ସହରାଞ୍ଚଳ ଭିତ୍ତିଭୂମି ସହ ଜଡ଼ିତ ବିହାରର 7ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 15ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିବେ । ଏଥିରେ ଚାରିଟି ଜଳଯୋଗାଣ ପ୍ରକଳ୍ପ, ଦୁଇଟି ସ୍ୱେରେଜ ଟ୍ରିଟମେଣ୍ଟ ପ୍ରକଳ୍ପ ଓ ଗୋଟିଏ ରିଭରଫ୍ରଣ୍ଟ ବିକାଶ ପ୍ରକଳ୍ପ ସାମିଲ ରହିଛି । ପ୍ରକଳ୍ପଗୁଡ଼ିକରେ 541 କୋଟି ଟଙ୍କା ବିନିଯୋଗ ହେବ । ବିହାରର ନଗର ଉନ୍ନୟନ ଓ ନିର୍ମାଣ ବିଭାଗ ଅଧୀନ ବିଡକୋ ଏସବୁ ପ୍ରକଳ୍ପର କାର୍ଯ୍ୟାନ୍ୱୟନ କରିବ । ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

ବିସ୍ତୃତ ବିବରଣୀ

ପାଟନା ମହାନଗର ନିଗମ ଅଧୀନ ବେଉର ଓ କର୍ମାଲିଚକରେ ନମାମି ଗଙ୍ଗେ ଯୋଜନାରେ ନିର୍ମିତ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ଉଦ୍ଘାଟନ କରାଯିବ । ସିୱାନ ପୌର ପରିଷଦ ଓ ଛପରା ପୌର ପରିଷଦ ଅଞ୍ଚଳରେ ଅମୃତ ଯୋଜନାରେ ନିର୍ମିତ ଜଳଯୋଗାଣ ପ୍ରକଳ୍ପର ଉଦ୍ଘାଟନ ହେବ । ଏହି ଦୁଇ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଲୋକେ 24 ଘଣ୍ଟା ଶୁଦ୍ଧ ପାନୀୟ ଜଳ ପାଇପାରିବେ ।

ମୁଙ୍ଗେର ମହାନଗର ନିଗମରେ ଅମୃତ ଯୋଜନାରେ ମୁଙ୍ଗେର ଜଳଯୋଗାଣ ଯୋଜନାର ଶିଳାନ୍ୟାସ କରାଯିବ । ଏହି ପ୍ରକଳ୍ପ ଦ୍ୱାରା ମହାନଗର ନିଗମ ବାସିନ୍ଦାଙ୍କୁ ପାଇପ ପାଣି ଯୋଗାଣ କରାଯିବ । ସେହିପରି ଜମାଳପୁର ପୌର ପରିଷଦରେ ଅମୃତ ଯୋଜନା ଅନ୍ତର୍ଗତ ଜମାଳପୁର ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ ହେବ ।

ନମାମି ଗଙ୍ଗେ ଯୋଜନା ଅନ୍ତର୍ଗତ ମୁଜାଫରପୁର ରିଭର ଫ୍ରଣ୍ଟ ବିକାଶ ଯୋଜନାର ଶିଳାନ୍ୟାସ କରାଯିବ । ଏହି ଯୋଜନାରେ ମୁଜାଫରପୁର ସହରର ତିନି ଘାଟ (ପୂର୍ବ ଆଖଡ଼ା ଘାଟ, ସିଧି ଘାଟ ଓ ଚନ୍ଦବାରା ଘାଟ)ର ବିକାଶ କରାଯିବ । ଶୌଚାଳୟ, ସୂଚନା କିଓସ୍କ, ଚେଞ୍ଜିଂ ରୁମ, ପାଥୱେ, ୱାଚ ଟାୱାର ଭଳି ମୌଳିକ ସୁବିଧା ରିଭରଫ୍ରଣ୍ଟରେ ଉପଲବ୍ଧ ହେବ । ଏହି ଘାଟଗୁଡ଼ିକରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା, ସାଇନେଜ ଓ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା କରାଯିବ । ରିଭର ଫ୍ରଣ୍ଟ ବିକାଶ ଦ୍ୱାରା ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବା ସହ ଆଗାମୀ ଦିନରେ ଏହା ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi makes India stand tall

Media Coverage

PM Modi makes India stand tall
NM on the go

Nm on the go

Always be the first to hear from the PM. Get the App Now!
...
Prime Minister visits Dera Sachkhand Ballan
February 01, 2026

The Prime Minister, Shri Narendra Modi visited Dera Sachkhand Ballan, in Punjab, today. Shri Modi stated that it was a very special feeling to be at Dera Sachkhand Ballan on the Jayanti of Shri Guru Ravidass Maharaj Ji.

Shri Modi posted on X:

"It was a very special feeling to be at Dera Sachkhand Ballan on the Jayanti of Shri Guru Ravidass Maharaj Ji.”

“ਸ੍ਰੀ ਗੁਰੂ ਰਵਿਦਾਸ ਮਹਾਰਾਜ ਜੀ ਦੀ ਜਯੰਤੀ 'ਤੇ ਡੇਰਾ ਸੱਚਖੰਡ ਬੱਲਾਂ ਵਿਖੇ ਆਉਣਾ ਬਹੁਤ ਹੀ ਖ਼ਾਸ ਅਹਿਸਾਸ ਸੀ।”