ଜୈବ ଇନ୍ଧନ ଦିବସ ଅବସରରେ 2018 ଅଗଷ୍ଟ 10ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ ।

ସେ କୃଷକ, ବୈଜ୍ଞାନିକ, ଉଦ୍ୟୋଗୀ, ଛାତ୍ର, ସରକାରୀ ପଦାଧିକାରୀ ଏବଂ ବିଧାୟକମାନଙ୍କର ଏକ ସମ୍ମିଳନୀକୁ ସମ୍ବୋଧିତ କରିବେ ।

ଅଶୋଧିତ ତୈଳ ଉପରୁ ନିର୍ଭରଶୀଳତା ହ୍ରାସ କରିବାରେ ଜୈବ ଇନ୍ଧନ ବିଶେଷ ଭାବେ ସହାୟକ ହେବ । ଏହା ସ୍ୱଚ୍ଛ ପରିବେଶ, କୃଷକମାନଙ୍କ ଆୟବୃଦ୍ଧି, ଗ୍ରାମାଂଚଳରେ ରୋଜଗାର ବୃଦ୍ଧି ଆଦି କ୍ଷେତ୍ରରେ ମଧ୍ୟ ଯୋଗଦାନ କରିପାରିବ । ଏଥିପାଇଁ ସରକାରୀ ପଦକ୍ଷେପମାନ ଗ୍ରହଣ କରାଯାଉଛି ।

କେନ୍ଦ୍ର ସରକାରଙ୍କ ପଦକ୍ଷେପ ଫଳରେ ପେଟ୍ରୋଲ ସହ ଇଥାନଲର ମିଶ୍ରଣ ଓ ବ୍ୟବହାର ବୃଦ୍ଧି ପାଇଛି । 2013-14ରେ ଇଥାନଲ ଯୋଗଦାନ 38 କୋଟି ଲିଟର ଥିଲାବେଳେ 2017-18ରେ ଏହା ବୃଦ୍ଧି ପାଇ ପାଖାପାଖି 141 କୋଟି ଲିଟରରେ ପହଂଚିଛି । ସରକାର ମଧ୍ୟ 2018 ଜୁନରେ ଜୈବ ଇନ୍ଧନର ଜାତୀୟ ନୀତିକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Exports may hit $1 Tn in FY27 on new trade deals, tariff cuts

Media Coverage

Exports may hit $1 Tn in FY27 on new trade deals, tariff cuts
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 10, 2026
February 10, 2026

Stable Banks, Soaring Growth, Sectoral Wins: Celebrating India's Unstoppable Rise in 2026 Under PM Modi