ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିନଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକଜାଣ୍ଡର ଷ୍ଟବଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ।
ରାଷ୍ଟ୍ରପତି ଷ୍ଟବ ୟୁକ୍ରେନରେ ସଂଘର୍ଷର ସମାଧାନ ପାଇଁ ୱାଶିଂଟନରେ ୟୁରୋପ, ଆମେରିକା ଏବଂ ୟୁକ୍ରେନର ନେତାମାନଙ୍କ ମଧ୍ୟରେ ନିକଟରେ ହୋଇଥିବା ବୈଠକ ସମ୍ପର୍କରେ ତାଙ୍କର ଆକଳନ ଶେୟାର କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ଶାନ୍ତି ତଥା ସ୍ଥିରତା ଶୀଘ୍ର ପୁନଃସ୍ଥାପନ କରିବା ପାଇଁ ଭାରତର ନିରନ୍ତର ସମର୍ଥନକୁ ଦୋହରାଇଥିଲେ ।
ନେତାମାନେ ଭାରତ-ଫିନଲ୍ୟାଣ୍ଡ ଦ୍ୱିପାକ୍ଷିକ ସମ୍ପର୍କର ପ୍ରଗତି ଉପରେ ସମୀକ୍ଷା କରିବା ସହିତ କ୍ୱାଣ୍ଟମ ପ୍ରଯୁକ୍ତିବିଦ୍ୟା, ୬ଜି, କୃତ୍ରିମ ବୁଦ୍ଧିମତ୍ତା, ସାଇବର ସୁରକ୍ଷା ଏବଂ ସ୍ଥାୟୀତ୍ୱ ସମେତ ଉଦୀୟମାନ କ୍ଷେତ୍ରରେ ସହଭାଗିତା ବୃଦ୍ଧି କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।
ରାଷ୍ଟ୍ରପତି ଷ୍ଟବ ଏକ ପାରସ୍ପରିକ ଲାଭଦାୟକ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଶୀଘ୍ର ସମାପ୍ତି ପାଇଁ ଫିନଲ୍ୟାଣ୍ଡର ସମର୍ଥନକୁ ଦୋହରାଇଥିଲେ। ସେ ୨୦୨୬ରେ ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ସମ୍ମିଳନୀର ସଫଳତା ପାଇଁ ମଧ୍ୟ ସମର୍ଥନ କରିଥିଲେ ।
ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଷ୍ଟବ୍ଙ୍କୁ ଶୀଘ୍ର ଭାରତ ଗସ୍ତ କରିବାକୁ ନିମନ୍ତ୍ରଣ କରିଥିଲେ । ଦୁଇ ନେତା ଯୋଗାଯୋଗରେ ରହିବାକୁ ସହମତ ହୋଇଥିଲେ ।
Had a good conversation with President Alexander Stubb. Finland is a valued partner in the EU. Discussed ways to strengthen cooperation in key sectors such as trade, technology and sustainability. Exchanged perspectives on the ongoing efforts for peaceful resolution of the…
— Narendra Modi (@narendramodi) August 27, 2025


