ରାଜ୍ୟପାଳମାନଙ୍କ 50ତମ ବାର୍ଷିକ ସମ୍ମିଳନୀ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଉଦଘାଟନୀ ଅଧିବେଶନ ସହ ଆରମ୍ଭ ହୋଇଯାଇଛି । ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଉପରାଜ୍ୟପାଳମାନେ ଅଂଶଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ପ୍ରଥମ ଥର ପାଇଁ କାର୍ଯ୍ୟଭାର ସମ୍ଭାଳିଥିବା 17 ଜଣ ରାଜ୍ୟପାଳ ଓ ଉପରାଜ୍ୟପାଳ ସାମିଲ ଅଛନ୍ତି । ଏଥିସହିତ ସମ୍ମିଳନୀରେ ନବଗଠିତ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ ଓ କଶ୍ମୀର ଏବଂ ଲଦାଖର ଉପରାଜ୍ୟପାଳ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ଜଳ ଶକ୍ତି ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଦବୋଧନ ଦେଇ 1949 ଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀର ଦୀର୍ଘ ଇତିହାସ ଉପରେ ଆଲୋକପାତ କରିଥିଲେ । ଚଳିତ ଥର 50ତମ ସଂସ୍କରଣ ଏହି ସମ୍ମିଳନୀର ବିଗତ ସଂସ୍କରଣର ଉପଲବ୍ଧି ଏବଂ ପରିଣାମର ମୂଲ୍ୟାଙ୍କନ କରିବା ଏବଂ ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଲାଗି ଏକ ଅଭିନବ ଅବସର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ସହକାରୀ ଏବଂ ପ୍ରତିଦ୍ୱନ୍ଦ୍ୱୀ ସଂଘୀୟ ବ୍ୟବସ୍ଥାକୁ ସାକାର କରିବାରେ ରାଜ୍ୟପାଳ ପଦବୀର ବିଶେଷ ଭୂମିକା ରହିଛି ।

ଏହି ସମ୍ମିଳନୀ ରାଜ୍ୟପାଳ ଓ ଉପରାଜ୍ୟପାଳମାନଙ୍କ ପାଇଁ ବିଚାର ଆଦାନ-ପ୍ରଦାନ କରିବା, ପରସ୍ପରର ଅଭିଜ୍ଞତାରୁ ଶିକ୍ଷା ଲାଭ କରିବା ସହିତ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱତନ୍ତ୍ର ତଥା ବିବିଧ ଆବଶ୍ୟକତା ଏବଂ ସେମାନଙ୍କ ଅନୁକୂଳ ସର୍ବୋତମ ଅନ୍ତର୍ଜାତୀୟ ପ୍ରଚଳନକୁ ଆପଣାଇବା ଲାଗି ସୁଯୋଗ ପ୍ରଦାନ କରିଥାଏ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏମାନଙ୍କ ପ୍ରଶାସନିକ ଢାଂଚା କାରଣରୁ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ବିକାଶ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିପାରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ 2022ରେ ଦେଶ ନିଜ ସ୍ୱାଧୀନତାର 75ତମ ବର୍ଷ ପୂର୍ତ୍ତି ପାଳନ କରିବ ଏବଂ 2047ରେ 100 ବର୍ଷ ପୂର୍ତ୍ତି ପାଳନ କରିବ । ଏପରି ସ୍ଥଳେ ପ୍ରଶାସନିକ କଳକୁ ଦେଶର ଲୋକମାନଙ୍କ ନିକଟତର କରିବା ଏବଂ ସେମାନଙ୍କୁ ସଠିକ ମାର୍ଗ ଦେଖାଇବାରେ ରାଜ୍ୟପାଳମାନଙ୍କ ଭୂମିକା ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ । ଆମେ ଭାରତୀୟ ସମ୍ବିଧାନ ଲାଗୁ ହେବାର 70ତମ ବର୍ଷପୂର୍ତ୍ତି ପାଳନ କରିବାକୁ ଯାଉଛୁ । ଏପରି ସ୍ଥିତି ରାଜ୍ୟପାଳ ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ ଭାରତୀୟ ସମ୍ବିଧାନର ବିଭିନ୍ନ ସେବା ଦିଗ, ବିଶେଷ କରି ନାଗରିକଙ୍କ କର୍ତ୍ତବ୍ୟ ଏବଂ ଉତ୍ତରଦାୟିତ୍ୱ ଦିଗରେ ମଧ୍ୟ କାମ କରିବା ଆବଶ୍ୟକ । ଏହାଦ୍ୱାରା  ପ୍ରକୃତରେ ସମସ୍ତଙ୍କ ଭାଗିଦାରୀ ଆଧାରିତ ଶାସନ ପ୍ରତିଷ୍ଠା କରିବାରେ ସହାୟତା ମିଳିପାରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତବର୍ଷ ଆମେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀର 150ତମ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛୁ । ସେଥିପାଇଁ ରାଜ୍ୟପାଳ ଏବଂ ଉପରାଜ୍ୟପାଳ ଗାନ୍ଧୀବାଦୀ ବିଚାର ଏବଂ ଆଦର୍ଶର ପ୍ରାସଙ୍ଗିକତା ବିଷୟରେ କହିବା ଲାଗି ଏହି ଅବସରର ଲାଭ ଉଠାଇପାରିବେ । ଏହା ଆମ ସମ୍ବିଧାନର ଗୁରୁତ୍ୱପୂର୍ଣ୍ଣ ଆଧାର । ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ନିଜ ଭୂମିକାରେ ରାଜ୍ୟପାଳ ଆମ ଯୁବପିଢ଼ିଙ୍କ ମଧ୍ୟରେ ରାଷ୍ଟ୍ର ନିର୍ମାଣର ମୂଲ୍ୟବୋଧକୁ ବିକଶିତ କରିବା ଏବଂ ସେମାନଙ୍କୁ ଅଧିକରୁ ଅଧିକ ଉପଲବ୍ଧି ଦିଗରେ ଅନୁପ୍ରାଣିତ କରିବାରେ ସହାୟତା ମଧ୍ୟ କରିପାରିବେ ।

ପ୍ରଧାନମନ୍ତ୍ରୀ ନିଜ ଉଦବୋଧନ ଶେଷରେ ରାଜ୍ୟପାଳ ଓ ଉପରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବା ସମୟରେ ସାଧାରଣ ଜନତାଙ୍କ ଆବଶ୍ୟକତା ପ୍ରତି ଦୃଷ୍ଟି ଦିଅନ୍ତୁ । ପ୍ରଧାନମନ୍ତ୍ରୀ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ ଯେ ସେ ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ, ମହିଳା ଓ ଯୁବପିଢ଼ିଙ୍କ ସହିତ ଦୁର୍ବଳ ଶ୍ରେଣୀର ଲୋକଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରନ୍ତୁ । ସେଥିପାଇଁ ସେମାନେ ରାଜ୍ୟ ସରକାରଙ୍କ ସହିତ ମିଶି  କାମ କରିବା 

ବ୍ୟତୀତ ବର୍ତ୍ତମାନର ଯୋଜନା ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ଉପରେ ଧ୍ୟାନ ଦେଇପାରିବେ । ଅଧିକ ନିଯୁକ୍ତି ସୁଯୋଗ ଏବଂ ଗରିବ ଓ ଦଳିତଙ୍କ କଲ୍ୟାଣ ପାଇଁ ନୂତନ ଅବସର ଥିବା କ୍ଷେତ୍ର ଯଥା ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ର ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ରାଜ୍ୟପାଳଙ୍କ କାର୍ଯ୍ୟାଳୟର ଉପଯୋଗ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯେପରିକି ଯକ୍ଷ୍ମା ବିଷୟରେ ସଚେତନତା ସୃଷ୍ଟି ଏବଂ 2025 ସୁଦ୍ଧା ଭାରତକୁ ରୋଗରୁ ମୁକ୍ତ କରିବା ଦିଗରେ କରାଯିବା ଉଚିତ ।

ଚଳିତ ବର୍ଷର ସମ୍ମିଳନୀରେ ଆଦିବାସୀ ପ୍ରସଙ୍ଗ, କୃଷି କ୍ଷେତ୍ରରେ ସୁଧାର, ଜଳଜୀବନ ମିଶନ, ନୂତନ ଶିକ୍ଷା ନୀତି ଏବଂ ଜୀବନଧାରଣ ସୁଗମତା ପାଇଁ ପ୍ରଶାସନ ଭଳି ପ୍ରସଙ୍ଗ ଏବଂ ସମସ୍ୟା ଆଦି ପାଞ୍ଚଟି ଉପ ସମୂହରେ ବ୍ୟାପକ ଆଲୋଚନା ହେବ । ଏହାର ରିପୋର୍ଟ ପରେ ସମସ୍ତ ଅଂଶଗ୍ରହଣକାରୀ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ଦ୍ୱାରା ବଡ଼ ଫର୍ମାଟରେ ଆଲୋଚନା କରାଯିବାକୁ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 20, 2026
April 20, 2026

Honouring Saints, Powering Futures: PM Modi’s Leadership That Blends Heritage, Highways and High Growth