Contribution of Indian community towards Seychelles’ economy is a matter of pride for us: Prime Minister Modi
India and Seychelles would work together keeping in mind each other's interests on the Assumption Island project: PM Modi
India is committed to helping Seychelles strengthen its defence capability, ocean infrastructure and enhance the capacity of defence personnel: Prime Minister

ମହାମହିମ ରାଷ୍ଟ୍ରପତି ଡାନୀ ଫୌରେ, ସିସିଲି

ପ୍ରତିନିଧି ଦଳର ସମ୍ମାନନୀୟ ସଦସ୍ୟଗଣ

ଗଣମାଧ୍ୟମର ବନ୍ଧୁ,

ରାଷ୍ଟ୍ରପତି ଫୌରେ ଏବଂ ତାଙ୍କ ସହ ଆସିଥିବା ପ୍ରତିନିଧିଦଳକୁ ସ୍ୱାଗତ କରିବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ । 2015ରେ ମୋର ସିସିଲି ଗସ୍ତ, ଯାହା ଭାରତ ମହାସାଗର କ୍ଷେତ୍ରକୁ ମୋର ପ୍ରଥମ ଯାତ୍ରା ଥିଲା, ସେ ସମ୍ପର୍କରେ ମୁଁ ଏବେ ମନେ ପକାଇପାରୁଛି । ସେହି ବର୍ଷ ତତ୍କାଳୀନ ରାଷ୍ଟ୍ରପତି ଜେମ୍ସ ମିଶେଲ୍ସ ମଧ୍ୟ ଭାରତ ଗସ୍ତରେ ଆସିଥିଲେ ।

ଏହି ଯାତ୍ରା ଆମର ଘନିଷ୍ଠ ରଣନୈତିକ ଭାଗିଦାରୀ ଲାଗି ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ଜୁନ 1976ରେ ସିସିଲି ସ୍ୱାଧୀନତା ହେବା ପରେ ଆମେ ଦୁଇ ଗଣତାନ୍ତ୍ରିକ ଦେଶ ମଧ୍ୟରେ ସ୍ୱତନ୍ତ୍ର ସମ୍ପର୍କ ରହିଆସିଛି । ଆଜି ଭାରତ ଏବଂ ସିସିଲି ପରସ୍ପରର ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାର ଅଟନ୍ତି । ଆମେ ଦୁଇ ଦେଶର ଗଣତନ୍ତ୍ରର ମୂଲ୍ୟବୋଧକୁ ସମର୍ଥନ କରିଥାଉ ଏବଂ ଭାରତୀୟ ମହାସାଗରରେ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତାକୁ ବଜାୟ ରଖି ଜିଓ-ଷ୍ଟ୍ରାଟେଜିକ ଭିଜନରେ ମଧ୍ୟ ସମାନ ରୂପରେ ଭାଗୀ ହେଉଛୁ ।

ରାଷ୍ଟ୍ରପତି ଫୌରେ ଏବଂ ମୋ ମଧ୍ୟରେ ଆଜି ଆଲୋଚନା ସଫଳ ଥିଲା । ସିସିଲି ଆଫ୍ରିକାରେ ଉଚ୍ଚ ମାନବୀୟ ବିକାଶ ସୂଚକାଙ୍କ ହାସଲ କରିଛି ଏବଂ ନୀଳ ଅର୍ଥବ୍ୟବସ୍ଥାର ବିଶ୍ୱ ନେତୃତ୍ୱ ମଧ୍ୟରୁ ଅନ୍ୟତମ ହୋଇ ଉଭା ହୋଇଛି । ମୁଁ ରାଷ୍ଟ୍ରପତି ଫୌରେଙ୍କୁ ଏହି ଉପଲବ୍ଧୀ ପାଇଁ ଅନେକ ଅଭିନନ୍ଦନ ଜଣାଉଛି ।

ଭାରତ ଏବଂ ସିସିଲି ଭାରତ ମହାସାଗର କ୍ଷେତ୍ର ସହ ଯୋଡ଼ି ହୋଇଛନ୍ତି । ଆମ ନାଗରିକଙ୍କ ସମୃଦ୍ଧି ଲାଗି ସୁରକ୍ଷିତ ସାମୁଦ୍ରୀକ ପରିବେଶରେ ସାମୁଦ୍ରିକ ଅର୍ଥବ୍ୟବସ୍ଥାର ନିରନ୍ତର ବିକାଶ ଗୁରୁତ୍ୱପୂର୍ଣ୍ଣ ଅଟେ । ପାରମ୍ପରିକ ଏବଂ ଅଣ ପାରମ୍ପରିକ ବିପଦର ସଫଳତାପୂର୍ବକ ମୁକାବିଲା କରି ହିଁ ଆମେ ମହାସାଗର ଦ୍ଵାରା ପ୍ରଦତ୍ତ ସୁଯୋଗର ଲାଭ ଉଠାଇପାରିବା । ଆଜି ଆମର ଆଲୋଚନାରେ, ଆମେ ସମୁଦ୍ର ଆଧାରିତ ନୀଳ ଅର୍ଥବ୍ୟବସ୍ଥାର ସମ୍ପୂର୍ଣ୍ଣ ଲାଭ ଉଠାଇବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ନିଜର ପ୍ରତିବଦ୍ଧତାକୁ ଦୋହରାଉଛୁ । ଆମ ମଧ୍ୟରେ ସାମୁଦ୍ରିକ ଆହ୍ୱାନର ମୁକାବିଲା ଲାଗି ସହଯୋଗ ଉପରେ ଗଭୀର ରଣନୈତିକ ବୁଝାମଣା ରହିଛି ।

ଘନିଷ୍ଠ ଭାଗୀଦାର ରୂପରେ ଏହା ଆମର ଆପୋସ ଉତ୍ତରଦାୟିତ୍ୱ ଯେ ଆମେ ନିଜ ଏକାଧିକାର ସାମୁଦ୍ରିକ ଆର୍ଥିକ ପରିସୀମା ଏବଂ ଉପକୂଳ କ୍ଷେତ୍ରର ଆଖାପାଖରେ ସାମୂହିକ ସାମୁଦ୍ରିକ ସୁରକ୍ଷା ସୁନିଶ୍ଚିତ କରିବା । ଆମକୁ ଜଳଦସ୍ୟୁ, ଡ୍ରଗ୍ସ ଏବଂ ମାନବ ଚାଲାଣ ଓ ସାମୁଦ୍ରିକ ସମ୍ବଳର ଅବୈଧ ଶୋଷଣ ଭଳି ଅନ୍ତର୍ଜାତୀୟ ଅପରାଧରୁ ବିପଦ ରହିଛି । ଏହା ବିରୋଧରେ ଆମକୁ ନିଜ ସତର୍କତା ଏବଂ ସହଯୋଗ ବଢ଼ାଇବାକୁ ହେବ । ସିସିଲିକୁ ଏହାର ପ୍ରତିରକ୍ଷା ସାମର୍ଥ୍ୟ ଏବଂ ସାମୁଦ୍ରିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ପ୍ରତିରକ୍ଷା ବାହିନୀର କ୍ଷମତା ବଢ଼ାଇବାରେ ସହାୟତା ଯୋଗାଇ ଦେବାକୁ ଭାରତ ପ୍ରତିବଦ୍ଧ ଅଟେ । ଏହାଦ୍ୱାରା ସିସିଲି ପାରମ୍ପରିକ ଏବଂ ଅଣପାରମ୍ପରିକ ଉଭୟ ପ୍ରକାରର ସାମୁଦ୍ରିକ ଆହ୍ୱାନଗୁଡ଼ିକର ପ୍ରଭାବୀ ମୁକାବିଲା କରିପାରିବ ଏବଂ ସାମୁଦ୍ରିକ ସମ୍ବଳର ସୁରକ୍ଷା କରିପାରିବ । ଏ ସନ୍ଦର୍ଭରେ ମୁଁ ସିସିଲିର ପ୍ରତିରକ୍ଷା ଲାଗି 100 ନିୟୁତ ଆମେରିକୀୟ ଡଲାର ଋଣ ଦେବା ଲାଗି ଘୋଷଣା କରି ଆନନ୍ଦ ପ୍ରକାଶ କରୁଛି । ଏହି ଋଣ ଦ୍ୱାରା ସିସିଲିକୁ ନିଜର ଗସ୍ତ ସମୟରେ ମୁଁ ଯେଉଁ ଅନ୍ୟ ଡୋର୍ନିଅର ଏଆରକ୍ରାଫ୍ଟ ପାଇଁ ପ୍ରତିଶ୍ରୁତି ଦେଇଥିଲି ତାହା କାଲି ଅର୍ପଣ କରିବା ଲାଗି ପ୍ରସ୍ତୁତ । ଏହାର ମଡେଲ ଏବେ ଆପଣମାନଙ୍କ ସାମ୍ନାରେ ରଖାଯାଇଛି । ଏହା 29 ଜୁନରେ ସିସିଲି ଜାତୀୟ ଦିବସ ସମାରୋହରେ ଭାଗ ନେବା ଲାଗି ଠିକ ସମୟରେ ସେଠାରେ ପହଞ୍ଚାଯିବ ।

ଏଜାମ୍ପସନ ଦ୍ୱୀପ ପ୍ରକଳ୍ପ ସମ୍ପର୍କରେ ପାରସ୍ପରିକ ସ୍ୱାର୍ଥ ଆଧାରରେ ମିଳିମିଶି କାମ କରିବା ଲାଗି ଆମେ ସହମତ ଅଟୁ । ସାମୁଦ୍ରିକ ଦିଗ ନିର୍ଣ୍ଣୟ ଚାର୍ଟର ଉପଲବ୍ଧତାକୁ ସୁଧାରିବା ଲାଗି ହାଇଡ୍ରୋଗ୍ରାଫୀ ସର୍ବେକ୍ଷଣ କରିବା ଲାଗି ଆମେ ବ୍ୟାପକ ଭାବେ ସହଯୋଗ କରୁଛୁ । ଏହି ପ୍ରୟାସର ଅଂଶବିଶେଷ ସ୍ୱରୂପ ଆମେ ଆଜି ହ୍ୱାଇଟ ସିପିଂ ଡାଟାର ଆଦାନପ୍ରଦାନ ଲାଗି ଏକ ଏମଓୟୁ ସ୍ୱାକ୍ଷର କରିଛୁ । ଆଜି ଆମର ଆଲୋଚନା ସମୟରେ ମୁଁ ସିସିଲିର ରାଷ୍ଟ୍ରୀୟ ପ୍ରାଥମିକତା ପ୍ରକଳ୍ପ ଲାଗି ପ୍ରଭାବୀ ଯୋଗଦାନ ଜାରି ରଖିବା ପାଇଁ ଭାରତର ପ୍ରତିବଦ୍ଧତା ଦୋହରାଇଛି । ଏହି ପ୍ରକଳ୍ପ ଦ୍ୱାରା କେବଳ ସିସିଲିର ଅର୍ଥବ୍ୟବସ୍ଥାରେ ସୁଧାର ଆସିବ ନାହିଁ ବରଂ ଆମର ଆପୋସ ସମ୍ପର୍କ ବହୁ ଗୁଣରେ ପ୍ରଗାଢ଼ ହେବ ।
ସ୍ୱତନ୍ତ୍ର ଅନୁଦାନ ଅନ୍ତର୍ଗତ ସିସିଲିର ତିନୋଟି ସାଧାରଣ ଭିତ୍ତିଭୂମି ପ୍ରକଳ୍ପକୁ ଅର୍ଥ ଯୋଗାଣ ପାଇଁ ଭାରତ ପ୍ରସ୍ତୁତ ଅଛି । ଏଥିରେ ସରକାରୀ ଆବାସ, ନୂଆ ପୋଲିସ ମୁଖ୍ୟାଳୟ ଏବଂ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ସାମିଲ ରହିଛି ।

ଆଜି ଆମେ ଏକ ଏମଓୟୁରେ ସ୍ୱାକ୍ଷର କରିଛୁ, ଯାହାର ଅନ୍ତର୍ଗତ ସିସିଲିରେ କିଛି ଉଚ୍ଚ ମାନର, ସୁଦୃଶ୍ୟମାନ ଏବଂ ନାଗରିକ କୈନ୍ଦ୍ରିକ କ୍ଷୁଦ୍ର ବିକାଶ ପ୍ରକଳ୍ପ ଆରମ୍ଭ କରିବା ଲାଗି ଆମ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ମୁଁ ରାଷ୍ଟ୍ରପତି ଫୌରେଙ୍କୁ ଆଶ୍ୱାସନା ଦେଇଛି ଯେ ଭାରତ ସିସିଲିର ସାଧାରଣ ନାଗରିକଙ୍କ ସମେତ ପ୍ରତିରକ୍ଷା କର୍ମୀଙ୍କ ଲାଗି ଆଇଟିଇସି ଏବଂ ଅନ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଶିକ୍ଷଣ ପ୍ରଦାନ କରି ସିସିଲିର କ୍ଷମତା ବିକାଶକୁ ବଢ଼ାଇବା ଲାଗି ସବୁବେଳେ ପ୍ରତିଶ୍ରୁତିବଦ୍ଧ ରହିବ । ସିସିଲି ଦ୍ୱାରା ନିର୍ଦ୍ଧାରିତ କ୍ଷେତ୍ରରେ ଭାରତୀୟ ବିଶେଷଜ୍ଞ ସିସିଲିକୁ ଡେପୁଟେସନରେ ପଠାଯିବ । ସିସିଲିର ଅର୍ଥବ୍ୟବସ୍ଥାରେ ଭାରତୀୟ ସମୁଦାୟର ଯୋଗ ଆମ ପାଇଁ ଗର୍ବର ବିଷୟ ଅଟେ । ଆମ ଦୁଇ ଦେଶ ଏବଂ ଏଠାକାର ଲୋକମାନଙ୍କ ମଧ୍ୟରେ ସହଭାଗୀ ସଂସ୍କୃତି ଆମ ପାଇଁ ଗର୍ବର ବିଷୟ ଅଟେ ଏବଂ ଏହା ଆମ ସମ୍ପର୍କକୁ ପ୍ରଗାଢ଼ କରିବା ଲାଗି ଅନେକ ସମ୍ଭାବନା ପ୍ରଦାନ କରୁଛି । ଆମକୁ ଦୁଇଟି ବଡ଼ ଅଲଦାବ୍ରା କଇଁଛ ଉପହାର ସ୍ୱରୂପ ଦେବା ଲାଗି ମୁଁ ରାଷ୍ଟ୍ରପତି ଫୌରେଙ୍କୁ ଧନ୍ୟବାଦ ଜଣାଉଛି । ସିସିଲିରୁ ପୂର୍ବରୁ ମଧ୍ୟ ଏପରି ଦୀର୍ଘାୟୁ କଇଁଛ ଭାରତ ହାସଲ କରିଛି । ସେମାନେ ତିନି ଶତାବ୍ଦୀ ଧରି ସାକ୍ଷୀ ରହିଛନ୍ତି । ଭାରତରେ ଏହି ଜୀବ ଏବଂ ପ୍ରକୃତିର ଅନେକ ଜୀବଜନ୍ତୁ, ପଶୁ, ବୃକ୍ଷଲତାଙ୍କ ପ୍ରତି ଅତ୍ୟନ୍ତ ଶ୍ରଦ୍ଧା ଭାବ ରହିଛି । ଏହି ଦୀର୍ଘାୟୁ କଇଁଛ ଆଗକୁ ମଧ୍ୟ ଆମର ଚିରନ୍ତନ ମିତ୍ରତା ଏବଂ ଶୁଭ ପ୍ରଭାବର ପ୍ରତୀକ ହୋଇ ରହିବେ ।

ମୁଁ ପୁଣିଥରେ ରାଷ୍ଟ୍ରପତି ଫୌରେ ଏବଂ ତାଙ୍କ ପ୍ରତିନିଧିମଣ୍ଡଳଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଅଛି ଏବଂ ଆଶା କରୁଛି ଯେ ସେମାନଙ୍କ ଭାରତ ଗସ୍ତ ଆନନ୍ଦଦାୟକ ହେଉ । ମୁଁ ରାଷ୍ଟ୍ରପତି ଫୌରେ ଏବଂ ସିସିଲିର ଲୋକମାନଙ୍କୁ ସେମାନଙ୍କ ଜାତୀୟ ଦିବସ 29 ଜୁନ ପାଇଁ ମଧ୍ୟ ନିଜ ପକ୍ଷରୁ ଏବଂ 125 କୋଟି ଭାରତବାସୀଙ୍କ ତରଫରୁ ଶୁଭକାମନା ଜଣାଉଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Foreign traveller calls India's Vande Bharat sleeper a “Five-Star Hotel on Rails”; and the Internet agrees

Media Coverage

Foreign traveller calls India's Vande Bharat sleeper a “Five-Star Hotel on Rails”; and the Internet agrees
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates the team of Skyroot Aerospace on the successful launch of Vikram-1
July 18, 2026

Prime Minister Shri Narendra Modi spoke to the team of Skyroot Aerospace and congratulated them on the successful launch of Vikram-1, today. Shri Modi remarked that this is a defining moment in India’s space journey. The growing participation of our private sector is opening new frontiers and accelerating innovation.

“This achievement will encourage countless youngsters to dream bigger and innovate fearlessly”, Shri Modi stated .

Shri Modi posted on X;

Spoke to the team of Skyroot Aerospace and congratulated them on the successful launch of Vikram-1.

This is a defining moment in India’s space journey. The growing participation of our private sector is opening new frontiers and accelerating innovation.

This achievement will encourage countless youngsters to dream bigger and innovate fearlessly.

@SkyrootA