Thସମ୍ମିଳନୀର ବିଷୟବସ୍ତୁ ରହିଛି ଆରଏଆଇଏସଇ- ରେସପନ୍ସିବଲ(ଦାୟିତ୍ୱ), ଆସିଲରେଟେଡ୍ (ତ୍ୱରିତ), ଇନୋଭେଟିଭ୍ (ଅଭିନବ), ସସଟେନେବଲ (ସ୍ଥାୟୀ) ଏବଂ ଇକ୍ୟୁଇଟେବଲ ବିଜନେସ୍ (ବ୍ୟବସାୟରେ ସମାନତା)

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟ ୨୭ ମଧ୍ୟାହ୍ନ ୧୨ଟାରେ ନୂଆଦିଲ୍ଲୀରେ ବି-୨୦ ସମ୍ମିଳନୀ ଇଣ୍ଡିଆ-୨୦୨୩କୁ ସମ୍ବୋଧିତ କରିବେ ।

ବି-୨୦ ସମ୍ମିଳନୀ ଇଣ୍ଡିଆ ସାରା ବିଶ୍ୱରୁ ନୀତି ନିର୍ମାତା, ବିଜନେସ୍ ଲିଡର୍ ଏବଂ ବିଶେଷଜ୍ଞମାନଙ୍କୁ ବି-୨୦ ଇଣ୍ଡିଆ କମୁନିକ୍ୟୁ ଉପରେ ବିଚାର-ବିମର୍ଷ ଏବଂ ଚର୍ଚ୍ଚା କରିବା ଲାଗି ଏକାଠି କରିବ । ବି-୨୦ ଇଣ୍ଡିଆ କମୁନିକ୍ୟୁରେ ଜି-୨୦ରେ ୫୪ ସୁପାରିସ୍ ଏବଂ ୧୭୨ ନୀତି ଦାଖଲ କାର୍ଯ୍ୟକ୍ରମ ରହିଛି ।

ଦ ବିଜନେସ୍ ୨୦ (ବି-୨୦) ହେଉଛି ବୈଶ୍ୱିକ ବ୍ୟାପାର ସମୁଦାୟ ସହ ଅଧିକାରିକ ଜି-୨୦ ସଂଳାପ ମଞ୍ଚ । ୨୦୧୦ରେ ସ୍ଥାପିତ ବି-୨୦ ହେଉଛି ଜି-୨୦ରେ ସବୁଠାରୁ ପ୍ରମୁଖ ସହଭାଗିତା ସମୂହଙ୍କ ମଧ୍ୟରୁ ଅନ୍ୟତମ, ଯେଉଁଥିରେ କମ୍ପାନୀ ଏବଂ ବ୍ୟବସାୟିକ ସଙ୍ଗଠନ ଭାଗୀଦାର ଅଛନ୍ତି । ବି-୨୦ ଆର୍ଥିକ ପ୍ରଗତି ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଠୋସ୍ କାର୍ଯ୍ୟକାରୀ ଯୋଗ୍ୟ ନୀତି ସୁପାରିସ୍ କରିବା ପାଇଁ କାର୍ଯ୍ୟ କରିଥାଏ ।

ଅଗଷ୍ଟ ୨୫ରୁ ୨୭ ଯାଏ ୩ ଦିନ ଧରି ଏହି ସମ୍ମିଳନୀ ଆୟୋଜିତ ହେବ । ଏହାର ବିଷୟବସ୍ତୁ ରହିଛି, ଆରଏଆଇଏସଇ- ରେସପନ୍ସିବଲ(ଦାୟିତ୍ୱ), ଆସିଲରେଟେଡ୍ (ତ୍ୱରିତ), ଇନୋଭେଟିଭ୍ (ଅଭିନବ), ସସଟେନେବଲ (ସ୍ଥାୟୀ) ଏବଂ ଇକ୍ୟୁଇଟେବଲ ବିଜନେସ୍ (ବ୍ୟବସାୟରେ ସମାନତା) । ଏଥିରେ ପ୍ରାୟ ୫୫ ଦେଶରୁ ୧,୫୦୦ରୁ ଅଧିକ ପ୍ରତିନିଧି ଭାବେ ନେବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India leads globally in renewable energy; records highest-ever 31.25 GW non-fossil addition in FY 25-26: Pralhad Joshi.

Media Coverage

India leads globally in renewable energy; records highest-ever 31.25 GW non-fossil addition in FY 25-26: Pralhad Joshi.
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 8, 2025
December 08, 2025

Viksit Bharat in Action: Celebrating PM Modi's Reforms in Economy, Infra, and Culture