Not only South Korean companies are strengthening our ‘Make in India’ mission but they are also generating employment opportunities: PM
Our focus is on enhancing the Special Strategic Partnership: PM Modi at Joint press meet with President Moon Jae-in of South Korea

ମହାମହିମ ରାଷ୍ଟ୍ରପତି ମୁନ,

ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ,

ଗଣମାଧ୍ୟମର ସାଥୀଗଣ,

 

ରାଷ୍ଟ୍ରପତି ମୁନଙ୍କ ଭାରତକୁ ପ୍ରଥମ ସରକାରୀ ଯାତ୍ରାରେ ତାଙ୍କର ସ୍ୱାଗତ କରିବା ମୋ ପାଇଁ ଅତ୍ୟନ୍ତ ଖୁସିର କଥା  ।

ପ୍ରାୟ ଏକ ବର୍ଷ ପୂର୍ବେ ମୋର ପ୍ରଥମ ଥର ପାଇଁ ରାଷ୍ଟ୍ରପତି ମୁନଙ୍କ ସହିତ ହମବର୍ଗରେ ଜି-20 ଶିଖର ସମ୍ମିଳନୀରେ ସାକ୍ଷାତ ହୋଇଥିଲା  । ସେତେବେଳେ ମୁଁ ତାଙ୍କୁ ଭାରତ ଆସିବା ପାଇଁ ଆମନ୍ତ୍ରିତ କରିଥିଲି । ଆଜି ସଂପୂର୍ଣ୍ଣ ବିଶ୍ୱ କୋରିଆ ଉପଦ୍ୱୀପରେ ହେଉଥିବା ବିଭିନ୍ନ ଘଟଣାକ୍ରମକୁ ଅତି ଆଗ୍ରହର ସହ ଦେଖୁଛି । ଏଭଳି ସ୍ଥିତିରେ ସେ ନିଜର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ମଧ୍ୟରେ ଭାରତ ଯାତ୍ରା ପାଇଁ ସମୟ ବାହାର କରିଛନ୍ତି । ଏବଂ ସେଥିପାଇଁ ମୁଁ ତାଙ୍କୁ ସ୍ୱତନ୍ତ୍ର ଭାବେ ଅଭିନନ୍ଦନ କରୁଛି  ।

ବନ୍ଧୁଗଣ,

ବୋଧହୁଏ ବହୁତ କମ ଲୋକ ଜାଣିଥିବେ ଯେ ଭାରତ ଏବଂ କୋରିଆ ମଧ୍ୟରେ ଏକ ପ୍ରକାରର ପାରିବାରିକ ସଂପର୍କ ରହିଛି  । ଶହ ଶହ ବର୍ଷ ପୂର୍ବେ ଅଯୋଧ୍ୟାର ଜଣେ ରାଜକୁମାରୀ, ପ୍ରିନ୍ସେସ ସୁରୀ-ରତ୍ନାଙ୍କ ବିବାହ କୋରିଆର ରାଜାଙ୍କ ସହ ହୋଇଥିଲା । ଏବଂ ଆପଣମାନଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଆଜି ମଧ୍ୟ କୋରିଆରେ ଲକ୍ଷ ଲକ୍ଷ ଲୋକ ନିଜକୁ ତାଙ୍କ ବଂଶଧର ଭାବେ ବିବେଚନା କରନ୍ତି  । ଆଧୂନିକ ଯୁଗରେ ମଧ୍ୟ ଭାରତ ଏବଂ କୋରିଆର ମଜବୁତ ସଂପର୍କ ରହିଛି  । କୋରିଆରେ ଯୁଦ୍ଧ ସମୟରେ, ଭାରତର ପାରାଚୁଟ ଫିଲ୍ଡ ଆମ୍ବୁଲାନ୍ସ ୟୁନିଟର କାର୍ଯ୍ୟକୁ ଏବେବି ପ୍ରଶଂସା କରାଯାଉଛି  ।

ବନ୍ଧୁଗଣ,

କୋରିଆ ଜନରାଜ୍ୟର ଆର୍ଥିକ ଏବଂ ସାମାଜିକ ପ୍ରଗତି ବିଶ୍ୱରେ ଏକ ଅସାଧାରଣ ଉଦାହରଣ  । କୋରିଆର ଜନମାନସ ଦେଖାଇ ଦେଇଛନ୍ତି ଯେ ଯଦି କୌଣସି ଦେଶ ଦୃଢ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ପ୍ରତି ପ୍ରତିଶୃତିବଦ୍ଧ ହୁଅନ୍ତି ତେବେ ଅସମ୍ଭବ ଲାଗୁଥିବା ଲକ୍ଷ୍ୟକୁ ମଧ୍ୟ ସମ୍ଭବ କରାଯାଇପାରିବ ।

କୋରିଆର ଏହି ପ୍ରଗତି ଭାରତ ପାଇଁ ମଧ୍ୟ ପ୍ରେରଣାଦାୟୀ । ଏବଂ ଏହା ଖୁସିର ବିଷୟ ଯେ କୋରିଆର କଂପାନୀଗୁଡିକ ଭାରତରେ କେବଳ ଅଧିକରୁ ଅଧିକ ପୁଞ୍ଜିନିବେଶ କରିବା ସହିତ ମେକ ଇନ ଇଣ୍ଡିଆ ମିଶନରେ ନିଜକୁ ସାମିଲ କରି ଭାରତରେ ରୋଜଗାର ସୁଯୋଗ ସୃଷ୍ଟି କରିଛନ୍ତି । କୋରିଆର କଂପାନୀଗୁଡିକର ଉତ୍ତମଗୁଣବତ୍ତା ପ୍ରତି ପ୍ରତିଶୃତିବଦ୍ଧତା ପାଇଁ ଭାରତର ଘରେ ଘରେ କୋରିଆର ଉତ୍ପାଦ ତଥା ସାମଗ୍ରୀ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି  ।

ବନ୍ଧୁଗଣ,

ଆଜିର ଏହି ଆଲୋଚନାରେ ଆମେ କେବଳ ଦ୍ୱିପାକ୍ଷିକ ସଂପର୍କର ସମୀକ୍ଷା କରିବା ସହିତ କ୍ଷେତ୍ରୀୟ ଏବଂ ବୈଶ୍ୱିକ ସମସ୍ୟା ଉପରେ ନିଜର ମତ ମଧ୍ୟ ଖୋଲାଖୋଲି ଭାବେ ରଖିଛୁ  । ମୁଁ ଭାବୁଛି ଯେ ନୀତିଗତ ସ୍ତରରେ ଭାରତର  ଏକ୍ଟ ଇଷ୍ଟ ପଲିସି ବା ପ୍ରାଚ୍ୟମୁଖୀ ନୀତି ଏବଂ କୋରିଆ ଜନରାଜ୍ୟର ନୂତନ ଦକ୍ଷିଣମୁଖୀ ନୀତି ବାNew Southern Strategyରେ ଏକାଭିମୁଖୀତା ରହିଛି । ଭାରତ ଓ କୋରିଆ ଜନରାଜ୍ୟ ମଧ୍ୟରେ ସଂପର୍କ ତାଙ୍କ New Southern Strategyର ଏକ ଆଧାର ସ୍ତମ୍ଭ ଭାବେ ପରିଗଣିତ ହେଉଥିବାରୁ ମୁଁ ରାଷ୍ଟ୍ରପତି ମୁନଙ୍କ ଏହି ବିଚାରକୁ ହାର୍ଦ୍ଦିକ ସ୍ୱାଗତ କରୁଛି  ।

ଆମ ଆଲୋଚନାର ପରିଣାମ ସ୍ୱରୁପ ଏକ ଭବିଷ୍ୟଦୃଷ୍ଟି ବକ୍ତବ୍ୟ (vision statement) ଜାରି କରାଯାଉଛି ।  ଆମର ଲକ୍ଷ୍ୟ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଯୋଜନାକୁ ଆହୁରି ମଜବୁତ କରିବା ଏହି ସଂପର୍କର ଏକ ସ୍ତମ୍ଭରେ ଆମର ଆର୍ଥିକ ଏବଂ ବ୍ୟବସାୟିକ ସଂପର୍କ ରହିଛି  । ଆଜି କିଛି ସମୟ ପରେ ଦୁଇ ଦେଶର ପ୍ରମୁଖ ସିଇଓଙ୍କ ସହିତ ଆଲୋଚନା କରାଯିବ  । ମୋର ଆଶା ଯେ ଆମ ବ୍ୟବସାୟ ଏବଂ ପୁଞ୍ଜିନିବେଶ ସମ୍ପର୍କିତ ଯୋଗସୂତ୍ରକୁ ଆହୁରି ଅଧିକ ମଜବୁତ କରିବା ପାଇଁ ଆମକୁ ଅନେକ ଉତ୍ତମ ପରାମର୍ଶ ମିଳିପାରିବ  ।

ମୁଁ ଅତ୍ୟନ୍ତ ଖୁସି ଯେ ଆମେ ଆମ ସୁପରିକଳ୍ପିତ ଆର୍ଥିକ ସହଭାଗି ରାଜିନାମାକୁ ଉନ୍ନତ କରିବା ଦିଗରେ Early Harvest Package ଆରମ୍ଭ କରିପାରିଛୁ  । ଦୁଇ ଦେଶର ସଂପର୍କ ଏବଂ ସୁଦୂର ଭବିଷ୍ୟତ ଓ ବିଶ୍ୱରେ ହେଉଥିବା ପ୍ରଯୁକ୍ତି ବିଦ୍ୟାର ଦୃତ ପରିବର୍ତ୍ତନକୁ ଦୃଷ୍ଟି ଦେଇ ଆମେ ନବସୃଜନ ସହଯୋଗ କେନ୍ଦ୍ରର ପ୍ରତିଷ୍ଠା ଏବଂ ଭବିଷ୍ୟତ ରଣନୈତିକ ଗୋଷ୍ଠୀ ଗଠନ ପାଇଁ ନିଷ୍ପତ୍ତି ନେଇଛୁ  ।

ବନ୍ଧୁଗଣ,

କୋରିଆ ଉପଦ୍ୱୀପର ଶାନ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ, ସଠିକ ମାର୍ଗରେ ପରିଚାଳିତ କରିବା ପାଇଁ ଏବଂ ପ୍ରଗତି ପାଇଁ ମୁନ ପ୍ରଶଂସାର ପାତ୍ର । ମୋର ଏହା ବିଶ୍ୱାସ ଯେ ଯେଉଁ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଛି,ତାହା ରାଷ୍ଟ୍ରପତି ମୁନଙ୍କ କଠିନ ପରିଶ୍ରମର ପରିଣାମ  । ଏହି ପ୍ରଗତି ପାଇଁ ମୁଁ ରାଷ୍ଟ୍ରପତି ମୁନଙ୍କୁ ଅଭିନନ୍ଦନ ଜଣାଉଛି  । ଆଜିର ଆଲୋଚନାରେ ମୁଁ ତାଙ୍କୁ କହିଛି ଯେ ପୂର୍ବୋତ୍ତର ଏବଂ ଦକ୍ଷିଣ ଏସିଆରେ ଅଣୁଅସ୍ତ୍ର ପ୍ରସାରର ଭିତିରି ସମ୍ପର୍କ ଭାରତ ପାଇଁ ମଧ୍ୟ ଚିନ୍ତାର ବିଷୟ ହୋଇଛି । ଏଥିପାଇଁ, ଏହି ଶାନ୍ତି ପ୍ରକ୍ରିୟାର ସଫଳତାରେ ଭାରତ ମଧ୍ୟ ଏକ ଅଂଶୀଦାର  ।

ଚିନ୍ତା ହ୍ରାସ କରିବା ପାଇଁ ଆବଶ୍ୟକ ସହଯୋଗ ଆମେ ନିଶ୍ଚିତ ରୂପେ କରିବୁ । ଏବଂ ଏଥିପାଇଁ, ଆମେ ନିଜ ପରାମର୍ଶ ଏବଂ ସମନ୍ୱୟର ଗତିକୁ ଆହୁରି ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛୁ । ସଚିବ ସ୍ତରରେ 2+2ଆଲୋଚନା ଏବଂ ମନ୍ତ୍ରୀ ସ୍ତରରେ ଯୁଗ୍ମ କମିଶନ ଆଗାମୀ ସାକ୍ଷାତଗୁଡିକରେ ଏହି ସଂପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ହେବ  ।

ବନ୍ଧୁଗଣ,

ପୁନର୍ବାର ରାଷ୍ଟ୍ରପତି ମୁନ, ତାଙ୍କ ଧର୍ମ ପତ୍ନୀ ଏବଂ ପ୍ରତିନିଧିମଣ୍ଡଳର ସମସ୍ତ ପ୍ରତିନିଧିମାନଙ୍କୁ ଭାରତରେ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ଆଗାମୀ ଦିନରେ ତାଙ୍କର ସମସ୍ତ ଶାନ୍ତି ପ୍ରଚେଷ୍ଟାଗୁଡିକର ସଫଳତା ପାଇଁ ମୁଁ ନିଜ ତରଫରୁ ଏବଂ 125 କୋଟି ଭାରତୀୟଙ୍କ ତରଫରୁ ଅନେକ ଅନେକ ଶୁଭକାମନା  ଜଣାଉଛି ।

ପୁଣି ଥରେ ସାକ୍ଷାତ ହେବ,

ଅନେକ ଅନେକ ଧନ୍ୟବାଦ  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s AI moment: Sarvam turns unicorn at $1.5 billion valuation

Media Coverage

India’s AI moment: Sarvam turns unicorn at $1.5 billion valuation
NM on the go

Nm on the go

Always be the first to hear from the PM. Get the App Now!
...
Prime Minister reaffirms commitment to building next-generation infrastructure for Viksit Bharat
June 16, 2026

The Prime Minister, Shri Narendra Modi has said that the last decade has witnessed record infrastructure upgrading. He has reiterated the Government’s commitment to building next-generation infrastructure for the people of the nation to realise the vision of a Viksit Bharat.

In a post on X, the Prime Minister said:

“The last decade has witnessed record infrastructure upgrading. We are committed to building next-generation infrastructure for the people of our nation to realise our vision of a Viksit Bharat.

#12YearsOfNayaBharatNirman”