PM Modi meets and interacts with over 360 Officer Trainees of the 92nd Foundation Course at the LBSNAA in Mussoorie
PM Modi discusses a variety of subjects such as administration, governance, technology and policy-making with Officer Trainees

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ମସୌରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନ ଏକାଡ଼େମୀ ଗସ୍ତରେ ଯାଇ ସେଠାରେ 92ତମ ଫାଉଣ୍ଡେସନ୍‌ କୋର୍ସରେ ତାଲିମ ପାଉଥିବା ଅଧିକାରୀମାନଙ୍କ ସହ ମତ ବିନିମୟ କରିଛନ୍ତି । ଏହି ପାଠ୍ୟକ୍ରମରେ ମୋଟ 360ଜଣ ଅଧିକାରୀ ତାଲିମ ନେଉଛନ୍ତି ।

ତାଲିମ ନେଉଥିବା ଅଧିକାରୀମାନେ ଚାରିଟି ଗୋଷ୍ଠୀରେ ବିଭାଜିତ ହୋଇ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଭାବପୂର୍ଣ୍ଣ ମତ ବିନିମୟ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରାୟ ଚାରିଘଣ୍ଟା ଧରି ଜାରି ରହିଥିଲା ।  ମନରେ କୌଣସି ପ୍ରକାର ଭୟ ଅଥବା ସଂକୋଚ ନରଖି ନିର୍ଭୟରେ ସେମାନେ ପ୍ରଧାନମନ୍ତ୍ରୀଙ୍କ ସହ ନିଜର ଚିନ୍ତନ ବାଣ୍ଟିବାକୁ ପ୍ରଧାନମନ୍ତ୍ରୀ ତାଲିମ ଗ୍ରହଣ କରୁଥିବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ଯୁବ ଆଇଏଏସ ଅଧିକାରୀମାନେ ପ୍ରଶାସନ ଠାରୁ ଆରମ୍ଭ କରି ଶାସନ ପ୍ରକ୍ରିୟା, ପ୍ରଯୁକ୍ତି ଏବଂ ନୀତି ପ୍ରଣୟନ ସଂପର୍କୀତ ବିଷୟ ଉପରେ ଆଲୋଚନା କରିଥିଲେ ।  ପ୍ରଧାନମନ୍ତ୍ରୀ ପ୍ରଶାସନିକ କାର୍ଯ୍ୟକୁ ଗଭୀର ଭାବେ ଅଧ୍ୟୟନ କରିବା ସହ ଏହା ଉପରେ ଗବେଷଣା କରିବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ଦ୍ୱାରା ସେମାନେ ପ୍ରଶାସନିକ ବ୍ୟବସ୍ଥାକୁ ଉତ୍ତମ ରୂପେ ବୁଝିପାରିବେ । ଯୁବ ପ୍ରଶାସନିକ ଅଧିକାରୀମାନେ ଏକ ଜାତୀୟ ଦୃଷ୍ଟିଭଙ୍ଗୀର ବିକାଶ ଘଟାଇବା ସକାଶେ ସେମାନଙ୍କୁ ଆହ୍ୱାନ ଜଣାଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ସେମାନଙ୍କୁ ପ୍ରଶାସନିକ କାର୍ଯ୍ୟକାଳରେ ବିଶେଷ ଭାବେ ସହାୟକ ହେବ । ଅଧିକାରୀମାନେ ସେମାନଙ୍କ ମନର ଭାବନାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସ୍ପଷ୍ଟ ଭାବେ ପ୍ରକଟ କରିଥିଲେ ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଏକାଡ଼େମୀର ପ୍ରଶିକ୍ଷକମାନଙ୍କ ସହ ମଧ୍ୟ ବାର୍ତ୍ତାଳାପ କରିଥିଲେ । ପ୍ରଶିକ୍ଷଣ କେନ୍ଦ୍ରରେ ଭାରତର ପ୍ରଶାସନିକ ସେବା ଅଧିକାରୀମାନଙ୍କୁ କିଭଳି ତାଲିମ ପ୍ରଦାନ କରାଯାଉଛି ସେ ସଂପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ସମ୍ୟକ ଭାବେ ଅବଗତ କରାଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନ ଏକାଡ଼େମୀ (ଏଲବିଏସଏନଏଏ) ପରିସରରେ ଥିବା ଅତ୍ୟାଧୁନିକ ଗାନ୍ଧୀ ସ୍ମୃତି ପାଠାଗାର ପରିଦର୍ଶନ କରିଥିଲେ । ଏହାପରେ ଟ୍ରେନି ଅଧିକାରୀମାନଙ୍କ ଦ୍ୱାରା ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ ।

ପୂର୍ବରୁ ଏକାଡ଼େମୀଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସେଠାରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ  ସେମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଜ୍ଞଳି ଜ୍ଞାପନ କରିଥିଲେ ।

 

ପ୍ରଧାନମନ୍ତ୍ରୀଙ୍କ ସହ ଏହି ଗସ୍ତ ବେଳେ କ୍ୟାବିନେଟ ସଚିବ ଶ୍ରୀ ପି କେ ସିହ୍ନା, ପ୍ରତିଷ୍ଠାନର ନିର୍ଦ୍ଦେଶିକା ଶ୍ରୀମତୀ ଉପମା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
APEDA Facilitates First Export Of Premium Areko Cherries And Scentrose Plums From J&K To Singapore

Media Coverage

APEDA Facilitates First Export Of Premium Areko Cherries And Scentrose Plums From J&K To Singapore
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to the great revolutionary Mangal Pandey ji
July 19, 2026

Prime Minister Shri Narendra Modi today, paid tributes to the great revolutionary Mangal Pandey ji on his birth anniversary. Shri Modi remarked that his courageous life continues to fill every Indian with pride even today, and his saga of valor will keep inspiring every generation of the nation.

Shri Modi posted on X;

महान क्रांतिकारी मंगल पांडे जी को उनकी जयंती पर शत-शत नमन। मातृभूमि के स्वाभिमान और सम्मान की रक्षा के लिए उन्होंने अपना सर्वस्व न्योछावर कर दिया। उनका साहसिक जीवन आज भी हर भारतीय को गर्व से भर देता है। राष्ट्रभक्ति से ओतप्रोत उनकी शौर्यगाथा देश की हर पीढ़ी को प्रेरित करती रहेगी।