PM Modi dedicates phase I of SAUNI project to the Nation
PM Modi calls for extensive use of drip irrigation, says Government is working on ways to help double incomes in the agriculture sector

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ ଆଜି ବୋତାଡଠାରେ ସାଉନି ଯୋଜନା (ସୌରାଷ୍ଟ୍ର ନର୍ମଦା ଅବତରଣ ଜଳସେଚନ)ର ପ୍ରଥମ ପର୍ଯ୍ୟାୟ(ଲିଙ୍କ-2) ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସାଉନି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ (ଲିଙ୍କ-2) ନିର୍ମାଣ କାର୍ଯ୍ୟର ଆଧାରଶିଳା ମଧ୍ୟ ରଖିଥିଲେ ।

ପୂର୍ବରୁ ପ୍ରଧାନମନ୍ତ୍ରୀ ବଟନ ଚିପି ଓ ପୁଷ୍ପାର୍ଘ୍ୟ ଅର୍ପଣ କରି ନର୍ମଦା ନଦୀର ଜଳକୁ କୃଷ୍ଣ ସାଗର ହ୍ରହକୁ ନିଷ୍କାସିତ କରିଥିଲେ ।

ଏହି ଅବସରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରକୃତିର ପବିତ୍ର ଦାନ ହେଉଛି ଜଳ । ଏହାକୁ ସଂରକ୍ଷଣ କରିବା ଆମ ସମସ୍ତଙ୍କର ଏକ ମହାନ କର୍ତ୍ତବ୍ୟ । ନର୍ମଦା ନଦୀର ଆଶୀର୍ବାଦରେ ସୌରାଷ୍ଟ୍ର ଭଳି ଅଂଚଳକୁ ଜଳଧାରା ପ୍ରବେଶ କରିଛି । ଏହା ଅନେକ ପ୍ରକାର ପ୍ରୟାସର ଫଳ ଯାହାକି କୃଷକମାନଙ୍କ ପାଇଁ ଉପକାରସିଦ୍ଧ ହେବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନର୍ମଦା ଏବଂ ଅନ୍ୟାନ୍ୟ ନଦୀ ଜଳ ସଂରକ୍ଷଣ କ୍ଷେତ୍ରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ଜଳ ସଂରକ୍ଷଣ ସହିତ ବୁନ୍ଦା ଜଳସେଚନ ଉପରେ ବହୁଳ ଭାବେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ । କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ନିୟୋଜିତ ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ଲାଗି ସରକାର ଗ୍ରହଣ କରୁଥିବା ପଦକ୍ଷେପ ସଂପର୍କରେ ପ୍ରଧାନମନ୍ତ୍ରୀ ସମ୍ୟକ ଭାବେ ସୂଚନା ଦେଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
E-Samudra: India’s digital push to reshape maritime governance

Media Coverage

E-Samudra: India’s digital push to reshape maritime governance
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the power of winning hearts through vision, thoughts, words, and actions
August 12, 2026

Prime Minister Shri Narendra Modi shared a Sanskrit Subhashitam today, highlighting the power of winning hearts through vision, thoughts, words, and actions.

The Prime Minister wrote on X;

"हमारे युवा साथी देश का भविष्य ही नहीं, वर्तमान की सबसे बड़ी शक्ति भी हैं। उन्होंने अपनी संवेदनशीलता, सेवाभाव और सामर्थ्य से दुनियाभर में अलग पहचान बनाई है।

चक्षुषा मनसा वाचा कर्मणा च चतुर्विधम्।

प्रसादयति यो लोकं तं लोकोऽनुप्रसीदति।।"

A person who wins people's hearts through his vision, thoughts, words and actions earns, in return, their trust, respect and goodwill.