‘‘ଭାରତର ଚେତନା ଯେବେ ବି ନିମ୍ନମୁଖୀ ହୋଇଛି, ସମଗ୍ର ଦେଶର ସନ୍ଥ ଓ ମୁନିଋଷିମାନେ ଦେଶର ଆତ୍ମାକୁ ପୁନର୍ଜୀବିତ କରିଛନ୍ତି’’
‘‘କଠିନ ସମୟରେ ମନ୍ଦିର ଓ ମଠଗୁଡ଼ିକ ସଂସ୍କୃତି ଓ ଜ୍ଞାନକୁ ଜୀବନ୍ତ ରଖିଛନ୍ତି’’
‘‘ଭଗବାନ ବାସବେଶ୍ୱରଙ୍କ ଦ୍ୱାରା ସମାଜକୁ ମିଳିଥିବା ଶକ୍ତି, ଗଣତନ୍ତ୍ର, ଶିକ୍ଷା ଓ ସମାନତାର ଆଦର୍ଶ, ଭାରତର ମୂଳଭିତ୍ତିରେ ଏବେ ବି ତିଷ୍ଠି ରହିଛି’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହିସୁରସ୍ଥିତ ଶ୍ରୀ ସୁତ୍ତୁର ମଠରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ଅବସରରେ ପରମ ପୂଜ୍ୟ ଜଗଦଗୁରୁ ଶ୍ରୀ ଶିବରାତ୍ରି ଦେଶୀକେନ୍ଦ୍ର ମହାସ୍ୱାମିଜୀ, ଶ୍ରୀ ସିଦେ୍ଧଶ୍ୱର ସ୍ୱାମିଜୀ, କର୍ଣ୍ଣାଟକ ରାଜ୍ୟପାଳ ଶ୍ରୀ ଥାୱର ଚନ୍ଦ ଗେହଲଟ, ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ବୋମାଇ, ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେବୀ ଚାମୁଣ୍ଡେଶ୍ୱରୀଙ୍କ ନିକଟରେ ନତମସ୍ତକ ହୋଇଥିଲେ ଏବଂ ସନ୍ଥମାନଙ୍କ ଗହଣରେ ମଠ ମଧ୍ୟରେ ଉପସ୍ଥିତ ହୋଇଥିବା ନେଇ କୃତଜ୍ଞତା ବ୍ୟକ୍ତ କରିଥିଲେ । ସେ ଶ୍ରୀ ସୁତ୍ତୁର ମଠର ଆଧ୍ୟାତ୍ମିକ ପରମ୍ପରାକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେ ଆଶାବ୍ୟକ୍ତ କରିଥିଲେ କି ଯେଉଁ ଆଧୁନିକ ପଦକ୍ଷେପସବୁ ଜାରି ରହିଛି, ତାହା ଯୋଗୁ ଅନୁଷ୍ଠାନ ଏହାର ପ୍ରତିବଦ୍ଧତାକୁ ନୂଆ ବିସ୍ତାର ପ୍ରଦାନ କରିବ । ପ୍ରଧାନମନ୍ତ୍ରୀ ଶ୍ରୀ ସିଦେ୍ଧଶ୍ୱର ସ୍ୱାମିଜୀଙ୍କ ଦ୍ୱାରା ନାରଦ ଭକ୍ତି ସୂତ୍ର, ଶିବ ସୂତ୍ର ଓ ପତଞ୍ଜଳି ଯୋଗ ସୂତ୍ରର ଅନେକ ‘ଭାଷ୍ୟ’ ଲୋକମାନଙ୍କୁ ଉତ୍ସର୍ଗ କରିଥିଲେ । ଶ୍ରୀ ସିଦେ୍ଧଶ୍ୱର ସ୍ୱାମିଜୀ ପ୍ରାଚୀନ ଭାରତର ‘ଶ୍ରୁତି’ ପରମ୍ପରା ସହ ଜଡ଼ିତ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶାସ୍ତ୍ର ଅନୁସାରେ ଜ୍ଞାନ ଭଳି ମହାନ କିଛି ବି ନୁହେଁ, ତେଣୁ ଆମର ମୁନିଋଷିମାନେ ଜ୍ଞାନ ସହ ସଂଯୁକ୍ତ ଏବଂ ବିଜ୍ଞାନରେ ଅଳଙ୍କୃତ ଆମର ଚେତନାକୁ ଆକାର ଦେଇଥିଲେ, ଯାହା କି ଜ୍ଞାନ ଦ୍ୱାରା ବୃଦ୍ଧି ପାଇଥାଏ ଏବଂ ଗବେଷଣା ଦ୍ୱାରା ମଜଭୁତ ହୋଇଥାଏ । ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ସମୟ ଓ ଯୁଗ ବଦଳିଯାଇଛି ଏବଂ ଭାରତ ଅନେକ ଝଡ଼ର ସାମ୍ନା କରିଛି । କିନ୍ତୁ, ଭାରତର ଚେତନା ଯେବେ ବି ସଂକୁଚିତ ହୋଇଛି, ସମଗ୍ର ଦେଶରେ ଥିବା ସନ୍ଥ ଓ ମୁନିଋଷିମାନେ ପୂରା ଭାରତର ମନ୍ଥନ କରି ଦେଶର ଆତ୍ମାକୁ ପୁନର୍ଜୀବିତ କରିଦେଇଛନ୍ତି ।’’ ସେ କହିଛନ୍ତି, ମନ୍ଦିର ଓ ମଠଗୁଡ଼ିକ ଶତାବ୍ଦୀ ଶତାବ୍ଦୀର କଠିନ ସମୟରେ ସଂସ୍କୃତି ଓ ଜ୍ଞାନକୁ ଜୀବନ୍ତ ରଖିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସତ୍ୟର ଅସ୍ତିତ୍ୱ କେବଳ ଗଗେଷଣା ଉପରେ ନୁହେଁ, ବରଂ ସେବା ଓ ସମର୍ପଣ ଉପରେ ବି ପର୍ଯ୍ୟବସିତ । ଶ୍ରୀ ସୁତ୍ତୁର ମଠ ଏବଂ ଜେଏସଏସ ମହା ବିଦ୍ୟାପୀଠ ହେଉଛି ଏହି ଭାବନାର ଉଦାହରଣ, ଯାହା ସେବା ଏବଂ ବଳିଦାନକୁ ବିଶ୍ୱାସଠାରୁ ଊଦ୍ଧ୍ୱର୍ରେ ରଖିଥାଏ ।

ଦକ୍ଷିଣ ଭାରତର ଭେଦଭାବହୀନ ଓ ଆଧ୍ୟାତ୍ମିକ ଲୋକାଚାର ସମ୍ପର୍କରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଭଗବାନ ବାସବେଶ୍ୱରଙ୍କ ଦ୍ୱାରା ଆମ ସମାଜକୁ ମିଳିଥିବା ଶକ୍ତି, ଗଣତନ୍ତ୍ର, ଶିକ୍ଷା ଓ ସମାନତାର ଆଦର୍ଶ, ଏବେ ବି ଭାରତର ମୂଳଭିତ୍ତିରେ ନିହିତ ରହିଛି ।’’ ଶ୍ରୀ ମୋଦୀ ସେହି ମୁହୂର୍ତ୍ତକୁ ମନେପକାଇଛନ୍ତି ଯେବେ କି ସେ ଲଣ୍ଡନରେ ଭଗବାନ ବାସବେଶ୍ୱରଙ୍କ ପ୍ରତିମୂର୍ତ୍ତିକୁ ସମର୍ପିତ କରିଥିଲେ ଏବଂ ଏହା କହି ମନେପକାଇଥିଲେ ଯେ ଯଦି ଆମେ ମାଗ୍ନା କାର୍ଟା ଓ ଭଗବାନ ବାସବେଶ୍ୱରଙ୍କ ନୀତିବାଣୀର ତୁଳନା କରୁ ତା’ହେଲେ ଆମେ ଶତାବ୍ଦୀ ଶତାବ୍ଦୀ ପୂର୍ବେ ସମାନ ସମାଜର ଦୃଷ୍ଟିକୋଣ ବାବଦରେ ଜାଣିପାରିବା । ପ୍ରଧାନମନ୍ତ୍ରୀ କହିଛନ୍ତି, ନିଃସ୍ୱାର୍ଥପର ସେବାର ଏହି ପ୍ରେରଣା ହେଉଛି ଆମ ଦେଶର ମୂଳଭିତ୍ତି । ସେ ଦର୍ଶାଇଛନ୍ତି ଯେ ବର୍ତ୍ତମାନର ‘ଅମୃତ କାଳ’ ହେଉଛି ମୁନିଋଷିମାନଙ୍କର ନୀତିବାଣୀ ଅନୁସାରେ ‘ସବକା ପ୍ରୟାସ’ ପାଇଁ ଏକ ଭଲ ସୁଯୋଗ । ଏଇଥିପାଇଁ ଆମର ପ୍ରୟାସଗୁଡ଼ିକୁ ରାଷ୍ଟ୍ରୀୟ ସଂକଳ୍ପ ସହ ଯୋଡ଼ିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ଭାରତୀୟ ସମାଜରେ ଶିକ୍ଷାର ପ୍ରାକୃତିକ ଜୈବିକ ସ୍ଥାନକୁ ରେଖାଙ୍କିତ କରି କହିଛନ୍ତି, ‘‘ଆଜି ଶିକ୍ଷା କ୍ଷେତ୍ରରେ ‘ରାଷ୍ଟ୍ରୀୟ ଶିକ୍ଷା ନୀତି’ର ଉଦାହରଣ ଆମ ସମ୍ମୁଖରେ ରହିଛି । ଯେଉଁ ସହଜତା ଦେଶର ପ୍ରକୃତିର ଅଂଶ ଅଟେ, ସେଥିରୁ ଆମ ନୂଆ ପିଢ଼ିଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ମିଳିବା ଦରକାର । ଏଥିପାଇଁ, ସ୍ଥାନୀୟ ଭାଷାରେ ବିକଳ୍ପ ଯୋଗାଇ ଦିଆଯାଉଛି ।’’ ଶ୍ରୀ ମୋଦୀ କହିଛନ୍ତି ଯେ ଜଣେ ବି ନାଗରିକ ଦେଶର ଐତିହ୍ୟ ଠାରୁ ଯେମିତି ଅଜ୍ଞାତ ନ ରୁହନ୍ତି, ସେଥିପାଇଁ ସରକାର ପ୍ରୟାସ କରୁଛନ୍ତି । ସେ ଏହି ଅଭିଯାନ ଓ ବାଳିକା ଶିକ୍ଷା, ପରିବେଶ, ଜଳ ସଂରକ୍ଷଣ ଏବଂ ସ୍ୱଚ୍ଛ ଭାରତ ଭଳି ଅଭିଯାନଗୁଡ଼ିକରେ ଆଧ୍ୟାତ୍ମିକ ଅନୁଷ୍ଠାନଗୁଡ଼ିକର ଭୂମିକା ବାବଦରେ ଆଲୋକପାତ କରିଛନ୍ତି । ସେ ପ୍ରାକୃତିକ କୃଷିର ମହତ୍ତ୍ୱ ଉପରେ ବି ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନିଜର ସମସ୍ତ ଆକାଂକ୍ଷା ପୂରଣ ନିମନ୍ତେ ମହାନ ପରମ୍ପରା ଓ ସନ୍ଥମାନଙ୍କର ମାର୍ଗଦର୍ଶନ ଓ ଆଶୀର୍ବାଦ କାମନା କରି ସମ୍ଭାଷଣ ଶେଷ କରିଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s continuing tradition of celebrating its teachers

Media Coverage

India’s continuing tradition of celebrating its teachers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 5, 2026
September 05, 2026

The New Indian Equation: Policy + People = Tangible Progress Under PM Modi