PM Modi to inaugurate Deendayal Hastkala Sankul – a trade facilitation centre for handicrafts during his Varanasi visit
PM Narendra Modi to flag off the Mahamana Express between Varanasi and Vadodra
Varanasi: PM Modi to inaugurate banking services of the Utkarsh Bank
PM Narendra Modi to visit the historic Tulsi Manas Temple, release a postal stamp on Ramayana
Varanasi: PM Narendra Modi to lay foundation stone for development projects, visit Pashudhan Arogya Mela

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 22 ଓ 23 ତାରିଖ (ସେପ୍ଟେମ୍ବର) ଦୁଇଦିନ ଧରି ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରଣାସୀକୁ ଗସ୍ତ କରିବେ ।

ପ୍ରଧାନମନ୍ତ୍ରୀ ଏହି ଗସ୍ତ କାଳରେ ଭିତ୍ତିଭୂମି, ରେଳବାଇ, ବୟନଶିଳ୍ପ, ଆର୍ଥିକ ସଂପୃକ୍ତିକରଣ, ପରିବେଶ ସୁରକ୍ଷା ଓ ପରିମଳ, ପଶୁପାଳନ, ସଂସ୍କୃତି ଓ ଆଧ୍ୟାତ୍ମିକତା ସଂପର୍କୀତ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବେ ।

ପ୍ରଧାନମନ୍ତ୍ରୀ ଗସ୍ତର ପ୍ରଥମ ଚରଣରେ ବାରଣାସୀ ସଂସଦୀୟ ନିର୍ବାଚନ ମଣ୍ଡଳୀର ବଡ ଲାଲପୁରଠାରେ ଦୀନ ଦୟାଲ ହସ୍ତକଳା ସଙ୍କୁଳ ନାମକ ଏକ ହସ୍ତଶିଳ୍ପ ବ୍ୟବସାୟ ସୁଗମ୍ୟ କେନ୍ଦ୍ର ଲୋକାର୍ପଣ କରିବେ । ଏହି ସ୍ଥାନରେ ନିର୍ମିତ ହୋଇଥିବା ହସ୍ତକଳା ସଙ୍କୁଳ କେନ୍ଦ୍ରକୁ ସେ ବୁଲି ଦେଖିବେ । ଶ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ପର୍ଯ୍ୟାୟରେ ଭିଡିଓ ଲିଙ୍କ ଜରିଆରେ ମହାମନା ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ମହାମନା ଏକ୍ସପ୍ରେସ ବାରଣାସୀରୁ ଗୁଜରାଟର ସୁରତ ଏବଂ ବଦୋଦରା ପର୍ଯ୍ୟନ୍ତ ଚଳାଚଳ କରିବ ।

ସେହି ସ୍ଥାନରେ ପ୍ରଧାନମନ୍ତ୍ରୀ ବାରଣାସୀ ସହର ପାଇଁ କେତେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ ସହ ଲୋକାର୍ପଣ ମଧ୍ୟ କରିବେ । ପ୍ରଧାନମନ୍ତ୍ରୀ ଏହି ସମାବେଶରେ ଉତ୍କର୍ଷ ବ୍ୟାଙ୍କର ନୂତନ ସେବାକୁ ଉଦଘାଟନ କରିବେ ଏବଂ ଏହି ବ୍ୟାଙ୍କର ମୁଖ୍ୟାଳୟ ନିର୍ମାଣ କାର୍ଯ୍ୟର ଆଧାରଶିଳା ରଖିବେ । ସୂକ୍ଷ୍ମ ଉଦ୍ୟୋଗକୁ ଅର୍ଥ ଲଗାଣ ପାଇଁ ଉଦ୍ଦିଷ୍ଟ ମାଇକ୍ରୋଫାଇନାନ୍ସ କ୍ଷେତ୍ରରେ ଉତ୍କର୍ଷ ବ୍ୟାଙ୍କ ନିୟୋଜିତ ଅଛି ।

ପ୍ରଧାନମନ୍ତ୍ରୀ ଜଳ ଆମ୍ବୁଲାନ୍ସ ସେବା ଏବଂ ଜଳ ଶବ ବାହନ ସେବାକୁ ଭିଡିଓ ଲିଙ୍କ ଜରିଆାରେ ବାରଣାସୀ ଲୋକଙ୍କ ପାଇଁ ସମର୍ପିତ କରିବେ ।

22 ତାରିଖ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ବାରଣାସୀର ଐତିହାସିକ ତୁଳସୀ ମାନସ ମନ୍ଦିର ପରିଦର୍ଶନ କରିବେ । ସେଠାରେ ସେ ରାମାୟଣ ଆଧାରିତ ଏକ ଡାକ ଟିକଟ ଉନ୍ମୋଚନ କରିବେ । ଏହା ପରେ ପରେ ପ୍ରଧାନମନ୍ତ୍ରୀ ଦୁର୍ଗା ମାତାଙ୍କ ମନ୍ଦିରକୁ ଯିବେ ।

ସେପ୍ଟେମ୍ବର 23 ତାରିଖ ଦିନ ପ୍ରଧାନମନ୍ତ୍ରୀ ସହେନଶାହାପୁର ଗ୍ରାମରେ ଏକ ପରିମଳ ସୁରକ୍ଷା କାର୍ଯ୍ୟକ୍ରମରେ ଅଳ୍ପ ସମୟ ପାଇଁ ଭାଗ ନେବେ । ତା ପରେ ପ୍ରଧାନମନ୍ତ୍ରୀ ପଶୁଧନ ଆରୋଗ୍ୟ ମେଳା ବୁଲି ଦେଖିବେ । ପରିଶେଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ଓ ସହରାଂଚଳ) ର ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ଆବଣ୍ଟନ ସହ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How ODOP is helping Pratapgarh turn its amla into a bigger business

Media Coverage

How ODOP is helping Pratapgarh turn its amla into a bigger business
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 1, 2026
September 01, 2026

#ModiHaiTohMumkinHai: Economy, Diplomacy and Atmanirbhar Milestones in One Social-Media Sweep