The old and strong historical relations between India and Palestine have stood the test of time: PM Modi
Remarkable courage and perseverance has been displayed by the people of Palestine in the face of constant challenges and crises: PM
India is a very old ally in Palestine's nation-building efforts, says the Prime Minister
India hopes that Palestine soon becomes a sovereign and independent country in a peaceful atmosphere: PM

 

ମହାମହିମ ରାଷ୍ଟ୍ରପତି ମହମ୍ମଦ ଆବ୍ବାସ

ପାଲେଷ୍ଟାଇନ ଏବଂ ଭାରତୀୟ ପ୍ରତିନିଧିଦଳର ସଦସ୍ୟ

ଗଣମାଧ୍ୟମ ପ୍ରତିନିଧି, ଭାଇ ଓ ଭଉଣୀମାନେ,

ସବାହ ଅଲ-ଖେର (ଶୁଭ ସକାଳ)

କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମ ଗସ୍ତରେ ରାମଲ୍ଲା ଆସିବା ଅତ୍ୟନ୍ତ ଆନନ୍ଦର କଥା ।

ରାଷ୍ଟ୍ରପତି ଆବ୍ବାସ, ଆପଣ ମୋ ସମ୍ମାନରେ ଯାହା କହିଲେ ଏବଂ ଯେଉଁ ଉଦାରତାର ସହିତ ମୋର ଏବଂ ମୋ ସହିତ ଆସିଥିବା ଅତିଥିମାନଙ୍କୁ ଚମତ୍କାର  ସ୍ୱାଗତ କଲେ ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।

ମହାମହିମ, ଆପଣ ମୋତେ ଆଜି ଅତ୍ୟନ୍ତ ଆତ୍ମୀୟତାର ସହିତ ପାଲେଷ୍ଟାଇନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛନ୍ତି । ଏହା ସାରା ଭାରତ ପାଇଁ ସମ୍ମାନର ବିଷୟ । ଆହୁରି ଭାରତ ଲାଗି ପାଲେଷ୍ଟାଇନର ବନ୍ଧୁତା ଏବଂ ସଦ୍ଭାବନାର ପ୍ରତୀକ ମଧ୍ୟ ।

ଭାରତ ଏବଂ ପାଲେଷ୍ଟାଇନ ମଧ୍ୟରେ ଯେଉଁ ପୁରୁଣା ଏବଂ ମଜବୁତ ଐତିହାସିକ ସମ୍ପର୍କ  ରହିଛି ତାହା ସମୟର ପରୀକ୍ଷାରେ ଉତୀର୍ଣ୍ଣ ହୋଇଛି । ପାଲେଷ୍ଟାଇନର ସ୍ୱାର୍ଥ ପ୍ରତି ଆମର ସମର୍ଥନକୁ ଆମ ବୈଦେଶିକ ନୀତିରେ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି । ନିରନ୍ତର ଓ ଅବିଚଳିତ ଭାବେ ।

ସେଥିପାଇଁ, ଆଜି ଏଠାରେ ରାମଲ୍ଲାରେ ରାଷ୍ଟ୍ରପତି ମହମଦ ଆବ୍ବାସ, ଯିଏକି ଭାରତର ଅତି ପୁରୁଣା ବନ୍ଧୁ, ତାଙ୍କ ସହିତ ଛିଡ଼ା ହୋଇ ମୁଁ ଆନନ୍ଦ ଅନୁଭବ କରୁଛି । ଗତ ବର୍ଷ ମେ ମାସରେ ତାଙ୍କର ନୂଆଦିଲ୍ଲୀ ଗସ୍ତ ଅବସରରେ ତାଙ୍କୁ ସ୍ୱାଗତ କରିବା ପାଇଁ ମୋତେ ସୌଭାଗ୍ୟ ମିଳିଥିଲା ।

ଆମ ବନ୍ଧୁତା ଏବଂ ଭାରତର ସମର୍ଥନକୁ ନବୀନତା ପ୍ରଦାନ କରି ମୁଁ ଆନନ୍ଦିତ ।

ଏହି ଗସ୍ତ ଅବସରରେ ମୋତେ ଅବୁ ଅମାରଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ମିଳିଲା । ସେ ନିଜ ସମୟର ଶୀର୍ଷ ନେତାଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ପାଲେଷ୍ଟାଇନ ସଂଘର୍ଷରେ ତାଙ୍କର ଭୂମିକା ଅତୁଳନୀୟ । ଅବୁ ଅମାର ଭାରତର ମଧ୍ୟ ଜଣେ ବିଶିଷ୍ଟ ବନ୍ଧୁ ଥିଲେ । ତାଙ୍କୁ ସମର୍ପିତ ସଂଗ୍ରହାଳୟ ଭ୍ରମଣ କରିବା ମଧ୍ୟ ମୋ ପାଇଁ ଅବିସ୍ମରଣୀୟ ଅନୁଭବ ଅଟେ । ମୁଁ ଅବୁ ଅମାରଙ୍କୁ ପୁଣିଥରେ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଜଣାଉଛି ।

ଭାଇ ଓ ଭଉଣୀମାନେ,

ପାଲେଷ୍ଟାଇନର ଲୋକମାନେ ନିରନ୍ତର ଆହ୍ୱାନ ଏବଂ ସଂକଟର ସ୍ଥିତିରେ ଅଦ୍ଭୂତ ଦୃଢ଼ତା ଏବଂ ସାହସର ପରିଚୟ ଦେଇଛନ୍ତି । ଆପଣମାନେ ପରିସ୍ଥିତି ସହ ମୁକାବିଲା କରିବା ଲାଗି ଚଟାଣ ଭଳି ସଂକଳ୍ପଶକ୍ତିର ପରିଚୟ ଦେଇଛନ୍ତି ।

ଆହୁରି ତାହା ପୁଣି ଏହା ସତ୍ୱେ ଯେ ଅସ୍ଥିରତା ଏବଂ ଅସୁରକ୍ଷାର ବାତାବରଣ ମଧ୍ୟରେ, ଯାହା ପ୍ରଗତିରେ ବାଧକ ସାଜିଥାଏ ଏବଂ କଠିନ ସଂଘର୍ଷରୁ ପ୍ରାପ୍ତ ଲାଭକୁ ବିପଦରେ ପକାଇଥାଏ । ଯେଉଁ କଠିନ ପରିସ୍ଥିତି ଏବଂ ଆହ୍ୱାନ ମଧ୍ୟରେ ଆପଣ ଆଗକୁ ବଢ଼ୁଛନ୍ତି, ତାହା ପ୍ରଶଂସନୀୟ ।

ଆମେ ଆପଣଙ୍କ ଭାବନା ଏବଂ ଉନ୍ନତ ଭବିଷ୍ୟତ ଲାଗି ପ୍ରୟାସ କରିବାରେ ଆପଣଙ୍କ ବିଶ୍ୱାସକୁ ପ୍ରଶଂସା କରୁଛୁ ।

ପାଲେଷ୍ଟାଇନର ରାଷ୍ଟ୍ର ନିର୍ମାଣ ପ୍ରୟାସରେ ଭାରତ ଏହାର ବହୁତ ପୁରୁଣା ସହଯୋଗୀ ଅଟେ । ଆମ ଭିତରେ ତାଲିମ, ପ୍ରଯୁକ୍ତି, ଭିତ୍ତି ଭୂମି ବିକାଶ, ପ୍ରକଳ୍ପ ସହାୟତା ଏବଂ ବଜେଟ ସହଯୋଗ କ୍ଷେତ୍ରରେ ସହଯୋଗ ରହିଛି ।

ଆମର ନୂଆ ପଦକ୍ଷେପର ଅଂଶବିଶେଷ ସ୍ୱରୂପ, ଆମେ ଏଠାରେ ରାମଲ୍ଲାରେ ଏକ ପ୍ରଯୁକ୍ତି ପାର୍କ ପ୍ରକଳ୍ପ ଆରମ୍ଭ କରିଛୁ ସେଠାରେ ଏବେ ନିର୍ମାଣ କାର୍ଯ୍ୟ ଚାଲିଛି । ଏହା ନିର୍ମାଣ ହୋଇସାରିବା ପରେ, ଆମେ ଆଶା କରୁଛୁ ଯେ ଏହି ସଂସ୍ଥା ନିଯୁକ୍ତିକୁ ପ୍ରୋତ୍ସାହନ ଦେଉଥିବା ଦକ୍ଷତା ଏବଂ ସେବା କେନ୍ଦ୍ର ରୂପରେ କାର୍ଯ୍ୟ କରିବ ।

ଭାରତ, ରାମଲ୍ଲାରେ ଇନଷ୍ଟିଟ୍ୟୁଟ ଅଫ ଡିପ୍ଲୋମେସି ନିର୍ମାଣ କରିବାରେ ମଧ୍ୟ ସହଯୋଗ କରୁଛି । ଆମର ବିଶ୍ୱାସ ଯେ  ଏହି ପ୍ରତିଷ୍ଠାନ ପାଲେଷ୍ଟାଇନର ଯୁବ କୂଟନୀତିଜ୍ଞଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ପ୍ରତିଷ୍ଠାନ ରୂପରେ ବିକଶିତ ହେବ ।

ଆମେ ଦକ୍ଷତା ବିକାଶ ସହଯୋଗରେ ଦୀର୍ଘ ଏବଂ ସ୍ୱଳ୍ପକାଳୀନ ପାଠ୍ୟକ୍ରମ ଲାଗି ପାରସ୍ପରିକ ପ୍ରଶିକ୍ଷଣରେ ସାମିଲ ଅଛୁ । ବିଭିନ୍ନ କ୍ଷେତ୍ର, ଯେପରିକି ଅଗ୍ରଣୀ ଭାରତୀୟ ଶିକ୍ଷଣୀୟ ପ୍ରତିଷ୍ଠାନରେ ଅର୍ଥ, ପରିଚାଳନା, ଗ୍ରାମୀଣ ବିକାଶ ଏବଂ ସୂଚନା ପ୍ରଯୁକ୍ତିରେ ପାଲେଷ୍ଟାଇନ ଲାଗି ତାଲିମ ଏବଂ ସ୍କଲାରଶିପ ସ୍ଲଟକୁ ନିକଟରେ ପ୍ରୋତ୍ସାହନ ଦିଆଯାଇଥିଲା ।

ମୁଁ ଆନନ୍ଦିତ ଯେ ଏହି ଗସ୍ତ ଅବସରରେ ଆମେ ନିଜ ବିକାଶ ସହଯୋଗକୁ ଆଗକୁ ବଢ଼ାଉଛୁ । ଭାରତ, ପାଲେଷ୍ଟାଇନରେ ସ୍ୱାସ୍ଥ୍ୟ, ଶିକ୍ଷଣ ଭିତ୍ତି ଭୂମି, ମହିଳା ସଶକ୍ତିକରଣ କେନ୍ଦ୍ର ଏବଂ ଏକ ମୁଦ୍ରଣ ପ୍ରେସ ପ୍ରତିଷ୍ଠା କରିବାର ପ୍ରକଳ୍ପରେ ନିବେଶ କରିବ ।

ଆମେ ଶକ୍ତିସମ୍ପନ୍ନ ପାଲେଷ୍ଟାଇନ ରାଷ୍ଟ୍ର ଲାଗି ଏହି ଯୋଗଦାନକୁ ଦୃଢ଼ ଭିତ୍ତି  ବୋଲି ବିବେଚନା କରୁଛୁ ।

ଦ୍ୱିପାକ୍ଷିକ ସ୍ତରରେ, ଆମେ ମନ୍ତ୍ରିସ୍ତରୀୟ ଯୁଗ୍ମ କମିଶନ ବୈଠକ ମାଧ୍ୟମରେ ନିଜ ସମ୍ପର୍କକୁ ଆହୁରି ଅଧିକ ଗଭୀର କରିବା ଲାଗି ସହମତ ହୋଇଛୁ ।

ପ୍ରଥମ ଥର ଲାଗି, ଗତବର୍ଷ ଭାରତ ଏବଂ ପାଲେଷ୍ଟାଇନର ଯୁବ ପ୍ରତିନିଧିଦଳଙ୍କ ମଧ୍ୟରେ ବିନିମୟ କାର୍ଯ୍ୟକ୍ରମ ହୋଇଛି । ଆମର ଯୁବପିଢ଼ିଙ୍କ ଠାରେ ନିବେଶ କରିବା ଏବଂ ସେମାନଙ୍କ ଦକ୍ଷତା ବିକାଶ ଏବଂ ସମ୍ପର୍କରେ ସହଯୋଗ କରିବା, ଏକ ସହଭାଗୀ ପ୍ରାଥମିକତା ଅଟେ ।

ଭାରତ, ପାଲେଷ୍ଟାଇନ ଭଳି ଯୁବକମାନଙ୍କର ଦେଶ । ଆମର ଆକାଂକ୍ଷା ପାଲେଷ୍ଟାଇନ ଯୁବପିଢ଼ିର ଭବିଷ୍ୟତକୁ ନେଇ ସେହିପରି ଯେପରି ଆମେ ଭାରତର ଯୁବପିଢ଼ି ପାଇଁ ରଖିଛୁ, ଯେଉଁଥିରେ ପ୍ରଗତି, ସମୃଦ୍ଧି ଏବଂ ଆତ୍ମନିର୍ଭରଶୀଳତାର ସୁଯୋଗ ଉପଲବ୍ଧ । ଏମାନେ ହିଁ ଆମର ଭବିଷ୍ୟତ ଏବଂ ଆମର ବନ୍ଧୁତାର ଉତ୍ତରାଧିକାରୀ ଅଟନ୍ତି ।

ମୁଁ ଏହା ଘୋଷଣା କରି ଆନନ୍ଦିତ ଯେ ଆମେ ଏହି ବର୍ଷ ଠାରୁ ଯୁବପିଢ଼ିଙ୍କ ମଧ୍ୟରେ ବିନିମୟକୁ 50ରୁ ବଢ଼ାଇ 100 ବ୍ୟକ୍ତି ପର୍ଯ୍ୟନ୍ତ କରିଦେବୁ ।

ଭାଇ ଓ ଭଉଣୀମାନେ,

ଆମର ଆଜି ହୋଇଥିବା ଆଲୋଚନାରେ, ମୁଁ ରାଷ୍ଟ୍ରପତି ଆବ୍ବାସଙ୍କୁ ପୁଣିଥରେ ଆଶ୍ୱସ୍ତ କରିଛି ଯେ ଭାରତ ପାଲେଷ୍ଟାଇନ ଲୋକମାନଙ୍କ ସ୍ୱାର୍ଥକୁ ଧ୍ୟାନ ରଖିବା ପ୍ରତି ଅଙ୍ଗୀକାରବଦ୍ଧ ଅଟେ ।

ପାଲେଷ୍ଟାଇନ ଶାନ୍ତିପୂର୍ଣ୍ଣ ପରିବେଶରେ ଶୀଘ୍ର ଏକ ସାର୍ବଭୌମ, ସ୍ୱତନ୍ତ୍ର ଦେଶ ହେଉ ବୋଲି ଭାରତ ଆଶା କରୁଛି ।

ରାଷ୍ଟ୍ରପତି ଆବ୍ବାସ ଏବଂ ମୁଁ, ସାମ୍ପ୍ରତିକ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରଗତି ଉପରେ ବିଚାର-ଆଲୋଚନା କଲୁ ଯାହାର ସମ୍ପର୍କ ପାଲେଷ୍ଟାଇନ ଶାନ୍ତି, ସୁରକ୍ଷା ଏବଂ ଶାନ୍ତି ପ୍ରକ୍ରିୟା ସହ ରହିଛି ।

ଭାରତ, ଏହି କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ଲାଗି ବହୁତ ଆଶା କରୁଛି ।

ଆମେ ମନେ କରୁ ଯେ ଅନ୍ତତଃ ପାଲେଷ୍ଟାଇନ ପ୍ରଶ୍ନର ସ୍ଥାୟୀ ଉତ୍ତର ଏହି ଆଲୋଚନା ଏବଂ ବୁଝାମଣାରେ ହିଁ ନିହିତ ରହିଛି ଯାହା ଜରିଆରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ମାର୍ଗ ମିଳିପାରିବ ।

କେବଳ ଗଭୀର କୁଟନୀତି ଏବଂ ଦୂରଦୃଷ୍ଟି ମାଧ୍ୟମରେ ହିଂସାର ଚକ୍ର ଏବଂ ଇତିହାସର ବୋଝରୁ ମୁକ୍ତି ମିଳିପାରିବ ।

ଆମେ ଜାଣିଛୁ ଏହା ସହଜ ନୁହେଁ । କିନ୍ତୁ ଆମକୁ ଲଗାତାର ପ୍ରୟାସ କରିବାକୁ ହେବ କାରଣ ଅନେକ କିଛି ବାଜି ଲାଗିଛି ।

ମହାମହିମ, ମୁଁ ହୃଦୟରୁ ଆପଣଙ୍କ ଚମତ୍କାର  ଆତିଥ୍ୟ ଲାଗି କୃତଜ୍ଞତା ବ୍ୟକ୍ତ କରୁଛି ।

ମୁଁ, 125 କୋଟି ଭାରତୀୟଙ୍କ ତରଫରୁ ପାଲେଷ୍ଟାଇନ ଲୋକମାନଙ୍କ ପ୍ରଗତି ଏବଂ ସମୃଦ୍ଧି ଲାଗି  ହାର୍ଦ୍ଦିକ ଶୁଭକାମନା ଜଣାଉଛି ।

ଧନ୍ୟବାଦ!

ଶୁକ୍ରନ ଜଜୀଲନ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI gets festive boost: Digital payments hit a record 24.51 billion transactions in August

Media Coverage

UPI gets festive boost: Digital payments hit a record 24.51 billion transactions in August
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the virtues of instilling fearlessness and saving lives
September 02, 2026

Prime Minister Shri Narendra Modi shared a Sanskrit Subhashitam today, highlighting the virtues of instilling fearlessness and saving lives.

The Prime Minister wrote on X;

"अभयस्यैव यो दाता तस्यैव सुमहत्फलम् ।

न हि प्राणसमं दानं त्रिषु लोकेषु विद्यते ॥"

Whoever takes away people's fear receives great blessings, and in all three worlds, there is no greater gift than saving a life.