Digital technology has emerged as a great enabler. It has paved the way for efficient service delivery and governance: PM Modi
We are using mobile power or M-power to empower our citizens: PM Narendra Modi
Through better targeting of subsidies, the JAM trinity has prevented leakages to the tune of nearly ten billion dollars so far: PM
Citizens of India are increasingly adopting cashless transactions; BHIM App is helping the movement towards a less cash and corruption free society: PM
Technology breaks silos; PRAGATI has put back on track infrastructure projects worth billions of dollars which were stuck in red-tape: PM
Cyber-space remains a key area for innovation. Our startups today are looking to provide solutions to everyday problems and improving lives: PM
Nations must take responsibility to ensure that the digital space does not become a playground for the dark forces of terrorism and radicalization: PM

ମହାମହିମ ଶ୍ରୀ ରାନୀଲ ବିକ୍ରମସିଂଘେ, ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

ଭାରତ ଏବଂ ବିଦେଶରୁ ଯୋଗ ଦେଇଥିବା ମନ୍ତ୍ରୀଗଣ

ଆଇଟିୟୁର ମହାସଚିବ

120ଟି ଦେଶରୁ ଯୋଗ ଦେଇଥିବା ସମ୍ମାନିତ ଅତିଥିଗଣ

ଛାତ୍ରଛାତ୍ରୀ, ଭାଇ ଓ ଭଉଣୀମାନେ

ନୂଆଦିଲ୍ଲୀରେ ବିଶ୍ୱ ସାଇବର ସ୍ପେସ ସମ୍ମିଳନୀକୁ ଆପଣମାନଙ୍କୁ ସ୍ୱାଗତ । ମୁଁ ସେମାନଙ୍କୁ ମଧ୍ୟ ସ୍ୱାଗତ ଜଣାଉଛି ଯେଉଁମାନେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଇଣ୍ଟରନେଟ ଜରିଆରେ ଏଥିରେ ଯୋଗ ଦେଇଛନ୍ତି  ।

ଗତ କିଛି ଦଶନ୍ଧି ମଧ୍ୟରେ ସାଇବର ସ୍ପେସ୍ ବିଶ୍ୱରେ କିଭଳି ପରିବର୍ତ୍ତନ ଆଣିପାରିଛି ତାହା ଆମେ ଜାଣିଛୁ  । ଏଠାରେ ସମବେତ ହୋଇଥିବା ବରିଷ୍ଠ ପିଢ଼ିର ଲୋକମାନେ ସତୁରୀ ଓ ଅଶୀ ଦଶକରେ ବ୍ୟବହୃତ ହେଉଥିବା ବୃହଦାକୃତିର କମ୍ପ୍ୟୁଟର ବିଷୟରେ ଜାଣିଥିବେ  । ସେବେଠାରୁ ବହୁତ କିଛି ପରିବର୍ତ୍ତନ ହୋଇଛି  । ନବେ ଦଶକରେ ଇ-ମେଲ୍ ଏବଂ ବ୍ୟକ୍ତିଗତ କମ୍ପ୍ୟୁଟର ନୂଆ ବିପ୍ଲବ ଆଣିଥିଲା  । ଏହାପରେ ସୋସିଆଲ ମିଡିଆ ଆସିଲା ଏବଂ ଡାଟା ସଂଗୃହୀତ କରି ରଖିବା ଓ ଯୋଗାଯୋଗ ପାଇଁ ମୋବାଇଲ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିଲା  । ଇଣ୍ଟରନେଟ ଓ ଆର୍ଟିଫିସିଆଲ ଇଂଟେଲିଜେନ୍ସ (କୃତ୍ରିମ ଜ୍ଞାନ)ଭଳି ଅଭିବ୍ୟକ୍ତି ବର୍ତ୍ତମାନ ସାଧାରଣ କଥା ହୋଇଗଲାଣି  । ଏହା  ସୂଚାଉଛି ଯେ ପରିବର୍ତ୍ତନ ଜାରି ରହିଛି, ବୋଧହୁଏ ଏବେ ଆହୁରି ଅଧିକ ଦ୍ରୁତ ଗତିରେ  ।

ଡିଜିଟାଲ୍ ପରିଦୃଶ୍ୟରେ ଏହି ଦ୍ରୁତ ବିକାଶ ଭାରତରେ ମଧ୍ୟ ବ୍ୟାପକ ପରିବର୍ତ୍ତନକୁ ପ୍ରତିଫଳିତ କରିଛି  । ଭାରତୀୟ ଆଇଟି ପ୍ରତିଭା ବିଶ୍ୱବ୍ୟାପୀ ମାନ୍ୟତା ଲାଭ କରିଛି  । ଭାରତୀୟ ଆଇଟି କମ୍ପାନୀଗୁଡ଼ିକ ବିଶ୍ୱସ୍ତରରେ ସେମାନଙ୍କ ପାଇଁ ପରିଚୟ ସୃଷ୍ଟି କରିପାରିଛନ୍ତି  ।

ଆଜି, ଡିଜିଟାଲ୍ ପ୍ରଯୁକ୍ତି ଏକ ମହାନ ସାମର୍ଥ୍ୟ ଭାବେ ଉଭା ହୋଇଛି  । ଏହା  ଦକ୍ଷ ସେବା ପ୍ରଦାନ ଓ ପ୍ରଶାସନ ପାଇଁ ମାର୍ଗ ପ୍ରଶସ୍ତ କରିଛି  । ଏହା ଶିକ୍ଷାରୁ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ  ପହଁଚରେ ଉନ୍ନତି ଆଣିଛି  । ଆହୁରି ଏହା ବ୍ୟବସାୟ ଏବଂ ଅର୍ଥବ୍ୟବସ୍ଥାର ଭବିଷ୍ୟତକୁ ରୂପ ଦେଉଛି  । ଏହିସବୁ ମାର୍ଗ ଜରିଆରେ ଏହା ସମାଜର ବଂଚିତ ବର୍ଗକୁ ଅଧିକ ସୁଯୋଗ ପ୍ରଦାନ କରୁଛି  । ସମଷ୍ଟିଗତ ସ୍ତରରେ ଏହା ଏକ ସମାନ୍ତରାଳ ବିଶ୍ୱର ଅଭ୍ୟୁଥାନରେ ଯୋଗଦାନ ଦେଇଛି, ଯେଉଁଠି ଭାରତ ଭଳି ବିକାଶଶୀଳ ରାଷ୍ଟ୍ର ବିକଶିତ ଦେଶ ସହିତ ପାଦରେ ପାଦ ମିଳାଇ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ  ।

ବନ୍ଧୁଗଣ!

ପ୍ରଯୁକ୍ତି ବିକାଶର ବାଧକଗୁଡ଼ିକୁ ଦୂର କରିଥାଏ  । ଆମେ ବିଶ୍ୱାସ କରୁ ଯେ ଏହା ଭାରତୀୟ ଦର୍ଶନ ବସୁଧୈବ କୁଟୁମ୍ବକମ୍– ସମଗ୍ର ବିଶ୍ୱ ଗୋଟିଏ ପରିବାରକୁ ଯଥାର୍ଥ ପ୍ରତିପାଦିତ କରିଛି  । ଏହି ଅଭିବ୍ୟକ୍ତି ଆମର ପ୍ରାଚୀନ, ସମାବେଶୀ ପରମ୍ପରାର ପ୍ରତିଫଳନ  । ପ୍ରଯୁକ୍ତି ମାଧ୍ୟମରେ ଆମେ ଏହି ଅଭିବ୍ୟକ୍ତିକୁ ଅର୍ଥ ଦେବା ଏବଂ ବାସ୍ତବ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରଦାନ କରିବାରେ ସମର୍ଥ  ।

ଆମେ ଭାରତରେ ପ୍ରଯୁକ୍ତିର ମାନବୀୟ ଦିଗକୁ ପ୍ରାଥମିକତା ଦେଉଛୁ ଏବଂ ଏହାକୁ ଯାହା ମୁଁ କହେ, ‘ସହଜ ଜୀବନ’ର ଉନ୍ନତି ପାଇଁ ବ୍ୟବହାର କରୁଛୁ  । ଡିଜିଟାଲ୍ ଗ୍ରହଣୀୟତା ମାଧ୍ୟମରେ ସଶକ୍ତିକରଣ ଭାରତ ସରକାରଙ୍କ ଏକ ଲକ୍ଷ୍ୟ ଏବଂ ସରକାର ଏଥିପ୍ରତି ସମର୍ପିତ  । ‘ଡିଜିଟାଲ ଇଣ୍ଡିଆ’ ବିଶ୍ୱର ସର୍ବବୃହତ ପ୍ରଯୁକ୍ତି ଭିତ୍ତିକ ରୂପାନ୍ତରଣ  । ଏହା ଆମ ନାଗରିକମାନଙ୍କୁ ଡିଜିଟାଲ ସେବା ଉପଲବ୍ଧ କରାଇବାର ମାର୍ଗ ପ୍ରଶସ୍ତ କରିଛି  । ଆମେ ଆମ ନାଗରିକମାନଙ୍କୁ ସଶକ୍ତ କରିବା ଲାଗି ମୋବାଇଲ ପାୱାର ବା ଏମ-ପାୱାରର ବ୍ୟବହାର କରୁଛୁ  ।

ମୁଁ ନିଶ୍ଚିତ ଯେ ଆପଣମାନଙ୍କ ଭିତରୁ ଅଧିକାଂଶ ଆଧାର ବିଷୟରେ ସଚେତନ ଥିବେ  । ଏହା ଜଣେ ବ୍ୟକ୍ତିର ଅଭିନବ ବାୟୋମେଟ୍ରିକ ପରିଚୟ  । ଆମେ ଏହି ପରିଚୟକୁ ବ୍ୟବହାର କରି ଆମର ନାଗରିକମାନଙ୍କୁ ଧାଡ଼ି ହୋଇ ଛିଡ଼ା ହେବା ଅସୁବିଧାଜନକ ପ୍ରକ୍ରିୟାରୁ ମୁକ୍ତ ହେବା ଦିଗରେ ବ୍ୟବହାର କରିଛୁ  । ତିନୋଟି କାରଣ : ପ୍ରଥମତଃ, ଜନ-ଧନ ବ୍ୟାଙ୍କ ଏକାଉଂଟ ଜରିଆରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ; ଦ୍ୱିତୀୟତଃ, ଆଧାର ପ୍ଲାଟଫର୍ମ ଏବଂ ତୃତୀୟତଃ,  ମୋବାଇଲ ଫୋନ୍ – ଦୁର୍ନୀତି ଦୂର କରିବାରେ ବହୁଳ ଭାବେ ସହାୟକ ହୋଇଛି  । ଆମେ ଏହାକୁ ଜେ.ଏ.ଏମ ବା ଜାମ ତ୍ରିମୂର୍ତ୍ତୀ ବୋଲି କହୁଛୁ  । ସବସିଡିର ଉତ୍ତମ ଲକ୍ଷ୍ୟ ଧାର୍ଯ୍ୟ ମାଧ୍ୟମରେ ଜାମ ତ୍ରୟ ଦ୍ୱାରା ବର୍ତ୍ତମାନ ସୁଦ୍ଧା 10 ବିଲିୟନ ଡଲାର ଅର୍ଥ ବାଟମାରଣା ରୋକାଯାଇ ପାରିଛି  ।

‘ସହଜ ଜୀବନ’ ପାଇଁ ଡିଜିଟାଲ ପ୍ରଯୁକ୍ତ କିଭଳି ବହୁଳ ସହାୟକ ହୋଇପାରିଛି, ତାହାର କେତେକ ଉଦାହରଣ ମୁଁ ଏଠାରେ ଦେଇପାରେ ।

ଆଜି, ଜଣେ କୃଷକ ବିଭିନ୍ନ ପ୍ରକାର ସେବା, ଯେପରିକି- ମାଟି ପରୀକ୍ଷା ଫଳାଫଳ, ବିଶେଷଜ୍ଞ ପରାମର୍ଶ ଏବଂ ନିଜ ଉତ୍ପାଦନର ଉତମ ମୂଲ୍ୟ  ଗୋଟିଏ ବଟନ ଟିପିବା ମାଧ୍ୟମରେ ପାଇପାରୁଛି  । ଡିଜିଟାଲ ପ୍ରଯୁକ୍ତି ତେଣୁକରି କୃଷକଙ୍କ ଆୟରେ ଯୋଗଦାନ ଦେଇପାରିଛି  ।

ଜଣେ କ୍ଷୁଦ୍ର ଉଦ୍ୟୋଗୀ ସରକାରଙ୍କ ଇ-ମାର୍କେଟପ୍ଲେସରେ ପଞ୍ଜୀକରଣ କରିପାରିବ ଏବଂ ସରକାରଙ୍କୁ ବସ୍ତୁ/ସାମଗ୍ରୀ ଯୋଗାଣ ଲାଗି ପ୍ରତିଦ୍ୱନ୍ଦ୍ୱିତାମୂଳକ ଭାବେ ନିଲାମ ଡାକିପାରିବ  ।  ସେ ନିଜର ବ୍ୟବସାୟ ବୃଦ୍ଧି କରିବା ସହିତ ସରକାରଙ୍କ ସଂଗ୍ରହ ମୂଲ୍ୟକୁ ମଧ୍ୟ ହ୍ରାସ କରିପାରିବ  । ଏହାଦ୍ୱାରା ଦକ୍ଷତା ବୃଦ୍ଧି ହେବା ସହିତ ଜନସାଧାରଣଙ୍କ ଅର୍ଥର ସୁବିନିଯୋଗ ହୋଇପାରିବ  ।

ଜୀବନ ପ୍ରମାଣପତ୍ର ଦେବା ଲାଗି ପେନସନ ଭୋଗୀଙ୍କୁ ଆଉ ବ୍ୟାଙ୍କ ଅଧିକାରୀଙ୍କ ସାମନାରେ ଛିଡ଼ା ହେବାକୁ ପଡ଼ୁନାହିଁ  । ଆଜି, ପେନସନଭୋଗୀମାନେ ଆଧାର ବାୟୋମେଟ୍ରିକ୍ ପ୍ଲାଟଫର୍ମର ଉପଯୋଗ କରି ସର୍ବନିମ୍ନ ଶାରୀରିକ ପ୍ରୟାସରେ ଏହି ପ୍ରମାଣ ଯୋଗାଇ ଦେଇପାରୁଛନ୍ତି  ।

ମହିଳାମାନେ ଆଇଟି ଶ୍ରମଶକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇପାରିଛନ୍ତି । ଡିଜିଟାଲ ପ୍ରଯୁକ୍ତି ମହିଳାଙ୍କ ନେତୃତ୍ୱରେ ବହୁ ନୂଆ ଉଦ୍ୟୋଗ ସୃଷ୍ଟି ପାଇଁ ସୁବିଧା ଯୋଗାଇ ଦେଇଛି  । ଏହି ମାର୍ଗରେ ଆଇଟି କ୍ଷେତ୍ର ଲିଙ୍ଗଗତ ସଶକ୍ତିକରଣ କ୍ଷେତ୍ରରେ ଯୋଗଦାନ ଦେଇଛି  ।

ଭାରତର ନାଗରିକମାନେ ଏବେ ନଗଦବିହୀନ କାରବାରକୁ ଅଧିକ ଗ୍ରହଣ କଲେଣି  । ଏଥିପାଇଁ ଆମେ ଭାରତ ଇଣ୍ଟରଫେସ ଫର ମନି – ବା ଭିମ୍ ଆପ୍ ତିଆରି କରିଛୁ  । ଏହି ଆପ୍ କମ୍ ନଗଦ ଏବଂ ଦୁର୍ନୀତିମୁକ୍ତ ସମାଜ ଦିଗରେ ଚାଲିଥିବା ଆନ୍ଦୋଳନକୁ  ସହାୟତା ଯୋଗାଇ ଦେଉଛି  ।

ଏହିସବୁ ଉଦାହରଣ ପ୍ରଶାସନରେ ଉନ୍ନତି ଆଣିବାରେ ପ୍ରଯୁକ୍ତିର ଶକ୍ତିକୁ ଦର୍ଶାଉଛି  ।

ବନ୍ଧୁଗଣ,

ଆମେ ଡିଜିଟାଲ୍ ପରିଦୃଶ୍ୟକୁ ସହଭାଗୀ ପ୍ରଶାସନ ବା ଜନଭାଗିଦାରୀ ସୁବିଧା ଯୋଗାଇ ଦେବା ଲାଗି ବ୍ୟବହାର କରୁଛୁ  । ମେ 2014ରେ ଆମେ ଯେତେବେଳେ ଦାୟିତ୍ୱ ଗ୍ରହଣ କଲୁ, ବହୁ ସଂଖ୍ୟରେ ଲୋକ, ବିଶେଷ କରି ଯୁବସମାଜ ସେମାନଙ୍କ ବିଚାର ବ୍ୟକ୍ତ କରିବା ଏବଂ ଦେଶ ପାଇଁ କାର୍ଯ୍ୟ କରିବା ନିମନ୍ତେ ଆଶା ପ୍ରକଟ କରିଥିଲେ । ଆମର ଦୃଢ଼ ବିଶ୍ୱାସ ଯେ ବହୁସଂଖ୍ୟକ ଭାରତୀୟ ଅଛନ୍ତି, ଯେଉଁମାନଙ୍କ ପରିବର୍ତ୍ତନକାରୀ ଉପାୟ ଓ ଅଭିମତ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତକୁ ଏକ ନୂତନ ଉଚ୍ଚତାକୁ ନେଇପାରିବ ।

ସେଥିପାଇଁ ଆମେ ନାଗରିକ ସମ୍ପୃକ୍ତି ପୋର୍ଟାଲ, ମାଇଗଭ ଆରମ୍ଭ କରିଛୁ  । ଏହି ପ୍ଲାଟଫର୍ମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନାଗରିକମାନଙ୍କୁ ସେମାନଙ୍କ ଚିନ୍ତାଧାରା ଏବଂ ଉପାୟ ବ୍ୟକ୍ତ କରିବାର କ୍ଷମତା ଦେଇଛି । ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନୀତି କ୍ଷେତ୍ରରେ, ଆମେ ହଜାର ହଜାର ମୂଲ୍ୟବାନ ପରାମର୍ଶ ପାଇଛୁ  । ମାଇଗଭ ପ୍ରସଙ୍ଗରେ ଜନସାଧାରଣଙ୍କ ସୂତ୍ର ଏବଂ ପ୍ରତିଯୋଗିତାର ଫଳସ୍ୱରୂପ ଆଜି ବିଭିନ୍ନ ସରକାରୀ ଯୋଜନାର ଲୋଗୋ ଏବଂ ପ୍ରତୀକ ଡିଜାଇନ କରାଯାଇଛି  । ଏପରିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିକୃତ ଆପ୍ ମଧ୍ୟ ମାଇଗଭ(MyGov) ଉପରେ ହୋଇଥିବା ପ୍ରତିଯୋଗିତାର ସୁଫଳ, ଯାହାକି ଯୁବପିଢ଼ିଙ୍କ ଠାରୁ ଚମତ୍କାର ସମର୍ଥନ ଲାଭ କରିଛି  । ପ୍ରଯୁକ୍ତି ଗଣତନ୍ତ୍ରକୁ କିଭଳି ସୁଦୃଢ଼ କରିଥାଏ ମାଇଗଭ ତାହାର ଏକ ପ୍ରମୁଖ ଉଦାହରଣ  ।

ମୁଁ ଏଠାରେ ଆଉ ଏକ ଉଦାହରଣ ଦେଇପାରେ, ଦାୟିତ୍ୱ ଗ୍ରହଣ କରିବା ପରେ ମୁଁ ଏହା ହୃଦବୋଧ କରିଥିଲି ଯେ ଗୁରୁତ୍ୱପୂର୍ଣ୍ଣ ସରକାରୀ ପ୍ରକଳ୍ପ ଏବଂ କାର୍ଯ୍ୟକାରୀ ଅଧିକାଂଶ ସମୟରେ ସରକାରୀ ପରିଚାଳନା ପ୍ରକ୍ରିୟାର ଅଦରକାରୀ ବାଧା ଏବଂ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ନିଷ୍ପତି ନେବାର ଅଭାବ କାରଣରୁ ପ୍ରଭାବିତ ହୋଇଥାଏ  । ତେଣୁ ଆମେ ସାଇବର ସ୍ପେସ ଆଧାରିତ ଢାଂଚା ପ୍ରଗତି ବା ପ୍ରୋଆକ୍ଟିଭ ଗଭର୍ଣ୍ଣାନ୍ସ ଫର ଟାଇମଲି ଇମ୍ପ୍ଲିମେଂଟେସନର ଉଦ୍ଭାବନ କରିଥିଲୁ  । ହିନ୍ଦୀରେ ପ୍ରଗତିର ଆକ୍ଷରିକ ଅର୍ଥ ହେଉଛି- ବିକାଶ  ।

ପ୍ରତି ମାସର ଶେଷ ବୁଧବାର ଦିନ ମୁଁ ଶୀର୍ଷ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ପ୍ରଗତି ଅଧିବେଶନର ବୈଠକରେ ଯୋଗଦେଇଥାଏ  । ପ୍ରଯୁକ୍ତି ବାଧା ଦୂର କରିଥାଏ  । ସାଇବର ବିଶ୍ୱର ସହାୟତାରେ ଆମେ ଆମ ଅଫିସରେ ବସିରହି ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପ୍ରସଙ୍ଗର ଆଲୋଚନା ଏବଂ ସମାଧାନ କରିଥାଉ  । ଆପଣମାନଙ୍କୁ ଏହା ଜଣାଇବା ବେଳେ ମୁଁ ଆନନ୍ଦ ଅନୁଭବ କରୁଛି ଯେ- ଦେଶର ବୃହତର  ସ୍ୱାର୍ଥ ପାଇଁ ପ୍ରଗତି ଅଧିବେଶନ ଫଳରେ ସହମତି ଆଧାରରେ ଦ୍ରୁତ ନିଷ୍ପତ୍ତି ଗ୍ରହଣ ସମ୍ଭବ ହୋଇପାରୁଛି  । ନାଲିଫିତା ତଳେ ବନ୍ଦୀ ହୋଇପଡ଼ିଥିବା ବହୁ କୋଟି ଡଲାରର ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ପ୍ରଗତି ମାଧ୍ୟମରେ ତ୍ୱରାନ୍ୱିତ କରାଯାଇପାରିଛି  ।

ନରେନ୍ଦ୍ର ମୋଦୀ ଆପ ମାଧ୍ୟମରେ ମୁଁ ନିଜଆଡ଼ୁ ମଧ୍ୟ କିଛି ଚେଷ୍ଟା କରିଛି  ।  ଏହି ଆପ ନାଗରିକମାନଙ୍କ ସହିତ ମୋର ଯୋଗାଯୋଗକୁ ନିବିଡ଼ କରିଛି  । ଏହି ଆପ ଜରିଆରେ ମୁଁ ପାଉଥିବା ପରାମର୍ଶ ବେଶ ଗୁରୁତ୍ୱପୂର୍ଣ୍ଣ  ।

ଆଜି, ଆମେ ଉମଙ୍ଗ ମୋବାଇଲ ଆପର ଶୁଭାରମ୍ଭ କରିଛୁ  । ଯାହା ଶତାଧିକ ନାଗରିକ-କୈନ୍ଦ୍ରୀକ ସେବା ଯୋଗାଇଦେବ  । ପ୍ରଚ୍ଛଦପଟ୍ଟରେ ରହି ଏହି ସେବାଗୁଡ଼ିକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଯୋଗାଇଦେବେ  । ଏକ ସମନ୍ୱିତ ଆଭିମୁଖ୍ୟ ‘ପ୍ରଦର୍ଶନ ପାଇଁ ଚାପ’ ନିମନ୍ତେ ଏହି ବିଭାଗଗୁଡ଼ିକର କାର୍ଯ୍ୟଧାରାରେ ଏକ ସ୍ୱୟଂକ୍ରିୟ ସ୍ତର ଯୋଗାଇଦେବ  ।

ବନ୍ଧୁଗଣ,

ଆମେ ଆମର ଅଭିଜ୍ଞତା ଏବଂ ସଫଳତାର କାହାଣୀ ବିଶ୍ୱ ନିକଟରେ ବ୍ୟକ୍ତ କରି ଖୁସି ହେବୁ  । ଅନ୍ୟପକ୍ଷରେ ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର କରି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଚ୍ଚସ୍ତରୀୟ ଉଦାହରଣ ଏବଂ ଅଭିନବ ସମାଧାନ ପାଇଁ ଭାରତ ଆଗ୍ରହୀ  । ଦିବ୍ୟାଙ୍ଗମାନଙ୍କ ପାଇଁ ସାଇବର ସ୍ପେସକୁ ସହାୟକ କରିବା ଲାଗି ମଧ୍ୟ ଆମେ ଚାହୁଁଛୁ  । ନିକଟରେ ଛତିଶଘଂଟିଆ ହାକାଥନ ସମୟରେ କଲେଜ ଛାତ୍ରଛାତ୍ରୀମାନେ ଦୀର୍ଘକାଳୀନ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଦେଇଥିବା ପରାମର୍ଶକୁ ମନ୍ତ୍ରଣାଳୟ ଦ୍ୱାରା ଆଗେଇନିଆଯାଇଛି  । ଆମେ ମଧ୍ୟ ବିଶ୍ୱସ୍ତରୀୟ ଅଭିଜ୍ଞତା ଏବଂ ଶ୍ରେଷ୍ଠ ଅଭ୍ୟାସ ପାଇଁ ଆଗ୍ରହୀ ଅଛୁ  । ଆମେ ବିଶ୍ୱାସ କରୁ ଯେ ସମସ୍ତେ ଅଭିବୃଦ୍ଧି ହାସଲ କରିପାରିଲେ ହିଁ ପ୍ରକୃତ ଅଭିବୃଦ୍ଧି ସମ୍ଭବ ହୋଇଥାଏ  ।

ନବସୃଜନ ପାଇଁ ସାଇବର ସ୍ପେସ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର  । ଆମର ଷ୍ଟାର୍ଟଅପ୍ ଗୁଡିକୁ ଆଜି ନିତିଦିନିଆ ସାଧାରଣ ସମସ୍ୟାର ସମାଧାନ ଯୋଗାଇଦେବା ଏବଂ ଲୋକମାନଙ୍କ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ଚାହିଁ ରହିଛନ୍ତି  । ମୋର ଦୃଢ଼ ବିଶ୍ୱାସ ରହିଛି ଯେ ବିଶ୍ୱ ନିବେଶକ ଗୋଷ୍ଠୀ ଭାରତର ଷ୍ଟାର୍ଟଅପ୍ କ୍ଷେତ୍ର ବା ଉଦ୍ୟୋଗରେ ରହିଥିବା ବିପୁଳ ସମ୍ଭାବନାରେ  ସାମିଲ ହେବା ଲାଗି ଅପେକ୍ଷା କରି ରହିଛନ୍ତି  । ଏହି କ୍ଷେତ୍ରରେ ନିବେଶ ଏବଂ ଭାରତୀୟ ଷ୍ଟାର୍ଟଅପର ଏହି ଉନ୍ମୁକ୍ତ କାହାଣୀର ଅଂଶବିଶେଷ ହେବା ପାଇଁ ମୁଁ ଆପଣମାନଙ୍କୁ ଆହ୍ୱାନ ଜଣାଉଛି  ।

ବନ୍ଧୁଗଣ,

ଇଣ୍ଟରନେଟର ପ୍ରକୃତି ହେଉଛି ସାମଗ୍ରିକତା ଏବଂ ଏହା କେବଳ ଜଣକ ପାଇଁ ନୁହେଁ, ଏହା ସମାନ ଗ୍ରହଣୀୟତା ଏବଂ ସମାନ ସୁଯୋଗ ଯୋଗାଇ ଦେଇଥାଏ  । ଆଜିର ଆଲୋଚନା ଫେସବୁକ, ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ଦ୍ୱାରା ରୂପ ନେଉଛି  । ସୋସିଆଲ ମିଡିଆ ପ୍ଲାଟଫର୍ମ ସାଇବର ସ୍ପେସକୁ ସମସ୍ତଙ୍କ ଅଂଶଗ୍ରହଣ ପାଇଁ ସୁଲଭ କରିଛି  । ଷ୍ଟୁଡିଓରେ ବସି ବିଶେଷଜ୍ଞମାନେ ଯେଉଁ ସମ୍ବାଦ ପରିବେଷଣ କରୁଛନ୍ତି, ତାହା ସୋସିଆଲ ମିଡିଆରେ ଉଲ୍ଲେଖ କରାଯାଉଥିବା ଅଭିଜ୍ଞତା ଦ୍ୱାରା ଆହୁରି ପ୍ରସାରିତ ହେଉଛି  । ବିଶେଷଜ୍ଞତା ଏବଂ ଅଭିଜ୍ଞତାର ଏହି ପରିବର୍ତ୍ତନରେ ସାଇବର ବିଶ୍ୱର ଯୋଗଦାନ ହେତୁ ଅର୍ନ୍ତଦୃଷ୍ଟିସମ୍ପନ୍ନ ରଚନା, ସୁନ୍ଦର, ସଙ୍ଗୀତ, କଳା କିମ୍ବା ନାଟ୍ୟାଭିନୟ ହେଉ ଏ ସବୁ କ୍ଷେତ୍ରରେ ଇଣ୍ଟରନେଟ ଯୁବପିଢ଼ିକୁ ସେମାନଙ୍କ ସୃଜନଶୀଳତା ଏବଂ ସାମର୍ଥ୍ୟ ପ୍ରଦର୍ଶନ ପାଇଁ ଭିତ୍ତିଭୂମି ଯୋଗାଇ ଦେଇଛି  ।

ବନ୍ଧୁଗଣ,

ଏହି ସମ୍ମିଳନୀର ବିଷୟବସ୍ତୁ : ସ୍ଥିର ବିକାଶ ପାଇଁ ‘ସୁରକ୍ଷିତ ଏବଂ ସମାବେଶୀ ସାଇବର ସ୍ପେସ୍’ ମାନବ ସମାଜ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ପତିକୁ ସୁରକ୍ଷା ଯୋଗାଇଦେବା ଲାଗି ବାର୍ତ୍ତା ଦେଉଛି  । ବିଶ୍ୱ ସମୁଦାୟ ଆତ୍ମବିଶ୍ୱାସର ସହିତ ସାଇବର ସୁରକ୍ଷା ପ୍ରସଙ୍ଗକୁ ସମାଧାନ ସହିତ ଉପସ୍ଥାପନ କରିବା ଉଚିତ  । ସାଇବର ସ୍ପେସ ପ୍ରଯୁକ୍ତି ଆମ ଲୋକମାନଙ୍କୁ ସାମର୍ଥ୍ୟ ହେବା ଦରକାର  ।

ଏକ ମୁକ୍ତ ଏବଂ ଗ୍ରହଣୀୟ ଇଣ୍ଟରନେଟ ପାଇଁ ସନ୍ଧାନ ଦୁର୍ବଳତା ଦିଗରେ ବାଟ କଢ଼ାଇନେଇଥାଏ  । ୱେବସାଇଟ ହ୍ୟାକିଂ ଏବଂ ବିକୃତିକରଣ ଏହାର ଉଦାହରଣ  । ଏହା ଆମକୁ ସୂଚାଇଥାଏ ଯେ ବିଶେଷକରି  ଏକ ଗଣତାନ୍ତ୍ରିକ ବିଶ୍ୱରେ ସାଇବର ଆକ୍ରମଣ ଏକ ବୃହତ ବିପଦ  । ସାଇବର ଅପରାଧୀମାନେ ଯେପରି ଆମ ସମାଜର ଦୁର୍ବଳ କ୍ଷେତ୍ରକୁ କ୍ଷତିଗ୍ରସ୍ତ କରିନପାରନ୍ତି, ତାହା ଆମକୁ ସୁନିଶ୍ଚିତ କରିବାକୁ ହେବ  । ସାଇବର ନିରାପତ୍ତା ପ୍ରସଙ୍ଗଗୁଡ଼ିକ ପ୍ରତି ସତର୍କ ରହିବା ଆମ ଜୀବନର ଅଙ୍ଗ ହେବା ଉଚିତ  ।

ସାଇବର ନିରାପତ୍ତାର ମୁକାବିଲା ପାଇଁ ଉପଯୁକ୍ତ ତାଲିମ ଏବଂ ସମର୍ଥ ପେସାଦାରଙ୍କ ପ୍ରତି ଦୃଷ୍ଟି ଦିଆଯିବା ଉଚିତ  । ସାଇବର ଯୋଦ୍ଧା ସର୍ବଦା ସାଇବର ଆକ୍ରମଣ ବିରୋଧରେ ସତର୍କ ରହିପାରିବେ  । ହ୍ୟାକିଂ ଏକ ଉତ୍ସାହଜନକ, ଏପରିକି ସନ୍ଦେହଜନକ ଆଭାସ ହାସଲ କରିଛି  । ଯୁବକମାନଙ୍କ ପାଇଁ ସାଇବର ସୁରକ୍ଷା ଏକ ଆକର୍ଷଣୀୟ ସାଧନ ଯୋଗ୍ୟ ଜୀବିକାର୍ଜନ ବିକଳ୍ପ ହେଉ, ତାହା ସୁନିଶ୍ଚିତ କରିବାକୁ ହେବ  ।

ଏହି ପରିପ୍ରେକ୍ଷୀରେ, ଡିଜିଟାଲ କ୍ଷେତ୍ର ଯେପରି ଆତଙ୍କବାଦ ଏବଂ ଉଗ୍ରବାଦର କ୍ରୀଡ଼ାଙ୍ଗନ ନହେଉ, ତାହା ସୁନିଶ୍ଚିତ କରିବା ପାଇଁ ରାଷ୍ଟ୍ରଗୁଡ଼ିକ ଉତ୍ତରଦାୟିତ୍ୱ ନେବା ଉଚିତ  । ସର୍ବଦା ପରିବର୍ତ୍ତିତ ବିପଦ ପରିଦୃଶ୍ୟର ମୁକାବିଲା ଲାଗି ସୁରକ୍ଷା ସଂସ୍ଥାଗୁଡ଼ିକ ମଧ୍ୟରେ ସୂଚନା ଆଦାନପ୍ରଦାନ ଏବଂ ସମନ୍ୱୟ ରହିବା ଜରୁରୀ  ।

ନିଶ୍ଚିତ ଭାବେ ଆମେ ଗୋଟିଏ ପଟେ ଗୋପନୀୟତା ଏବଂ ସ୍ପଷ୍ଟତା ଏବଂ ଅନ୍ୟପଟେ ଜାତୀୟ ନିରାପତ୍ତା ମଧ୍ୟରେ ତାରତମ୍ୟ ରଖିପାରିବା  । ଗୋଟିଏ ପଟେ ଆମେ ମିଳିମିଶି ବୈଶ୍ୱିକ ଏବଂ ମୁକ୍ତ ବ୍ୟବସ୍ଥା ମଧ୍ୟରେ ଥିବା ତାରତମ୍ୟ ଦୂର କରିପାରିବା ଏବଂ ଅନ୍ୟପଟେ ରାଷ୍ଟ୍ର-ବିଶେଷର ଆଇନଗତ ଆବଶ୍ୟକତାର ମୁକାବିଲା କରିପାରିବା ।

ବନ୍ଧୁଗଣ,

ପ୍ରଗତିଶୀଳ ଡିଜିଟାଲ ପ୍ରଯୁକ୍ତି ଆମ ଭବିଷ୍ୟତକୁ କିପରି ଭାବେ ପ୍ରଭାବିତ କରିବ ତା’ର ପୂର୍ବାନୁମାନ କରିବା ମଧ୍ୟ ଅସମ୍ଭବ । ପାରଦର୍ଶୀତା, ଗୋପନୀୟତା, ବିଶ୍ୱାସ ଏବଂ ନିରାପତ୍ତା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ସମାଧାନ କରିବାର ଆବଶ୍ୟକତା ରହିଛି । ଡିଜିଟାଲ ପ୍ରଯୁକ୍ତି  ମାନବସମାଜକୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରିଥାଏ । ଏହା ଏହି ମାର୍ଗରେ ହିଁ ଜାରି ରହୁ ଆମକୁ ତାହା ସୁନିଶ୍ଚିତ କରିବାକୁ ହେବ ।

ଏହି କାର୍ଯ୍ୟକ୍ରମରେ ବ୍ୟାପକ ବହୁପକ୍ଷୀୟ ଅଂଶୀଦାରଙ୍କ ଅଂଶଗ୍ରହଣ ଏହି ମଂଚ ଗ୍ରହଣ କରିଥିବା ବୈଶ୍ୱିକ ପ୍ରୋତ୍ସାହନକୁ ପ୍ରମାଣିତ କରୁଛି । ଏକ ଔପଚାରିକ ସହଯୋଗୀ ରୂପରେଖ ଦିଗରେ ରାଷ୍ଟ୍ରସମୂହ, ଶିଳ୍ପଜଗତ, ବିଶେଷଜ୍ଞ ଏବଂ ନାଗରିକ ସମାଜ କାର୍ଯ୍ୟ କରିବା ଉଚିତ  । ଏହା ଏକ ନିରାପଦ ସାଇବର କ୍ଷେତ୍ର ଯୋଗାଇ ଦେବ ଯାହା ଜୀବନ ଧାରଣରେ ଉନ୍ନତି ଆଣିବ ।

ବନ୍ଧୁଗଣ,

ଏହି ସମ୍ମିଳନୀ ସଂଖ୍ୟାଦୃଷ୍ଟିରୁ ବର୍ତ୍ତମାନ ସୁଦ୍ଧା ଏପରି ଶ୍ରେଣୀର ସମ୍ମିଳନୀଗୁଡ଼ିକୁ ମଧ୍ୟରେ ବୋଧହୁଏ ସର୍ବବୃହତ  । ମୁଁ ସୂଚନା ପାଇଛି ଯେ ସମସ୍ତ ପୃଷ୍ଠଭୂମି ଏବଂ ଲଜିଷ୍ଟିକଗୁଡ଼ିକ ଡିଜିଟାଲ ମାଧ୍ୟମରେ କରାଯାଇଛି  । ମୋର ଆଶା ସାରାବିଶ୍ୱରୁ ଯୋଗ ଦେଇଥିବା ପ୍ରତିନିଧିମାନେ ସହଜ ଏବଂ ବାଧାମୁକ୍ତ ଅଭିଜ୍ଞତା ହାସଲ କରିବେ  ।

ଫଳପ୍ରଦ ଏବଂ ଉପାଦେୟ ବିଚାରବିମର୍ଷ ଏବଂ ପରିଣାମ ଆଶା କରି ମୁଁ ମୋର ବକ୍ତବ୍ୟ ଶେଷ କରୁଛି  । ମୁଁ ପୁଣିଥରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଏବଂ ଏହି ସମ୍ମିଳନୀର ସଫଳତା କାମନା କରୁଛି  ।

ଆପଣମାନଙ୍କୁ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EPFO settles 8.3 crore claims in FY26; cheque leaf upload reform benefits 7 crore members, says govt

Media Coverage

EPFO settles 8.3 crore claims in FY26; cheque leaf upload reform benefits 7 crore members, says govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi receives a telephone call from the US Vice President
August 08, 2026
PM and Vice President Vance review progress in the India-U.S. Strategic Partnership.
PM and Vice President Vance exchange views on regional and global developments.
PM warmly congratulates Vice President Vance and Ms. Usha Vance on the birth of their son.

Prime Minister Shri Narendra Modi received a telephone call today from the Vice President of the United States, Mr. J.D. Vance.

Prime Minister and Vice President Vance reviewed progress in the India-U.S. Comprehensive Global Strategic Partnership. They noted the sustained momentum in the high-level engagements and reaffirmed their commitment to further strengthening cooperation in trade, defence, critical and emerging technologies, energy security and critical minerals.

They also exchanged views on regional and global developments of mutual interest.

Prime Minister warmly congratulated Vice President Vance and Ms. Usha Vance on the birth of their son and conveyed best wishes to the family.