Today women are excelling in every sphere: PM Modi
It is important to recognise the talent of women and provide them with the right opportunities: PM Modi
Self Help Groups have immensely benefitted people in rural areas, especially women: PM Modi
To strengthen the network of Self Help Groups across the country, Government is helping them economically as well as by providing training: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଗୁରୁବାର) ଭିଡିଓ କନଫରେନ୍ସ ଜରିଆରେ ଦେଶର ସ୍ୱୟଂ ସହାୟକଗୋଷ୍ଠୀର ସଦସ୍ୟ ତଥା ଦୀନ ଦୟାଲ ଅନ୍ତୋଦୟ ଯୋଜନାର ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ବିଭିନ୍ନ ଗୋଷ୍ଠୀରୁ ପ୍ରତିନିଧିତ୍ୱ କରୁଥିବା ଏକ କୋଟିରୁ ଅଧିକ ମହିଳାଙ୍କ ପାଖରେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପହଂଚାଯାଇପାରିଥିଲା । ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହିତ ଆଲୋଚନା ପର୍ଯ୍ୟାୟର ଏହା ନବମ ମତ ବିନିମୟ  ।

ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହିତ ଆଲୋଚନାରେ ସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ପ୍ରତ୍ୟେକ ସଦସ୍ୟ ତାଙ୍କର ସଂକଳ୍ପ, ସାମୁହିକ  ପ୍ରୟାସ ତଥା ଉଦ୍ୟମୀତାର ପ୍ରେରକ ଭାବେ ସମସ୍ତଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି । ସେ କହିଥିଲେ ଯେ ମହିଳାମାନେ ଉଦ୍ୟୋଗୀ, ସେମାନଙ୍କ ଭିତରେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆତ୍ମନିର୍ଭରଶୀଳ ହେବା ପାଇଁ ଏକ ଅସୀମିତ ଅନ୍ତର୍ନିହିତ ଶକ୍ତି ରହିଛି ଏବଂ ସେମାନଙ୍କୁ ସୁଯୋଗ ପ୍ରଦାନ କରିବାର ଆବଶ୍ୟକତା ରହିଛି  । ସେ କହିଥିଲେ ଯେ ମହିଳାମାନଙ୍କର ଯୋଗଦାନ ବିନା ଅନେକ କ୍ଷେତ୍ର ବିଶେଷତଃ କୃଷି ତଥା ଗୋପାଳନ ଓ ଦୁଗ୍ଧ ଉନ୍ନୟନ ବ୍ୟବସାୟ ବିଷୟରେ କଳ୍ପନା କରିହେବ ନାହିଁ  । ଏହା ସଂପୂର୍ଣ୍ଣ ଦେଶରେ ମହିଳା ଶସକ୍ତିକରଣର ନିଚ୍ଛକ ଉଦାହରଣ  ।

ଶ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା ବେଳେ କହିଥିଲେ ଯେ ଦୀନଦୟାଲ ଅନ୍ତୋଦୟ ଯୋଜନା-ରାଷ୍ଟ୍ରୀୟ ଗ୍ରାମୀଣ ଜୀବିକା ମିଶନ ସମସ୍ତ ରାଜ୍ୟରେ ଆରମ୍ଭ କରାଯାଇଛି  । ସେ କହିଥିଲେ ଯେ ଯୋଜନାର ଉଦ୍ଦେଶ୍ୟ ହେଉଛି 2.5 ଲକ୍ଷ ଗ୍ରାମ ପଞ୍ଚାୟତର କୋଟି କୋଟି ଗରିବ ପରିବାର ପାଖରେ ପହଂଚିବା ଏବଂ ସେମାନଙ୍କୁ ଜୀବିକା ନିର୍ବହନର ସୁଯୋଗ ପ୍ରଦାନ କରିବା । ଯୋଜନାର ସଫଳ କାର୍ଯ୍ୟକାରୀତା ପାଇଁ ସମସ୍ତ ରାଜ୍ୟ ତଥା ଅଧିକାରୀମାନଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର ବିଷୟରେ ଆଲୋଚନା କରି କହିଥିଲେ ଯେ ସ୍ୱୟଂ ସହାୟକ ଗୋଷ୍ଠୀ ସମାଜର ଆର୍ଥିକ ଅନଗ୍ରସର ଏବଂ ସାମାଜିକ ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି  । ପ୍ରଧାନମନ୍ତ୍ରୀ କହିଥିଲେ ଯେ 2011-14 ତୁଳନାରେ ବିଗତ ଚାରି ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସଂଖ୍ୟାରେ ଚାରିଗୁଣ ବୃଦ୍ଧି ହୋଇଛି ଯାହା ଗ୍ରାମୀଣ କ୍ଷେତ୍ରରେ ରୋଜଗାର ଏବଂ ଉଦ୍ୟୋଗରେ ବୃଦ୍ଧି ପରିଲକ୍ଷିତ କରୁଛି  । 2011 ରୁ 2014 ଏହି ତିନି ବର୍ଷ ମଧ୍ୟରେ କେବଳ ପାଞ୍ଚ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ 52 ଲକ୍ଷ ପରିବାରଙ୍କ ପାଖରେ ସରକାର  ପହଞ୍ଚିଥିଲେ । 2014 ପରେ ଆମ ସରକାର ଅତିରିକ୍ତ 20 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ମାଧ୍ୟମରେ 2.25 କୋଟି ପରିବାରଙ୍କ ପାଖରେ ପହଂଚିବାକୁ ସକ୍ଷମ  ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଦେଶରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଶିକ୍ଷଣ, ଆର୍ଥିକ ସହାୟତା ଏବଂ ସୁଯୋଗ ପ୍ରଦାନ କରୁଛନ୍ତି  । ମହିଳା କୃଷକ ସଶକ୍ତିକରଣ ପ୍ରକଳ୍ପ ଜରିଆରେ 33 ଲକ୍ଷରୁ ଅଧିକ ମହିଳା କୃଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି  । ଏବେ ଗ୍ରାମୀଣ ଭାରତରେ ପ୍ରାୟ 5 କୋଟି ମହିଳା ଅଂଶୀଦାରଙ୍କ ସହିତ 45 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛି  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀନଦୟାଲ ଅନ୍ତୋଦୟ ଯୋଜନା ଜରିଆରେ ଗ୍ରାମୀଣ ଯୁବକମାନଙ୍କର ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ଉତ୍ତମ ଜୀବନ ପାଇଁ ଯୁବଗୋଷ୍ଠୀଙ୍କର ଆକାଂକ୍ଷାକୁ ପୂରା କରିବା ଉଦ୍ଦେଶ୍ୟ ନେଇ ରୋଜଗାର ଏବଂ ସ୍ୱରୋଜଗାର ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ସେ କହିଥିଲେ ଯେ 600 ଗ୍ରାମୀଣ ସ୍ୱରୋଜଗାର ପ୍ରଶିକ୍ଷଣ ପ୍ରତିଷ୍ଠାନ ଜରିଆରେ ପ୍ରାୟ 28 ଲକ୍ଷ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନକରାଯାଇଛି ଏବଂ ପ୍ରାୟ 19 ଲକ୍ଷ ଯୁବକଯୁବତୀଙ୍କୁ ରୋଜଗାର ମିଳିପାରିଛି  ।

ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୂଲ୍ୟ ସମ୍ବର୍ଦ୍ଧନ ବିଷୟରେ ଗୁରୁତ୍ୱ ପ୍ରଦାନ କରିଥିଲେ  । ନିଜର ଉତ୍ପାଦଗୁଡିକର ବିକ୍ରୀ ନିମନ୍ତେ  ସରକାରୀ ଇ-ମାର୍କେଟ ପ୍ଲେସ (ଜେମ) ର ସେବା ଗ୍ରହଣ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନେ ପଞ୍ଜିକରଣ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ  ।

ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରି ସଦସ୍ୟମାନେ ନିଜର ଅନୁଭୂତି ତଥା ସ୍ୱୟଂ ସହାୟକ ଗୋଷ୍ଠୀର ସଫଳ କାହାଣୀ ବାଣ୍ଟିଥିଲେ । ଆତ୍ମବିଶ୍ୱାସ ଏବଂ ଦୃଢତାର ସହିତ ଆର୍ଥିକ ଅନଗ୍ରସର ମହିଳାମାନେ ପ୍ରତିକୂଳ ପରିସ୍ଥିତିରେ ନିଜକୁ ପ୍ରତିଷ୍ଠିତ କରିପାରିଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କର ଭୂରି ଭୂରି ପ୍ରଶଂସା କରିଥିଲେ । ମହିଳା ହିତାଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ କିଭଳି ଭାବେ ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଜୀବନକୁ ସରସ କରିପାରିଛି  । ପ୍ରଧାନମନ୍ତ୍ରୀ ହିତାଧିକାରୀମାନଙ୍କୁ କହିଥିଲେ ଯେ ସେମାନେ ତାଙ୍କ ସଫଳ କାହାଣୀର ଫଟୋ ଏବଂ ନିଜର ଚିନ୍ତାଧାରାକୁ ନରେନ୍ଦ୍ର ମୋଦୀ ଆପରେ ପୋଷ୍ଟ କରନ୍ତୁ  ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From Health Access to Health Security: Ayushman Bharat is reshaping Indian public healthcare

Media Coverage

From Health Access to Health Security: Ayushman Bharat is reshaping Indian public healthcare
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights the divine and benevolent grace of Goddess Brahmacharini
March 20, 2026

Prime Minister Shri Narendra Modi shared a Sanskrit subhashitam today, highlighting the divine and benevolent grace of Goddess Brahmacharini.

The Prime Minister wrote on X:

"मां ब्रह्मचारिणी के चरणों में कोटि-कोटि नमन! देवी मां सभी भक्तों पर अपनी कृपा बनाए रखें।

दधाना करपद्माभ्यामक्षमालाकमण्डलू।
देवी प्रसीदतु मयि ब्रह्मचारिण्यनुत्तमा॥"

The Goddess who holds a rosary and a water pot in her lotus-like hands—may that supremely exalted Goddess Brahmacharini be gracious to me.