ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୭୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ
ନାଗପୁରରୁ ସିରିଡି ସଂଯୋଗ କରୁଥିବା ସମୃଦ୍ଧି ମହାମାର୍ଗର ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ କରିବେ ଉଦ୍‌ଘାଟନ
ସମୃଦ୍ଧି ମହାମାର୍ଗ କିମ୍ବା ନାଗପୁର-ମୁମ୍ବାଇ ସୁପର ସଂଯୋଗୀକରଣ ଏକ୍ସପ୍ରେସ ୱେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଦେଶରେ ଉନ୍ନତ ସଂଯୋଗୀକରଣ ଓ ଭିତ୍ତିଭୂମିର ଏକ ପ୍ରମୁଖ ପଦକ୍ଷେପ
ନାଗପୁରରେ ଗମନାଗମନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନାଗପୁର ମେଟ୍ରୋର ପ୍ରଥମ ପର୍ଯ୍ୟାୟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ନାଗପୁର ମେଟ୍ରୋ ଦ୍ୱିତୀୟ ପର୍ଯ୍ୟାୟର କରିବେ ଶିଳାନ୍ୟାସ
ପ୍ରଧାନମନ୍ତ୍ରୀ ନାଗପୁର ଏଏମ୍ସକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ, ସେ ୨୦୧୭ ଜୁଲାଇ ମାସରେ ଏହାର ଶିଳାନ୍ୟାସ କରିଥିଲେ
ନାଗପୁରରୁ ବିଳାସପୁର ସଂଯୋଗ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରାରମ୍ଭ କରାଇବେ ପ୍ରଧାନମନ୍ତ୍ରୀ
ନାଗପୁର ଓ ଅଜନୀ ରେଳ ଷ୍ଟେସନର ପୁନର୍ବିନ୍ୟାସ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନାଗପୁରଠାରେ ଏକ ସ୍ୱାସ୍ଥ୍ୟ ଜାତୀୟ ପ୍ରତିଷ୍ଠାନ ଓ ନାଗନଦୀର ପ୍ରଦୂଷଣ ଦୂରୀକରଣ ପ୍ରକଳ୍ପର କରିବେ ଶିଳାନ୍ୟାସ
ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ନାଗପୁର-ସିରିଡିକୁ ସଂଯୋଗ କରୁଥିବା ସମୃଦ୍ଧି ମହାମାର୍ଗର ଉଦ୍‌ଘାଟନ କରି ଏହି ରାଜପଥରେ କିଛି ସମୟ ଯାତ୍ରା କରିବେ ।
ପୂର୍ବାହ୍ନ ସାଢେ ନଅଟା ବେଳେ ପ୍ରଧାନମନ୍ତ୍ରୀ ନାଗପୁର ରେଳଷ୍ଟେସନରେ ପହଞ୍ôଚ ବନ୍ଦେ ଭାରତ ଏକ୍ସପ୍ରେସର ପତାକା ଦେଖାଇ ଚଳାଚଳର ଶୁଭାରମ୍ଭ କରାଇବେ ।
ଚନ୍ଦ୍ରପୁରଠାରେ ପ୍ରଧାନମନ୍ତ୍ରୀ କେନ୍ଦ୍ରୀୟ ପେଟ୍ରୋ ରସାୟନ ଯାନ୍ତ୍ରିକ ଓ ପ୍ରଯୁକ୍ତି(ସି
ପୂର୍ବାହ୍ନ ୧୧ଟା ୧୫ମିନିଟ୍‌ରେ ପ୍ରଧାନମନ୍ତ୍ରୀ ଏଏମ୍ସ ନାଗପୁରକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ।

ଡିସେମ୍ବର ୧୧, ୨୦୨୨ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ଓ ଗୋଆ ଗସ୍ତ କରିବେ ।

ପୂର୍ବାହ୍ନ ସାଢେ ନଅଟା ବେଳେ ପ୍ରଧାନମନ୍ତ୍ରୀ ନାଗପୁର ରେଳଷ୍ଟେସନରେ ପହଞ୍ôଚ ବନ୍ଦେ ଭାରତ ଏକ୍ସପ୍ରେସର ପତାକା ଦେଖାଇ ଚଳାଚଳର ଶୁଭାରମ୍ଭ କରାଇବେ । ପ୍ରାୟ ଦଶଟା ବେଳେ ପ୍ରଧାନମନ୍ତ୍ରୀ ଫ୍ରିଡମ୍ ପାର୍କ ମେଟ୍ରୋ ଷ୍ଟେସନରୁ ଖାଫ୍ରି ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିବେ । ସେଠାରେ ସେ ନାଗପୁର ମେଟ୍ରୋର ପ୍ରଥମ ପର୍ଯ୍ୟାୟକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । କାର୍ଯ୍ୟ୍ୟକ୍ରମ ଅବସରରେ ସେ ମଧ୍ୟ ନାଗପୁର ମେଟ୍ରୋ ଦ୍ୱିତୀୟ ପର୍ଯ୍ୟାୟକୁ ଉଦ୍‌ଘାଟନ କରିବେ । ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ନାଗପୁର-ସିରିଡିକୁ ସଂଯୋଗ କରୁଥିବା ସମୃଦ୍ଧି ମହାମାର୍ଗର ଉଦ୍‌ଘାଟନ କରି ଏହି ରାଜପଥରେ କିଛି ସମୟ ଯାତ୍ରା କରିବେ । ପୂର୍ବାହ୍ନ ୧୧ଟା ୧୫ମିନିଟ୍‌ରେ ପ୍ରଧାନମନ୍ତ୍ରୀ ଏଏମ୍ସ ନାଗପୁରକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ।

ପୂର୍ବାହ୍ନ ପ୍ରାୟ ସାଢେ ଏଗାରଟା ବେଳେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ୧୫୦୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରେଳପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେ ମଧ୍ୟ ନାଗପୁରଠାରେ ଜାତୀୟ ୱାନ ହେଲ୍‌ଥ ପ୍ରତିଷ୍ଠାନ(ଏନ୍‌ଆଇଓ) ଓ ନାଗପୁର ଜଳ ପ୍ରଦୂଷଣ ନିରାକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଚନ୍ଦ୍ରପୁରଠାରେ ପେଟ୍ରୋ ରସାୟନ ଯାନ୍ତ୍ରିକ ଓ ପ୍ରଯୁକ୍ତି କେନ୍ଦ୍ରୀୟ ପ୍ରତିଷ୍ଠାନ (ସିପେଟ) ଓ ହେମୋଗ୍ଲୋବିନୋପାଥିର୍ ନିୟନ୍ତ୍ରଣ ଓ ଗବେଷଣା କେନ୍ଦ୍ରକୁ ମଧ୍ୟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

 ଅପରାହ୍ନ ପ୍ରାୟ ୩ଟା ୧୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ନବମ ବିଶ୍ୱ ଆୟୁର୍ବେଦ ଅଧିବେଶନର ସମାବର୍ତ୍ତନ ସମାରୋହରେ ଉଦ୍‌ବୋଧନ ଦେବେ । କାର୍ଯ୍ୟକ୍ରମ କାଳରେ ସେ ତିନିଟି ଜାତୀୟ ଆୟୁଷ ପ୍ରତିଷ୍ଠାନ ମଧ୍ୟ ଉଦ୍‌ଘାଟନ କରିବେ । ଅପରାହ୍ନ ୫ଟା ୧୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ଗୋଆରେ ମୋପା ଆନ୍ତର୍ଜାତିକ ବିମାନ ବନ୍ଦରକୁ ଉଦ୍‌ଘାଟନ କରିବେ ।

ନାଗପୁରରେ ପ୍ରଧାନମନ୍ତ୍ରୀ

ସମୃଦ୍ଧି ମହାମାର୍ଗ

ପ୍ରଧାନମନ୍ତ୍ରୀ ନାଗପୁରରୁ ସିରିଡି ସଂଯୋଗ କରୁଥିବା ୫୨୦ କିଲୋମିଟର ଦୀର୍ଘ ସମୃଦ୍ଧି ମହାମାର୍ଗର ପ୍ରଥମ ପର୍ଯ୍ୟାୟକୁ ଉଦ୍‌ଘାଟନ କରିବେ ।

 ଦେଶର ଯୋଗଯୋଗ ଭିତ୍ତିଭୂମି ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ପରିପ୍ରେକ୍ଷୀରେ ସମୃଦ୍ଧି ମହାମାର୍ଗ କିମ୍ବା ନାଗପୁର-ମୁମ୍ବାଇ ସୁପର ଯୋଗାଯୋଗ ଏକ୍ସପ୍ରେସ ୱେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ପ୍ରାୟ ୫୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ୭୦୧ କିଲୋମିଟର ଦୀର୍ଘ ଏକ୍ସପ୍ରେସ ୱେ ଭାରତରେ ସର୍ବବୃହତ ଓ ମହାରାଷ୍ଟ୍ରର ୧୦ଟି ଜିଲ୍ଲା ଓ ପ୍ରମୁଖ ସହରାଞ୍ଚଳ ଅମରାବତୀ, ଔରଙ୍ଗାବାଦ ଓ ନାସିକ ଦେଇ ଗତି କରିଛି । ଏହି ଏକ୍ସପ୍ରେସ ୱେ ପାଖାପାଖି ୧୪ଟି ଅନ୍ୟାନ୍ୟ ଜିଲ୍ଲାର ସଂଯୋଗୀକରଣରେ ଉନ୍ନତି ଆଣିବା ସହ ରାଜ୍ୟର ବିଦର୍ଭ, ମରଠାୱାଡା  ଓ ଉତ୍ତର ମହାରାଷ୍ଟ୍ର ସମେତ ମୋଟ ୨୪ଟି ଜିଲ୍ଲାରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ସମନ୍ୱିତ ଯୋଜନା ଓ ଭିତ୍ତିଭୂମି ସଂଯୋଗକୀକରଣ ପ୍ରକଳ୍ପ ପିଏମ ଗତିଶକ୍ତି, ସମୃଦ୍ଧି ମହାମାର୍ଗ ଅଧୀନରେ ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ, ଜବାହାରଲାଲ ନେହେରୁ ପୋର୍ଟ ଟ୍ରଷ୍ଟ ଓ ଅଜନ୍ତା ଏଲୋରା ଗୁମ୍ପା ଭଳି ପର୍ଯ୍ୟଟନସ୍ଥଳୀ, ସିରିଡି ଭେରୁଲ ଓ ଲୋନାର ଇତ୍ୟାଦି ସ୍ଥାନ ପାଇଁ ସମୃଦ୍ଧି ମହାମାର୍ଗ ମହାରାଷ୍ଟ୍ର ଆର୍ଥିକ ବିକାଶକୁ ନୂତନ ଦିଗ ଦେବ ।

ନାଗପୁର ମେଟ୍ରୋ

ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଯାହା ସହରାଞ୍ଚଳ ଗମନାଗମନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ, ତାହା ହେଲା ପ୍ରଧାନମନ୍ତ୍ରୀ ନାଗପୁର ମେଟ୍ରୋର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେ ଖାପ୍ରୀଠାରୁ ଦୁଇଟି ମେଟ୍ରୋ ଟ୍ରେନ ଚଳାଚଳର ପତାକା ଦେଖାଇ ଶୁଭାରମ୍ଭ କରାଇବେ । ଏଥିରେ ଗୋଟିଏ ଖାପ୍ରୀରୁ ଅଟୋମୋଟିଭ ଛକ (ଅରେଞ୍ଜ ଲାଇନ) ଓ ପ୍ରଜାପତି ନଗରରୁ ଲୋକମାନ୍ୟ ନଗର(ଆକ୍ୱାଲାଇନ) ପର୍ଯ୍ୟନ୍ତ ଓ ଉଭୟର ଉଦ୍‌ଘାଟନ ଖାପ୍ରୀରେ ହେବ । ନାଗପୁର ମେଟ୍ରୋର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ୮୬୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ହୋଇଛି । ପ୍ରଧାନମନ୍ତ୍ରୀ   ନାଗପୁର ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟର ମଧ୍ୟ ଉଦ୍‌ଘାଟନ କରିବେ ।  ଏ ବାବଦ ୬୭୦୦ କୋଟିରୁ ଅଧିକ ଟଙ୍କା ବ୍ୟୟ ହେବ ।

ଏମ୍ସ ନାଗପୁର

ଦେଶବ୍ୟାପୀ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ଅଙ୍ଗୀକାରବଦ୍ଧତା ଅଂଶବିଶେଷ ଭାବେ ପ୍ରଧାନମନ୍ତ୍ରୀ ନାଗପୁର ଏଏମ୍ସକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । କେନ୍ଦ୍ରୀୟ ଯୋଜନା ତଥା ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଜୁଲାଇ ୨୦୧୭ ମସିହାରେ ଏହି ହସ୍‌ପିଟାଲର ଶିଳାନ୍ୟାସ କରିଥିଲେ ।

୧୫୭୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ନାଗପୁର ଏଏମ୍ସ ଅତ୍ୟାଧୁନିକ ସୁବିଧା ସହ ଓପିଡି, ଆଇପିଡି, ନିଦାନ ସେବା, ଅସ୍ତ୍ରୋପଚାର କକ୍ଷ ଓ ଡାକ୍ତରୀ ବିଜ୍ଞାନ ଅଧୀନରେ ଆସୁଥିବା ୩୮ପ୍ରକାର ସମସ୍ତ ପ୍ରକାର ଚିକିତ୍ସା ଓ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ରହିଛି । ଏହି ହସ୍‌ପିଟାଲ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବା ସାଙ୍ଗକୁ ଗଡଚିରୋଲୀ, ଗୋଣ୍ଡିଆ ଓ ମେଲଘାଟ ଭଳି ଆଦିବାସୀ ବହୁ ଅଞ୍ଚଳ ନିମନ୍ତେ ବରଦାନ ସଦୃଶ ହେବ ।

ରେଲ ପ୍ରକଳ୍ପ

ନାଗପୁର ରେଳଷ୍ଟେସନରେ ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରୀକୁ  ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ଟ୍ରେନ ନାଗପୁର-ବିଳାସପୁର ମଧ୍ୟରେ ଚଳାଚଳ କରିବ ।

ନାଗପୁରରେ ଆୟୋଜିତ ଏକ ସାଧାରଣ ସମାରୋହରେ ପ୍ରଧାନମନ୍ତ୍ରୀ ନାଗପୁର ଓ ଅଜନୀ  ରେଳଷ୍ଟେସନର ନବୀକରଣ ନିମନ୍ତେ ଶିଳାନ୍ୟାସ କରିବେ । ଦୁଇଟି ଷ୍ଟେସନ ଯଥାକ୍ରମେ ୫୯୦କୋଟି ଓ ୩୬୦କୋଟି ଟଙ୍କା ବ୍ୟୟରେ ନବୀକରଣ ହେବ । ପ୍ରଧାନମନ୍ତ୍ରୀ ଅଜନୀ (ନାଗପୁର)ରେ ସରକାରୀ ରକ୍ଷଣାବେକ୍ଷଣ ଡିପୋ ଏବଂ ନାଗପୁର-ଇଟ୍ରାର୍ସୀ ତୃତୀୟ ଲାଇନ ପ୍ରକଳ୍ପ ଅଧୀନସ୍ଥ କୋହଲୀ-ନାରଖେର ସେକ୍ସନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପ ଦୁଇଟି ଯଥାକ୍ରମେ ୧୧୦ ଓ ୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ।

 ନାଗପୁରରେ ଜାତୀୟ ଏକକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ

 ପ୍ରଧାନମନ୍ତ୍ରୀଙ୍କ ନାଗପୁରଠାରେ ଜାତୀୟ ଏକକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଶିଳାନ୍ୟାସ ଦେଶର ଏକକ ସ୍ୱାସ୍ଥ୍ୟ ପଦ୍ଧତି ଦିଗରେ ଆଉ ଏକ ଆଗୁଆ ପଦକ୍ଷେପ ।

“ଏକକ ସ୍ୱାସ୍ଥ୍ୟ” ହେଉଛି ମଣିଷଙ୍କ ସ୍ୱାସ୍ଥ୍ୟ ପ୍ରାଣୀ ଓ ପରିବେଶ ସ୍ୱାସ୍ଥ୍ୟ ସହ ଯୋଡିହୋଇ ରହିଛି । ଏହି ପଦ୍ଧତି ଅନୁସାରେ ଅନେକ ଡିଆଁ ରୋଗ ପ୍ରାଣୀଠାରୁ ମଣିଷକୁ  ବ୍ୟାପିଥାଏ । ୧୧୦କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରତିଷ୍ଠାନ ‘ୱାନ ହେଲ୍‌ଥ ଆପ୍ରୋଚ” ଅଧୀନରେ ସମଗ୍ର ଦେଶରେ ଗବେଷଣାକୁ ଉନ୍ନତ କରିବାରେ ସାହାଯ୍ୟ କରିବ ।

ଅନ୍ୟାନ୍ୟ ପ୍ରକଳ୍ପ

ନାଗପୁରର ନାଗ ନଦୀର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ । ଜାତୀୟ ନଦୀ ସଂରକ୍ଷଣ ଯୋଜନା (ଏନଆରସିପି) ଅଧୀନ ଏହି ଯୋଜନା ୧୯୨୫ କୋଟି ଟଙ୍କାରୁ ଅଧିକ ବ୍ୟୟରେ କାର୍ଯ୍ୟକ୍ଷମ ହେବ ।

ବିଦର୍ଭ ଅଞ୍ଚଳର ବିଶେଷ କରି ଆଦିବାସୀମାନଙ୍କ ମଧ୍ୟରେ ରକ୍ତ ଶିକୁଳୀରୋଗ ଅଧିକ ଦେଖାଯାଏ । ଏହି ରୋଗ ଥାଲାସେମିଆ ଓ ଏଚବିଇ ଭଳି ଅନ୍ୟାନ୍ୟ ରକ୍ତ ସମ୍ବନ୍ଧୀୟ ରୋଗ ଦେଶର ରୋଗଭାର ବୃଦ୍ଧି କରିଥାଏ । ଏସବୁ ବିଷୟକୁ ଦୃଷ୍ଟିରେ ରଖି ହେମୋଗ୍ଲୋବିନୋପାଥିର  ଚିକିତ୍ସା ଓ ଗବେଷଣା ପାଇଁ ପ୍ରଧାନମନ୍ତ୍ରୀ ୨୦୧୯ରେ ଚନ୍ଦ୍ରପୁରଠାରେ ଏକ କେନ୍ଦ୍ରର ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଏହି କେନ୍ଦ୍ରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଦେଶରେ ହେମୋଗ୍ଲୋବିନପାଥି କ୍ଷେତ୍ରରେ ଏହା ଗବେଷଣା, ନବୋନ୍ମେଷ, ମାନବ ସମ୍ବନ୍ଧ ବିକାଶ କ୍ଷେତ୍ରରେ ଉତ୍କର୍ଷର କେନ୍ଦ୍ର ହୋଇପାରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଚନ୍ଦ୍ରପୁରଠାରେ କେନ୍ଦ୍ରୀୟ ମେଟ୍ରୋ ରସାୟନ ଯାନ୍ତ୍ରିକ ଓ ବୈଷୟିକ ବିଜ୍ଞାନ ପ୍ରତିଷ୍ଠାନ(ସିପେଟ)କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପଲିମର ଓ ଅନ୍ୟାନ୍ୟ ଆନୁସଙ୍ଗିକ କାରଖାନାର ଆବଶ୍ୟକତା ଓ କୁଶଳୀ ମାନବ ସମ୍ବଳ ବିକାଶ ପାଇଁ ଏହି ପ୍ରତିଷ୍ଠାନାସହାୟକ ହେବ ।

 ଗୋଆରେ ପ୍ରଧାନମନ୍ତ୍ରୀ

 ଦେଶରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ପରିବହନ କ୍ଷେତ୍ରରେ ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ରହିଆସିଛି । ଏ ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଗୋଆର ମୋପା ଆନ୍ତର୍ଜାତିକ ବିମାନ ବନ୍ଦରର ଉଦ୍‌ଘାଟନ କରିବେ । ପ୍ରଧାନମନ୍ତ୍ରୀ ୨୦୧୬ରେ ଏହି ବିମାନ ବନ୍ଦରର ଶିଳାନ୍ୟାସ କରିଥିଲେ ।

ପ୍ରାୟ ୨୮୭୦ କୋଟିଟଙ୍କା ବ୍ୟୟରେ ନିର୍ମିତ ଏହି ବିମାନ ବନ୍ଦରର ସ୍ଥାୟୀ ଭିତ୍ତିଭୂମି ରହିଛି । ଏଥିରେ ସୌର ଶକ୍ତି ପ୍ଲାଣ୍ଟ, ପରିବେଶଧର୍ମୀ ଭବନ, ରନୱେରେ ଏଲଇଡି ଆଲୋକ ବ୍ୟବସ୍ଥା, ବର୍ଷାଜଳ, ସଂରକ୍ଷଣ ବ୍ୟବସ୍ଥା ସହ ବର୍ଜ୍ୟ ନିଷ୍କାସନ ପ୍ଲାଣ୍ଟ ଇତ୍ୟାଦି ରହିଛି । ଏହାର ରନ୍‌ୱେ ବିଶ୍ୱର ବୃହତମ ବିମାନ ଚଳାଚଳ ପାଇଁ ସମର୍ଥ ହୋଇଥିବାବେଳେ ଉତ୍ତମ ରାତ୍ରୀକାଳୀନ ପାର୍କିଂ ସୁବିଧା ରହିଛି ।

ପ୍ରଥମ ପର୍ଯ୍ୟାୟରେ ଏହି ବିମାନ ବନ୍ଦର ବାର୍ଷିକ ୪. ୪ ନିୟୁତ ପରିବହନ କରିବାର କ୍ଷମତା ଥିବାବେଳେ ଏହା ସର୍ବାଧିକ ୩୩ନିୟୁତ ଯାତ୍ରୀ ପରିବହନ କରିବାର କ୍ଷମତା ପରବର୍ତ୍ତୀ ସମ୍ପ୍ରସାରଣ କାଳରେ କରିପାରିବ ।  ଏହି ବିମାନ ବନ୍ଦର ରାଜ୍ୟର ଆର୍ଥିକ ବିକାଶ ସହ ପର୍ଯ୍ୟଟନ ଶିଳ୍ପ ବୃଦ୍ଧିରେ ମଧ୍ୟ ସହାୟକ ହେବ । ଏହି ବିମାନ ବନ୍ଦର ଅନେକ ଦେଶୀୟ ଓ ଆନ୍ତର୍ଦେଶୀୟ ଲକ୍ଷ୍ୟସ୍ଥଳକୁ ସଂଯୋଗ କରିପାରିବ ।

ଏହି ବିମାନ ବନ୍ଦର ବିଶ୍ୱସ୍ତରୀୟ ହେବା ସହ ଦର୍ଶକମାନଙ୍କୁ ଗୋଆରେ ସେମାନଙ୍କ ଅଭିଜ୍ଞତାର ଅନୁଭବ ମଧ୍ୟ ପ୍ରଦାନ କରିବ । ଗୋଆର ସ୍ଥାନୀୟ ଟାଇଲ ଆଦୁଲେଦୋ ଏଥିରେ ବିଶେଷ ଭାବେ ବ୍ୟବହୃତ ହୋଇଥିବାବେଳେ ଏଠାରେ ପାରମ୍ପରିକ ଗୋଆ କାଫେ ଖାଦ୍ୟ ମଧ୍ୟ ମିଳିବ । ସ୍ଥାନୀୟ କାରିଗରଙ୍କ ଦ୍ୱାରା ନିର୍ମିତ ଚାରୁକଳା ସାମଗ୍ରୀ ମଧ୍ୟ ଏଠାରେ ସ୍ଥାପିତ ବଜାରରେ ଉପଲବ୍ଧ ହେବ ।

ନବମ ବିଶ୍ୱ ଆୟୁର୍ବେଦ କଂଗ୍ରେସ ଓ ଜାତୀୟ ଆୟୁଷ ପ୍ରତିଷ୍ଠାନ-

 ପ୍ରଧାନମନ୍ତ୍ରୀ ମଧ୍ୟ ତିନିଟି ଜାତୀୟ ଆୟୁଷ ପ୍ରତିଷ୍ଠାନ ଉଦ୍‌ଘାଟନ କରିବା ସହ ନବମ ବିଶ୍ୱ ଆୟୁର୍ବେଦ କଂଗ୍ରେସର ସମାବର୍ତ୍ତନ ସମାରୋହରେ ନିଜର ଅଭିଭାଷଣ ରଖିବେ । ଏହି ତିନିଟି ପ୍ରତିଷ୍ଠାନ ହେଲା ସର୍ବ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏଆଇଆଇଏ) ଗୋଆ, ଜାତୀୟ ୟୁନାନୀ ମେଡିସିନ ପ୍ରତିଷ୍ଠାନ (ଏନଆଇୟୁଏମ୍‌) ଗାଜିଆବାଦ ଓ ଜାତୀୟ ହୋମିଓପାଥି ପ୍ରତିଷ୍ଠାନ (ଏନଆଇଏଚ୍‌) ଦିଲ୍ଲୀ, ଏଗୁଡିକ ଗବେଷଣାର ପରିସର ବୃଦ୍ଧି କରିବା ସହ କମ୍ ଖର୍ଚ୍ଚରେ ଜନସାଧାରଣଙ୍କୁ ଆୟୁଷ ସେବା ଯୋଗାଇବ । ଅନୁଷ୍ଠାନ ଗୁଡିକ ୯୭୦ କୋଟି ଟଙ୍କା ବ୍ୟୟର ନିର୍ମିତ ହୋଇଛି

ବିଶ୍ୱ ଆୟୁର୍ବେଦ କଂଗ୍ରେସର ନବମ ସଂସ୍କରଣ ଆରୋଗ୍ୟ ଏକ୍ସପୋ’ରେ ଦେଶ ବିଦେଶର ୫୦ଟି ଦେଶରୁ ୪୦୦ ପ୍ରତିନିଧି ଅଂଶ ଗ୍ରହଣ କରୁଛନ୍ତି । ‘ଏକକ ସ୍ୱାସ୍ଥ୍ୟ ପାଇଁ ଆୟୁର୍ବେଦ ଏହି ନବମ ସଂସ୍କରଣର ବିଷୟବସ୍ତୁ ରହିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s GDP growth likely to stay strong at 7-7.2% in FY27 despite global risks: Report

Media Coverage

India’s GDP growth likely to stay strong at 7-7.2% in FY27 despite global risks: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour