ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡରର ଆଲିଗଡ ନୋଡର ପ୍ରଦର୍ଶନୀ ମଡେଲ ମଧ୍ୟ ପରିଦର୍ଶନ କରିଛନ୍ତି
ଜାତୀୟ ବୀର ତଥା ଜାତୀୟ ବୀରାଙ୍ଗନାଙ୍କ ବଳିଦାନ ବିଷୟରେ ପୀଢିଙ୍କୁ ଅବଗତ କରାଯାଇନଥିଲା । ଏକବିଂଶ ଶତାବ୍ଦୀର ଭାରତ ବିଂଶ ଶତାବ୍ଦୀର ଏହି ଭୁଲଗୁଡ଼ିକୁ ସଂଶୋଧନ କରୁଛି: ପ୍ରଧାନମନ୍ତ୍ରୀ
ରାଜା ମହେନ୍ଦ୍ର ପ୍ରତାପ ସିଂହ ଜୀଙ୍କ ଜୀବନ, ଆମକୁ ଅଦମ୍ୟ ଇଚ୍ଛା ଏବଂ ଆମର ସ୍ୱପ୍ନକୁ ସାକାର କରିବାକୁ ଯେକୌଣସି ସ୍ତରକୁ ଯିବାକୁ ଶିକ୍ଷା ଦିଏ: ପ୍ରଧାନମନ୍ତ୍ରୀ
ଭାରତ ବିଶ୍ୱର ଏକ ବଡ ପ୍ରତିରକ୍ଷା ଆମଦାନୀକାରୀ ଭାବମୂର୍ତ୍ତିରୁ ମୁକୁଳିବା ଏବଂ ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ରପ୍ତାନିକାରୀଙ୍କ ଏକ ନୂତନ ପରିଚୟ ହାସଲ କରୁଛି: ପ୍ରଧାନମନ୍ତ୍ରୀ
ଉତ୍ତରପ୍ରଦେଶ ଦେଶ ତଥା ବିଶ୍ୱର ପ୍ରତ୍ୟେକ ଛୋଟ ଏବଂ ବଡ ନିବେଶକଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ ଭାବରେ ଉଭା ହେଉଛି: ପ୍ରଧାନମନ୍ତ୍ରୀ
ଆଜି ଉତ୍ତରପ୍ରଦେଶ ଡବଲ୍ ଇଞ୍ଜିନ୍ ସରକାରଙ୍କ ଦ୍ୱିଗୁଣ ଲାଭର ଏକ ବଡ଼ ଉଦାହରଣ ପାଲଟିଛି: ପ୍ରଧାନମନ୍ତ୍ରୀ

ଭାରତ ମାତାକି ଜୟ,

ଭାରତ ମାତା କି ଜୟ ।

ଉତର ପ୍ରଦେଶର ରାଜ୍ୟପାଳ ଶ୍ରୀମତି ଆନନ୍ଦି ବେନ୍ ପଟେଲ ଜୀ, ଉତର ପ୍ରଦେଶର ଯଶସ୍ୱୀ ଏବଂ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଜୀ, ଉତର ପ୍ରଦେଶ ସରକାରର ମନ୍ତ୍ରୀଗଣ, ଅନ୍ୟାନ୍ୟ ସାଂସଦଗଣ, ବିଧାୟକଗଣ ଏବଂ ଅଲିଗଡର ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଆଜି ଅଲିଗଡ ପାଇଁ, ପଶ୍ଚିମ ଉତର ପ୍ରଦେଶ ପାଇଁ ବହୁତ ବଡଦିନ । ଆଜି ମଧ୍ୟ ରାଧାଷ୍ଟମୀ । ଏହି ମୁହୁର୍ତ ଆଜିର ଦିବସକୁ ଆହୁରି ପବିତ୍ର କରୁଛି । ବ୍ରଜଭୂମିର ତ କୋଣ ଅନୁକୋଣରେ, ପ୍ରତ୍ୟେକ ଧୂଳିକଣାରେ ରାଧା ହିଁ ରାଧା ବିରାଜିତ । ମୁଁ ଆପଣ ସମସ୍ତଙ୍କୁ, ଏବଂ ସମଗ୍ର ଦେଶକୁ ରାଧାଷ୍ଟମୀର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।

ଆମର ସୌଭାଗ୍ୟ ଯେ ବିକାଶର ଏତେ ବଡ କାର୍ଯ୍ୟର ପ୍ରାରମ୍ଭ ଆଜି ଏହି ପବିତ୍ର ଦିନରୁ ହିଁ ହେଉଛି । ଆମର ସଂସ୍କାର ଏହି ଯେ ଯେତେବେଳେ କୌଣସି ଶୁଭକାର୍ଯ୍ୟ କରାଯାଇଥାଏ ତାହାହେଲେ ଆମକୁ ନିଜର ଗୁରୁଜନମାନେ ଅବଶ୍ୟ ମନେ ପଡନ୍ତି । ମୁଁ ଆଜି ଏହି ମାଟିର ମହାନ୍ ସୁପୁତ୍ର, ସ୍ୱର୍ଗୀୟ କଲ୍ୟାଣ ସିଂହ ଜୀଙ୍କ ଅନୁପସ୍ଥିତି ଅତିମାତ୍ରାରେ ଅନୁଭବ କରୁଛି । ଯଦି ଆଜି କଲ୍ୟାଣ ସିଂହ ଜୀ ଆମ ଗହଣରେ ଥାଆନ୍ତେ ତାହାହେଲେ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଅଲିଗଡର ନୂତନ ପରିଚୟର ସୃଷ୍ଟିକୁ ଦେଖି ବହୁତ ଖୁସି ଅନୁଭବ କରିଥାଆନ୍ତେ । ଏବଂ ତାଙ୍କର ଆତ୍ମା ଯେଉଁଠି ବି ଥିବ ଆମକୁ ଆଶୀର୍ବାଦ ଦେଉଥିବ ।

ବନ୍ଧୁଗଣ,

ଭାରତର ହଜାର ହଜାର ବର୍ଷର ଇତିହାସ ଏହିଭଳି ରାଷ୍ଟ୍ରଭକ୍ତଙ୍କ ଦ୍ୱାରା ଭରିରହିଛି, ଯେଉଁମାନେ ବିଭିନ୍ନ ସମୟରେ ଭାରତକୁ ନିଜର ତପସ୍ୟା ଓ ତ୍ୟାଗ ଦ୍ୱାରା ମାର୍ଗ ପ୍ରଦର୍ଶନ କରାଇଛନ୍ତି । ଆମର ସ୍ୱାଧୀନତା ଆନ୍ଦୋଳନରେ ଏହିଭଳି କେତେ ଯେ ମହାନ୍ ବ୍ୟକ୍ତି ନିଜର ସବୁକିଛି ଉତ୍ସର୍ଗ କରିଦେଇଥଲେ । କିନ୍ତୁ ଏହି ଦେଶର ଦୁର୍ଭାଗ୍ୟ ଯେ ସ୍ୱାଧୀନତା ପ୍ରାପ୍ତି ପରେ ଏଭଳି ରାଷ୍ଟ୍ରନାୟକ ଓ ରାଷ୍ଟ୍ରନାୟିକାମାନଙ୍କ ତପସ୍ୟା ସହିତ ଦେଶର ଆଗାମୀ ପିଢୀକୁ ପରିଚିତ କରାଗଲା ନାହିଁ । ସେମାନଙ୍କର ଗାଥାକୁ ଜାଣିବାରୁ ଦେଶର ଅନେକ ପିଢୀ ବଂଚିତ ରହିଗଲେ ।

ବିଂଶ ଶତାଦ୍ଦୀର ସେହିସବୁ ତୃଟିକୁ ଆଜି ଏକବିଂଶ ଶତାଦ୍ଦୀର ଭାରତ ସୁଧାରିବାରେ ଲାଗିଛି । ମହାରାଜା ସୁହେଲ ଦେବ ଜୀ ହୁଅନ୍ତୁ, ଦୀନବନ୍ଧୁ ଚୌଧୁରୀ ଛୋଟୁରାମ ଜୀ ହୁଅନ୍ତୁ ଅଥବା ଏବେ ରାଜା ମହେନ୍ଦ୍ର ପ୍ରତାପ ସିଂହ ଜୀ । ରାଷ୍ଟ୍ର ନିର୍ମାଣରେ ଏମାନଙ୍କ ଯୋଗଦାନ ସହିତ ନୂଆ ପିଢୀକୁ ପରିଚିତ କରାଇବାର ସଚ୍ଚୋଟ ପ୍ରୟାସ ଆଜି ଦେଶରେ ହେଉଛି । ଆଜି ଯେତେବେଳେ ଦେଶ ଏହାର ସ୍ୱାଧୀନତାର ୭୫ ବର୍ଷର ପର୍ବ ପାଳନ କରୁଛି, ଆଜାଦୀର କା ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଏହି ପ୍ରୟାସଗୁଡିକୁ ଆହୁରି ଗତିଶୀଳ କରାଯାଉଛି । ଭାରତର ସ୍ୱାଧୀନତାରେ ରାଜା ମହେନ୍ଦ୍ର ପ୍ରତାପ ସିଂହଙ୍କ ଯୋଗଦାନକୁ ପ୍ରଣିପାତ କରିବାର ଏହି ପ୍ରୟାସ ଏହିଭଳି ଏକ ପବିତ୍ର ଅବସର ଅଟେ ।

ବନ୍ଧୁଗଣ,

ଆଜି ଦେଶର ସେହି ପ୍ରତ୍ୟେକ ଯୁବକକୁ, ଯିଏ ବିଶାଳ ସ୍ୱପ୍ନ ଦେଖୁଛି, ଯିଏ ବୃହତ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛି, ତାକୁ ରାଜା ମହେନ୍ଦ୍ର ପ୍ରତାପ ସିଂହ ଜୀଙ୍କ ବିଷୟରେ ଅବଶ୍ୟ ଜାଣିବା ଉଚିତ୍‌, ଅବଶ୍ୟ ପଢିବା ଉଚିତ୍ । ରାଜା ମହେନ୍ଦ୍ର ପ୍ରତାପ ସିଂହ ଜୀଙ୍କ ଜୀବନରୁ ଆମକୁ ଅଦମ୍ୟ ଇଚ୍ଛାଶକ୍ତି, ନିଜର ସ୍ୱପ୍ନକୁ ସାକାର କରିବା ନିମନ୍ତେ କିଛି ବି କରିଯିବାର ଅସୀମ ସାହସ ଆଜି ମଧ୍ୟ ଆମକୁ ଶିଖିବାକୁ ମିଳୁଛି । ସେ ଭାରତର ସ୍ୱାଧୀନତା ଚାହୁଁଥିଲେ ଏବଂ ନିଜ ଜୀବନର ପ୍ରତିଟି ମୁହୂର୍ତକୁ ସେ ଏଥିପାଇଁ ସମର୍ପି ଦେଇଥିଲେ । ସେ କେବଳ ଭାରତରେ ହିଁ ରହି ଏବଂ ଭାରତରେ ହିଁ ଲୋକମାନଙ୍କୁ ଅନୁପ୍ରାଣିତ କରିନଥିଲେ, ବରଂ ସେ ଭାରତର ସ୍ୱାଧୀନତା ପାଇଁ ବିଶ୍ୱର କୋଣ ଅନୁକୋଣକୁ ଯାତ୍ରା କରିଥିଲେ । ଆଫଗାନିସ୍ତାନ ହେଉ, ପୋଲାଣ୍ଡ ହେଉ, ଜାପାନ ହେଉ, ଦକ୍ଷିଣ ଆଫ୍ରିକା ହେଉ, ନିଜ ଜୀବନକୁ ବିପଦରେ ପକାଇ, ସେ ଭାରତମାତାକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ଲାଗିପଡିଥଲେ, ଜୀବନକୁ ବାଜି ଲଗାଇ ଦେଇଥଲେ, ସାରା ଜୀବନ  ସେ ଦିଗରେ କାର୍ଯ୍ୟ କରି ଚାଲିଥଲେ ।

ମୁଁ ଆଜିର ଯୁବପିଢୀକୁ କହିବାକୁ ଚାହିଁବି, ମୋ ଦେଶର ଯୁବବର୍ଗ ମୋ କଥାକୁ ଧ୍ୟାନରେ ଶୁଣନ୍ତୁ, ମୁଁ ଦେଶର ଯୁବପିଢୀକୁ କହିବି, ଯେତେବେଳେ ବି ସେମାନଙ୍କୁ କୌଣସି ଲକ୍ଷ୍ୟ କଠିନ ଲାଗିବ, କୌଣସି ଅସୁବିଧା ନଜରକୁ ଆସିବ, ସେତେବେଳେ ମୋର ଆପଣମାନଙ୍କୁ ଅନୁରୋଧ ଯେ ଆପଣମାନେ ରାଜା ମହେନ୍ଦ୍ର ପ୍ରତାପ ସିଂହ ଜୀଙ୍କୁ ଅବଶ୍ୟ ସ୍ମରଣ କରିବେ, ଆପଣଙ୍କର ମନୋବଳ ଦୃଢ ହୋଇଯିବ । ରାଜା ମହେନ୍ଦ୍ର ପ୍ରତାପ ସିଂହ ଜୀ ଯେଉଁଭଳି ଏକଲକ୍ଷ୍ୟ, ଏକନିଷ୍ଠ ହୋଇ ଭାରତର ସ୍ୱାଧୀନତା ପାଇଁ ଲାଗି ପଡିଥଲେ, ତାହା ଆଜି ମଧ୍ୟ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି ।

ଏବଂ ବନ୍ଧୁଗଣ,

ଆଜି ଯେତେବେଳେ ମୁଁ ଆପଣମାନଙ୍କ ସହ କଥା ହେଉଛି, ସେତେବେଳେ ମୋତେ ଦେଶର ଆଉ ଜଣେ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଗୁଜରାଟର ସୁପୁତ୍ର, ଶ୍ୟାମ ଜୀ କୃଷ୍ଣ ବର୍ମାଙ୍କ ବିଷୟରେ ମନେ ପଡୁଛି । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ରାଜା ମହେନ୍ଦ୍ର ପ୍ରତାପ ଜୀ ବିଶେଷକରି ଶ୍ୟାମ ଜୀ କୃଷ୍ଣ ବର୍ମା ଜୀ ଏବଂ ଲାଲା ହରଦୟାଲ ଜୀଙ୍କୁ ଭେଟିବା ପାଇଁ ୟୁରୋପ ଯାଇଥିଲେ । ସେହି ବୈଠକରେ ଯେଉଁ ମାର୍ଗ ସ୍ଥିର ହୋଇଥିଲା, ତାହାରି ଫଳସ୍ୱରୂପ ଆମକୁ ଆଫଗାନିସ୍ତାନରେ, ଭାରତର ପ୍ରଥମ ନିର୍ବାସିତ ସରକାର ଭାବରେ ଦେଖିବାକୁ ମିଳିଥିଲା । ଏହି ସରକାରଙ୍କ ନେତୃତ୍ୱ ରାଜା ମହେନ୍ଦ୍ର ପ୍ରତାପ ସିଂହ ଜୀ ହିଁ ନେଇଥଲେ ।  ଏହା ମୋର ସୌଭାଗ୍ୟ ଥିଲା ଯେ ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ମତେ ଶ୍ୟାମ ଜୀ କୃଷ୍ଣବର୍ମା ଜୀଙ୍କ ଅସ୍ଥିକୁ ୭୩ ବର୍ଷ ପରେ ଭାରତ ଆଣିବାରେ ସଫଳତା ମିଳିଥିଲା ଏବଂ ଯଦି ଆପଣଙ୍କୁ କେବେ କଚ୍ଛ୍ ଯିବାର ସୁଯୋଗ ମିଳେ ତାହାହେଲେ କଚ୍ଛ୍‌ର ମାଣ୍ଡବିରେ ଶ୍ୟାମ ଜୀ କୃଷ୍ଣବର୍ମା ଜୀଙ୍କ ଏକ ଅତି ପ୍ରେରଣାଦାୟୀ ସ୍ମାରକ ଦେଖିବାକୁ ମିଳିବ, ଯେଉଁଠାରେ ତାଙ୍କର ଅସ୍ଥି କଳଶ ରଖାଯାଇଛି, ଯାହା ଆମକୁ ଭାରତ ମାତା ପାଇଁ ବଂଚିବା ନିମନ୍ତେ ପ୍ରେରଣା ଯୋଗାଉଛି ।

ଆଜି ଦେଶର ପ୍ରଧାନମନ୍ତ୍ରୀ ଭାବରେ ମତେ ପୁଣିଥରେ ଏହି ସୌଭାଗ୍ୟ ମିଳିଛି ଯେ ମୁଁ ରାଜା ମହେନ୍ଦ୍ର ପ୍ରତାପ ଜୀଙ୍କ ଭଳି ଦୂରଦୃଷ୍ଟିସମ୍ପନ୍ନ ଏବଂ ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ପ୍ରତିଷ୍ଠା ହେଉଥିବା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରୁଛି । ମୋ ଜୀବନର ଏହା ବହୁତ ବଡ ସୌଭାଗ୍ୟ ଆଟେ । ଏବଂ ଏଭଳି ପବିତ୍ର ଅବସରରେ ଆପଣମାନେ ଏତେ ବଡ ସଂଖ୍ୟାରେ ଆଶୀର୍ବାଦ ଦେବା ପାଇଁ ଆସିଛନ୍ତି, ଜନତା-ଜନାର୍ଦ୍ଦନର ଦର୍ଶନ କରିବା, ଏହା ମଧ୍ୟ ଶକ୍ତିଦାୟକ ଅଟେ ।

ବନ୍ଧୁଗଣ,

ରାଜା ମହେନ୍ଦ୍ର ପ୍ରତାପ ସିଂହ ଜୀ, କେବଳ ଭାରତର ସ୍ୱାଧୀନତା ପାଇଁ ସଂଗ୍ରାମ କରିନଥିଲେ, ସେ ଭାରତର ଭବିଷ୍ୟତ ନିର୍ମାଣର ମୂଳଦୁଆ ପ୍ରତିଷ୍ଠାରେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରିଥଲେ । ସେ ନିଜର ଦେଶ-ବିଦେଶ ଯାତ୍ରାରୁ ମିଳିଥିବା ଅନୁଭବକୁ ଭାରତର ଶିକ୍ଷା ବ୍ୟବସ୍ଥାକୁ ଆଧୁନିକ କରାଇବାରେ ଉପଯୋଗ କରିଥିଲେ । ବୃନ୍ଦାବନରେ ଆଧୁନିକ ବୈଷୟିକ ମହାବିଦ୍ୟାଳୟ, ସେ ନିଜର ସମ୍ବଳରୁ, ନିଜର ପୈତୃକ ସମ୍ପତିକୁ ଦାନ କରି ସ୍ଥାପନ କରିଥଲେ । ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ପାଇଁ ମଧ୍ୟ ରାଜା ମହେନ୍ଦ୍ର ପ୍ରତାପ ସିଂହ ବହୁତ ବଡ ଜମି ଦେଇଥିଲେ । ଆଜି ଆଜାଦୀର ଏହି ଅମୃତ ମୁହୂର୍ତରେ, ଯେତେବେଳେ ଏକବିଂଶ ଶତାଦ୍ଦୀର ଭାରତ ଶିକ୍ଷା ଏବଂ କୌଶଳର ନୂଆ କାଳଖଣ୍ଡ ଆଡକୁ ଅଗ୍ରସର ହେଉଛି, ସେତେବେଳେ ଭାରତମାତାର ଏଭଳି ଅମର ସୁପୁତ୍ରଙ୍କ ନାମରେ ବିଶ୍ୱବିଦ୍ୟାଳୟ ନିର୍ମାଣ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ଅଟେ । ଏହି ଚିନ୍ତାଧାରାକୁ ସାକାର କରିବା ପାଇଁ ଯୋଗୀଜୀ ଏବଂ ତାଙ୍କର ପୁରା ଟିମକୁ ବହୁତ ବହୁତ ଶୁଭେଚ୍ଛା ।

ବନ୍ଧୁଗଣ,

ଏହି ବିଶ୍ୱବଦ୍ୟାଳୟ ଆଧୁନିକ ଶିକ୍ଷାର ଏକ ବୃହତ କେନ୍ଦ୍ର ତ ହେବ, ଏଥିସହିତ ଦେଶରେ ପ୍ରତିରକ୍ଷା ସହିତ ଜଡିତ ଶିକ୍ଷା, ପ୍ରତିରକ୍ଷା ନିର୍ମାଣ ସହ ଜଡିତ ବୈଷୟିକ ଜ୍ଞାନକୌଶଳ ଏବଂ ମାନବ ଶକ୍ତି ବିକଶିତ କରାଇବାର କେନ୍ଦ୍ର ମଧ୍ୟ ହେବ । ନୂତନ ଜାତୀୟ ଶିକ୍ଷାନୀତିରେ ଯେଉଁଭଳି ଶିକ୍ଷା, କୌଶଳ ଏବଂ ସ୍ଥାନୀୟ ଭାଷାରେ ପାଠ ପଢିବା ଉପରେ ଗୁରୁତ୍ୱ ଦିଆଯାଇଛି, ତାହାଦ୍ୱାରା ଏହି ବିଶ୍ୱବିଦ୍ୟାଳୟରେ ପାଠ ପଢିବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କୁ ବହୁତ ସୁଫଳ ମିଳିବ ।

ନିଜର ସୈନ୍ୟ ଶକ୍ତିକୁ ମଜବୁତ କରିବା ପାଇଁ ଆତ୍ମନିର୍ଭରତା ଆଡକୁ ବଢିଚାଲିଥିବା ଭାରତର ସମସ୍ତ ପ୍ରୟାସକୁ ଏହି ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ପାଠପଢା ନୂଆ ଗତି ପ୍ରଦାନ କରିବ । ଆଜି କେବଳ ଦେଶ ନୁହେଁ, ବିଶ୍ୱ ମଧ୍ୟ ଦେଖୁଛି ଯେ ଆଧୁନିକ ଗ୍ରେନେଡ ଆଉ ରାଇଫଲଠାରୁ ନେଇ ଲଢୁଆ ବିମାନ, ଆଧୁନିକ ଡ୍ରୋନ୍‌, ଯୁଦ୍ଧ ପୋତ, ଏସବୁ ଭାରତରେ ହିଁ ନିର୍ମାଣ କରିବାର ଅଭିଯାନ ଚାଲିଛି । ଭାରତ ବିଶ୍ୱର ଏକ ବୃହତ ପ୍ରତିରକ୍ଷା ଆମଦାନିକାରୀର ଛବିରୁ ବାହାରି ... ନହେଲେ ଆମର ଛବି ଏଇଆ ଯେ ଆମେ ପ୍ରତିରକ୍ଷା ପାଇଁ ଯାହା ବି ଆବଶ୍ୟକ, ଆମଦାନୀ କରୁ, ବିଦେଶରୁ ମଗାଇଥାଉ । ସ୍ୱାଧୀନତାକୁ ୭୫ ବର୍ଷ ହୋଇଗଲା, ଆମେ ମଗେଇ ଚାଲିଛୁ... । ଏହି ଛବିରୁ ବାହାରି ବିଶ୍ୱକୁ ଏକ ପ୍ରମୁଖ ପ୍ରତିରକ୍ଷା ରପ୍ତାନିକାରୀର ନୂଆ ପରିଚୟ ପ୍ରଦାନର ସଙ୍କଳ୍ପ ସହିତ ଆମେ ଆଗକୁ ବଢି ଚାଲିଛୁ । ଭାରତର ଏହି ପରିବର୍ତିତ ପରିଚୟର ଏକ ବହୁତ ବଡ କେନ୍ଦ୍ର ଆମର ଏହି ଉତରପ୍ରଦେଶ ହେବାକୁ ଯାଉଛି । ଏବଂ ଉତରପ୍ରଦେଶର ସାଂସଦ ହୋଇଥିବାରୁ ମୁଁ ନିଜକୁୁ ଏଥିପାଇଁ ବିଶେଷଭାବେ ଗର୍ବିତ ମଣୁଛି ।

ବନ୍ଧୁଗଣ,

କିଛି ସମୟ ପୂର୍ବରୁ ପ୍ରତିରକ୍ଷା କରିଡରର ‘ଅଲିଗଡ ନୋଡ’ର ଅଗ୍ରଗତିର ମୁଁ ଅବଲୋକନ କରିଛି । ଅଲିଗଡରେ ହିଁ ପ୍ରତିରକ୍ଷା ନିର୍ମାଣ ସହ ଜଡିତ ଦେଢ ଡଜନରୁ ଅଧିକ କମ୍ପାନୀ ଶହ ଶହର କୋଟି ଟଙ୍କାର ପୁଞ୍ଜିନିବେଶ ଦ୍ୱାରା ଏଠାରେ ହଜାର ହଜାର ନୂଆ ରୋଜଗାର ସୃଷ୍ଟି କରିବାକୁ ଯାଉଛନ୍ତି । ଅଲିଗଡ ନୋଡରେ ଛୋଟ ଛୋଟ ଅସ୍ତ୍ର, ଆୟୁଧ, ଡ୍ରୋନ୍‌, ଏୟାର ସ୍ପେଶ, ମେଟାଲ କମ୍ପୋନେଂଟସ, ଆଂଟି ଡ୍ରୋନ୍ ସିଷ୍ଟମ, ଡିଫେନସ୍ ପ୍ୟାକେଜିଂ ଭଳି ଉତ୍ପାଦ ନିର୍ମାଣ ହେଉ, ଏଥିପାଇଁ ନୂଆ ନୂଆ ଉଦ୍ୟୋଗ ପ୍ରତିଷ୍ଠା କରାଯାଉଛି । ଏହି ପରିବର୍ତନ ଅଲିଗଡ ଏବଂ ଏହାର ଆଖପାଖ ଅଂଚଳକୁ ଏକ ନୂଆ ପରିଚୟ ପ୍ରଦାନ କରିବ ।

ବନ୍ଧୁଗଣ,

ବର୍ତମାନ ପର୍ଯ୍ୟନ୍ତ ଳୋକମାନେ ନିଜ ଘରର, ଦେକାନର ସୁରକ୍ଷା ପାଇଁ ଅଲିଗଡର ଭରସାରେ ରହୁଥିଲେ । ଜାଣିଛନ୍ତି ନାଁ? କାରଣ ଅଲିଗଡର ତାଲା ଯଦି ପଡିଥିଲା ତ ଲୋକମାନେ ନିଶ୍ଚିତ ହୋଇଯାଉଥିଲେ । ଏବଂ ମତେ ଆଜି ପିଲାବେଳର ଗୋଟିଏ କଥା କହିବା ପାଇଁ ଇଚ୍ଛା ହେଉଛି । ପ୍ରାୟ ୫୫-୬୦ ବର୍ଷ ତଳର କଥା । ଆମେ ପିଲା ଥିଲୁ, ତ ସେତେବେଳେ ଅଲିଗଡରୁ ତାଲାର ଯେଉଁ ସେଲସମ୍ୟାନ୍ ଥିଲେ, ସେମାନଙ୍କ ମଧ୍ୟରେ ଜଣେ ମୁସଲମାନ ଅତିଥି ଥିଲେ । ସେ ପ୍ରତି ତିନିମାସରେ ଥରେ ଆମ ଗାଁକୁ ଆସୁଥିଲେ । ଏବେ ବି ମୋର ମନେ ଅଛି ସେ କଳା ରଙ୍ଗର ଜ୍ୟାକେଟ ପିନ୍ଧୁଥିଲେ ଏବଂ ସେଲସମ୍ୟାନ ଭାବରେ ଦୋକାନ ସବୁରେ ନିଜର ତାଲା ରଖିଦେଇ ଯାଉଥିଲେ ଏବଂ ତିନି ମାସ ପରେ ଆସି ନିଜର ପଇସା ନେଇ ଯାଉଥିଲେ । ଗାଁ ଆଖପାଖ ଗାଁର ମଧ୍ୟ ବେପାରୀମାନଙ୍କ ପାଖକୁ ଯାଉଥିଲେ । ସେମାନଙ୍କୁ ମଧ୍ୟ ତାଲା ଦେଉଥିଲେ । ଏବଂ ମୋର ପିତାଙ୍କ ସହିତ ତାଙ୍କର ଖୁବ୍ ବନ୍ଧୁତା ଥିଲା । ଏବଂ ସେ ଆସୁଥିଲେ ତ ୪-୬ ଦିନ ଆମ ଗାଁରେ ଅଟକୁ ଥିଲେ । ଏବଂ ଦିନତମାମ ଯେଉଁ ପଇସା ସେ ଆଦାୟ କରି ଆଣୁଥିଲେ, ତାକୁ ମୋ ପିତାଙ୍କ ପାଖରେ ଛାଡି ଦେଇ ଯାଉଥିଲେ ଏବଂ ମୋର ପିତା ତାଙ୍କ ପଇସାକୁ ଦାୟିତ୍ୱର ସହ ରଖୁଥିଲେ । ଏବଂ ୪-୬ ଦିନ ପରେ ଯେତେବେଳେ ସେ ମୋ ଗାଁ ଛାଡି ଯାଉଥିଲେ ସେତେବେଳେ ମୋ ପିତାଙ୍କଠାରୁ ସେ ସବୁ ପଇସା ଧରି ଟ୍ରେନରେ ବାହାରି ପଡୁଥିଲେ । ଆମେ ପିଲାବେଳେ ଦୁଇଟି ସହରରୁ ଉତର ପ୍ରଦେଶ ସହିତ ବେଶ ପରିଚିତ ଥିଲୁ । ଗୋଟିଏ ସୀତାପୁର ଏବଂ ଅନ୍ୟଟି ଅଲିଗଡ । ଆମ ଗାଁରେ ଯଦି କାହାର ଆଖି ରୋଗର ଚିକିତ୍ସା କରାଇବାର ଥାଏ ତ ସମସ୍ତେ କହୁଥିଲେ ସୀତାପୁର ଯାଆ । ଆମେ ବେଶି କିଛି ବୁଝୁ ନଥିଲୁ, କିନ୍ତୁ ସୀତାପୁର ସମସ୍ତଙ୍କଠାରୁ ଶୁଣୁଥିଲୁ ଏବଂ ଦ୍ୱିତୀୟଟି ଏହି ମହାଶୟଙ୍କ ଯୋଗୁଁ ଅଲିଗଡ ବାରମ୍ବାର ଶୁଣୁଥିଲୁ ।

କିନ୍ତୁ ବନ୍ଧୁଗଣ,

ଆଜି ଅଲିଗଡର ରକ୍ଷା ଉପକରଣ ମଧ୍ୟ... କାଲି ପର୍ଯ୍ୟନ୍ତ ଯେଉଁ ଅଲିଗଡ ତାଲା ଦ୍ୱାରା ଘରର, ଦୋକାନର ସୁରକ୍ଷା କରୁଥିଲା, ଏକବିଂଶ ଶତାଦ୍ଦୀର ମୋର ଏହି ଅଲିଗଡ ଭାରତର ସୀମାକୁ ସୁରକ୍ଷା ଯୋଗାଇବାର କାର୍ଯ୍ୟ କରିବ । ଏଠାରେ ଏଭଳି ଆୟୁଧ ପ୍ରସ୍ତୁତ ହେବ । ଏକ ଜିଲ୍ଲା ଏକ ଉତ୍ପାଦ ଯୋଜନା ଅଧିନରେ ଉତର ପ୍ରଦେଶ ସରକାର ଅଲିଗଡର ତାଲା ଓ ହାର୍ଡଓୟାରକୁ ଏକ ନୂଆ ପରିଚୟ ଦେବାର କାର୍ଯ୍ୟ କରିଛନ୍ତି । ଏହାଦ୍ୱାରା ଯୁବବର୍ଗ ପାଇଁ, ଏମଏସଏମଇ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଚାଲିଛି । ଏବେ ପ୍ରତିରକ୍ଷା ଶିଳ୍ପ ମାଧ୍ୟମରେ ମଧ୍ୟ ଏଠାକାର ଉଦ୍ୟୋଗୀମାନଙ୍କୁ, ଏମଏସଏମଇକୁ ବିଶେଷ ଲାଭ ମିଳିବ ଏବଂ ନୂଆ ନୂଆ ଏମଏସଏମଇ ପାଇଁ ପ୍ରୋତ୍ସାହନ ମଧ୍ୟ ମିଳିପାରିବ । ଯେଉଁ କ୍ଷୁଦ୍ର ଉଦ୍ୟମୀ ଅଛନ୍ତି, ସେମାନଙ୍କ ପାଇଁ ମଧ୍ୟ ପ୍ରତିରକ୍ଷା କରିଡରର ଅଲିଗଡ ନୋଡ୍‌, ନୂଆ ସୁଯୋଗ ସୃଷ୍ଟି କରିବ ।

ଭାଇ ଓ ଭଉଣୀମାନେ,

ପ୍ରତିରକ୍ଷା କରିଡରର ଲକ୍ଷେ୍ମø ନୋଡରେ ବିଶ୍ୱର ସର୍ବୋତ୍କୃଷ୍ଟ କ୍ଷେପଣାସ୍ତ୍ର ମଧ୍ୟରୁ ଅନ୍ୟତମ, ବ୍ରହ୍ମୋସର ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ରହିଛି । ଏଥିପାଇଁ ଆଗାମୀ କିଛି ବର୍ଷ ମଧ୍ୟରେ ୯ ହଜାର କୋଟି ଟଙ୍କା ନିବେଶ କରାଯିବ । ଝାନସି ନୋଡରେ ମଧ୍ୟ ଆଉ ଏକ କ୍ଷେପଣ୍‌ାସ୍ତ୍ର ନିର୍ମାଣ ସହ ଜଡିତ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ ୟୁନିଟ ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି । ୟୁପି ପ୍ରତିରକ୍ଷା କରିଡର, ଏହିଭଳି ବୃହତ ନିବେଶ ଏବଂ ରୋଜଗାରର ବହୁତ ବଡ ସୁଯୋଗ ନେଇ ଆସୁଛି ।

ବନ୍ଧୁଗଣ,

ଆଜି ଉତର ପ୍ରଦେଶ ଦେଶ ଓ ଦୁନିଆର ପ୍ରତ୍ୟେକ ଛୋଟ ବଡ ନିବଶେକଙ୍କ ପାଇଁ ଖୁବ୍ ଆକର୍ଷକ ସ୍ଥାନରେ ପରିଣତ ହେବାକୁ ଯାଉଛି । ଏହା ସେତେବେଳେ ସମ୍ଭବ ହୋଇଥାଏ, ଯେତେବେଳେ ନିବଶେ ପାଇଁ ଆବଶ୍ୟକ ବାତାବରଣ ସୃଷ୍ଟି ହୋଇଥାଏ, ଜରୁରୀ ସୁବିଧା ଉପଲବଧ ହୋଇଥାଏ । ଆଜି ଉତର ପ୍ରଦେଶ, ଡବଲ ଇଞ୍ଜିନ ସରକାରର ଡବଲ ଲାଭର ବହୁତ ବଡ ଉଦାହରଣ ଅଟେ । ଯୋଗିଜୀ ଏବଂ ତାଙ୍କର ପୁରା ଟିମ୍ ସବ୍‌କା ସାଥ, ସବକା ବିକାଶ, ସବକା ବିଶ୍ୱାସର ମନ୍ତ୍ରରେ ପରିଚାଳିତ ହୋଇ ଉତର ପ୍ରଦେଶକୁ ନୂଆ ଭୂମିକା ଦେବା ନିମନ୍ତେ ପ୍ରସ୍ତୁତ କରିଛି । ଏବେ ସମସ୍ତଙ୍କ ପ୍ରୟାସ ଦ୍ୱାରା ଏହାକୁ ଆହୁରି ଆଗକୁ ବଢାଇବାର ଅଛି । ସମାଜରେ ବିକାଶର ସୁଯୋଗରୁ ଯେଉଁମାନଙ୍କୁ ଦୁରେଇ ଦିଆଗଲା, ଏହିଭଳି ପ୍ରତ୍ୟେକ ସମାଜକୁ ଶିକ୍ଷା ଓ ସରକାରୀ ଚାକିରୀର ସୁଯୋଗ ଦିଆଯାଉଛି । ଆଜି ଉତର ପ୍ରଦେଶର ଚର୍ଚ୍ଚା ବୃହତ ଭିତିଭୂମୀ ପ୍ରକଳ୍ପ ଏବଂ ବଡ ବଡ ନିଷ୍ପତି ପାଇଁ ହେଉଛି । ପଶ୍ଚିମ ଉତର ପ୍ରଦେଶ ତ ଏହାର ଏକ ବହୁତ ବଡ ହିତାଧିକାରୀ ଅଟେ ।

ଗ୍ରେଟର ନୋଏଡାରେ ସମନ୍ୱିତ ଶିଳ୍ପ ସହରର ନିର୍ମାଣ, ମଲ୍ଡି ମଡେଲ ଲଜିଷ୍ଟିକ୍ ହବ୍‌, ଜେବର ଇଂଟରନାସନାଲ ଏୟାରପୋର୍ଟ, ଦିଲ୍ଲୀ-ମିରଟ୍ ରିଜନାଲ ରାପିଡ ଟ୍ରାଞ୍ଜିଟ୍ ସିଷ୍ଟମ, ମେଟ୍ରୋ କନେକ୍ଟିଭିଟି, ଆଧୁନିକ ହାଇୱେ ଏବଂ ଏକ୍ସପ୍ରେସ ୱେ, ଏହିଭଳି ଅନେକ କାର୍ଯ୍ୟ ଆଜି ପଶ୍ଚିମ ଉତର ପ୍ରଦେଶରେ ହେଉଛି । ଉତର ପ୍ରଦେଶରେ ଚାଲିଥିବା ହଜାର ହଜାର  କୋଟି ଟଙ୍କାର ଏହି ପ୍ରକଳ୍ପସବୁ, ଆଗାମୀ ବର୍ଷମାନଙ୍କରେ ଭାରତର ପ୍ରଗତୀର ବୃହତ ଆଧାର ପାଲଟିବେ ।

ଭାଇ ଓ ଭଉଣୀମାନେ,

ମୁଁ ଆଜି ଏହା ଦେଖି ଅତ୍ୟନ୍ତ ଆନନ୍ଦିତ ଯେ, ଯେଉଁ ଉତର ପ୍ରଦେଶକୁ ଦେଶର ବିକାଶରେ ଏକ ପ୍ରତିବନ୍ଧକ ରୂପରେ ଦେଖାଯାଉଥିଲା, ସେହି ଉତର ପ୍ରଦେଶ ଆଜି ଦେଶର ବଡ ବଡ ଅଭିଯାନର ନେତୃତ୍ୱ କରୁଛି । ଶୌଚାଳୟ ନିର୍ମାଣର ଅଭିଯାନ ହେଉ, ଗରିବଙ୍କୁ ନିଜର ପକ୍କା ଘର ଦେବା ହେଉ, ଉଜ୍ଜ୍ୱଳା ଯୋଜନା ଅଧିନରେ ଗ୍ୟାସ ସଂଯୋଗ ହେଉ, ବିଦ୍ୟୁତ୍ ସଂଯୋଗ ହେଉ, ପିଏମ୍ କିଷାନ ସମ୍ମାନନିଧି ହେଉ, ପ୍ରତ୍ୟେକ ଯୋଜନା, ପ୍ରତ୍ୟେକ ମିଶନରେ ଯୋଗିଜୀଙ୍କ ଉତର ପ୍ରଦେଶ ଦେଶର ଲକ୍ଷ୍ୟସବୁକୁ ହାସଲ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଛି । ନହେଲେ ମୋର ତ ମନେ ଅଛି, ସେଦିନ ମୁଁ ଭୁଲିପାରିବି ନାହିଁ, ଯେତେବେଳେ ୨୦୧୭ ପୂର୍ବରୁ, ଗରିବଙ୍କର ପ୍ରତ୍ୟେକ ଯୋଜନାରେ ଏଠି ପ୍ରତିବନ୍ଧକ ସୃଷ୍ଟି କରାଯାଉଥିଲା । ପ୍ରତିଟି ଯୋଜନା କାର୍ଯ୍ୟକାରୀ କରାଇବା ପାଇଁ ବାରମ୍ବାର କେନ୍ଦ୍ର ପକ୍ଷରୁ ପତ୍ର ଲେଖାଯାଉଥିଲା, କିନ୍ତୁ ଏଠାରେ ସେହି ଗତିରେ କାର୍ଯ୍ୟ ହେଉନଥିଲା.... ମୁଁ ୨୦୧୭ ମସିହା ପୂର୍ବ କଥା କହୁଛି... ଯେଉଁଭଳି ହେବାର କଥା, ସେହିଭଳି ହେଉନଥିଲା ।

ବନ୍ଧୁଗଣ,

ଉତର ପ୍ରଦେଶର ଲୋକମାନେ ଭୁଲିପାରିବେ ନାହିଁ ଯେ ପୂର୍ବରୁ ଏଠାରେ କିଭଳି ଭାବରେ ଦୁର୍ନୀତି ହେଉଥିଲା, କିଭଳି ସରକାରୀ କାର୍ଯ୍ୟକୁ ଦୁର୍ନୀତିଖୋରଙ୍କ ହାତରେ ସମର୍ପି ଦିଆଯାଇଥିଲା । ଆଜି ଯୋଗିଜୀଙ୍କ ସରକାର ସମ୍ପୁର୍ଣ୍ଣ ସାଧୁତାର ସହ ଉତର ପ୍ରଦେଶର ବିକାଶରେ ଲାଗି ପଡିଛନ୍ତି । ଗୋଟିଏ ସମୟ ଥିଲା ଯେତେବେଳେ ଏଠାରେ ଶାସନ-ପ୍ରଶାସନ, ଗୁଣ୍ଡା ଏବଂ ମାଫିଆମାନଙ୍କ ମନ ମୁତାବକ ଚାଲୁଥିଲା । କିନ୍ତୁ ଏବେ ବଟି ଆଦାୟ କରିବାବାଲା, ମାଫିଆ ରାଜ୍ ଚଳାଇବାବାଲା, ଜେଲଭିତରେ ଅଛନ୍ତି ।

ମୃଁୁ ପଶ୍ଚିମ ଉତର ପ୍ରଦେଶର ଲୋକମାନଙ୍କୁ ବିଶେଷ ଭାବେ ମନେ ପକାଇ ଦେବାକୁ ଚାହୁଁଛି । ଏହି ଅଂଚଳରେ ୪-୫ ବର୍ଷ ପୂର୍ବେ ପରିବାର ସବୁ ନିଜ ଘର ଭିତରେ ଭୟରେ ବଂଚୁଥିଲେ । ଝିଅ-ବୋହୁ ମାନଙ୍କୁ ଘରୁ ବାହାରିବାକୁ , ସ୍କୁଲ କଲେଜ ଯିବାକୁ ଡର ଲାଗୁଥିଲା । ଯେପର୍ଯ୍ୟନ୍ତ ଝିଅମାନେ ଘରକୁ ଫେରି ନଆସୁଥିଲେ, ମାତାପିତାଙ୍କ ମନରୁ ଚିନ୍ତା ଦୂର ହେଉନଥିଲା । ଯେଉଁଭଳି ପରିବେଶ ଥିଲା, ସେଥିରେ କେତେ ଯେ ଲୋକଙ୍କୁ ନିଜର ପୁରୁଷ ପୁରୁଷର ଘର ଛାଡିବାକୁ ପଡିଲା, ପଳାୟନ କରିବାକୁ ପଡିଲା । ଆଜି ଉତରପ୍ରଦେଶରେ କୌଣସି ଅପରାଧୀ ଏଭଳି କରିବା ପୂର୍ବରୁ ଶହେ ଥର ଭାବୁଛି । ମୋଦିଜୀଙ୍କ ସରକାରରେ ଗରିବଙ୍କ କଥା ଶୁଣାଯାଉଛି, ଗରିବଙ୍କୁ ସମ୍ମାନ ମଧ୍ୟ ମିଳୁଛି । ମୋଦିଜୀଙ୍କ ନେତୃତ୍ୱରେ ଉତର ପ୍ରଦେଶର ପରିବର୍ତନଶୀଳ କାର୍ଯ୍ୟଶୈଳୀର ଏକ ବହୁତ ବଡ ପ୍ରମାଣ ହେଉଛି – ସମସ୍ତଙ୍କୁ ଟିକା - ମାଗଣା ଟିକା ଅଭିଯାନ । ଉତର ପ୍ରଦେଶ ଏକର୍ଯ୍ୟନ୍ତ ୮ କୋଟିରୁ ଅଧିକ ଡୋଜ୍ ଟିକା ଲଗାଇ ସାରିଛି । ଦେଶରେ ଗୋଟିଏ ଦିନରେ ସର୍ବାଧିକ ଟିକାକରଣର ରେକର୍ଡ ମଧ୍ୟ ଉତର ପ୍ରଦେଶ ନାମରେ ରହିଛି । କରୋନାର ଏହି ସଙ୍କଟ କାଳରେ ଗରିବଙ୍କ ଚିନ୍ତା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଅଟେ । କୌଣସି ଗରିବ ଭୋକିଲା ନରହୁ, ଏଥିପାଇଁ ମାସ ମାସ ଧରି ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି । ଗରିବମାନଙ୍କୁ କ୍ଷୁଧାରୁ ରକ୍ଷା କରିବା ନିମନ୍ତେ ଯେଉଁକାର୍ଯ୍ୟ ବିଶ୍ୱର ବଡ ବଡ ଦେଶ କରିପାରିନାହନ୍ତି, ଆଜି ଭାରତ ତାହା କରୁଛି, ଏହା ଆମ ଉତରପ୍ରଦେଶ ମଧ୍ୟ କରୁଛି ।

ବନ୍ଧୁଗଣ,

ସ୍ୱାଧୀନତାର ଏହି ଅମୃତ କାଳରେ ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ମଧ୍ୟ ଦୃତଗତିରେ ପରିବର୍ତନ ଘଟୁଛି । ପରିବର୍ତନ ସହିତ କିଭଳି ତାଳମେଳ କରିବାକୁ ପଡିବ ଏହାର ରାସ୍ତା ସ୍ୱୟଂ ଚୌଧୁରୀ ଚରଣ ସୀଂହ ଜୀ ଅନେକ ଦଶନ୍ଧି ପୂର୍ବରୁ  ଦେଶକୁ ;ଦେଖ।।ଇଛନ୍ତି । ;ଯେଉଁ ରାସ୍ତା ଚୌଧୁରୀ ସାହବ ଦେଖାଇଛନ୍ତି , ତାହାଦ୍ୱାରା ଦେଶର କ୍ଷେତ ମଜଦୁର ଏବଂ କ୍ଷୁଦ୍ର ଚାଷୀମାନଙ୍କୁ କେତେ ଯେ ଲାଭ ମିଳିଛି, ତାହା ଆମେ ସମସ୍ତେ ଜାଣିଛୁ । ଆଜିର ଅନେକ ପିଢୀ ସେହି ସଂସ୍କାରଗୁଡିକ ଯୋଗୁଁ ଏକ ଗରିମାମୟ ଜୀବନ ବଂଚିପାରୁଛି । ଦେଶର ଯେଉଁ କ୍ଷୁଦ୍ରଚାଷୀମାନଙ୍କ ଚିନ୍ତା ଚୌଧୁରୀ ସାହବଙ୍କର ଥିଲା, ସେମାନଙ୍କ ସହିତ ତାଙ୍କ ସରକାର ଏକ ବନ୍ଧୁ ଭଳି ଛିଡା ହୋଇ ରହୁ ଏହା ବହୁତ ଜରୁରୀ ଅଟେ ।ଏହି ଛୋଟ ଚାଷୀମାନଙ୍କ ପାଖରେ ଦୁଇ ଏକରରୁ ମଧ୍ୟ କମ୍ ଜମି ରହିଛି । ଏବଂ ଆମ ଦେଶରେ କ୍ଷୁଦ୍ର ଚାଷୀମାନଙ୍କର ସଂ୍‌ଖ୍ୟ ୮୦ ପ୍ରତିଶତରୁ ମଧ୍ୟ ଅଧିକ ଅଟେ । ଅର୍ଥାତ୍ ଦେଶର ୧୦ଜଣ କୃଷକଙ୍କ ପାଖରେ ଯେଉଁ ଜମି ରହିଛି ସେମାନଙ୍କ ମଧ୍ୟରେ ୮ଜଣ ଏଭଳି କୃଷକ ଅଛନ୍ତି, ଯେଉଁମାନଙ୍କ ପାଖରେ ଗୋଟିଏ ଛୋଟିଆ ଜମି ରହିଛି । ଏଥିପାଇଁ କେନ୍ଦ୍ର ସରକାରଙ୍କର ଏହା ନିରନ୍ତର ପ୍ରୟାସ ଯେ କିଭଳି କ୍ଷୁଦ୍ର ଚାଷୀମାନଙ୍କୁ ମଜବୁତ୍ କରାଯିବ । ଦେଢଗୁଣା ଏମଏସପି ହେଉ, କିଷାନ କ୍ରେଡିଟ କାର୍ଡର ବିସ୍ତାର ହେଉ, ବୀମା ଯୋଜନାରେ ସଂସ୍କାର ହେଉ, ୩ ହଜାର ଟଙ୍କାର ପେନସନ ବ୍ୟବସ୍ଥା ହେଉ, ଏଭଳି ଅନେକ ନିଷ୍ପତି ଛୋଟ ଛୋଟ କୃଷକମାନଙ୍‌କୁ ସଶକ୍ତ କରିଚାଲିଛି ।

କରୋନାର ଏହି ସମୟରେ, ସମଗ୍ର ଦେଶର କ୍ଷୁଦ୍ର ଚାଷୀମାନଙ୍କ ଖାତାରେ ସରକାର ଏକଲକ୍ଷ କୋଟିରୁ ଅଧିକ ଟଙ୍କା ସିଧାସଳଖ ହସ୍ତାନ୍ତର କରିଛନ୍ତି । ଏଥିରେ ୨୫ ହଜାର କୋଟି ଟଙ୍କାରୁ ଅଧିକ କେବଳ ଉତର ପଦେଶର କୃଷକମାନଙ୍କୁ ମିଳିଛି । ମୁଁ ଏକଥାକୁ ନେଇ ଖୁସି ଯେ, ଉତର ପ୍ରଦେଶରେ ଗତ ୪ ବର୍ଷ ମଧ୍ୟରେ ଏମଏସପି ଉପରେ କ୍ରୟର ନୂଆ ରେକର୍ଡ ସ୍ଥାପିତ ହୋଇଛି । ଆଖୁର ‘କ୍ଷତିପୂଣକୁ ନେଇ ମଧ୍ୟ ଯେଉଁ ଅସୁବିଧା ରହୁଥିଲା, ତାହାକୁ କ୍ରମାଗତ ଭାବେ ହ୍ରାସ କରାଯାଉଛି । ଗତ ୪ ବର୍ଷରେ ଉତର ପ୍ରଦେଶର ଆଖୁଚାଷୀମାନଙ୍କୁ ୧ ଲକ୍ଷ ୪୦ ହଜାର େକୋଟି ଟଙ୍କାରୁ ଅଧିକ କ୍ଷତିପୂରଣ ପ୍ରଦାନ କରାଯାଇଛି । ଆଗାମୀ ବର୍ଷ ତ ଉତରପ୍ରଦେଶର ଆଖୁଚାଷୀମାନଙ୍କ ପାଇଁ ନୂଆ ସମ୍ଭାବନାର ଦନବାରା କୋଲିବାକୁ ଯାଉଛି । ଆଖୁରୁ ଯେଉଁ ଇଥାନଲ ପ୍ରସ୍ତୁତ ହେଉଛି, ଜୈବ ଇନ୍ଧନ ପ୍ରସ୍ତୁତ ହେଉଛି, ତା’ର ଉପଯୋଗ ଇନ୍ଧନରେ ବୃଦ୍ଧି କରାଯାଉଛି । ଏହାର ବଡ ଲାଭ ପଶ୍ଚିମ ଉତର ପ୍ରଦେଶର ଆଖୁ ଚାଷୀଙ୍କୁ ମଧ୍ୟ ମିଳିବାର ଅଛି ।

ବନ୍ଧୁଗଣ,

ଅଲିଗଡ ସମେତ ସମଗ୍ର ପଶ୍ଚିମ ଉତର ପ୍ରଦେଶ ଆଗକୁ ବଢୁ, ଏଥିପାଇଁ ଯୋଗିଜୀଙ୍କ ସରକାର ଏବଂ କେନ୍ଦ୍ର ସରକାର କାନ୍ଧରେ କାନ୍ଧ ମିଳାଇ ଦିନରାତି ପ୍ରୟାସ କରୁଛନ୍ତି । ଆମକୁ ଏକଜୁଟ ହୋଇ ଏହି ଅଂଚଳକୁ ଆହୁରି ସମୃଦ୍ଧ କରିବାକୁ ହେବ, ଏଠିକାର ପୁଅଝିଅମାନଙ୍କ ସାମର୍ଥ୍ୟକୁ ଆହୁରି ବଢାଇବାକୁ ହେବ । ଏବଂ ବିକାଶ ବିରୋଧୀ ପ୍ରତିଟି ଶକ୍ତିରୁ ଉତର ପ୍ରଦେଶକୁ ସୁରକ୍ଷିତ ରଖିବାକୁ ପଡିବ । ରାଜା ମହେନ୍ଦ୍ର ପ୍ରତାପ ସିଂହ ଜୀଙ୍କ ଭଳି ରାଷ୍ଟ୍ରନାୟକମାନଙ୍କ ପ୍ରେରଣା ଦ୍ୱ୍ୱାରା ଆମେ ସମସ୍ତେ ନିଜ ନିଜର ଲକ୍ଷ୍ୟରେ ସଫଳ ହେଉ । ଏହି କାମନାର ସହିତ, ଆପଣମାନେ ଏତେ ବଡ ସଂଖ୍ୟାରେ ଆଶିର୍ବାଦ ଦେବାକୁ ଆସିଲେ, ମତେ ଆପଣ ସମସ୍ତଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିଲା, ଏଥିପାଇଁ ଆପଣଙ୍କୁ ଧନ୍ୟବାଦ ମଧ୍ୟ କରୁଛି, ବହୁତ ବହୁତ ଶୁଭକାମନା ମଧ୍ୟ ଜଣାଉଛି ।

ଦୁଇ ହାତ ଉପରକୁ ଉଠାଇ ମୋ ସହିତ କହିବାକୁ ହେବ –

ମୁଁ କହିବି ରାଜା ମହେନ୍ଦ୍ର ପ୍ରତାପ ସିଂହ, ଆପଣମାନେ ଦୁଇ ହାତ ଉପରକୁ ଉଠାଇ କହିବେ - ଅମର ରହେ, ଅମର ରହେ ।

ରାଜା ମହେନ୍ଦ୍ର ପ୍ରତାପ ସିଂ ଅମର ରହେ, ଅମର ରହେ ।

ରାଜା ମହେନ୍ଦ୍ର ପ୍ରତାପ ସିଂ ଅମର ରହେ, ଅମର ରହେ ।

ରାଜା ମହେନ୍ଦ୍ର ପ୍ରତାପ ସିଂ ଅମର ରହେ, ଅମର ରହେ ।

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-UK social security pact to benefit 90-95% of Indian professionals working in Britain

Media Coverage

India-UK social security pact to benefit 90-95% of Indian professionals working in Britain
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights growing global engagement and investment in India
June 19, 2026

The Prime Minister, Shri Narendra Modi today highlighted India’s readiness to contribute towards a better planet and noted that the world is engaging with and investing in India with hope and enthusiasm.

The Prime Minister stated that thanks to the 140 crore people of India, the world looks at India with hope and enthusiasm. He added that this is also why the world is engaging with India and investing in India.

The Prime Minister highlighted these observations under #12YearsOfIndiaFirst.

The Prime Minister wrote on X;

“India is always ready to do whatever is possible to contribute towards a better planet. At the same time, thanks to the 140 crore people of India, the world looks at India with hope and enthusiasm. That is also why the world is engaging with India and investing in India.

#12YearsOfIndiaFirst”