ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି, ଯାହାଙ୍କ ଦୃଢ଼ ଇଚ୍ଛାଶକ୍ତି ବଳରେ ଝାଡ଼ଖଣ୍ଡ ରାଜ୍ୟ ଗଠନ ସମ୍ଭବ ହୋଇଥିଲା
“ସ୍ୱାଧୀନତାର ଏହି ଅମୃତ କାଳରେ, ଭାରତର ଜନଜାତି ପରମ୍ପରା ଏବଂ ଏହାର ଗୌରବଶାଳୀ କାହାଣୀକୁ ଅଧିକ ଅର୍ଥପୂର୍ଣ୍ଣ ଏବଂ ବ୍ୟାପକ ପରିଚୟ ଦେବା ଲାଗି ଦେଶ ନିଷ୍ପତ୍ତି ନେଇସାରିଛି”
“ଏହି ସଂଗ୍ରହାଳୟ ବିବିଧତାରେ ପରିପୂର୍ଣ୍ଣ ଆମ ଜନଜାତି ସଂସ୍କୃତିର ଏକ ଜୀବନ୍ତ କେନ୍ଦ୍ରରେ ପରିଣତ ହେବ, ଏହା ସ୍ୱାଧୀନତା ସଂଗ୍ରାମରେ ଆମ ଜନଜାତି ନାୟକ ଓ ନାୟିକାମାନଙ୍କର ଯୋଗଦାନକୁ ପ୍ରଦର୍ଶିତ କରିବ”
“ଭଗବାନ ବିର୍ସା ମୁଣ୍ଡା ସମାଜ ପାଇଁ ବଞ୍ଚିଥିଲେ, ନିଜର ସଂସ୍କୃତି ଓ ଦେଶ ପାଇଁ ନିଜ ଜୀବନକୁ ବଳୀଦାନ ଦେଇଥିଲେ। ତେଣୁ ସେ ଆଜି ମଧ୍ୟ ଆମ ବିଶ୍ୱାସରେ, ଆମ ଭାବନାରେ ଆମର ଭଗବାନ ଭାବେ ଜୀବିତ ଅଛନ୍ତି”

ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରିବା ଲାଗି ଭାରତ ସରକାର ଘୋଷଣା କରିଛନ୍ତି । ଏହି ଉପଲକ୍ଷେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦଘାଟନ କରିଛନ୍ତି । ରାଞ୍ଚି ଠାରେ ନିର୍ମାଣ କରାଯାଇଥିବା ଏହି ସଂଗ୍ରହାଳୟ ତଥା ଉଦ୍ୟାନକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଥିଲେ । ଝାଡ଼ଖଣ୍ଡ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ସମାରୋହରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତାର ଏହି ଅମୃତ କାଳରେ, ଭାରତର ଜନଜାତି ପରମ୍ପରା ଏବଂ ଏହାର ଗୌରବଶାଳୀ କାହାଣୀକୁ ଅଧିକ ଅର୍ଥପୂର୍ଣ୍ଣ ଏବଂ ବ୍ୟାପକ ପରିଚୟ ଦେବା ଲାଗି ଦେଶ ନିଷ୍ପତ୍ତି ନେଇସାରିଛି । ଏଥିପାଇଁ, ପ୍ରତି ବର୍ଷ ନଭେମ୍ବର ୧୫ ତାରିଖରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ସାରା ଦେଶରେ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରିବା ଲାଗି ଐତିହାସିକ ନିଷ୍ପତ୍ତି ଆଜି ଠାରୁ ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଐତିହାସିକ ଅବସରରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ, ଯାହାଙ୍କ ଦୃଢ଼ ଇଚ୍ଛାଶକ୍ତି କାରଣରୁ ଝାଡ଼ଖଣ୍ଡ ରାଜ୍ୟ ଗଠନ ସମ୍ଭବ ହୋଇପାରିଛି । ଶ୍ରୀ ମୋଦୀ କହିଥିଲେ ଯେ, ଅଟଳ ବିହାରୀ ବାଜପେୟୀ ହିଁ ପ୍ରଥମ ଥର ଲାଗି ଦେଶର ସରକାରରେ ଜନଜାତିଙ୍କ ପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ କରିଥିଲେ ଏବଂ ଦେଶର ନୀତି ନିର୍ମାଣ ସହିତ ଜନଜାତିମାନଙ୍କ ସ୍ୱାର୍ଥକୁ ଯୋଡ଼ି ପାରିଥିଲେ ।

ଭଗବାନ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପାଇଁ ଦେଶର ଜନଜାତି ସମାଜ, ଭାରତର ପ୍ରତ୍ୟେକ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ, “ଏହି ସଂଗ୍ରହାଳୟ ବିବିଧତାରେ ପରିପୂର୍ଣ୍ଣ ଆମ ଜନଜାତି ସଂସ୍କୃତିର ଏକ ଜୀବନ୍ତ କେନ୍ଦ୍ରରେ ପରିଣତ ହେବ, ଏହା ସ୍ୱାଧୀନତା ସଂଗ୍ରାମରେ ଆମ ଜନଜାତି ନାୟକ ଓ ନାୟିକାମାନଙ୍କର ଯୋଗଦାନକୁ ପ୍ରଦର୍ଶିତ କରିବ ।”

ଭଗବାନ ବିର୍ସା ମୁଣ୍ଡାଙ୍କ ଦୂରଦୃଷ୍ଟି ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭଗବାନ ବିର୍ସା ମୁଣ୍ଡା ଜାଣିଥିଲେ ଯେ ଆଧୁନିକତାର ନାମରେ ବିବିଧତା, ପ୍ରାଚୀନ ପରିଚୟ ଏବଂ ପ୍ରକୃତିକୁ ନଷ୍ଟ କରିବା ଦ୍ୱାରା ସମାଜର କଲ୍ୟାଣ ହୋଇପାରିବ ନାହିଁ । ଏଥିସହିତ ସେ ଆଧୁନିକ ଶିକ୍ଷାର ଜଣେ ସମର୍ଥକ ଥିଲେ ଏବଂ ନିଜ ସମାଜରେ ରହିଥିବା କଳୁଷତା ଏବଂ କୁପ୍ରଥା ବିରୋଧରେ ମୁହଁ ଖୋଲିବା ଲାଗି ସେ ସାହସ କରିପାରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତକୁ କ୍ଷମତା ହସ୍ତାନ୍ତର କରିବା ଏବଂ ଭାରତୀୟମାନଙ୍କ ହାତରେ ଭାରତ ପାଇଁ ନିଷ୍ପତ୍ତି ନେବାର ଶକ୍ତି ଦେବା ସ୍ୱାଧୀନତା ସଂଗ୍ରାମର ଲକ୍ଷ୍ୟ ଥିଲା । କିନ୍ତୁ, ଏଥିସହିତ ‘ଧରତୀ ଆବା’ (ବିର୍ସା ମୁଣ୍ଡା)ଙ୍କ ପାଇଁ ସଂଘର୍ଷର ଲକ୍ଷ୍ୟ ଥିଲା ଭାରତୀୟ ଜନଜାତି ସମାଜର ପରିଚୟକୁ ନଷ୍ଟ କରିବା ଲାଗି ହେଉଥିବା ଉଦ୍ୟମ ବିରୋଧରେ ସ୍ୱର ଉତ୍ତୋଳନ କରିବା । ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ, “ଭଗବାନ ବିର୍ସା ମୁଣ୍ଡା ସମାଜ ପାଇଁ ବଞ୍ଚିଥିଲେ, ନିଜର ସଂସ୍କୃତି ଓ ଦେଶ ପାଇଁ ନିଜ ଜୀବନକୁ ବଳୀଦାନ ଦେଇଥିଲେ । ତେଣୁ ସେ ଆଜି ମଧ୍ୟ ଆମ ବିଶ୍ୱାସରେ, ଆମ ଭାବନାରେ ଆମର ଭଗବାନ ଭାବେ ଜୀବିତ ଅଛନ୍ତି ।” ପ୍ରଧାନମନ୍ତ୍ରୀ ପୁଣି କହିଥିଲେ ଯେ, ଧରତୀ ଆବା ଏ ଦୁନିଆରେ ବେଶୀଦିନ ପର୍ଯ୍ୟନ୍ତ ବଞ୍ଚିନଥିଲେ । କିନ୍ତୁ ସେ ସ୍ୱଳ୍ପ ସମୟର ଜୀବନକାଳ ମଧ୍ୟରେ ସେ ଦେଶ ପାଇଁ ଏକ ସମ୍ପୂର୍ଣ୍ଣ ଇତିହାସ ରଚନା କରିଯାଇଛନ୍ତି ଏବଂ ଭାରତର ଅନେକ ପିଢ଼ିକୁ ମାର୍ଗଦର୍ଶନ କରିଯାଇଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi