ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜର୍ମାନୀର ଚାନସେଲର ମାନ୍ୟବର ଓଲାଫ ସ୍କୋଲାଜଙ୍କ ସହ ଫୋନରେ କଥା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ମାନ୍ୟବର ସ୍କୋଲାଜଙ୍କୁ ତାଙ୍କର ଚାନସେଲର ନିଯୁକ୍ତି ପାଇଁ ଅଭିନନ୍ଦନ ଜଣାଇଛନ୍ତି ।  ପୂର୍ବତନ ଚାନସେଲର ମାନ୍ୟବର ଆଞ୍ଜେଲା ମର୍କେଲଙ୍କ ଭାରତ-ଜର୍ମାନୀ ରଣନୀତିକ ଭାଗିଦାରୀକୁ ମଜବୁତ କରିବାରେ ଅବଦାନ ପାଇଁ ପ୍ରଶଂସା କରିଛନ୍ତି ଏବଂ ମାନ୍ୟବର ସ୍କୋଲାଜଙ୍କ ନେତୃତ୍ୱରେ ଏହି ସକରାତ୍ମକ ଗତି ଜାରି ରଖିବାକୁ ଅପେକ୍ଷା କରିଥିବା କହିଛନ୍ତି ।

ଦୁଇ ନେତା ଏକମତ ହୋଇଥିଲେ ଯେ ନୂତନ ଜର୍ମାନ ସରକାର ଏବଂ ଭାରତର ନିଜସ୍ୱ ଅର୍ଥନୈତିକ ଦୃଷ୍ଟିକୋଣରୁ ଘୋଷିତ ଶାସନ ପ୍ରାଥମିକତା ମଧ୍ୟରେ ମହତ୍ୱପୂର୍ଣ୍ଣ ସମନ୍ୱୟ ରହିଛି । ନିବେଶ ଏବଂ ବାଣିଜ୍ୟ ଲିଙ୍କକୁ ପ୍ରୋତ୍ସାହିତ କରିବା ସହିତ ଜାରି ରହିଥିବା ସହଯୋଗ ପଦକ୍ଷେପଗୁଡ଼ିକର ସମ୍ଭାବନାକୁ ସେମାନେ ସମୀକ୍ଷା କରିଥିଲେ । ନୂତନ କ୍ଷେତ୍ରରେ ସହଯୋଗ ଏବଂ ବିନିମୟକୁ ଅଧିକ ବ୍ୟାପକ କରିବାର ସମ୍ଭାବନା ଉପରେ ସେମାନେ ସହମତ ହୋଇଥିଲେ । ବିଶେଷ ଭାବରେ, ସେମାନେ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ସବୁଜ ଶକ୍ତି କ୍ଷେତ୍ରରେ ନୂତନ ସହଯୋଗ ଉପରେ ପଦକ୍ଷେପ ଆରମ୍ଭ କରିବା ସହିତ ଉଭୟ ଦେଶକୁ ଜଳବାୟୁ ପ୍ରତିଶ୍ରୁତି ହାସଲ କରିବାକୁ ସକ୍ଷମ କରିବାକୁ ଆଶା ପ୍ରକଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମାନ୍ୟବର ସ୍କୋଲାଜ ଏବଂ ଜର୍ମାନବାସୀଙ୍କୁ ନୂତନ ବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଦ୍ୱିପାକ୍ଷିକ ଆନ୍ତଃ - ସରକାରୀ ପରାମର୍ଶର ପରବର୍ତ୍ତୀ ବୈଠକ ପାଇଁ ତାଙ୍କୁ ଶୀଘ୍ର ଭେଟିବାକୁ ଅପେକ୍ଷା କରିଥିବା କହିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi at BRICS summit: Dismantle ‘pyramid of privilege’ to make Global South a ‘rule-shaper’

Media Coverage

PM Modi at BRICS summit: Dismantle ‘pyramid of privilege’ to make Global South a ‘rule-shaper’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 13, 2026
September 13, 2026

Confidence on the Stage, Consensus in the Room: India’s BRICS 2026 Under PM Modi

PM Modi’s India: UPI in the Pocket, Solar on the Roof, Freight on the Rail