• ୟୁଏଇ ସରକାରଙ୍କ ଶ୍ରେଷ୍ଠ ନାଗରିକ ସମ୍ମାନ ଅର୍ଡର ଅଫ ଜାୟେଦ’ ଗ୍ରହଣ କରିବା ମୋ ପାଇଁ ଏକ ସମ୍ମାନର ବିଷୟ : ପ୍ରଧାନମନ୍ତ୍ରୀ 

ମୋର ଫ୍ରାନ୍ସ ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ରଣନୈତିକ ଭାଗିଦାରିତାକୁ ପ୍ରତିଫଳିତ କରୁଛି । 2019 ଅଗଷ୍ଟ 22-23 ମଧ୍ୟରେ ମୁଁ ଫ୍ରାନ୍ସରେ କେତେକ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବି । ଏଥିରେ ସାମିଲ ରହିଛି ରାଷ୍ଟ୍ରପତି ମାକ୍ରନଙ୍କ ସହ ମତ ବିନିମୟ କାର୍ଯ୍ୟକ୍ରମ ଏବଂ ପ୍ରଧାନମନ୍ତ୍ରୀ ଫିଲିପଙ୍କ ସହ ଏକ ବୈଠକ ।  ମୁଁ ମଧ୍ୟ ଭାରତୀୟ ସମ୍ପ୍ରଦାୟଙ୍କ ସହ ଭାବ ବିନିମୟ କରିବି ଏବଂ 1950 ଓ 1960ରେ ଫ୍ରାନ୍ସରେ ଦୁଇଟି ଏୟାର ଇଣ୍ଡିଆ ଦୁର୍ଘଟଣା ଯୋଗୁ ପ୍ରାଣ ହରାଇଥିବା ଭାରତୀୟଙ୍କ ସ୍ମୃତିରେ ଏକ ସ୍ମାରକୀ ଉତ୍ସର୍ଗ କରିବି । ପରେ ଅଗଷ୍ଟ 25-26 ମଧ୍ୟରେ ରାଷ୍ଟ୍ରପତି ମାକ୍ରନଙ୍କ ନିମନ୍ତ୍ରଣ କ୍ରମେ ମୁଁ ବିଆରିଜ ପାର୍ଟନର ଭାବେ ଜି7 ଶିଖର ସମ୍ମିଳନୀର ପରିବେଶ, ପାଣିପାଗ, ମହାସାଗର ଏବଂ ଡିଜିଟାଲ ରୂପାନ୍ତରଣ ଅଧିବେଶନରେ ଅଂଶଗ୍ରହଣ କରିବି ।

ଭାରତ ଓ ଫ୍ରାନ୍ସ ମଧ୍ୟରେ ଚମକ୍ରାର ଦ୍ୱିପାକ୍ଷିକ ସମ୍ପର୍କ ରହିଛି ଏବଂ ଦୁଇ ଦେଶ ମଧ୍ୟରେ ଓ ବୃହତର ବିଶ୍ୱ ପରିପ୍ରେକ୍ଷୀରେ ଶାନ୍ତି ଓ ସମୃଦ୍ଧିକୁ ବୃଦ୍ଧି କରିବା ନେଇ ଉଭୟ ଦେଶ ଏକ ମିଳିତ ପରିକଳ୍ପନା ମାଧ୍ୟମରେ କାର୍ଯ୍ୟ କରୁଥିବାରୁ ଏହା ଅଧିକ ସୁଦୃଢ଼ ହୋଇଛି । ଦୁଇ ଦେଶ ମଧ୍ୟରେ ଦୃଢ଼ ରଣନୈତିକ ଏବଂ ଅର୍ଥନୈତିକ ଭାଗୀଦାରିତା ସହିତ ସନ୍ତ୍ରାସବାଦ, ଜଳବାୟୁ ପରିବର୍ତ୍ତନ ଆଦି ପ୍ରମୁଖ ବୈଶ୍ୱିକ ସମସ୍ୟାଗୁଡିକର ସମାଧାନ ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ ମଧ୍ୟ କରୁଛୁ । ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଏହି ଗସ୍ତ ଫଳରେ ପାରସ୍ପରିକ ଶାନ୍ତି, ସମୃଦ୍ଧି ଏବଂ ପ୍ରଗତି ପାଇଁ ଫ୍ରାନ୍ସ ସହିତ ଆମର ଦୀର୍ଘ ଓ ମୂଲ୍ୟବାନ ବନ୍ଧୁତ୍ୱ ଅଧିକ ସୁଦୃଢ଼ ହେବ ।

ଅଗଷ୍ଟ 23-24 ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସମୟରେ, ମୁଁ ଆବୁଧାବିର ମହାମାନ୍ୟ ରାଜକୁମାର ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କ ଓ ଆଂଚଳିକ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ବିଷୟଗୁଡିକ ସମ୍ବନ୍ଧରେ ଆଲୋଚନା କରିବି ।

ମୁଁ ମଧ୍ୟ ମହାମାନ୍ୟ ରାଜକୁମାରଙ୍କ ସହ ଯୁଗ୍ମ ଭାବେ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀ ଅବସରରେ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିବି । ଏହି ଗସ୍ତ ସମୟରେ ୟୁଏଇ ସରକାରଙ୍କ ଦ୍ୱାରା ପ୍ରଦତ ଶ୍ରେଷ୍ଠ ନାଗରିକ ସମ୍ମାନ ‘ଅର୍ଡର ଅଫ ଜାୟେଦ’ ଗ୍ରହଣ କରିବା ମୋ ପାଇଁ ଏକ ସମ୍ମାନର ବିଷୟ ହେବ । ବିଦେଶରେ ନଗଦ ବିହୀନ କାରବାର ନେଟୱର୍କକୁ ପ୍ରସାରିତ କରିବା ପାଇଁ ମୁଁ ମଧ୍ୟ ଆନୁଷ୍ଠାନିକ ଭାବେ ରୁପେ କାର୍ଡର ଶୁଭାରମ୍ଭ କରିବି ।

ଭାରତ ଓ ୟୁଏଇ ମଧ୍ୟରେ ନିୟମିତ ଭାବେ ହେଉଥିବା ଉଚ୍ଚସ୍ତରୀୟ ଭାବ ବିନିମୟ ଆମ ଦୃଢ଼ ସମ୍ପର୍କକୁ ପ୍ରମାଣିତ କରିଥାଏ । ୟୁଏଇ ହେଉଛି ଆମର ତୃତୀୟ ବୃହତ୍ ବାଣିଜ୍ୟ ଅଂଶୀଦାର ଏବଂ ଭାରତକୁ ଅଶୋଧିତ ତୈଳ ରପ୍ତାନୀ କରିବାରେ ଚତୁର୍ଥ । ଏହି ସମ୍ପର୍କରେ ଗୁଣାତ୍ମକ ବୃଦ୍ଧି ଆଣିବା ହେଉଛି ଆମର ପ୍ରମୁଖ ବୈଦେଶିକ ନୀତିର ସଫଳତା ମଧ୍ୟରେ ଅନ୍ୟତମ । ଏହି ଗସ୍ତ ଫଳରେ ୟୁଏଇ ସହିତ ଆମର ବହୁମୁଖି ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଅଧିକ ସୁଦୃଢ଼ ହେବ ।

ମୁଁ ମଧ୍ୟ 2019 ଅଗଷ୍ଟ 24-25 ମଧ୍ୟରେ ବାହାରିନ ଗସ୍ତ କରିବି । ଏହି ଗସ୍ତ ହେବ ଭାରତର ଜଣେ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ବାହାରିନ ଗସ୍ତ । ଦ୍ୱିପାକ୍ଷିକ ସମ୍ପର୍କକୁ ପୁନଶ୍ଚ ସୁଦୃଢ଼ କରିବା ପାଇଁ ଏବଂ ଆଂଚଳିକ ଓ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ବିଷୟ ସମ୍ବନ୍ଧରେ ମତ ବିନିମୟ କରିବା ପାଇଁ ମୁଁ ମହାମାନ୍ୟ ରାଜକୁମାର ଶେଖ ଖଲିଫା ବିନ ସଲମନ ଅଲ ଖଲିଫାଙ୍କୁ ଭେଟିବି । ମୁଁ ମଧ୍ୟ ବାହାରିନର ରାଜା ମହାଭାଗ ଶେଖ ହାମଦ ବିନ ଇସା ଅଲ ଖଲିଫା ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କୁ ଭେଟିବି ।

ଏଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ସହିତ ମତ ବିନିମୟ କରିବାର ସୁଯୋଗ ମଧ୍ୟ ମତେ ମିଳିବ । ପବିତ୍ର ଜନ୍ମାଷ୍ଟମୀ ଅବସରରେ ଗଲ୍ଫ ଅଂଚଳର ସର୍ବ ପୁରାତନ ଶ୍ରୀନାଥଜୀ ମନ୍ଦିରର ପୁନଃନିର୍ମାଣ ପରେ ଏହାର ଆନୁଷ୍ଠାନିକ ଶୁଭାରମ୍ଭ କାର୍ଯ୍ୟରେ ଭାଗନେବା ମୋ ପାଇଁ ଗର୍ବର ବିଷୟ । ମୋର ଦୃଢ଼ ବିଶ୍ୱାସ ଯେ ଏହି ଗସ୍ତ ଫଳରେ ଏହି କ୍ଷେତ୍ରରେ ଆମର ସମ୍ପର୍କ ପୁନଶ୍ଚ ସୁଦୃଢ଼ ହେବ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 10, 2026
September 10, 2026

Beyond Metros, Beyond Borders: How India Is Rewriting Its Growth Story Under PM Modi