Guru Gobind Singh Ji was a great warrior, philosopher poet and guru: PM Modi
Guru Gobind Singh Ji fought against oppression and injustice. His teachings to people focused on breaking the barriers of religion and caste: PM
Guru Gobind Singh Ji’s values and teachings will continue to be the source of inspiration and the guiding spirit for the mankind in years to come: PM

ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମବାର୍ଷିକୀ ପାଳନ ଉପଲକ୍ଷେ ଆଜି ଜାତୀୟ ରାଜଧାନୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 350 ଟଙ୍କାର ଏକ ସ୍ମାରକୀ ମୁଦ୍ରା ଜାରି କରିଛନ୍ତି । ସେ ଗୁରୁ ଗୋବିନ୍ଦ ସିଂଙ୍କ ଜୀବନାଦର୍ଶ ଏବଂ ମୂଲ୍ୟବୋଧ – ମାନବତା, ଭକ୍ତି, ବୀରତ୍ୱ ଏବଂ ବଳିଦାନର ନିସ୍ୱାର୍ଥ ସେବାର ପ୍ରଶଂସା କରିଥିଲେ ଏବଂ ଲୋକମାନଙ୍କୁ ତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବା ଲାଗି ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଗୁରୁ ଗୋବିନ୍ଦ ସିଂଙ୍କ ଜୟନ୍ତୀ ପାଳନ ଲାଗି ମୁଦ୍ରା ଜାରି କରିବା ପରେ ନିଜର ବାସଭବନ 7 ଲୋକ କଲ୍ୟାଣ ମାର୍ଗରେ ବଛା ବଛା ଲୋକମାନଙ୍କୁ ନେଇ ଆୟୋଜିତ ସଭାକୁ ସମ୍ବୋଧିତ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଗୁରୁ ଗୋବିନ୍ଦ ସିଂ ଜଣେ ମହାନ ଯୋଦ୍ଧା, ଦାର୍ଶନିକ, କବି ଏବଂ ଗୁରୁ ଥିଲେ । ସେ ଉତ୍ପୀଡ଼ନ ଏବଂ ଅନ୍ୟାୟ ବିରୋଧରେ ସଂଘର୍ଷ କରିଥିଲେ । ଲୋକମାନଙ୍କୁ ସେ ଦେଇଯାଇଥିବା ଉପଦେଶ ଧର୍ମ ଏବଂ ଜାତିଗତ ବାଧା ଦୂର କରିବା ଉପରେ କେନ୍ଦ୍ରିଭୂତ ଥିଲା । ପ୍ରେମ, ଶାନ୍ତି ଏବଂ ବଳିଦାନ ଲାଗି ତାଙ୍କର ବାର୍ତ୍ତା ଆଜି ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁରୁ ଗୋବିନ୍ଦ ସିଂ, ତାଙ୍କର ମୂଲ୍ୟବୋଧ ଏବଂ ବାଣୀ ଆଗାମୀ ବର୍ଷଗୁଡ଼ିକରେ ମାନବ ଜାତି ଲାଗି ପ୍ରେରଣା ଏବଂ ମାର୍ଗଦର୍ଶନର ସ୍ରୋତ ହୋଇପାରିବ । ସେ ଲୋକମାନଙ୍କୁ ଗୁରୁ ଗୋବିନ୍ଦ ସିଂ ମହାରାଜଙ୍କ ପ୍ରଦର୍ଶିତ 11 ସୂତ୍ରୀ ମାର୍ଗରେ ଚାଲିବା ପାଇଁ ସଂକଳ୍ପ ନେବା ଲାଗି ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶବାସୀଙ୍କୁ ଲୋହରିର ଶୁଭକାମନା ଜଣାଇଥିଲେ ।

ଏଥିପୂର୍ବରୁ, ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ 30 ଡିସେମ୍ବର, 2018ର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ,ମନ କୀ ବାତ ମାଧ୍ୟମରେ ଗୁରୁ ଗୋବିନ୍ଦ ସିଂଙ୍କ ଦ୍ୱାରା ପ୍ରଦର୍ଶିତ ଦେଶଭକ୍ତି ଏବଂ ବଳିଦାନର ମାର୍ଗରେ ଚାଲିବା ଲାଗି ଆହ୍ୱାନ କରିଥିଲେ । ସେ 5 ଜାନୁଆରୀ, 2017ରେ ପାଟନାରେ ଗୁରୁ ଗୋବିନ୍ଦ ସିଂଙ୍କ 350ତମ ଜୟନ୍ତୀ ସମାରୋହରେ ଭାଗ ନେଇଥିଲେ । ଏହି ଉପଲକ୍ଷେ ସେ ଏକ ସ୍ମାରକୀ ଡାକ ଟିକେଟ ଜାରି କରିଥିଲେ ।

ଶ୍ରୀ ମୋଦୀ 15 ଅଗଷ୍ଟ, 2016ରେ ଲାଲକିଲ୍ଲାରୁ ନିଜ ସ୍ୱାଧୀନତା ଦିବସ ଅଭିଭାଷଣ ଏବଂ ଏହାପରେ 18 ଅକ୍ଟୋବର 2016ରେ ଲୁଧିଆନାରେ ଜାତୀୟ ଏମଏସଏମଇ ପୁରସ୍କାର ସମାରୋହରେ ଗୁରୁ ଗୋବିନ୍ଦ ସିଂଙ୍କ ଆଦର୍ଶ ଏବଂ ମୂଲ୍ୟବୋଧକୁ ମାନବିକତାର ଭିତ୍ତିଭୂମି ଭାବେ ସ୍ମରଣ କରିଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win