ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ଜୁନ ୨୩-୨୪ରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଚତୁର୍ଦ୍ଦଶ ବ୍ରିକସ ଶିଖର ସମ୍ମିଳନୀରେ ଭର୍ଚୁଆଲ ମାଧ୍ୟମରେ ଭାରତ ଯୋଗଦାନର ନେତୃତ୍ୱ ନେଇଥିଲେ । ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ମଧ୍ୟ ଜୁନ ୨୩ ଶିଖର ସମ୍ମିଳନୀରେ ଯୋଗଦେଇଥିଲେ । ଶିଖର ସମ୍ମିଳନୀର ଅଣ-ବ୍ରିକସ କ୍ଷେତ୍ରର ବୈଶ୍ୱିକ ବିକାଶ ଉପରେ ଉଚ୍ଚସ୍ତରୀୟ କଥାବାର୍ତ୍ତା ଜୁନ ୨୪ରେ ଅନୁଷ୍ଠିତ ହୋଇଥିଲା ।

ଜୁନ ୨୩ରେ ନେତାମାନେ ଆତଙ୍କବାଦ, ବାଣିଜ୍ୟ, ସ୍ୱାସ୍ଥ୍ୟ, ପାରମ୍ପରିକ ଚିକିତ୍ସା, ପରିବେଶ, ବିଜ୍ଞାନ, ପ୍ରଯୁକ୍ତି ଓ ଅଭିନବକରଣ, କୃଷି, ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ଏବଂ ତାଲିମ କ୍ଷେତ୍ର ଓ ବୈଶ୍ୱିକ ସନ୍ଦର୍ଭର ପ୍ରମୁଖ ପ୍ରସଙ୍ଗ ସମେତ ବହୁପାକ୍ଷିକ ବ୍ୟବସ୍ଥାରେ ସଂସ୍କାର, କୋଭିଡ-୧ ମହାମାରୀ, ବିଶ୍ୱ ଆର୍ଥିକ ସୁଧାର ଆଦି ବିଷୟ ଉପରେ ବିଚାରବିମର୍ଶ କରିଥିଲେ । ପ୍ରଧାନମନ୍ତ୍ରୀ ବି୍ରକସ ପରିଚିତିକୁ ସୁଦୃଢ଼ କରିବା ଏବଂ ବ୍ରିକସ ଦସ୍ତାବିଜ, ବ୍ରିକସ ରେଳପଥ ଗବେଷଣା ନେଟୱର୍କ ନିମନ୍ତେ ଅନଲାଇନ ଡାଟାବେସର ସ୍ଥାପନା ଏବଂ ଏମଏସଏମଇ ମଧ୍ୟରେ ସହଯୋଗକୁ ମଜଭୁତ କରିବା ଲାଗି ପ୍ରସ୍ତାବ ଦେଇଥିଲେ । ଭାରତ ବ୍ରିକସ ଦେଶଗୁଡ଼ିକର ଷ୍ଟାର୍ଟଅପ ମଧ୍ୟରେ ସମ୍ବନ୍ଧ ସୁଦୃଢ଼ ଲାଗି ଚଳିତବର୍ଷ ବ୍ରିକସ ଷ୍ଟାର୍ଟଅପ କାର୍ଯ୍ୟକ୍ରମ ଆୟୋଜନ କରିବ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବ୍ରିକସ ସଦସ୍ୟ ଭାବେ ଆମେ ପରସ୍ପରର ସୁରକ୍ଷା ସଂକ୍ରାନ୍ତ ସମସ୍ୟାଗୁଡ଼ିକୁ ବୁଝିବା ଆବଶ୍ୟକ ଏବଂ ଆତଙ୍କବାଦୀଙ୍କୁ ଚିହ୍ନଟ କରିବାରେ ଆପୋସ ସମର୍ଥନ ପ୍ରଦାନ କରିବା ଉଚିତ ଓ ଏହି ସମ୍ବେଦନଶୀଳ ପ୍ରସଙ୍ଗର ରାଜନୀତିକରଣ ହେବା ଉଚିତ ନୁହେଁ । ଶିଖର ସମ୍ମିଳନୀର ସମାପନ ଅବସରରେ ବ୍ରିକସ ନେତାମାନେ ‘ବେଜିଂ ଘୋଷଣା’କୁ ଆପଣାଇଥିଲେ ।

ଜୁନ ୨୪ରେ, ପ୍ରଧାନମନ୍ତ୍ରୀ ଆଫ୍ରିକା, ମଧ୍ୟ ଏସିଆ, ଦକ୍ଷିଣ ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରରୁ କ୍ୟାରିବିୟାନ ପର୍ଯ୍ୟନ୍ତ ଆଦି ସହ ଭାରତର ବିକାଶ ଭାଗୀଦାରିତା ଓ ଏକ ମୁକ୍ତ, ଉନ୍ମୁକ୍ତ, ଅନ୍ତର୍ଭୁକ୍ତି ଏବଂ ନିୟମ-ଆଧାରିତ ସମୁଦ୍ର କ୍ଷେତ୍ର ଉପରେ ଭାରତର ଧ୍ୟାନ, ଭାରତ ମହାସାଗରଠାରୁ ଆରମ୍ଭକରି ପ୍ରଶାନ୍ତ ମହାସାଗର କ୍ଷେତ୍ର ପର୍ଯ୍ୟନ୍ତ ସମସ୍ତ ଦେଶର ସାର୍ବଭୌମତ୍ୱ ତଥା କ୍ଷେତ୍ରୀୟ ଅଖଣ୍ଡତାର ସମ୍ମାନ ଓ ଏସିଆର ବଡ଼ ଅଂଶ ଭାବେ ବହୁପାକ୍ଷିକ ବ୍ୟବସ୍ଥାରେ ସଂସ୍କାର ଓ ବୈଶ୍ୱିକ ନିଷ୍ପତ୍ତି ଗ୍ରହଣରେ ସମଗ୍ର ଆଫି୍ରକା ଓ ଲାଟିନ ଆମେରିକାର ସ୍ୱର ନ ଥିବା ବାବଦରେ ମଧ୍ୟ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ସର୍କୁଲାର ଅର୍ଥ ବ୍ୟବସ୍ଥାର ଗୁରୁତ୍ୱ ଉପରେ ମଧ୍ୟ ଜୋର ଦେଇଥିଲେ ଏବଂ ପ୍ରତିଭାଗୀ ଦେଶଗୁଡ଼ିକର ନାଗରିକଙ୍କୁ ପରିବେଶ ପାଇଁ ଜୀବନଶୈଳୀ (ଲାଇଫ) ଅଭିଯାନରେ ସାମିଲ ହେବା ଲାଗି ଆହ୍ୱାନ ଦେଇଥିଲେ । ଅଂଶଗ୍ରହଣକାରୀ ଅତିଥି ଦେଶଗୁଡ଼ିକ ମଧ୍ୟରେ ଆଲଜେରିଆ, ଆର୍ଜେଣ୍ଟିନା, କାମ୍ବୋଡିଆ, ଇଜିପ୍ଟ, ଇଥିଓପିଆ, ଫିଜି, ଇଣ୍ଡୋନେସିଆ, ଇରାନ, କାଜାଖସ୍ତାନ, ମାଲେସିଆ, ସେନେଗଲ, ଥାଇଲାଣ୍ଡ ଏବଂ ଉଜବେକିସ୍ତାନ ସାମିଲ ଥିଲେ ।

ଏହା ପୂର୍ବରୁ, ଜୁନ ୨୨ରେ ବି୍ରକସ ବିଜନେସ ଫୋରମର ଉଦଘାଟନ ସମାରୋହରେ ଦେଇଥିବା ନିଜର ମୁଖ୍ୟ ସମ୍ଭାଷଣରେ ପ୍ରଧାନମନ୍ତ୍ରୀ ବି୍ରକସ ବ୍ୟବସାୟ ପରିଷଦ ଓ ବି୍ରକସ ମହିଳା ବ୍ୟବସାୟ ସଂଗଠନର ପ୍ରଶଂସା କରିଥିଲେ, ଯେଉଁମାନେ କି କୋଭିଡ-୧୯ ମହାମାରୀ ସତ୍ତ୍ୱେ ନିଜ କାର୍ଯ୍ୟ ଜାରି ରଖିଥିଲେ । ପ୍ରଧାନମନ୍ତ୍ରୀ ବ୍ରିକସ ବ୍ୟବସାୟ ସମୁଦାୟଙ୍କୁ ସାମାଜିକ ତଥା ଆର୍ଥିକ ଆହ୍ୱାନ, ଷ୍ଟାର୍ଟଅପ ଓ ଏମଏସଏମଇ ନିମନ୍ତେ ପ୍ରଯୁକ୍ତି ଆଧାରିତ ସମାଧାନ କ୍ଷେତ୍ରରେ ଆହୁରି ସହଯୋଗ କରିବା ଲାଗି ପରାମର୍ଶ ଦେଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India accelerates ‘semiconductor drive’ with Rs 1.64 lakh crore investment plan

Media Coverage

India accelerates ‘semiconductor drive’ with Rs 1.64 lakh crore investment plan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari