ପ୍ରଧାନମନ୍ତ୍ରୀ ଷ୍ଟାରମର,

ବନ୍ଧୁଗଣ,

ନମସ୍କାର !

ସର୍ବପ୍ରଥମେ, ମୁଁ ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କୁ ତାଙ୍କର ଭବ୍ୟ ସ୍ୱାଗତ ପାଇଁ ଆନ୍ତରିକତାର ସହିତ କୃତଜ୍ଞତା ଜ୍ଞାପନ କରୁଛି । ଆଜି ହେଉଛି ଆମ ସମ୍ପର୍କର ଏକ ଐତିହାସିକ ଦିନ । ମୁଁ ଅତ୍ୟନ୍ତ ଖୁସି ଯେ ଅନେକ ବର୍ଷର ପରିଶ୍ରମ ପରେ, ଆଜି ଦୁଇ ଦେଶ ମଧ୍ୟରେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ ହୋଇଛି ।

ଏହି ଚୁକ୍ତିନାମା କେବଳ ଏକ ଆର୍ଥିକ ସହଭାଗୀତା ନୁହେଁ, ବରଂ ସମନ୍ୱିତ ବିକାଶ ପାଇଁ ଏକ ଯୋଜନା । ଗୋଟିଏ ପଟେ, ଭାରତୀୟ ବୟନଶିଳ୍ପ, ଫୁଟଓ୍ୱେୟର, ଜେମସ୍‌ ଏଣ୍ଡ୍‌ ଜୁଏଲେରୀ, ସାମୁଦ୍ରିକ ଖାଦ୍ୟ ଏବଂ ଇଞ୍ଜିନିୟରିଂ ସାମଗ୍ରୀଗୁଡ଼ିକୁ ୟୁକେରେ ଉତ୍ତମ ବଜାର ପ୍ରବେଶ ମିଳିବ । ଭାରତର କୃଷି ଉତ୍ପାଦ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଶିଳ୍ପ ପାଇଁ ୟୁକେ ବଜାରରେ ନୂତନ ସୁଯୋଗ ସୃଷ୍ଟି ହେବ । ଏହି ଚୁକ୍ତିନାମା ଭାରତର ଯୁବପିଢ଼ି, କୃଷକ, ମତ୍ସ୍ୟଜୀବୀ ଏବଂ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ପାଇଁ ବିଶେଷ ଭାବରେ ଲାଭଦାୟକ ହେବ ।

ଅନ୍ୟପକ୍ଷରେ, ୟୁକେରେ ନିର୍ମିତ ଚିକିତ୍ସା ଉପକରଣ ଓ ମହାକାଶ ଯନ୍ତ୍ରାଂଶ ଭଳି ଉତ୍ପାଦଗୁଡ଼ିକ ଭାରତର ଜନସାଧାରଣ ଏବଂ ଶିଳ୍ପଦ୍ୟୋଗ ପାଇଁ ସୁଲଭ ଏବଂ ରିହାତି ମୂଲ୍ୟରେ ଉପଲବ୍ଧ ହେବ ।

ଏହି ଚୁକ୍ତିନାମା ସହିତ, ଡବଲ୍ କଣ୍ଟ୍ରିବ୍ୟୁସନ୍ କନଭେନସନ୍ ଉପରେ ମଧ୍ୟ ଏକ ଚୁକ୍ତିନାମା ହୋଇଛି । ଏହା ଉଭୟ ଦେଶର ସେବା କ୍ଷେତ୍ରକୁ, ବିଶେଷକରି ପ୍ରଯୁକ୍ତି ଏବଂ ଆର୍ଥିକ କ୍ଷେତ୍ରକୁ ନୂତନ ଶକ୍ତି ଦେବ । ବ୍ୟବସାୟ କରିବାର ସୁଗମତା ଉପଲବ୍ଧ ହେବ । ବ୍ୟବସାୟ କରିବାର ଖର୍ଚ୍ଚ ହ୍ରାସ ପାଇବ ଏବଂ ବ୍ୟବସାୟ କରିବାର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଏହା ସହିତ, ୟୁକେ ଅର୍ଥନୀତିକୁ ଭାରତୀୟ ଦକ୍ଷ ପ୍ରତିଭା ଉପଲବ୍ଧ ହେବ ।

 

ଏହି ଚୁକ୍ତିନାମାଗୁଡ଼ିକ ଉଭୟ ଦେଶରେ ନିବେଶ ବୃଦ୍ଧି କରିବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । କେବଳ ଏତିକି ନୁହେଁ, ଦୁଇଟି ଗଣତାନ୍ତ୍ରିକ ଦେଶ ଏବଂ ବିଶ୍ୱର ଦୁଇଟି ବଡ଼ ଅର୍ଥନୀତି ମଧ୍ୟରେ ଏହି ଚୁକ୍ତିନାମାଗୁଡ଼ିକ ବିଶ୍ୱ ସ୍ଥିରତା ଏବଂ ସମୃଦ୍ଧିକୁ ମଧ୍ୟ ସୁଦୃଢ଼ କରିବ ।

ବନ୍ଧୁଗଣ,

 

ଆଗାମୀ ଦଶନ୍ଧିରେ ଆମର ବ୍ୟାପକ ରଣନୈତିକ ସହଭାଗୀତାକୁ ନୂତନ ଗତି ଏବଂ ଶକ୍ତି ଦେବା ପାଇଁ ଭିଜନ ୨୦୩୫ ଜାରି କରାଯାଉଛି । ଏହା ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ଜଳବାୟୁ, ଶିକ୍ଷା ଏବଂ ଲୋକ-ଲୋକଙ୍କ ମଧ୍ୟରେ ସଂଯୋଗ କ୍ଷେତ୍ରରେ ଏକ ଦୃଢ଼, ନିର୍ଭରଯୋଗ୍ୟ ଏବଂ ମହତ୍ୱାକାଂକ୍ଷୀ ସହଭାଗୀତା ପାଇଁ କାର୍ଯ୍ୟଖସଡା ହୋଇପାରିବ ।

ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ସହଭାଗୀତା ପାଇଁ ପ୍ରତିରକ୍ଷା ଶିଳ୍ପ କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଛି । ଆମର ପ୍ରଯୁକ୍ତିବିଦ୍ୟା ସୁରକ୍ଷା ପଦକ୍ଷେପକୁ ଆହୁରି ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯିବ ।

ଆମର ପ୍ରତିବଦ୍ଧତା ହେଉଛି ଯେ, AI ଠାରୁ ଆରମ୍ଭ କରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସେମିକଣ୍ଡକ୍ଟର ଠାରୁ ଆରମ୍ଭ କରି ସାଇବର ସୁରକ୍ଷା ପର୍ଯ୍ୟନ୍ତ, ଆମେ ଏକତ୍ର ଭବିଷ୍ୟତ ସୃଷ୍ଟି କରିବୁ ।

ବନ୍ଧୁଗଣ,

ଶିକ୍ଷା କ୍ଷେତ୍ରରେ ମଧ୍ୟ, ଉଭୟ ଦେଶ ଏକତ୍ର ଏକ ନୂତନ ଦିଗ ଉପରେ କାର୍ଯ୍ୟ କରୁଛୁ । ଭାରତରେ ୬ଟି ୟୁକେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଖୋଲିବାକୁ ଯାଉଛି । ଗତ ସପ୍ତାହରେ, ଭାରତୀୟ ସହର ଗୁରୁଗ୍ରାମରେ ସାଉଥାମ୍ପଟନ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଉଦଘାଟନ କରାଯାଇଥିଲା ।

ବନ୍ଧୁଗଣ,

ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ପାଇଁ ଆମେ ପ୍ରଧାନମନ୍ତ୍ରୀ ଷ୍ଟାରମର ଏବଂ ତାଙ୍କ ସରକାରଙ୍କୁ ଆମର କୃତଜ୍ଞତା ଜଣାଉଛୁ । ଆମେ ଏହି ନିଷ୍କର୍ଷରେ ଏକମତ ଯେ ଆତଙ୍କବାଦ ବିରୋଧ ଲଢ଼େଇରେ ଦ୍ୱିତୀୟ ମାପଦଣ୍ଡର କୌଣସି ସ୍ଥାନ ନାହିଁ । ଆମେ ଏଥିରେ ମଧ୍ୟ ସହମତ ଯେ, ଉଗ୍ରବାଦୀ ଚିନ୍ତାଧାରା ଥିବା ଶକ୍ତିକୁ ଗଣତାନ୍ତ୍ରିକ ସ୍ୱାଧୀନତାର ଅପବ୍ୟବହାର କରିବାକୁ ଅନୁମତି ଦିଆଯାଇପାରିବ ନାହିଁ ।

ଯେଉଁମାନେ ଗଣତନ୍ତ୍ରକୁ ଦୁର୍ବଳ କରିବା ପାଇଁ ଗଣତାନ୍ତ୍ରିକ ସ୍ୱାଧୀନତାର ଅପବ୍ୟବହାର କରନ୍ତି, ସେମାନଙ୍କୁ ଉତ୍ତରଦାୟୀ ହେବାକୁ ପଡିବ ।

ଆମର ଏଜେନ୍ସିଗୁଡ଼ିକ ଅର୍ଥନୈତିକ ଅପରାଧୀଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗରେ ସହଯୋଗ ଏବଂ ସମନ୍ୱୟରେ କାର୍ଯ୍ୟ କରିବା ଜାରି ରଖିବେ ।

ବନ୍ଧୁଗଣ,

ଆମେ ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ଏବଂ ସ୍ଥିରତା, ୟୁକ୍ରେନରେ ଚାଲିଥିବା ସଂଘର୍ଷ ଏବଂ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ମତାମତ ଆଦାନପ୍ରଦାନ କରିଆସୁଛୁ । ଆମେ ଯଥାଶୀଘ୍ର ଶାନ୍ତି ଏବଂ ସ୍ଥିରତା ପୁନଃସ୍ଥାପନକୁ ସମର୍ଥନ କରୁ । ସମସ୍ତ ଦେଶର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ସମ୍ମାନ ଅତ୍ୟନ୍ତ ଜରୁରୀ । ଆଜିର ଯୁଗର ଚାହିଦା ବିସ୍ତାରବାଦ ନୁହେଁ, ବିକାଶବାଦ ।

 

ବନ୍ଧୁଗଣ,

 

ଗତ ମାସରେ, ଅହମ୍ମଦାବାଦରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଅନେକ ୟୁକେ ନାଗରିକ ଥିଲେ । ଆମେ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ ।

ୟୁକେରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଲୋକମାନେ ଆମ ସମ୍ପର୍କରେ ଏକ ଜୀବନ୍ତ ସେତୁ ଭାବରେ କାର୍ଯ୍ୟ କରନ୍ତି । ସେମାନେ କେବଳ ଭାରତରୁ ସୃଜନଶୀଳତା, ପ୍ରତିବଦ୍ଧତା ଏବଂ ଚରିତ୍ର ଆଣିଥିଲେ । ସେମାନଙ୍କର ଅବଦାନ କେବଳ ୟୁକେର ସମୃଦ୍ଧ ଅର୍ଥନୀତି ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ୟୁକେର ସଂସ୍କୃତି, କ୍ରୀଡା ଏବଂ ସାର୍ବଜନୀନ ସେବାରେ ମଧ୍ୟ ଦୃଶ୍ୟମାନ ।

ବନ୍ଧୁଗଣ,

ଯେତେବେଳେ ଭାରତ ଏବଂ ୟୁକେ ପରସ୍ପରକୁ ଭେଟିଥାନ୍ତି, ଏବଂ ତାହା ମଧ୍ୟ ଏକ ଟେଷ୍ଟ ସିରିଜ୍ ସମୟରେ, ସେତେବେଳେ କ୍ରିକେଟ୍ ବିଷୟରେ ଉଲ୍ଲେଖ କରିବାକୁ ହିଁ ପଡ଼ିଥାଏ !

ଆମ ଉଭୟଙ୍କ ପାଇଁ, କ୍ରିକେଟ୍ କେବଳ ଏକ ଖେଳ ନୁହେଁ, ବରଂ ଏକ ଅଭ୍ୟାସ । ଆମର ସହଭାଗୀତା ପାଇଁ ଏକ ମହାନ ଦୃଷ୍ଟାନ୍ତ । କେତେବେଳେ ସ୍ୱିଙ୍ଗ୍ ଏବଂ ମିସ୍ ହୋଇପାରେ, କିନ୍ତୁ ଆମେ ସର୍ବଦା ଏକ ସିଧା ବ୍ୟାଟ୍ ସହିତ ଖେଳୁ ! ଆମେ ଏକ ଉଚ୍ଚ ସ୍କୋରିଂ ସହିତ ଦୃଢ଼ ସହଭାଗୀତା ଗଠନ କରିବାକୁ ପ୍ରତିବଦ୍ଧ ।

ଆଜି ହୋଇଥିବା ଚୁକ୍ତିନାମା ଏବଂ ଭିଜନ ୨୦୩୫ ହେଉଛି ଏହି ମନୋଭାବକୁ ଆଗକୁ ନେବା ଦିଗରେ ଏକ ମାଇଲଖୁଣ୍ଟ।

ପ୍ରଧାନମନ୍ତ୍ରୀ,

ମୁଁ ପୁଣି ଥରେ ଆପଣଙ୍କ ଆତିଥ୍ୟ ପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।

ମୁଁ ଆପଣଙ୍କୁ ଭାରତ ଗସ୍ତ କରିବାକୁ ନିମନ୍ତ୍ରଣ କରୁଛି ଏବଂ ଆଶା କରୁଛି ଯେ ଆମେ ଶୀଘ୍ର ଭାରତରେ ଆପଣଙ୍କୁ ସ୍ୱାଗତ କରିବାର ସୁଯୋଗ ପାଇବୁ ।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"