ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଜି କାନାଡା ପ୍ରଧାନମନ୍ତ୍ରୀ ମହାମହିମ ଜଷ୍ଟିନ ଟ୍ରୁଡୋ ଫୋନ ଯୋଗେ କଥା ହୋଇଛନ୍ତି ।

ଭାରତରେ ପ୍ରସ୍ତୁତ କୋଭିଡ-19 ଟୀକା ପାଇଁ କାନାଡାର ଆବଶ୍ୟକତା ବିଷୟରେ ପ୍ରଧାନମନ୍ତ୍ରୀ ଟ୍ରୁଡୋ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କାନାଡା ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ, କାନାଡା ଟୀକାକରଣ ପ୍ରୟାସକୁ ସମର୍ଥନ କରିବା ପାଇଁ ଭାରତ ଯଥାସମ୍ଭବ ଚେଷ୍ଟା କରିବ, ଯେପରି ଏହା ପୂର୍ବରୁ ଭାରତ ଅନେକ ଦେଶ ପାଇଁ ମଧ୍ୟ କରିଛି ।

ପ୍ରଧାନମନ୍ତ୍ରୀ ଟ୍ରୁଡୋ ନିଜର କୃତଜ୍ଞତା ଜଣାଇ କହିଥିଲେ ଯେ, ଯଦି ବିଶ୍ୱ କୋଭିଡ-19କୁ ପରିଚାଳନା କରିବାରେ ସଫଳ ହୁଏ, ତେବେ ଏହା ହେବ ଭାରତର ଅମାପ ଫାର୍ମାସ୍ୟୁଟିକାଲ୍ କ୍ଷମତା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ଯୋଗୁଁ ଏହା ସାରା ବିଶ୍ଵରେ ପହଂଚିବା ସମ୍ଭବ ହୋଇପାରିବ । ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ଏହି ଭାବନା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଦୁଇ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ରାଜନୈତିକ ପ୍ରସଙ୍ଗ ଉପରେ ଭାରତ ଏବଂ କାନାଡାର ସାଧାରଣ ଦୃଷ୍ଟିକୋଣକୁ ମଧ୍ୟ ଦୋହରାଇଥିଲେ । ଜଳବାୟୁ ପରିବର୍ତ୍ତନ ଏବଂ ବୈଶ୍ଵିକ ମହାମାରୀ ଦ୍ଵାରା ଦେଖାଦେଇଥିବା ଆର୍ଥିକ ପ୍ରଭାବ ଭଳି ଆହ୍ଵାନଗୁଡିକୁ ମୁକାବିଲା କରିବା ଉପରେ ଉଭୟ ଦେଶ ମଧ୍ୟରେ ଥିବା ଘନିଷ୍ଠ ସହଯୋଗ ଜାରି ରଖିବାକୁ ସେମାନେ ରାଜି ହୋଇଥିଲେ ।

ଉଭୟେ ଏହି ବର୍ଷ ଶେଷରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମଞ୍ଚରେ ପରସ୍ପରକୁ ଭେଟିବାକୁ ଏବଂ ପାରସ୍ପରିକ ସ୍ୱାର୍ଥର ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ଜାରି ରଖିବାର ଇଚ୍ଛାକୁ ପ୍ରକଟ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's VC investments reached $16 bn in 2025; deal activity rose 18%

Media Coverage

India's VC investments reached $16 bn in 2025; deal activity rose 18%
NM on the go

Nm on the go

Always be the first to hear from the PM. Get the App Now!
...
Governor of West Bengal meets the Prime Minister
April 02, 2026

Governor of West Bengal, Shri R. N. Ravi met with the Prime Minister Shri Narendra Modi, today, at New Delhi.

The Prime Minister posted on X;

“Governor of West Bengal, Shri R. N. Ravi met Prime Minister @narendramodi.”