ମହାମହିମ,

ରାଷ୍ଟ୍ରପତି ସୋଲି,

ମାଳଦ୍ୱୀପରୁ ଆସିଥିବା ଅନ୍ୟ ସମ୍ମାନନୀୟ ମନ୍ତ୍ରୀଗଣ ତଥା ଅତିଥି,

ରାଷ୍ଟ୍ରପତି ସୋଲି ଆପଣଙ୍କୁ, ଶ୍ରୀମତି ସୋଲି ଏବଂ ଆପଣଙ୍କ ପ୍ରତିନିଧି ମଣ୍ଡଳର ସଦସ୍ୟମାନଙ୍କୁ ଭାରତରେ ହାର୍ଦ୍ଦିକ ସ୍ୱାଗତ କରି ମୁଁ ଆନନ୍ଦ ଅନୁଭବ କରୁଛି । ମାଳଦ୍ୱୀପ ସାଧାରଣତନ୍ତ୍ରର ରାଷ୍ଟ୍ରପତି ପଦ ଗ୍ରହଣ କରିବା ଲାଗି ପୁଣିଥରେ ଆପଣଙ୍କୁ ଅଭିନନ୍ଦନ  । ମାଳଦ୍ୱୀପ ଲାଗି ନୁହେଁ, ବରଂ ସାରା ବିଶ୍ୱରେ ଗଣତନ୍ତ୍ର ଲାଗି ଆପଣଙ୍କ ସଂଘର୍ଷ ଏବଂ ଆପଣଙ୍କ ସଫଳତା ପ୍ରେରଣାର ଉତ୍ସ ଅଟେ  । ଗତ ମାସ ଆପଣଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ମୋ ପାଇଁ ନୁହେଁ ଭାରତ ପାଇଁ ଅତି ସମ୍ମାନର ବିଷୟ ଥିଲା  । ରାଷ୍ଟ୍ରପତି ପଦ ଗ୍ରହଣ କରିବାର ଏକ ମାସ ମଧ୍ୟରେ ଆପଣ ପ୍ରଥମ ବିଦେଶ ଯାତ୍ରା ଲାଗି ଭାରତକୁ ଚୟନ କରିଛନ୍ତି  । ଏହା ଆମ ପାଇଁ ଅତି ସମ୍ମାନ ଏବଂ ଗର୍ବର ବିଷୟ  । ଆପଣଙ୍କ ଏହି ଯାତ୍ରା ସେହି ଗଭୀର ଆପୋସ ଭରସା ଏବଂ ବନ୍ଧୁତାର ପ୍ରତିଫଳନ ଯାହା ଉପରେ ଭାରତ-ମାଳଦ୍ୱୀପ ସମ୍ପର୍କ ଆଧାରିତ  । ଆମର ବନ୍ଧୁତା କେବଳ ଆମର ଭୌଗଳିକ ସୀମା କାରଣରୁ ନୁହେଁ  । ସାଗରର ଲହଡ଼ି ଆମ ଉପକୂଳକୁ ଯୋଡ଼ିଛି  ।

ଇତିହାସ, ସଂସ୍କୃତି, ବ୍ୟବସାୟ ଏବଂ ସାମାଜିକ ସମ୍ପର୍କ ସବୁବେଳେ ଆମକୁ ଆହୁରି ନିକଟତର କରିଛି  । ଦୁଇ ଦେଶର ଲୋକ ଆଜି ଗଣତନ୍ତ୍ରରେ ନିଜର ଆସ୍ଥା ଏବଂ ବିଶ୍ୱାସର ଆକାଂକ୍ଷା ଦ୍ୱାରା ପରସ୍ପର ସହ ଯୋଡ଼ି ହୋଇଛନ୍ତି  । ଆପଣଙ୍କ ଏହି ଯାତ୍ରା ଉଭୟ ଦେଶ ମଧ୍ୟରେ ଏହି ସମ୍ପର୍କର ଇତିହାସରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ ।

ବନ୍ଧୁଗଣ,

ରାଷ୍ଟ୍ରପତି ସୋଲି ଏବଂ ମୋ ମଧ୍ୟରେ ଆଜି ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ବନ୍ଧୁତାପୂର୍ଣ୍ଣ ବାତାବରଣରେ ବହୁତ ସଫଳ ଆଲୋଚନା ହୋଇଛି  । ଆମେ ଦୁଇ ଦେଶ ମଦ୍ୟରେ ପରମ୍ପରାଗତ ଦୃଢ଼ ଏବଂ ମୈତ୍ରୀପୂର୍ଣ୍ଣ ସମ୍ପର୍କକୁ ଆହୁରି ଅଧିକ ପ୍ରଗାଢ଼ କରିବାର ଲାଗି ଆମର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଲୁ  ।

ମହାମହିମ,

ଆପଣଙ୍କ ସରକାର ଜନ କୈନ୍ଦ୍ରିକ ବିକାଶ ଦୂରଦୃଷ୍ଟିର ମୁଁ ଅତ୍ୟଧିକ ପ୍ରଶଂସା କରୁଛି  । ଜଣେ ଘନିଷ୍ଟ ବନ୍ଧୁ ଏବଂ ପଡ଼ୋଶୀ ଭାବେ ଆମେ ମାଳଦ୍ୱୀପର ସଫଳତା ପାଇଁ କାମନା କରୁଛି  । ମାଳଦ୍ୱୀପର ଲୋକମାନଙ୍କ ଜୀବନକୁ ବଦଳାଇବା ଲାଗି ଆପଣଙ୍କ ସରକାରଙ୍କ ମହତ୍ୱକାଂକ୍ଷୀ ଯୋଜନାକୁ ଫଳପ୍ରଦ କରିବାରେ ଏବଂ ମାଳଦ୍ୱୀପର ବିକାଶର ମାନବୀୟ ରୂପକୁ ଆହୁରି ଉଜ୍ଜ୍ୱଳ କରିବା ଲାଗି ଆପଣଙ୍କ ପ୍ରୟାସରେ ଭାରତ ସବୁବେଳେ ଆପଣଙ୍କ ସହିତ ରହିଛି  ।

ମୁଁ ଆନନ୍ଦିତ ଯେ ଏହି ପ୍ରତିବଦ୍ଧତାର ସିଧାସଳଖ ଅଭିବ୍ୟକ୍ତି ରୂପରେ, ମାଳଦ୍ୱୀପର ସାମାଜିକ-ଆର୍ଥିକ ବିକାଶ ଲାଗି ବଜେଟ ସହାୟତା, କରେନ୍ସି ସ୍ୱାପ ଏବଂ ରିହାତି ଋଣ ଆକାରରେ 1.4 ବିଲିୟନଆମେରିକୀୟ ଡଲାର ଆର୍ଥିକ ସହାୟତା ଆକାରରେ ଭାରତ ମାଳଦ୍ୱୀପକୁ ପ୍ରଦାନ କରିବ  ।

ଉଭୟ ଦେଶ ମଧ୍ୟରେ ଯୋଗାଯୋଗକୁ ଉନ୍ନତ କରିବା ଲାଗି ମଧ୍ୟ ଭାରତର ପୂର୍ଣ୍ଣ ସହଯୋଗ ରହିବ ।ଉତ୍ତମ ଯୋଗାଯୋଗ ଦ୍ୱାରା ବସ୍ତୁ ଏବଂ ସେବା, ସୂଚନା, ବିଚାର, ସଂସ୍କୃତି ଏବଂ ଲୋକମାନଙ୍କ ଆଦାନପ୍ରଦାନକୁ ମଧ୍ୟ ପ୍ରୋତ୍ସାହନ ମିଳିବ  । ସ୍ୱାସ୍ଥ୍ୟ, ମାନବ ସମ୍ବଳ ବିକାଶ, ଭିତ୍ତିଭୂମି, କୃଷି, ଦକ୍ଷତା ନିର୍ମାଣ, ଆଇସିଟି ଏବଂ ପର୍ଯ୍ୟଟନରେ ମଧ୍ୟ ଆମର ଭାଗୀଦାରୀକୁ ଆହୁରି ଦୃମ କରିବାରେ ମୁଁ ରାଷ୍ଟ୍ରପତି ସୋଲିଙ୍କୁ ଆଶ୍ୱାସନା ଦେଇଛି  ।

ଆମେ ଆସନ୍ତା 5 ବର୍ଷ ମଧ୍ୟରେ ମାଳଦ୍ୱୀପର ନାଗରିକମାନଙ୍କୁ ତାଲିମ ଏବଂ କ୍ଷମତା ନିର୍ମାଣ ଲାଗି ଅତିରିକ୍ତ 1 ହଜାର କୋଟି ଦେବା ଲାଗି ମଧ୍ୟ ନିଷ୍ପତ୍ତି ନେଇଛୁ  । ଆମର ନାଗରିକମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଆମ ସମ୍ପର୍କର ବିଶେଷ ଦିଗ ଅଟେ । ସେଥିପାଇଁ ଆଜି ଆମେ ନୂଆ ଭିସା ଚୁକ୍ତିରେ ସ୍ୱାକ୍ଷରକୁ ସ୍ୱାଗତ କରୁଛୁ । ଆମେ ଆମର ବାଣିଜ୍ୟିକ ସମ୍ପର୍କ ଏବଂ ଦ୍ୱିପାକ୍ଷିକ ବ୍ୟବସାୟକୁ ବୃଦ୍ଧି କରିବା ଲାଗି ଚାହୁଁଛୁ  । ମାଳଦ୍ୱୀପରେ ବିଭିନ୍ନ କ୍ଷେତ୍ରରେ ମୁଁ ଭାରତୀୟ କମ୍ପାନୀଗୁଡ଼ିକର ନିବେଶ ଲାଗି ବୃଦ୍ଧି ପାଉଥିବା ଅବସରକୁ ସ୍ୱାଗତ କରୁଛି  । ଏହା ଦୁଇ ଦେଶ ଲାଗି ପାରସ୍ପରିକ ଦୃଷ୍ଟିକୋଣରୁ ଲାଭକାରୀ  ।

ମାଳଦ୍ୱୀପରେ ପାରଦର୍ଶୀ, ଉତ୍ତରଦାୟିତ୍ଵ ଏବଂ ନିୟମ ଉପରେ ଆଧାରିତ ପ୍ରଶାସନର ଭିଜନ ଭାରତୀୟ ବ୍ୟବସାୟୀମାନଙ୍କୁ ଏକ ସ୍ୱାଗତଯୋଗ୍ୟ ବାର୍ତ୍ତା ଦେଉଛି  । ରାଷ୍ଟ୍ରପତି ମହୋଦୟ, ଭାରତ ଗର୍ବ କରୁଛି ଯେ ଆମର ବନ୍ଧୁ ଏବଂ ପଡ଼ୋଶୀ ମାଳଦ୍ୱୀପ “ଏଲ.ଡି.ସି” ଶ୍ରେଣୀ ମାଧ୍ୟମରେ ଆୟ ବର୍ଗ ଦେଶ ହେବାର ଲକ୍ଷ୍ୟ ଧାର୍ଯ୍ୟ କରିଛି ଏବଂ ମାଳଦ୍ୱୀପର ଏହି ଉପଲବ୍ଧୀ ନିରନ୍ତର ବିକାଶ ଏବଂ ଜଳବାୟୁ ପରିବର୍ତ୍ତନର ଗମ୍ଭୀର ଆହ୍ୱାନ ସତ୍ତ୍ୱେ ହୋଇପାରିଛି । ଏହି ଆହ୍ୱାନର ନିରାକରଣରେ ଏବଂ ସାମୁଦ୍ରିକ ସମ୍ବଳର ସମ୍ବଳର ବିକାଶରେ ମାଳଦ୍ୱୀପର ଭୂମିକା ସାରା ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ହେବ  । ସେଥିପାଇଁ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସାମୁଦ୍ରିକ ସହଯୋଗର ବିବିଧ ଦିଗ ଉପରେ ଆପୋସ ସହଯୋଗ ବୃଦ୍ଧି କରିବା ଲାଗି ଆମେ ସହମତ  ।

ମହାମହିମ,

ରାଜ୍ୟଗୋଷ୍ଠୀରେ ପୁଣିଥରେ ଯୋଡ଼ିହେବା ଲାଗି ଆପଣଙ୍କ ନିଷ୍ପତିକୁ ମୁଁ ସ୍ୱାଗତ କରୁଛି । ଆମେ ଏହାର ଦୃଢ଼ ସମର୍ଥନ କରିବୁ  । ଆମେ ଭାରତ ମହାସାଗର ରିମ ଆସୋସିଏସନ (ଆଇଓଆରଏ) ପରିବାରରେ ମଧ୍ୟ ଆପଣଙ୍କୁ ସ୍ୱାଗତ କରୁଛୁ  । ରାଷ୍ଟ୍ରପତି ସୋଲି ଏବଂ ମୁଁ ଏଥିପ୍ରତି ମଧ୍ୟ ସହମତ ଅଟୁ ଯେ ଭାରତ ମହାସାଗର କ୍ଷେତ୍ରରେ ଶାନ୍ତି ଏବଂ ସୁରକ୍ଷା ବଜାୟ ରଖିବା ଲାଗି ଆମକୁ ଆମର ସହଯୋଗକୁ ଆହୁରି ଗଭୀର କରିବାର ଆବଶ୍ୟକତା ରହିଛି । ଉଭୟ ଦେଶର ସୁରକ୍ଷା ସ୍ୱାର୍ଥ ପରସ୍ପର ସହ ଯୋଡ଼ି ହୋଇଛି  । ଏହି କ୍ଷେତ୍ରରେ ସ୍ଥିରତା ଲାଗି ପରସ୍ପରର ସ୍ୱାର୍ଥ ଏବଂ ଚିନ୍ତା ପ୍ରତି ସଚେତନ ରହିବା ଉପରେ ମଧ୍ୟ ଆମେ ଏକମତ ।

ଏଥି ସହିତ, ଏପରି କୌଣସି ଗତିବିଧି ଲାଗି ଆମେ ଆମ ଦେଶର ମାଟିକୁ ଉପଯୋଗ କରିବାକୁ ଦେବୁ ନାହିଁ, ଯାହାଦ୍ୱାରା ପରସ୍ପରର କ୍ଷତି ହେଉଥିବ । ଆମ କ୍ଷେତ୍ରର ବିକାଶ ଏବଂ ସ୍ଥିରତାରେ ଭାରତ ଏବଂ ମାଳଦ୍ୱୀପ ଉଭୟ ରାଷ୍ଟ୍ରର ସମାନ ରୁଚି ଏବଂ ଭାଗୀଦାରୀ ରହିଛି । ମୁଁ ମାଳଦ୍ୱୀପ ଏବଂ ଆମ କ୍ଷେତ୍ରର ଏପରି ଉଜ୍ଜ୍ୱଳ ଭବିଷ୍ୟତ ଲାଗି ରାଷ୍ଟ୍ରପତି ସୋଲିଙ୍କ ସହିତ ମିଶ କାମ କରିବାକୁ ଚାହୁଁଛି ଯେଉଁଥିରେ ଭାରତ ଏବଂ ମାଳଦ୍ୱୀପ ସମ୍ପର୍କର ଉନ୍ନତ ସମ୍ଭାବନାର ସମ୍ପୂର୍ଣ୍ଣ ବିକାଶ ହେବ  । ଆହୁରି ଏହାର ସମ୍ପୂର୍ଣ୍ଣ ଲାଭ ଉଭୟ ଦେଶର ନାଗରିକମାନଙ୍କୁ ଏବଂ ଏହି କ୍ଷେତ୍ରର ଲୋକମାନଙ୍କୁ ମିଳିପାରିବ  ।

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IndiaAI Mission-backed startup Avataar launches indigenous video AI model

Media Coverage

IndiaAI Mission-backed startup Avataar launches indigenous video AI model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2026
June 13, 2026

Viksit Bharat Accelerating: Tech, Defense, Infra & Exports Power India's Global Leap Under the Leadership of PM Modi