Smooth rollout and implementation of GST is a prime example of cooperative and competitive federalism: PM Modi at Niti Aayog meet
Indian Economy has grown at a healthy rate of 7.7% in Q4 of 2017-18; the challenge now is to take this growth rate to double digits: PM
The vision of a New India by 2022, is now a resolve of the people of our country: PM Modi
1.5 lakh Health and Wellness Centres being constructed under Ayushman Bharat, about 10 crore families to get health assurance worth Rs. 5 lakhs every year
Schemes such as Mudra Yojana, Jan Dhan Yojana and Stand Up India, are helping in greater financial inclusion: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରଠାରେ ଆୟୋଜିତ ନୀତି ଆୟୋଗ ଗଭର୍ଣ୍ଣିଂ ପରିଷଦର ଚତୁର୍ଥ ବୈଠକରେ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ପ୍ରାରମ୍ଭିକ ଭାଷଣରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଗଭର୍ଣ୍ଣି ପରିଷଦ ହେଉଛି ଏଭଳି ଏକ ପ୍ଲାଟଫର୍ମ ଯାହା “ଐତିହାସିକ ପରିବର୍ତ୍ତନ” ଘଟାଇପାରିବ । ଏହା ଉପରେ ଗୁରୁତ୍ୱ ଆରୋପ କରି ସେ ବନ୍ୟା ପ୍ରପୀଡ଼ିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ଯେ ସେଭଳି ପରିସ୍ଥିତିରେ କେନ୍ଦ୍ର ସରକାର ସକଳ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ରହିଛନ୍ତି । ଦେଶର ଯେକୌଣସି କ୍ଷେତ୍ରର ବନ୍ୟା ପରିସ୍ଥିତିର ମୁକାବିଲା ସକାଶେ ସରକାର ସଦାବେଳେ ପ୍ରସ୍ତୁତ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଗଭର୍ଣ୍ଣିଂ ପରିଷଦ ଶାସନ ସଂପର୍କୀତ ସମସ୍ତ ଜଟିଳ ପ୍ରସଙ୍ଗ ଉପରେ ପଦକ୍ଷେପ ଗ୍ରହଣ କରିଛନ୍ତି । “ଟିମ୍ ଇଣ୍ଡିଆ” ମନୋଭାବ ନେଇ ଆମେ କାର୍ଯ୍ୟ କରୁଛୁ । ଏହା ଦ୍ୱାରା ସହଭାଗୀ, ସହଯୋଗୀ ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ସଂଘୀୟ ବ୍ୟବସ୍ଥାକୁ ବାସ୍ତବରେ ରୂପାୟନ କରାଯାଇପାରିବ । ବସ୍ତୁ ଓ ସେବାକର ପ୍ରବର୍ତନ ଏହାର ପ୍ରକୃଷ୍ଟ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନୀତି ନିର୍ଦ୍ଧାରଣରେ ସ୍ୱଚ୍ଛ ଭାରତ ଅଭିଯାନ, ଡ଼ିଜିଟାଲ କାରବାର ଓ କୌଶଳ ବିକାଶ ଆଦି ପ୍ରସଙ୍ଗରେ ଗଠିତ ଉପ-ଗୋଷ୍ଠୀ ଏବଂ କମିଟି ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛନ୍ତି । ଏଭଳି ଉପ-ଗୋଷ୍ଠୀଙ୍କ ପରାମର୍ଶକୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ।

ଭାରତୀୟ ଅର୍ଥବ୍ୟବସ୍ଥା2017-18 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ଅବଧିରେ 7.7 ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ବିକାଶ ହାରକୁ କିଭଳି ଦୁଇ ଅଙ୍କରେ ପହଂଚାଯାଇ ପାରିବ ତାହା ହେଉଛି ସରକାରଙ୍କ ନିକଟରେ ସବୁଠାରୁ ବଡ଼ ଚାଲେଞ୍ଜ । ଏଥି ସକାଶେ ସରକାର ଅନେକ ଗୁଡ଼ିଏ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି । 2022 ମସିହା ସୁଦ୍ଧା ନୂତନ ଭାରତ ଗଠନର ପରିକଳ୍ପନା କେବଳ ଏକ ଲକ୍ଷ୍ୟ ନୁହେଁ ଦେଶ ପାଇଁ ଏହା ଏକ ମସ୍ତବଡ଼ ଚାଲେଞ୍ଜ । ଏହି ଲକ୍ଷ୍ୟକୁ ସାକାର କରିବା ସକାଶେ ଆଜିର କାର୍ଯ୍ୟସୂଚୀରେ ଥିବା ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ । ସେଥି ମଧ୍ୟରେ ଦେଶର କୃଷକମାନଙ୍କ ଉପାର୍ଜନ ଦ୍ୱିଗୁଣିତ କରିବା, ଅଭିଳାଷୀ ଜିଲ୍ଲାମାନଙ୍କ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଆୟୁଷ୍ମାନ ଭାରତ, ମିଶନ ଇନ୍ଦ୍ରଧନୁଷ୍, ଜାତୀୟ ପୌଷ୍ଟିକ ଅଭିଯାନ ଏବଂ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନକୁ ସାକାର କରିବା ସାମିଲ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଜରିଆରେ ଦେଶରେ ଏବେ 1.5 ଲକ୍ଷ ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର ଖୋଲାଯାଉଛି । ଦେଶର 10 କୋଟି ପରିବାରଙ୍କୁ ବର୍ଷକୁ 5 ଲକ୍ଷ ଲେଖାଏଁ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ସୁନିଶ୍ଚିତ କରାଯାଉଛି । ସେହିଭଳି ସମଗ୍ର ଶିକ୍ଷା ଅଭିଯାନ ମାଧ୍ୟମରେ ଶିକ୍ଷା ବିକାଶ ସକାଶେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ମୁଦ୍ରା ଯୋଜନା, ଜନ ଧନ ଯୋଜନା ଏବଂ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଭଳି ଯୋଜନା ଦେଶର ଜନସାଧାରଣଙ୍କୁ ଆର୍ଥିକ ସମାଯୋଜନ କାର୍ଯ୍ୟକ୍ରମରେ ସାମିଲ କରିପାରୁଛି । ତେଣୁ ଆର୍ଥିକ କ୍ଷେତ୍ରରେ ଥିବା ଅସମାନତାକୁ ଦୂର କରିବା ଦିଗରେ ସରକାର କାର୍ଯ୍ୟ ଜାରି ରଖିଛନ୍ତି । ମାନବୀୟ ବିକାଶର ସକଳ ସୂଚକାଂକ , ସାଧନ ତଥା ଆବଶ୍ୟକତାକୁ ପୂରଣ କରିବା ସହ ଦେଶର 115ଟି ଅଭିଳାଷୀ ଜିଲ୍ଲାର ବିକାଶ ଦିଗରେ ସରକାର ବିଶେଷ ଧ୍ୟାନ ଦେଉଛନ୍ତି ।

ଶ୍ରୀ ମୋଦୀ କହିଲେ ଯେ ଗ୍ରାମ ସ୍ୱରାଜ ଅଭିଯାନ ଏକ ନୂତନ ମଡ଼େଲ ଭାବେ ମୁଣ୍ଡ ଟେକିଛି ଏବଂ ଏହି ଯୋଜନାକୁ ଏବେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପ୍ରବର୍ତନ କରାଯାଉଛି । ଅଭିଳାଷୀ ଜିଲ୍ଲାର 45,000 ବ୍ଲକକୁ ଏହିସବୁ କାର୍ଯ୍ୟକ୍ରମ ସଂପ୍ରସାରିତ କରାଯାଇଛି । ଏହାକୁ ସାତଟି ଗୁରୁତ୍ୱପୂର୍ଣ୍ଣ କଲ୍ୟାଣ ଯୋଜନା – ଉଜ୍ଜ୍ୱଳା, ସୌଭାଗ୍ୟ, ଉଜାଲା, ଜନ ଧନ, ଜୀବନ ଜ୍ୟୋତି ଯୋଜନା, ସୁରକ୍ଷା ବୀମା ଯୋଜନା ଏବଂ ମିଶନ୍ ଇନ୍ଦ୍ରଧନୁଷ ମାଧ୍ୟମରେ ସର୍ବତ୍ର ପ୍ରବର୍ତ୍ତନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ । ଦେଶର 17,000 ଗ୍ରାମରେ ଏହି ଟାର୍ଗେଟ ପୂରଣ କରାଯାଇସାରିଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତରେ ସାମର୍ଥ୍ୟ, ଦକ୍ଷତା ଓ ସଂପଦର କୌଣସି ଅଭାବ ନାହିଁ । ଚଳିତ ଆର୍ଥିକ ବର୍ଷରେ ରାଜ୍ୟମାନେ କେନ୍ଦ୍ର ଠାରୁ 11 ଲକ୍ଷ କୋଟିରୁ ଅଧିକ ଅର୍ଥ ପାଇବାକୁ ଯାଉଛନ୍ତି ଯାହାକି ପୂର୍ବ ସରକାରଙ୍କ ଶେଷ ବର୍ଷର ପରିମାଣ ଠାରୁ ପ୍ରାୟ ୬ ଲକ୍ଷ କୋଟି ଟଙ୍କା ଅଧିକ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆଜିର ବୈଠକ ଭାରତର ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛି । ତେଣୁ ସେମାନଙ୍କ ଏହି ପ୍ରତ୍ୟାଶା ପୂରଣ କରିବା ଆମେ ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ସଦସ୍ୟଙ୍କ ଦାୟିତ୍ୱ ବୋଲି ଶ୍ରୀ ମୋଦୀ କହିଥିଲେ ।

ପୂର୍ବରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ ଏବଂ ଅନ୍ୟ ପ୍ରତିନିଧିମାନଙ୍କୁ ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ରାଜୀବ କୁମାର ସ୍ୱାଗତ କରିଥିଲେ । ଏହି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ସଂଯୋଜନାକାରୀର ଭୂମିକା ନିର୍ବାହ କରିଥିଲେ ।

Click here for Closing Remarks

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Madras incubates 112 startups, files 431 patents in FY26 milestone year

Media Coverage

IIT Madras incubates 112 startups, files 431 patents in FY26 milestone year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 28, 2026
April 28, 2026

From Orchids to Expressways: PM Modi’s Blueprint for a Self-Reliant, Connected & Proud India