"ଆଗ୍ରା ସହରକୁ ଉତ୍ତମ ଓ ନିଶ୍ଚିତ ଜଳ ଯୋଗାଣ ପାଇଁ ଗଙ୍ଗାଜଳ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ "
ପ୍ରଧାନମନ୍ତ୍ରୀ ଆଗ୍ରାରେ ଏକ ଜନ ସମାଗମକୁ ସମ୍ବୋଧିତ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜାନୁୟାରୀ 09, 2019ରେ ଉତ୍ତର ପ୍ରଦେଶର ଆଗ୍ରା ଗସ୍ତ କରିବେ । ସେଠାରେ ସେ ଗଙ୍ଗାଜଳ ଏବଂ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିବେ । ଆଗ୍ରା ସ୍ମାର୍ଟ ସିଟି ପାଇଁ ସମନ୍ଵିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ସହିତ ଏସ.ଏନ ମେଡିକାଲ କଲେଜର ଉନ୍ନତିକାରଣ ପ୍ରକଳ୍ପର ସେ ଆଧାରଶିଳା ରଖିବେ ।

ଗଙ୍ଗାଜଳ ପ୍ରକଳ୍ପ 2,880 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହା ଆଗ୍ରା ସହରକୁ ଉତ୍ତମ ଓ ନିଶ୍ଚିତ ଜଳ ଯୋଗାଣ କରିବ । ଏହି ପ୍ରକଳ୍ପ ସହରବାସୀ ତଥା ପର୍ଯ୍ୟଟକଙ୍କ ପାଇଁ ଲାଭଦାୟକ ହେବ ।

ଆଗ୍ରା ଏସ.ଏନ ମେଡିକାଲ କଲେଜର ଉନ୍ନତିକାରଣ ଦିଗରେ 200 କୋଟି ଟଙ୍କା ବ୍ୟୟ ହେବ, ଯେଉଁଥିରେ କି ମହିଳା ଓ ମାତୃତ୍ଵକାଳୀନ ଚିକିତ୍ସା ପାଇଁ 100 ଶଯ୍ୟା ବିଶିଷ୍ଟ ବ୍ୟବସ୍ଥା ଅନ୍ତର୍ଭୁକ୍ତ । ସମାଜର ଗରିବ ଶ୍ରେଣୀର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ମାତୃତ୍ଵ ଯତ୍ନରେ ଏହା ସହାୟକ ହେବ । ଆଗ୍ରା ସ୍ମାର୍ଟ ସିଟି ପାଇଁ ସମନ୍ଵିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର 285 କୋଟି ଟଙ୍କାରେ ନିର୍ମିତ କରାଯିବ । ଏହା ଆଗ୍ରା ସହରକୁ ବିଶ୍ଵସ୍ତରୀୟ ଆଧୁନିକ ସ୍ମାର୍ଟ ସିଟିରେ ପରିଣତ କରିବା ସହିତ ଉପଯୁକ୍ତ ମୂଲ୍ୟର ପର୍ଯ୍ୟଟକସ୍ଥଳୀ ରୂପେ ପରିଗଣିତ ହେବାରେ ସହାୟକ ହେବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଗ୍ରାର କୋଠି ମୀନା ବଜାରଠାରେ ସମବେତ ଜନତାଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ଆଗ୍ରା ସହରକୁ ପ୍ରଧାନମନ୍ତ୍ରୀଙ୍କ ଏହା ଦ୍ଵିତୀୟ ଗସ୍ତ । ନଭେମ୍ବର 20, 2016ରେ ତାଙ୍କ ପୂର୍ବ ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଅଧୀନରେ ଆଜି ତାରିଖ ସୁଦ୍ଧା ଉତ୍ତର ପ୍ରଦେଶରେ 65 ଲକ୍ଷ ଘର ନିର୍ମାଣ କରାଯାଇଛି । ସେ ଆଗ୍ରା ଅଞ୍ଚଳ ଲାଗି ରେଳ ଭିତ୍ତିଭୂମି ଏବଂ ସେବାର ଶୁଭାରମ୍ଭ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Delhi tops India in QS Rankings 2027; 52 Indian institutions feature

Media Coverage

IIT Delhi tops India in QS Rankings 2027; 52 Indian institutions feature
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 18, 2026
June 18, 2026

PM Modi’s Leadership Delivers: Electronic Interlocking, Semiconductor Push & Tariff-Free UK Access