HH Pramukh Swami Maharaj was a remarkable soul whose exemplary service and humanitarian efforts positively impacted countless lives: PM Modi
HH Pramukh Swami Maharaj’s rich thoughts continue to guide people, transcending all barriers. We are always motivated by his vision to transform lives of the needy, poor and marginalised: PM

ମହାମହିମ ପ୍ରମୁଖ ସ୍ୱାମୀ ମହାରାଜଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

“ମହାମହିମ ପ୍ରମୁଖ ସ୍ୱାମୀ ମହାରାଜଙ୍କ ଜୟନ୍ତୀ ଅବସରରେ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଭକ୍ତମାନଙ୍କ ସହ ମୁଁ ଶ୍ରଦ୍ଧା ସୁମନ ଅର୍ପଣ କରୁଛି । ସେ ଜଣେ ପବିତ୍ର ଆତ୍ମା ଥିଲେ ଯାହାଙ୍କର ଉଲ୍ଲେଖନୀୟ ସେବା ଏବଂ ମାନବିକତାର ଉନ୍ନତି ପାଇଁ ପ୍ରୟାସ ଅଗଣିତ ଜନସାଧାରଣଙ୍କୁ ସକାରାତ୍ମକ ଭାବେ ପ୍ରଭାବିତ କରିଥିଲା ।

ମହାମହିମ ପ୍ରମୁଖ ସ୍ୱାମୀ ମହାରାଜଙ୍କ ମହାନ ଚିନ୍ତାଧାରା ସମସ୍ତ ସଂକୀର୍ଣ୍ଣତାକୁ ଅତିକ୍ରମ କରି ଏବେ ମଧ୍ୟ ଜନସାଧାରଣଙ୍କର ମାର୍ଗଦର୍ଶନ କରିବାରେ ସହାୟକ ହେଉଛି । ଗରିବ, ଅଭାବ ଏବଂ ସମାଜର ନିମ୍ନସ୍ତରରେ ଥିବା ଜନସାଧାରଣଙ୍କ ଜୀବନକୁ ରୂପାନ୍ତରିତ କରିବାରେ ତାଙ୍କ ଅନ୍ତର୍ଦୃଷ୍ଟି ସବୁବେଳେ ଆମକୁ ପ୍ରେରଣା ଦେଇ ଆସିଛି ।

ମହାମହିମ ପ୍ରମୁଖ ସ୍ୱାମୀ ମହାରାଜଙ୍କ ସହିତ ମୋର ସମ୍ପର୍କ ଥିଲା ସ୍ୱତନ୍ତ୍ର । ତାଙ୍କ ସହିତ ବିତାଇଥିବା ସମୟ ମୋ ପାଇଁ ସ୍ମରଣୀୟ । ତାଙ୍କଠାରୁ ଆଶୀର୍ବାଦ ପାଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେକରୁଛି । ଗତବର୍ଷ ସରଙ୍ଗପୁରରେ ମୁଁ ତାଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲି । ଏହା https://www.youtube.com/watch?v=azaYIrMsx5g ରେ ଉପଲବ୍ଧ ହେବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FPOs’ sales rise via commodity exchanges in FY26

Media Coverage

FPOs’ sales rise via commodity exchanges in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 11, 2026
May 11, 2026

Society Above Politics: PM Modi’s Call for a Stronger, Self-Reliant & Sacred Bharat