ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ପୋଷଣ ମାସ’ ର ଏକ ଅଂଶବିଶେଷ ଭାବେ 11 ସେପ୍ଟେମ୍ବର, 2018 ପୂର୍ବାହ୍ନ 10.30ରେ ଲକ୍ଷାଧିକ ଆଶା, ଏଏନଏମ, ଅଙ୍ଗନବାଡି କର୍ମୀ ଏବଂ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କ ସହିତ ଭିଡିଓ କନଫେରେନସିଙ୍ଗ ଜରିଆରେ ମତ ବିନିମୟ କରିବେ ।

ପୋଷଣ ମାସ (ପୋଷଣ ପାଇଁ ସମର୍ପିତ ମାସ)ଦେଶର ସେପ୍ଟେମ୍ବର 2018ରେ ପାଳନ କରାଯାଉଛି । ଦେଶର ପ୍ରତ୍ୟେକ ଗୃହରେ ଅଧିକରୁ ଅଧିକ ପୋଷଣ/ପୁସ୍ତିସାଧନର ଗୁରୁତ୍ୱର ବାର୍ତ୍ତା ପହଂଚାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି ।

ଏହି ପଦକ୍ଷେପ ନଭେମ୍ବର 2017ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ପୋଷଣ ଅଭିଯାନ (ରାଷ୍ଟ୍ରୀୟ ପୋଷଣ ମିଶନ) ର ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେବାରେ ସହାୟକ ହେବ । ବୟସ ଅନୁସାରେ ଉଚ୍ଚତା ବୃଦ୍ଧି ହୋଇପାରିନଥିବା ଅତି ଗେଡା, କୁପୋଷଣ, ରକ୍ତହୀନତା ଏବଂ ଜନ୍ମ ସମୟରେ କମ ଓଜନର ଶିଶୁ ଭଳି ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ହ୍ରାସ କରିବା ଏହି ମିଶନର ଉଦ୍ଦେଶ୍ୟ । ପୋଷଣ ଅଭିଯାନ ଅଧିନରେ ସରକାର ବଡ ପିଲାମାନଙ୍କ ମଧ୍ୟରେ, ମହିଳା ଏବଂ କିଶୋରୀ ଝିଅମାନଙ୍କ ମଧ୍ୟରେ ଦେଖାଯାଉଥିବା ଗେଡାପଣରେ ଦୁଇ ପ୍ରତିଶତ, କୁପୋଷଣରେ ଦୁଇ ପ୍ରତିଶତ, ରକ୍ତହୀନତାରେ ତିନି ପ୍ରତିଶତ ଏବଂ ଜନ୍ମ ସମୟରେ କମ ଓଜନର ଶିଶୁମାନଙ୍କ କ୍ଷେତ୍ରରେ ଦୁଇ ପ୍ରତିଶତ କରି ବାର୍ଷିକ ହ୍ରାସ କରିବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

ଏହିଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ, ମିଶନରେ ସାମିଲ ଥିବା ହିତାଧିକାରୀମାନଙ୍କୁ ଗୋଟିଏ ମିଶନ ଅଧିନରେ ଏକତ୍ରିତ କରିପାରିବ । ପୋଷଣ କ୍ଷେତ୍ରରେ ସଫଳତାର କାହାଣୀଗୁଡିକୁ ବାଣ୍ଟିବା ସହିତ ଏହାର ପ୍ରଚାର ପ୍ରସାର ପାଇଁ ମଧ୍ୟ ଏକ ମଂଚ ମିଳିପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vietnam group to invest $8.5 billion in Maharashtra

Media Coverage

Vietnam group to invest $8.5 billion in Maharashtra
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 8, 2026
April 08, 2026

Bold Vision, Tangible Wins: PM Modi’s India Leads in AI, EVs, Nuclear & Inclusive Entrepreneurship