1. 2017 ର ମଧ୍ୟ ଭାଗରେ ଗୁଜରାଟ ,ରାଜସ୍ଥାନ ,ଆସାମ ,ଅରୁଣାଚଳ ପ୍ରଦେଶ ,ନାଗାଲାଣ୍ଡ ଏବଂ ମଣିପୁରରେ ବନ୍ୟା ପ୍ରଭାବିତ ହୋଇ ବହୁ ଧନ-ଜୀବନ ନଷ୍ଟ ହୋଇଛି । ଯେମିତି ବନ୍ୟା ଖବର ଆସିଲା,ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟବେକ୍ଷଣରେ କେନ୍ଦ୍ରୀୟ ଏଜେନ୍ସି ଏବଂ ସରକାରୀ ବିଭାଗ ସହାୟତା କାର୍ଯ୍ୟ ଆରମ୍ଭ କରିଦେଲେ ।

  1. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ୟା ପ୍ରଭାବିତ ଅଂଚଳକୁ ବିମାନ ଯୋଗେ ସର୍ବେକ୍ଷଣ କରିଛନ୍ତି ଏବଂ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅଧିକାରୀମାନଙ୍କ ସହିତ ବୈଠକ କରି ସହାୟତା କାର୍ଯ୍ୟର ସମୀକ୍ଷା କରିଛନ୍ତି  । ସେ ବନ୍ୟା ପ୍ରଭାବିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଏବଂ କେନ୍ଦ୍ରଠାରୁ ସମସ୍ତ ସମ୍ଭବ ସହାୟତାର ଆଶ୍ୱାସନା ଦେଇଛନ୍ତି ।

           
  1. ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ,ସେ ଗୁଜରାଟରେ ଆସିଥିବା ପ୍ରକାଣ୍ଡ ଭୂକମ୍ପ ପରେ ଏଥିରେ ପ୍ରଭାବିତ ଅଂଚଳରେ ପର୍ଯ୍ୟାପ୍ତ ମାତ୍ରାରେ ପୁନର୍ବାସର କାର୍ଯ୍ୟ କରିଥିଲେ ଏବଂ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାକୁ ମଜବୁତ କରିଥିଲେ । 2001 ରେ ଆସିଥିବା ଭୂକମ୍ପରେ ଗୁଜରାଟର ଭୁଜ ସହର ବହୁ ଶୋଚନୀୟ ଭାବେ ପ୍ରଭାବିତ ହୋଇଥିଲା ,ଯାହା ପରେ ତତ୍କାଳୀନ ନବନିର୍ବାଚିତ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ପର୍ଯ୍ୟବେକ୍ଷଣରେ ଭୁଜ ସହରକୁ ପୁନଃର୍ଜିବିତ କରାଯାଇଥିଲା । ତାଙ୍କର କାର୍ଯ୍ୟ କରିବାର ଶୈଳୀର ନମୁନା ସେହି ସମୟରେ ଦେଖିବାକୁ ମିଳିଥିଲା ଯେତେବେଳେ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଉତ୍ତରାଖଣ୍ଡରେ ବନ୍ୟା ପ୍ରଭାବିତ କେଦାର ଘାଟି ପହଂଚି ସହାୟତା ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ ।

  1. ଜଣେ ମୁଖ୍ୟମନ୍ତ୍ରୀ ହିସାବରେ ଆପଦ ସମ୍ପର୍କୀ ସ୍ଥିତିର ଉତ୍ତମ ପରିଚାଳନାର ଅନୁଭବରୁ ଦେଶର ବିଭିନ୍ନ ଅଂଶରେ ଆସିଥିବା ପ୍ରାକୃତିକ ଆପଦକୁ ସମ୍ଭାଳିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଧିକ ସାହାଯ୍ୟ ମିଳିଛି । 2014 ରେ ଜମ୍ମୁକାଶ୍ମୀରରେ ଆସିଥିବା ବନ୍ୟାରେ ରାଜ୍ୟ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ସ୍ଥିତିର ପର୍ଯ୍ୟବେକ୍ଷଣ କରିଥିଲେ । ବନ୍ୟାକୁ 'ରାଷ୍ଟ୍ରୀୟ ସ୍ତର ବିପର୍ଯ୍ୟୟ' ଘୋଷଣା କରି ସେ ବନ୍ୟା ସହାୟତା ଏବଂ ଅଂଚଳର ପୁନଃନିର୍ମାଣ ଲାଗି 1000 କୋଟି ଟଙ୍କା ଜାରି କରିଥିଲେ । ସହାୟତା ଏବଂ ଉଦ୍ଧାର କାର୍ଯ୍ୟ ଲାଗି ସେନାଙ୍କ ମୁତୟନ କରାଯାଇଥିଲା,ଯାହାଫଳରେ ଅନେକଙ୍କ ଜୀବନ ବଂଚିଯାଇଥିଲା ।

                
 
  1. ପ୍ରଧାନମନ୍ତ୍ରୀ ମୋଦୀ ବିପର୍ଯୟ ସମୟରେ ସର୍ବଦା ସକ୍ରିୟ ଦୃଷ୍ଟିକୋଣ ଆପଣେଇ ପ୍ରଭାବିତ ରାଜ୍ୟଗୁଡ଼ିକରେ ବିପର୍ଯୟରୁ ଅତିଶୀଘ୍ର ମୁକାବିଲା ଲାଗି ସମ୍ପର୍କୀ ବ୍ୟବସ୍ଥା କରିଛନ୍ତି । 2015  ରେ ଯେତେବେଳେ ଚେନ୍ନାଇରେ ପ୍ରବଳ ବନ୍ୟା ଆସିଥିଲା ,ସେହି ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ନିଜେ ସହାୟତା ଏବଂ ଉଦ୍ଧାର କାର୍ଯ୍ୟର ପର୍ଯ୍ୟବେକ୍ଷଣ କରିଥିଲେ । ସଡକ ପଥ ବିଛିନ୍ନ ହେବା ସତ୍ତ୍ୱେ ନୌସେନା ଆଇଏନଏସ ଏରାବତକୁ ଚିକିତ୍ସା ଉପକରଣ ,ଔଷଧ ଏବଂ ଡାକ୍ତରଙ୍କ ଦଳ ସହିତ ଚେନ୍ନାଇ ତଟକୁ ପଠାଗଲା ।

            
  1. 2015 ରେ ନେପାଳରେ ଆସିଥିବା ଭୀଷଣ ଭୂକମ୍ପ ସମୟରେ ମଧ୍ୟ ଭାରତ ସାହାଯ୍ୟ ପାଇଁ ସବୁଠୁ ଆଗେ ଆସିଥିଲା ଏବଂ ସେଠାରେ ଲୋକଙ୍କ ପାଇଁ ସହାୟତା ଏବଂ ଉଦ୍ଧାର କାର୍ଯ୍ୟ ଉପଲବ୍ଧ କରାଇ ନିଜର ପଡୋଶୀ ସମ୍ପର୍କକୁ ବଜାୟୀ ରଖିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ବିପର୍ଯୟ କୂଟନୀତି' ମାଧ୍ୟମରେ ଭାରତୀୟ ଉପମହାଦ୍ଵୀପରେ ଭାରତର ପରିଚୟ ଏବଂ ବିଶ୍ୱସନୀୟ ନେତୃତ୍ୱ ଭାବେ ପ୍ରସ୍ତୁତ କରିଛି । ଅଧିକ ମାତ୍ରାରେ ସହାୟତା ସାମଗ୍ରୀ ସହ ଏନଡିଆରଏଫର ଦଳକୁ ପଡୋଶୀ ଦେଶକୁ ପଠାଗଲା । ନେପାଳରେ ନିଜର ସାହସୀ ପ୍ରୟାସ ଲାଗି ପୁରା ବିଶ୍ୱ ଭାରତର ପ୍ରଶଂସା କରିଥିଲା ଏବଂ ନିଜର ନାଗରିକମାନଙ୍କୁ ଉଦ୍ଧାର କରିବାରେ ଇସ୍ରାଏଲର ସହାୟତା କରିବା ଏବଂ ସହାୟତା ସାମଗ୍ରୀ ନେଇ ପଠାଯାଇଥିବା ବିମାନକୁ ଭାରତ ଭୂଇଁରେ ଅବତରଣ ପାଇଁ ଦେଇଥିବାରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ କୂଟନୀତିକ ପ୍ରୟାସ ବିଭିନ୍ନ ରାଷ୍ଟ୍ରସହ ପାରସ୍ପରିକ ସହଯୋଗ ବଢାଇବାର କାମ କରିଛି ,ଯାହା ଜଳବାୟୁ ପରିବର୍ତ୍ତନ ,ପ୍ରାକୃତିକ ଏବଂ ମାନବ ନିର୍ମିତ ବିପଦ ଭଳି ସମସ୍ୟାର ସମାଧାନ ଲାଗି ସାହାଯ୍ୟ ମିଳିପାରିବ ।

            
  1. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ବିପର୍ଯୟ ସମୟରେ ପ୍ରଭାବିତ ଅଂଚଳରେ ସଂଚାର ସେବା ଉପଲବ୍ଧ କରାଇବାର ଉଦ୍ଦେଶ୍ୟରେ ଇସ୍ରୋର ଉପଗ୍ରହ ପ୍ରକ୍ଷେପଣ କରିଛନ୍ତି । ଏହା ନିଜର ପଡୋଶୀ ଦେଶ ଲାଗି ଭାରତର ଅନନ୍ୟ ଉପହାର ଥିଲା ,ଯାହାର 7 ସାର୍କ ଦେଶର ପ୍ରମୁଖ ପ୍ରଶଂସା କରିଥିଲେ ।

  1. ଜଳବାୟୁ ପରିବର୍ତନର ପ୍ରଭାବରେ ସମସ୍ୟାରେ ପଡିଥିବା ବିକାଶ ପାଇଁ ବିପର୍ଯୟର ପ୍ରସ୍ତୁତ ଏବଂ ଏହାର ପ୍ରଭାବୀ କରିବା ଆବଶ୍ୟକତା ରହିଛି । ପ୍ରତି ବିପର୍ଯୟ ଦ୍ରୁତ ଭାବେ ହେଉଥିବା ସହରୀକରଣ ପ୍ରକ୍ରିୟାରେ ହୋଇଥିବା ଭୁଲକୁ ଦେଖାଇଥାଏ  । ବର୍ତମାନ ବିପର୍ଯୟ ରିସ୍କ କମ କରିବା ପାଇଁ ସେଣ୍ଡାଇ ଫ୍ରେମୱାର୍କ ଉପଲବ୍ଧ ରହିଛି ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପର୍ଯୟର ରିସ୍କ କମ କରିବା ପାଇଁ ବିଶ୍ୱ ସ୍ତରୀୟ ମାନକ ଅନୁସାରେ ଭାରତର ସହରୀ ନିୟୋଜନକୁ ଏକୀକୃତ କରିଛନ୍ତି ।

              
  1. ଶାସନର ସମସ୍ତ ସ୍ତରରେ ବିପର୍ଯୟର ରିସ୍କରେ ସୃଷ୍ଟି ହେବାକୁଥିବା ସଂଘର୍ଷର ମୁକାବିଲା ପାଇଁ ଏକ ବ୍ୟାପକ ଯୋଜନା ଦୀର୍ଘ ସମୟରୁ ଭାରତର ଭିତ୍ତିଭୂମି ରୋଡମ୍ୟାପରେ ନଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୌଣସି ସମ୍ଭାବିତ ବିପର୍ଯୟର ମୁକାବିଲା ପାଇଁ ଭାରତର ପ୍ରଥମ ରାଷ୍ଟ୍ରୀୟ ବିପର୍ଯୟ ପରିଚାଳନା ଯୋଜନା (ଏନଡିଏମପି) ଆରମ୍ଭ କରିଛନ୍ତି  । ଏନଡିଏମପି ସେଣ୍ଡାଇ ଫ୍ରେମୱାର୍କ ଆଧାରରେ କାମ କରେ ଏବଂ ବିପର୍ଯୟ ପରିଚାଳନା ଏବଂ ବିକାଶ ପ୍ରକ୍ରିୟାର ସମସ୍ତ ସ୍ତରକୁ ଚିହ୍ନଟ କରେ ।

             
  1. ନଭେମ୍ବର 2016 ରେ ନୂଆ ଦିଲ୍ଲୀଠାରେ ବିପର୍ଯୟ ରିସ୍କକୁ କମ କରିବା ବିଷୟରେ ଆଧାରିତ ଏସୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଣ୍ଡାଇ ଫ୍ରେମୱାର୍କ ର 10 ସୂତ୍ରୀ ଏଜେଣ୍ଡା ଲାଗୁ କରିବାର ରୂପରେଖା ଆଗତ କରିଥିଲେ ,ଯାହା ମାଧ୍ୟମରେ ବିପର୍ଯୟ ପରିଚାଳନାରେ ମହିଳା ବଳଙ୍କ ସଂଖ୍ୟାରେ ବୃଦ୍ଧି ଏବଂ ବିପର୍ଯୟ ସ୍ଥିତିର ମୁକାବିଲା ଏବଂ ତାହାକୁ ରୋକିବା ଲାଗି ଦେଶ ଦେଶ ମଧ୍ୟରେ ସହଯୋଗ ବଢାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।     

        
     
  1. ଦ୍ରୁତରେ ବିକାଶ ଲାଭ କରୁଥିବା ଭାରତକୁ ବିପର୍ଯୟ ପରିଚାଳନା ଏବଂ ପରିସ୍ଥିତିର ସ୍ଥାୟୀ ସହରୀ ଭିତ୍ତିଭୂମି ଢାଞ୍ଚା କ୍ଷେତ୍ରରେ ଅଧିକ କାମ କରିବାର ଅଛି  । ଜଳବାୟୁ ପରିବର୍ତନ ଏବଂ ପ୍ରାକୃତିକ ବିପର୍ଯୟ ବାରମ୍ବାର ହେବା ମଧ୍ୟରେ ଏକ ବୈଶ୍ଵିକ ପ୍ରସଙ୍ଗ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଅନ୍ତଃରାଷ୍ଟ୍ରୀୟ ସୌର ଏକତ୍ରୀକରଣର ଶୁଭାରମ୍ଭ କରିଛି ,ଯାହାର ଅନୁକୂଳ ପରିଣାମକୁ ପ୍ରାପ୍ତ କରିବା ପାଇଁ ବିପର୍ଯୟ ସମସ୍ୟା ହ୍ରାସ ପାଇଁ ସେଣ୍ଡାଇ ଫ୍ରେମୱାର୍କ ଲାଗି ଏକ ଭଲ ଏଜେଣ୍ଡା ପ୍ରସ୍ତୁତ କରାଯାଇପାରିବ । ଦେଶଠୁ ଆରମ୍ଭ କରି ବିଶ୍ୱ ପୃଷ୍ଟ ,ଭାରତ ନିଜର ବିକାଶ ଯାତ୍ରାରେ ବିପର୍ଯୟ ପରିଚାଳନା ଓ ଏହା ପାଇଁ ପ୍ରସ୍ତୁତି ,ଏହାର ପ୍ରଭାବ କମ କରିବା ,ସହାୟତା ଏବଂ ପୁନର୍ବାସ ଲାଗି ବହୁମୁଖୀ ଯୋଜନା ପ୍ରସ୍ତୁତ କରୁଛି ।


Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour