Technology is the bridge to achieve ‘Sabka Saath Sabka Vikas’: PM
Challenge of technology, when converted into opportunity, transformed ‘Dakiya’ into ‘Bank Babu’: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି “ବ୍ରିଜିଟାଲ ନେସନ” ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ନୂଆଦିଲ୍ଲୀର 7, ଲୋକ କଲ୍ୟାଣ ମାର୍ଗରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ରତନ ଟାଟାଙ୍କୁ ଏହାର ପ୍ରଥମ କପି ପ୍ରଦାନ କରାଯାଇଛି । ଏହି ପୁସ୍ତକକୁ ଲେଖିଛନ୍ତି ଶ୍ରୀ ଏନ ଚନ୍ଦ୍ରଶେଖରନ ଓ ସୁଶ୍ରୀ ରୂପା ପୁରୁଷୋତ୍ତମ ।

ପ୍ରାଦ୍ୟୋଗିକୀ: ସବକା ସାଥସବକା ବିକାଶ’ ହାସଲ କରିବାର ବଳିଷ୍ଠ ମାଧ୍ୟମ

ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସମୂହଙ୍କୁ ସମ୍ବୋଧିତ କରି ଲେଖକମାନଙ୍କୁ ଏଭଳି ଏକ ଦୂରଦର୍ଶୀ ପୁସ୍ତକ ପାଇଁ ପ୍ରଶଂସା କରିଥିଲେ, ଯାହାକି ସକାରାତ୍ମକ ଓ ଆଶା ସଞ୍ଚାରରେ ସହାୟକ । ବୈଷୟିକ ଜ୍ଞାନର ବିସ୍ତୃତ ଅନୁଶୀଳନ ଏହି ପୁସ୍ତକରେ ରହିଛି । ସେ କହିଲେ ଯେ ଏହି ପୁସ୍ତକ ଏପରି ସମୟରେ ପ୍ରକାଶିତ ହୋଇଛି ଯେତେବେଳେ ପ୍ରାଦ୍ୟୋଗିକୀ ସକାରାତ୍ମକ ଭାବେ ଲକ୍ଷ ଲକ୍ଷ ଭାରତୀୟଙ୍କ ଜୀବନକୁ ପରିବର୍ତ୍ତିତ କରୁଛି ।

ପୁସ୍ତକର ଆବଶ୍ୟକତା ଉପରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୈଷୟିକ ଜ୍ଞାନ ଏକ ବିଭାଜକ ନୁହେଁ ବରଂ ଏହା ହେଉଛି ଏକ ସେତୁ । ସେ କହିଲେ ଯେ ପ୍ରାଦ୍ୟୋଗିକୀ, ‘ସବକା ସାଥ, ସବକା ବିକାଶ’ ଅର୍ଜନ କରିବା ପାଇଁ ଆକାଂକ୍ଷା ଓ ଉପଲବ୍ଧି, ଚାହିଦା ଓ ବିତରଣ, ସରକାର ଓ ଶାସନ ମଧ୍ୟରେ ଯୋଗସୂତ୍ର ରକ୍ଷା କରିଥିଲେ । ସେ କହିଲେ ଯେ ଦ୍ରୂତ ଗତିରେ ବୃଦ୍ଧି ପାଉଥିବା ଆକାଂକ୍ଷିତ ଭାରତ ପାଇଁ ସକାରାତ୍ମକ, ସୃଜନାତ୍ମକ ଓ ଗଠନମୂଳକ ମାନସିକତା ଜରୁରୀ । ସେ କୃତ୍ରିମ ବୁଦ୍ଧିମତା ଓ ମାନବୀୟ ଇଚ୍ଛା ମଧ୍ୟରେ ସେତୁ ନିର୍ମାଣର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ।


ପ୍ରାଦ୍ୟୋଗିକୀ ମାଧ୍ୟମରେ ଶାସନ: ଗତ 5 ବର୍ଷର ଯାତ୍ରା

ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରାଦ୍ୟୋଗିକୀ ସୁଧାର, ପରିବର୍ତ୍ତନ ଓ ପ୍ରଦର୍ଶନ ପାଇଁ ସରକାରୀ ଯୋଜନାର ଏକ ପ୍ରମୁଖ ଅଂଶବିଶେଷ ହୋଇଛି । ସେ ଉଜ୍ଜ୍ୱଳା ଯୋଜନାରେ ତଥ୍ୟ ବୁଦ୍ଧିମତା, ଡିଜିଟାଲ ମ୍ୟାପିଙ୍ଗ ଓ ବାସ୍ତବିକ ସମୟ ପର୍ଯ୍ୟବେକ୍ଷଣର ଉପଯୋଗ ବାବଦରେ ଉଲ୍ଲେଖ କରିଥିଲେ ଯାହାକି ଲକ୍ଷ ଲକ୍ଷ ମହିଳାଙ୍କ ଜୀବନକୁ ପରିବର୍ତ୍ତନ କରିଛି । ସେ ଏହା ମଧ୍ୟ କହିଥିଲେ ଯେ କିପରି ଭାବେ ବୈଷୟିକ ଜ୍ଞାନ ଜନ ଧନ ଓ ଆୟୁଷ୍ମାନ ଭାରତ ପରି ଯୋଜନା ମାଧ୍ୟମରେ ଜନସାଧାରଣଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛି ।

ପ୍ରଧାନମନ୍ତ୍ରୀ ଆହୁରି ଉଲ୍ଲେଖ କରିଛନ୍ତି ଯେ ତାଙ୍କ ସରକାର ଇ-ମାର୍କେଟ ପ୍ଲେସ (ଜିଇଏମ) ଭଳି ଅଭିନବ ବିଚାର ମାଧ୍ୟମରେ ସରକାରୀ ବିଭାଗ ମାନଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକ ହଟାଇବା ଓ ଆପୂର୍ତ୍ତି ପ୍ରଣାଳୀ ଓ ଚାହିଦା ମଧ୍ୟରେ ଏକ ଯୋଗସୂତ୍ର ସ୍ଥାପନ କରିବା ପାଇଁ ପ୍ରାଦ୍ୟୋଗିକୀର ଉପଯୋଗ କରିଛି । ସେ କହିଲେ ଯେ କୌଣସି ଦେଶରେ ବିଶେଷ ଭାବେ ଟାୟାର-2 ଓ ଟାୟାର-3 ସହରମାନଙ୍କରେ ଏକ ଶକ୍ତିଶାଳୀ ଷ୍ଟାର୍ଟ-ଅପ ପ୍ରକ୍ରିୟା ନିର୍ମାଣ କରିବା ପାଇଁ ପ୍ରାଦ୍ୟୋଗିକୀର ଉପଯୋଗ କରାଯାଇଥିଲା, ଯାହାକି ଷ୍ଟାର୍ଟଅପ୍ସକୁ ଏକ ସମ୍ପୂର୍ଣ୍ଣ ଭାବେ ବିକଶିତ ହେବାରେ ସହାୟତା ହୋଇଛି ।

ପ୍ରଧାନମନ୍ତ୍ରୀ ପ୍ରାଦ୍ୟୋଗିକୀ ଦ୍ୱାରା ଉତ୍ପନ ସମସ୍ୟାକୁ ସୁଯୋଗରେ ପରିବର୍ତ୍ତିତ କରିବାର ଆବଶ୍ୟକତାର ଉଲ୍ଲେଖ କରି, ଇଣ୍ଡିଆ ପୋଷ୍ଟ ଦେୟ ବ୍ୟାଙ୍କର ନିର୍ମାଣର ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ ସମ୍ପୂର୍ଣ୍ଣ ଡାକ ସଙ୍ଗଠନ ପାଇଁ ପ୍ରାଦ୍ୟୋଗିକୀ ଦ୍ୱାରା ଉତ୍ପନ ବ୍ୟବସ୍ଥାକୁ ଏକ ପ୍ରାଦ୍ୟୋଗିକୀ ସଘନ ବ୍ୟାଙ୍କିଙ୍ଗ ପ୍ରଣାଳୀରେ ପରିବର୍ତ୍ତିତ କରାଯାଇଛି, ଯାହାଦ୍ୱାରା ଡାକ ବ୍ୟାଙ୍କ ମାଧ୍ୟମରେ ଲକ୍ଷ ଲକ୍ଷ ଜନସାଧାରଣ ଲାଭବାନ ହୋଇଛନ୍ତି ଓ ତାହା ‘ଡାକବାଲାକୁ ବ୍ୟାଙ୍କ ବାବୁ’ରେ ପରିବର୍ତ୍ତିତ କରିଛି ।

କୁଟନୈତିକ ସଦସ୍ୟସରକାରଙ୍କ ପ୍ରତିନିଧି ଓ ଗଣମାଧ୍ୟମର ବ୍ୟକ୍ତିତ୍ୱମାନେ ଭାଗ ନେଲେ

ଏହି କାର୍ଯ୍ୟକ୍ରମରେ ଆମେରିକା, ଇଂଲଣ୍ଡ ଓ ଚୀନର ରାଜଦୂତମାନଙ୍କ ସହ କୁଟନୈତିକ ବାହିନୀର ସଦସ୍ୟ ଭାଗ ନେଇଥିଲେ । ଏହି ଅବସରରେ ଭାରତ ସରକାରଙ୍କ ଅନେକ ମନ୍ତ୍ରଣାଳୟର ସଚିବ, ସିଆଇଆଇ, ଫିକ୍କି ଓ ନାସକମ ସହିତ ବିଭିନ୍ନ ଉଦ୍ୟୋଗମାନଙ୍କର ପ୍ରତିନିଧି, ରଜତ ଶର୍ମା, ନବିକା କୁମାର, ରାଜକମଲ ଝା, ସୁଧୀର ଚୌଧୁରୀ, ସ୍ମିତା ପ୍ରକାଶଙ୍କ ସହିତ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ଓ ଟାଟା ଗ୍ରୁପର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।

ପୁସ୍ତକ ସମ୍ବନ୍ଧରେ

ଏହି ପୁସ୍ତକ ଭବିଷ୍ୟତର ଏକ ଶକ୍ତିଶାଳୀ ପରିକଳ୍ପନା ପ୍ରସ୍ତୁତ କରେ ଯେଉଁଠାରେ ପ୍ରାଦ୍ୟୋଗିକୀ ଓ ମାନବ ସମ୍ବଳ ଲାଭପ୍ରଦ ଏକାଠି ସହାବସ୍ଥାନ କରୁଛନ୍ତି । ଏହି ପୁସ୍ତକ ତର୍କ ପ୍ରସ୍ତୁତ କରେ ଯେ ମାନବ ଶ୍ରମର ବିକଳ୍ପ ଭାବେ ପ୍ରାଦ୍ୟୋଗିକୀକୁ ସ୍ୱୀକାର କରିବା ପରିବର୍ତ୍ତେ, ଭାରତ ଏହାର ଉପଯୋଗ ଅଧିକ ରୋଜଗାର ଉତ୍ପନ କରିବା ପାଇଁ ସହାୟତା କରିପାରିବ । ଅତ୍ୟାଧୁନିକ ଡିଜିଟାଲ ଉପକରଣ ଆକାଂକ୍ଷା ଓ ଉପଲବ୍ଧି ମଧ୍ୟରେ ଏକ ସେତୁର କାମ କରିପାରେ । ଏଥିପାଇଁ ଏହାକୁ ‘ବ୍ରିଜିଟାଲ’ ନାମ ଦିଆଯାଇଛି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi