PM Modi reviews the progress towards holistic development of islands
Andaman and Nicobar islands: PM Modi emphasizes on the need for developing an integrated tourism-centric ecosystem
PM Modi calls for greater harnessing of solar energy in Lakshadweep and Andaman and Nicobar island groups
PM Modi calls for seaweed cultivation in Lakshadweep islands and Andaman and Nicobar islands

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ୱୀପାଂଚଳଗୁଡିକର ସାମଗ୍ରୀକ ବିକାଶ ପାଇଁ ହୋଇଥିବା ଅଗ୍ରଗତି ସମୀକ୍ଷା କରିଥିଲେ ।

ଜୁନ ପହିଲା, 2017ରେ କେନ୍ଦ୍ର ସରକାର ଦ୍ୱୀପାଞ୍ଚଳ ବିକାଶ ସଂସ୍ଥା ଗଠନ କରିଥିଲେ । 26ଟି ଦ୍ୱୀପକୁ ସାମଗ୍ରୀକ ବିକାଶ ପାଇଁ ଚୟନ କରାଯାଇଥିଲା ।

ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ, ଡିଜିଟାଲ ଯୋଗାଯୋଗ, ସବୁଜ ଶକ୍ତି, ଲବଣ ଶୋଧନ ପ୍ଲାଂଟ, ବର୍ଜ୍ୟ ପରିଚାଳନା, ମତ୍ସ୍ୟଚାଷକୁ ପ୍ରୋତ୍ସାହନ ଏବଂ ପର୍ଯ୍ୟଟନ ଆଧାରିତ ପ୍ରକଳ୍ପ ସମେତ ସାମଗ୍ରୀକ ବିକାଶର ଉପାଦାନ ସମ୍ପର୍କରେ ନୀତି ଆୟୋଗ ଏକ ପ୍ରଦର୍ଶନ କରିଥିଲେ ।

ଆଣ୍ଡାମାନ ନିକୋବର ଦ୍ୱୀପରେ ହୋଇଥିବା କାର୍ଯ୍ୟର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ପର୍ଯ୍ୟଟନ ବିକାଶ ପାଇଁ ଚିହ୍ନଟ ହୋଇଥିବା କ୍ଷେତ୍ରରେ ପର୍ଯ୍ୟଟନ ଆଧାରିତ ଇକୋ ସିଷ୍ଟମ ବିକଶିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶକ୍ତି କ୍ଷେତ୍ରରେ ଦ୍ୱୀପଗୁଡ଼ିକୁ ଆତ୍ମନିର୍ଭରଶୀଳ କରିବା ଲାଗି ସେ ଆହ୍ୱାନ କରିଥିଲେ ଯାହା ସୌର ଶକ୍ତି ଉପରେ ଆଧାରିତ ହୋଇଥିବ ।

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପକୁ ଯାଉଥିବା ବିଦେଶୀଙ୍କ ପାଇଁ ନିଷିଦ୍ଧାଂଚଳରେ ପ୍ରବେଶ ଅନୁମତି ଲାଗି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ନେଇଥିବା ନିଷ୍ପତ୍ତି ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦିଆଯାଇଥିଲା । ଦକ୍ଷିଣ ପୂର୍ବ ଏସିଆ ସହିତ ଏସବୁ ଦ୍ୱୀପଗୁଡ଼ିକର ବ୍ୟାପକ ଯୋଗାଯୋଗ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।

ଲାକ୍ଷାଦ୍ୱୀପରେ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଟୁନା ମାଛ ଚାଷ ଏବଂ “ଲାକ୍ଷାଦ୍ୱୀପ ଟୁନା”କୁ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇଥିଲା । ସ୍ୱଚ୍ଛତା ଦିଗରେ ଲାକ୍ଷାଦ୍ୱୀପର ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ଉଭୟ ଆଣ୍ଡାମାନ ଓ ନିକୋବର ଦ୍ୱୀପସମୂହ ଏବଂ ଲାକ୍ଷାଦ୍ୱୀପରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ବିକାଶ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ସାମୁଦ୍ରିକ ଶୈବାଳ ଏବଂ କୃଷି କ୍ଷେତ୍ର ପାଇଁ ସହାୟକ ଅନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ରହିଥିବା ସମ୍ଭାବନାକୁ ଉଜାଗର କରିବା ଲାଗି ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆଦେଶ ଦେଇଥିଲେ ।

ଏହି ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜନାଥ ସିଂ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପ ସମୂହ ତଥା ଲାକ୍ଷାଦ୍ୱୀପର ରାଜ୍ୟପାଳଗଣ, ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Air Force's desi push: 97% of fighter spares now local, 62,300 indigenised

Media Coverage

Indian Air Force's desi push: 97% of fighter spares now local, 62,300 indigenised
NM on the go

Nm on the go

Always be the first to hear from the PM. Get the App Now!
...
Prime Minister invites citizens to share their UPI experiences as UPI completes a decade
August 25, 2026

The Prime Minister, Shri Narendra Modi recalled the transformative journey of the Unified Payments Interface (UPI), which was rolled out a decade ago and marked a major turning point in India’s digital payments journey.

Highlighting the scale and reach achieved by UPI over the past ten years, Shri Modi said that its remarkable journey is something every Indian can be proud of. The Prime Minister invited citizens to share their experiences of using UPI and how it has impacted their daily lives.

The Prime Minister posted on X:

A decade ago, UPI was rolled out, marking a major turning point in India’s digital payments journey.

The sheer scale and reach of UPI are something every Indian must be proud of.

Tell me about your UPI experience and how it impacted your life...

#10YearsOfUPI