The Rajya Sabha gives an opportunity to those away from electoral politics to contribute to the nation and its development: PM
Whenever it has been about national good, the Rajya Sabha has risen to the occasion and made a strong contribution: PM
Our Constitution inspires us to work for a Welfare State. It also motivates us to work for the welfare of states: PM Modi

ରାଜ୍ୟସଭାର 250ତମ ଅଧିବେଶନ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ବିବୃତି

ରାଜ୍ୟସଭାର 250ତମ ଅଧିବେଶନ ଅବସରରେ ସଂସଦର ଉଚ୍ଚ ସଦନରେ ଅନୁଷ୍ଠିତ ସ୍ୱତନ୍ତ୍ର ଆଲୋଚନାରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିବୃତି ରଖିଛନ୍ତି ।

ଏହି ଐତିହାସିକ ଅଧିବେଶନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଇତିହାସରେ ରାଜ୍ୟ ସଭା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି ଏବଂ ଏହି ସଦନ ଇତିହାସ ନିର୍ମାଣର ସାକ୍ଷୀ ରହିଛି । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏକ ଦ୍ୱିସଦନ ବିଶିଷ୍ଟ ବ୍ୟବସ୍ଥାପିକା ସୃଷ୍ଟି କରିବା ଲାଗି ଭାରତୀୟ ସମ୍ବିଧାନ ନିର୍ମାତାମାନଙ୍କ ଦୂରଦୃଷ୍ଟି ଆମର ଗଣତନ୍ତ୍ରକୁ ସମୃଦ୍ଧ କରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟସଭା ହେଉଛି ଭାରତୀୟ ବିବିଧତାର ପ୍ରତିନିଧି ଏବଂ ଆମ ସଂଘୀୟ ଢାଂଚାର ପ୍ରତିବିମ୍ବ । ସେ କହିଥିଲେ ଯେ ରାଜ୍ୟସଭା କେବେ ମୁଲତବୀ ହୋଇନଥାଏ ଏବଂ ଏହାର ନିରନ୍ତରତା ଏହି ସଦନକୁ ଶାଶ୍ୱତ କରିଛି । ନିର୍ବାଚନ ରାଜନୀତି ଠାରୁ ଦୂରରେ ରହୁଥିବା ଲୋକମାନଙ୍କୁ ରାଷ୍ଟ୍ରର ବିକାଶରେ ଯୋଗଦାନ ଦେବା ଲାଗି ରାଜ୍ୟସଭା ସୁଯୋଗ ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ଭାରତୀୟ ସମ୍ବିଧାନର ବ୍ୟବସ୍ଥା ଅନୁରୂପ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଭାବନାକୁ ସୁଦୃଢ଼ କରିବାରେ ରାଜ୍ୟସଭାର ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ।

ରାଷ୍ଟ୍ର ହିତ ପାଇଁ ରାଜ୍ୟ ସଭା ସବୁବେଳେ ଆଗେଇ ଆସିଛି ବୋଲି ସେ କହିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ ଯଥା ଜିଏସଟି, ତିନି ତଲାକ ଓ ଅନୁଚ୍ଛେଦ 370 ଆଦି କ୍ଷେତ୍ରରେ ରାଜ୍ୟସଭାର ଭୂମିକା ବିଷୟରେ ସେ ଉଲ୍ଲେଖ କରିଥିଲେ ।

ରାଜ୍ୟସଭାର ଗୁରୁତ୍ୱ ଉପରେ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବକ୍ତବ୍ୟକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ବିକାଶରେ ରାଜ୍ୟସଭାର ଅତି ସକ୍ରିୟ ଏବଂ ସହଯୋଗୀ ଭୂମିକା ଜରୁରି । ସଂସଦର ଉଚ୍ଚ ସଦନ ଜରିଆରେ ଜାତୀୟ ପ୍ରଗତି ଓ ବିକାଶରେ ଡ. ବାବାସାହେବ ଆମ୍ବେଦକରଙ୍କ ଭୂମିକାକୁ ମଧ୍ୟ ସେ ସ୍ମରଣ କରିଥିଲେ ।

ସଂସଦୀୟ ବିଧିବ୍ୟବସ୍ଥାକୁ ସମ୍ମାନ ଦେବା ସହ ସଦନର କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ନକରି ପ୍ରଭାବୀ ଢଙ୍ଗରେ ନିଜ ମତ ଉପସ୍ଥାପନ କରିଥିବା କେତେକ ସାଂସଦଙ୍କ କାର୍ଯ୍ୟଧାରାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେମାନଙ୍କ ଠାରୁ ଆମେ ଅନେକ କିଛି ଶିଖିପାରିବା ବୋଲି ସେ ଉଲ୍ଲେଖ କରିଥିଲେ ।

ଆମ ଗଣତନ୍ତ୍ରର ସଠିକ ପରିଚାଳନା କ୍ଷେତ୍ରରେ ରାଜ୍ୟସଭାର ଭୂମିକା ସମ୍ପର୍କରେ ସ୍ମରଣ କରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଚ୍ଚ ସଦନରୁ ମିଳୁଥିବା ନିୟନ୍ତ୍ରଣ ଓ ସନ୍ତୁଳନକୁ ବନ୍ଦ ଓ ଅବରୋଧ ପାଇଁ ଦୁରୂପଯୋଗ କରାଯିବା ଉଚିତ ନୁହେଁ ।

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jo khelega woh khilega, always cheer for Bharat: PM Modi meets India's CWG medallists

Media Coverage

Jo khelega woh khilega, always cheer for Bharat: PM Modi meets India's CWG medallists
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hosts Commonwealth Games 2026 medal winners
August 09, 2026

The Prime Minister, Shri Narendra Modi today hosted India’s outstanding medal winners from the Commonwealth Games 2026 at 7 Lok Kalyan Marg. Shri Modi interacted with the athletes and heard about their experiences from the Games.

The Prime Minister said that the athletes’ achievements are a source of immense pride for the entire country and will inspire many youngsters to take up sports.

Shri Modi posted on X:

Delighted to host our outstanding medal winners from the Commonwealth Games 2026 at 7, Lok Kalyan Marg. Heard about their experiences from the Games.

Each one of them has made our nation proud through their exceptional performances. Their success will motivate many youngsters.