Nitrogen generating plants to be converted to generate oxygen
This process is underway in 14 industries. More plants being identified
Further 37 Nitrogen plants have been also identified for conversion
This step will complement other measures to boost availability of Oxygen

କୋଭିଡ-19 ମହାମାରୀ ପରିସ୍ଥିତି କାରଣରୁ ମେଡ଼ିକାଲ ଅକ୍ସିଜେନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ସରକାର ବର୍ତ୍ତମାନର ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକୁ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟରେ ପରିବର୍ତ୍ତିତ କରିବାର ବ୍ୟବହାର୍ଯ୍ୟତା ଉପରେ ବିଚାର କରିଛନ୍ତି। ଏପରି ବିଭିନ୍ନ ସମ୍ଭାବ୍ୟ ଉଦ୍ୟୋଗଗୁଡ଼ିକୁ ଚିହ୍ନଟ କରାଯାଇଛି ଯେଉଁଥିରେ ବର୍ତ୍ତମାନର ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକୁ ଅକ୍ସିଜେନ ଉତ୍ପାଦନ ନିମନ୍ତେ ପରିବର୍ତ୍ତିତ କରାଯାଇପାରିବ।

ବର୍ତ୍ତମାନର ପ୍ରେସ ସ୍ବିଙ୍ଗ ଆଡସର୍ପସନ (ପିଏସଏ) ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକୁ ଅକ୍ସିଜେନ ଉତ୍ପାଦନ ନିମନ୍ତେ ପରିବର୍ତ୍ତିତ କରିବାର ପ୍ରକ୍ରିୟା ଉପରେ ଆଲୋଚନା କରାଯାଇଛି। ନାଇଟ୍ରୋଜେନ ପ୍ଲାଣ୍ଟରେ କାର୍ବନ ମଲିକୁଲାର ସିଭ (ସିଏମଏସ)ର ଉପଯୋଗ କରାଯାଇଥାଏ। ଅନ୍ୟପଟେ ଅକ୍ସିଜେନ ଉତ୍ପାଦନ ଲାଗି ଜିୟୋ ଲାଇଟ ମଲିକୁଲାର ସିଭ (ଜେଡଏମଏସ)ର ଆବଶ୍ୟକତା ହୋଇଥାଏ। ସେଥିପାଇଁ ସିଏମଏସକୁ ଜେଡ୍ଏମଏସ ସହିତ ବଦଳାଇ ଏବଂ ଆହୁରି କେତେକ ପରିବର୍ତ୍ତନ ଯେପରିକି ଅକ୍ସିଜେନ ଆନାଲାଇଜର, କଣ୍ଟ୍ରୋଲ ପ୍ୟାନେଲ ପ୍ରଣାଳୀ, ପ୍ରବାହ ଭାଲଭ୍ ଆଦି ସହିତ ବର୍ତ୍ତମାନର ନାଇଟ୍ରୋଜେନ ପ୍ଲାଣ୍ଟରେ ଅକ୍ସିଜେନ ଉତ୍ପାଦନ ଲାଗି ଆବଶ୍ୟକ ପରିବର୍ତ୍ତନ କରାଯାଇପାରିବ।

ଉଦ୍ୟୋଗଗୁଡ଼ିକ ସହିତ ବିଚାର-ବିମର୍ଶ କରିବା ପରେ ବର୍ତ୍ତମାନ ସୁଦ୍ଧା 14ଟି ଉଦ୍ୟୋଗ ଚିହ୍ନଟ କରାଯାଇଛି, ଯେଉଁଠି ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକର ରୂପାନ୍ତରଣ କାମ ପ୍ରଗତି ପଥରେ ରହିଛି। ଏହାବ୍ୟତୀତ, ଉଦ୍ୟୋଗ ସଂଘଗୁଡ଼ିକ ସହାୟତାରେ 37ଟି ନାଇଟ୍ରୋଜେନ ପ୍ଲାଣ୍ଟକୁ ଏହି କାର୍ଯ୍ୟ ନିମନ୍ତେ ଚିହ୍ନଟ କରାଯାଇଛି।

ଅକ୍ସିଜେନ ଉତ୍ପାଦନ ଲାଗି ସଂଶୋଧିତ ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକୁ ନିଟକସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇପାରିବ କିମ୍ବା ଯଦି ଏସବୁ ପ୍ଲାଣ୍ଟକୁ ସ୍ଥାନାନ୍ତର କରାଯିବା ସମ୍ଭବ ହେବ ନାହିଁ ତା’ହେଲେ ଏଗୁଡ଼ିକର ଉପଯୋଗ ଅନସାଇଟ୍ ଅକ୍ସିଜେନ ଉତ୍ପାଦନ ନିମନ୍ତେ କରାଯାଇପାରିବ। ଯାହାକୁ ସ୍ବତନ୍ତ୍ର ଭେସେଲ/ସିଲିଣ୍ଡର ଜରିଆରେ ଡାକ୍ତରଖାନାରେ ପହଞ୍ଚା ଯାଇପାରିବ।

ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Over 52,000 Indians return safely from Gulf amid Iran war: MEA

Media Coverage

Over 52,000 Indians return safely from Gulf amid Iran war: MEA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 10, 2026
March 10, 2026

Citizens Appreciate India’s Digital Leap and Green Triumphs Under the Leadership of PM Modi