ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ପରିବେଶ ଦିବସ ଅବସରରେ ଜୁନ ୫, ୨୦୨୧ ଦିନ ୧୧ଟାବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଭାଗନେବେ । ଏହି ସମାରୋହ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଓ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମିଳିତଭାବେ ଆୟୋଜନ କରୁଛନ୍ତି । ଚଳିତବର୍ଷ ସମାରୋହର ବାର୍ତ୍ତା  ‘ଉତ୍ତମ ପରିବେଶ ନିମନ୍ତେ ଜୈବ ଇନ୍ଧନକୁ ପ୍ରାଥମିକତା’ ରହିଛି ।

ସମାରୋହରେ ପ୍ରଧାନମନ୍ତ୍ରୀ ୨୦୨୦-୨୫ର ବିଶେଷଜ୍ଞ କମିଟି ଦ୍ୱାରା ଦେଶରେ ଇଥାନଲ ମିଶ୍ରଣ ଉପରେ ପ୍ରସ୍ତୁତ ରୋଡ ମ୍ୟାପକୁ ଉନ୍ମୋଚନ କରିବେ । ବିଶ୍ୱ ପରିବେଶ ଦିବସ ଅବସରରେ ଭାରତ ସରକାର E-20 ବିଜ୍ଞପ୍ତି ଜାରି କରୁଛନ୍ତି । ଏଥିରେ ତୈଳ କମ୍ପାନୀଗୁଡିକୁ ଏପ୍ରିଲ ପହିଲା ୨୦୨୩ ସୁଦ୍ଧା ପେଟ୍ରୋଲରେ ଶତକଡା ୨୦ଭାଗ ପର୍ଯ୍ୟନ୍ତ ଇଥାନଲ ମିଶ୍ରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ବିଆଇଏସ ନିର୍ଦ୍ଧାରିତ E-12 ଓ E-15 ଇଥାନଲ ମିଶ୍ରଣ ମଧ୍ୟ ହେବ । ଏହା ଫଳରେ ଦେଶରେ ଅଧିକରୁ ଅଧିକ ଇଥାନଲ ପାତନ  ବିଶୋଧନାଗାର ବସାଯାଇ ପେଟ୍ରୋଲରେ ଏହା ମିଶ୍ରଣ ପାଇଁ ସମୟାନୁଭିତ୍ତିକ ସୁବିଧା ରହିବ । ତାହାହେଲେ ଯାଇ ୨୦୨୫ ମସିହା ପୂର୍ବରୁ ଇଥାନଲ ଉତ୍ପାଦନ୍‌କାରୀ ରାଜ୍ୟ ଓ ତାହାକୁ ଲାଗିଥିବା ଅଞ୍ଚଳରେ ଅଧିକ ଇଥାନଲ ପ୍ରୟୋଗ ବୃଦ୍ଧି ପାଇବ ।

            ପ୍ରଧାନମନ୍ତ୍ରୀ ମଧ୍ୟ ପୁଣେରେ ତିନିଟି ସ୍ଥାନରେ ଅଧିକ ବିତରଣକାରୀ E-100 ବୃହତ ପ୍ରକଳ୍ପ ମଧ୍ୟ ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ କୃଷକମାନଙ୍କ ସହ ଇଥାନଲ ଓ ବାୟୋଗ୍ୟାସ ଉପଯୋଗ ଅଭିଜ୍ଞତା ନେଇ ମତବିନିମୟ କରିବା କାର୍ଯକ୍ରମ ରହିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharma exports cross $28 bn till February, likely to end up with growth in rupee terms in FY26

Media Coverage

India’s pharma exports cross $28 bn till February, likely to end up with growth in rupee terms in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 5, 2026
April 05, 2026

From Aatmanirbhar to Viksit Bharat: PM Modi’s Leadership Powers India’s Multi-Sector Triumph