସାଧାରଣ ଜନତାଙ୍କ ଜୀବନଧାରଣ ମାନରେ ସୁଧାର ଆଣିବା ଲାଗି ବୈଜ୍ଞାନିକ ସମୁଦାୟ କାର୍ଯ୍ୟ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi explains why he sent Vande Mataram note to space aboard Skyroot’s Vikram-1

Media Coverage

PM Modi explains why he sent Vande Mataram note to space aboard Skyroot’s Vikram-1
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to the great revolutionary Mangal Pandey ji
July 19, 2026

Prime Minister Shri Narendra Modi today, paid tributes to the great revolutionary Mangal Pandey ji on his birth anniversary. Shri Modi remarked that his courageous life continues to fill every Indian with pride even today, and his saga of valor will keep inspiring every generation of the nation.

Shri Modi posted on X;

महान क्रांतिकारी मंगल पांडे जी को उनकी जयंती पर शत-शत नमन। मातृभूमि के स्वाभिमान और सम्मान की रक्षा के लिए उन्होंने अपना सर्वस्व न्योछावर कर दिया। उनका साहसिक जीवन आज भी हर भारतीय को गर्व से भर देता है। राष्ट्रभक्ति से ओतप्रोत उनकी शौर्यगाथा देश की हर पीढ़ी को प्रेरित करती रहेगी।