ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବକ୍ତବ୍ୟ ରଖିଛନ୍ତି ।

ଆଲୋଚନାରେ ଯୋଗଦାନ କରିଥିବାରୁ ଉଚ୍ଚ ସଦନର ସଦସ୍ୟମାନଙ୍କୁ ସେ ଧନ୍ୟବାଦ ପ୍ରଦାନ କରିଥିଲେ । ରାଜ୍ୟସଭା ସାଂସଦ ଶ୍ରୀ ମଦନଲାଲ ସାଇନିଙ୍କ ବିୟୋଗରେ ସେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ 2019 ଲୋକସଭା ନିର୍ବାଚନର ଫଳାଫଳ ସୂଚାଉଛି ଯେ ନାଗରିକମାନେ ସ୍ଥାୟୀତ୍ୱ ଚାହୁଁଛନ୍ତି । ସେ କହିଲେ ଯେ ଏବେ ବିଭିନ୍ନ ରାଜ୍ୟରେ ସ୍ଥାୟୀ ସରକାରଙ୍କୁ ନିର୍ବାଚିତ କରିବାର ପ୍ରବୃତି ମଧ୍ୟ ଦେଖାଯାଉଛି ।

ଏଇ ନିକଟରେ ସମାପ୍ତ ଲୋକସଭା ନିର୍ବାଚନରେ ନିର୍ବାଚନୀ ପ୍ରକ୍ରିୟାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ ସମଗ୍ର ପ୍ରକ୍ରିୟା ବିଶାଳ ଥିଲା । ଗଣତନ୍ତ୍ର ହଜିଯାଇଛି ବୋଲି କେତେକ ନେତା ଯେଉଁ ମନ୍ତବ୍ୟ ଦେଇଥିଲେ ପ୍ରଧାନମନ୍ତ୍ରୀ ତାହାକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ମତଦାତାଙ୍କର ବିଜ୍ଞତାକୁ ନେଇ ପ୍ରଶ୍ନ ନଉଠାଇବା ପାଇଁ ସେ ସଦସ୍ୟମାନଙ୍କୁ କହିଥିଲେ । “ଆମ ନିର୍ବାଚନୀ ପ୍ରକ୍ରିୟା ଏବଂ ଗଣତନ୍ତ୍ରକୁ ସମ୍ମାନ ଦେବା ଜରୁରୀ” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।

ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)କୁ ନେଇ ଉଠାଯାଇଥିବା ପ୍ରଶ୍ନକୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଥିଲେ । ସେ କହିଲେ ଯେ ଇଭିଏମ ଦ୍ୱାରା ବୁଥ ଦଖଲ ଓ ହିଂସା ଘଟଣାରେ ହ୍ରାସ ଘଟିଛି । “ଏବେ ମତଦାନ ବଢ଼ୁଥିବାର ଖବର ଆସୁଛି । ଏହା ଗଣତନ୍ତ୍ର ପାଇଁ ଶୁଭ ସଂକେତ,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ପ୍ରକାଶ କରିଥିଲେ ଯେ ଭିଭିପାଟ ଦ୍ୱାରା ଇଲେକ୍ଟ୍ରୋନିକ ଭୋଟିଂ ମେସିନର ବିଶ୍ୱସନୀୟତା ବୃଦ୍ଧି ପାଇଛି ।

ନିର୍ବାଚନୀ ସଂସ୍କାର ସମ୍ବନ୍ଧରେ ମତପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତରେ ନିର୍ବାଚନୀ ପ୍ରକ୍ରିୟାକୁ ସୁଦୃଢ଼ କରିବା ପାଇଁ ସଂସ୍କାର ପ୍ରକ୍ରିୟା ନିହାତି ଆବଶ୍ୟକ । ଏହି ପ୍ରସଙ୍ଗରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ନିର୍ବାଚନୀ ସଂସ୍କାର ପ୍ରସ୍ତାବ ଉପରେ ଆଲୋଚନା କରି ମତଦାନ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରକ୍ରିୟାଗୁଡ଼ିକୁ ସରଳ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରିଛନ୍ତି ଯାହାଦ୍ୱାରା ଭାରତର ଜନସାଧାରଣ ଲାଭବାନ ହେବେ । ସେ କହିଲେ ଯେ ସରକାର ସାଧାରଣ ଲୋକଙ୍କ ସଶକ୍ତୀକରଣରେ ବିଶ୍ୱାସ କରନ୍ତି । ଦେଶର ନାଗରିକ ମାନଙ୍କ ପାଇଁ ଗୃହ, ବିଦ୍ୟୁତ, ଗ୍ୟାସ ସଂଯୋଗ, ଶୌଚାଳୟ ଆଦି ସୁବିଧା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ କାର୍ଯ୍ୟ ଉପରେ ସେ ଆଲୋକପାତ କରିଥିଲେ ।
ଭାରତକୁ ଏକ 5 ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରାଇବା ନେଇ କାର୍ଯ୍ୟ କରିବାକୁ ଶ୍ରୀ ମୋଦୀ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଏକ ସକାରାତ୍ମକ ଚିନ୍ତାଧାରାରେ କାର୍ଯ୍ୟ କରିବା ସହ ପ୍ରସ୍ତାବ ଏବଂ ଉପାୟ ପ୍ରଦାନ କରିବା ଲାଗି ସେ ସମସ୍ତ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏଇ ନିକଟରେ ଝାଡଖଣ୍ଡରେ ଘଟିଥିବା ଦୁର୍ଘଟଣାକୁ ନେଇ ସେ ଗଭୀର ଭାବେ ମର୍ମାହତ । ଦେଶର ଆଇନ ଅନୁଯାୟୀ ଦୋଷୀକୁ ଦଣ୍ଡ ମିଳିବା ଉଚିତ ବୋଲି ସେ କହିଥିଲେ । ଗୋଟିଏ ଘଟଣା ପାଇଁ ସମଗ୍ର ଦେଶକୁ ବଦନାମ କରିବା ଠିକ ନୁହେଁ ବୋଲି ସେ କହିଥିଲେ । ସେ କହିଲେ ଯେ ହିଂସା ସୃଷ୍ଟିକାରୀମାନଙ୍କର ଦୃଢ଼ତାର ସହ ମୁକାବିଲା କରାଯିବା ଉଚିତ ଏବଂ ସମସ୍ତ ରାଜ୍ୟ ନିର୍ବିଶେଷରେ ଏପରି ଘଟଣା ମାନଙ୍କୁ ଆଇନ ଅନୁସାରେ ମୁକାବିଲା କରାଯିବା ଉଚିତ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆୟୁଷ୍ମାନ ଭାରତକୁ ସୁଦୃଢ଼ କରିବା ବର୍ତ୍ତମାନ ସମୟର ଆବଶ୍ୟକତା । “ ଆମେ ଚାହୁଁ କି ଆମ ଗରିବ ଜନସାଧାରଣ ଶସ୍ତାରେ ଉଚ୍ଚ ଗୁଣାତ୍ମକ ଚିକିତ୍ସା ପାଆନ୍ତୁ,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଉତ୍ତରପୂର୍ବାଂଚଳ ଏବଂ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ବିକାଶ ପାଇଁ ସମ୍ପୂର୍ଣ୍ଣ ରୂପେ ଧ୍ୟାନ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।
ସହଯୋଗୀ ସଂଘୀୟ ବ୍ୟବସ୍ଥା ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାତୀୟ ଅଭିଳାଷା ସହିତ ଆଂଚଳିକ ଆକାଂକ୍ଷା ରହିବା ଗୁରୁତ୍ୱପୂର୍ଣ୍ଣ ।
ଦେଶକୁ ଉନ୍ନତ ଓ ଶକ୍ତିଶାଳୀ କରିବା ପାଇଁ ନାଗରିକମାନେ ଯାହା କରିପାରିବେ ତାହା କରିବା ଆବଶ୍ୟକ ବୋଲି ସେ ଆହ୍ୱାନ କରିଥିଲେ । ଭାରତକୁ ଏକ ନୂତନ ଉଚ୍ଚତାକୁ ନେଇଯିବା ପାଇଁ ଏବଂ ଏକ ନୂତନ ଭାରତ ନିର୍ମାଣ ଲାଗି ଏକାଠି କାମ କରିବା ଲାଗି ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026