ଶ୍ରୀ ଭେଙ୍କେୟା ନାଇଡୁଙ୍କୁ ଯେଉଁ ଦାୟିତ୍ୱ ପ୍ରଦାନ କରାଯାଇଛି, ସେ ତାକୁ ଅତ୍ୟନ୍ତ ଦାୟିତ୍ୱର ସହ ନିର୍ବାହ କରିଛନ୍ତି ଏବଂ ସେହି ଦାୟିତ୍ୱ ସହିତ ନିଜକୁ ଅତି ସହଜରେ ସାମିଲ କରିଛନ୍ତି :ପ୍ରଧାନମନ୍ତ୍ରୀ ମୋଦୀ
ସମସ୍ତ ବର୍ଗର ଲୋକମାନଙ୍କର ଆତ୍ମୀୟ ହୋଇପାରିବାର ଶକ୍ତି ଶ୍ରୀ ନାଇଡୁଙ୍କ ପାଖରେ ରହିଛି ଏବଂ ଏଥିସହିତ ସେ ଅନୁଶାସନବାଦୀ ମଧ୍ୟ :ପ୍ରଧାନମନ୍ତ୍ରୀ ମୋଦୀ
ଶ୍ରୀ ନାଇଡୁଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ପ୍ରଦାନ କରାଯାଇଛି ସେ ନିଜ ଦାୟିତ୍ୱକୁ ଦୁରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ପ୍ରଦାନ କରିଥାନ୍ତି । ତାଙ୍କୁ ପ୍ରଦାନ କରାଯାଇଥିବା କାର୍ଯ୍ୟରେ ସେ ସର୍ବଶ୍ରେଷ୍ଠ ବିଶେଷଜ୍ଞମାନଙ୍କ ସହଯୋଗରେ ତାକୁ ନ୍ୟାୟସଙ୍ଗତ କରିବାକୁ ସୁନିଶ୍ଚିତ କରିଥାନ୍ତି :ପ୍ରଧାନମନ୍ତ୍ରୀ
ନାଇଡୁ ଜୀ ହୃଦୟରେ ଜଣେ କୃଷକ ଏବଂ କୃଷକ ତଥା କୃଷି କଲ୍ୟାଣ ପାଇଁ ସେ ସର୍ବଦା ଆତୁର :ପ୍ରଧାନମନ୍ତ୍ରୀ ମୋଦୀ
କେବଳ ଶ୍ରୀ ଏମ. ଭେଙ୍କେୟା ନାଇଡୁଙ୍କ ପ୍ରଚେଷ୍ଟାର ପରିଣାମ ହେଉଛି ଆଜିର ସଫଳ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା :ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଏମ. ଭେଙ୍କେୟା ନାଇଡୁଙ୍କ ଉପରାଷ୍ଟ୍ରପତି ପଦରେ ଏକ ବର୍ଷ ପୂର୍ତ୍ତୀ ଅବସରରେ ଏକ ପୁସ୍ତକ ‘Moving On Moving Forward – A Year in Office’ ର ବିମୋଚନ କରିଥିଲେ  । ଏହି ପୁସ୍ତକର ପ୍ରଥମ କପି ସେ ଉପରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ  ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କୁ ଶ୍ରୀ ଭେଙ୍କେୟା ନାଇଡୁଙ୍କ ସହିତ ଅନେକ ବର୍ଷ ଧରି କାମ କରିବାର ସୁଯୋଗ ମିଳିଥିଲା  । ସେ କହିଥିଲେ ଯେ ଶ୍ରୀ ଏମ. ଭେଙ୍କେୟା ନାଇଡୁ ସର୍ବଦା ନିଜ କାର୍ଯ୍ୟଭାରକୁ ଅଧିକ ଗୁରୁତ୍ୱ ପ୍ରଦାନ କରିଆସିଛନ୍ତି  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ଭେଙ୍କେୟା ନାଇଡୁଙ୍କୁ ଯେଉଁ ଦାୟିତ୍ୱ ପ୍ରଦାନ କରାଯାଇଛି, ସେ ତାକୁ ଅତ୍ୟନ୍ତ ଦାୟିତ୍ୱର ସହ ନିର୍ବାହ କରିଛନ୍ତି ଏବଂ ସେହି ଦାୟିତ୍ୱ ସହିତ ନିଜକୁ ଅତି ସହଜରେ ସାମିଲ କରିଛନ୍ତି  । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ଏମ. ଭେଙ୍କେୟା ନାଇଡୁ ପ୍ରାୟ 50 ବର୍ଷ ଧରି ସାର୍ବଜନୀନ ଜୀବନ ସହିତ ସଂଶ୍ଲିଷ୍ଟ ଅଛନ୍ତି – 10 ବର୍ଷ ଧରି ଛାତ୍ର ରାଜନୀତିରେ ଏବଂ 40 ବର୍ଷ ଧରି ରାଜ୍ୟ ଏବଂ ରାଷ୍ଟ୍ର ରାଜନୀତିରେ ସେ ସକ୍ରୀୟ ଭାବେ କାର୍ଯ୍ୟ କରିଛନ୍ତି  ।

ଶ୍ରୀ ମୋଦୀ କହିଥିଲେ ଯେ ସମସ୍ତ ବର୍ଗର ଲୋକମାନଙ୍କର ଆତ୍ମୀୟ ହୋଇପାରିବାର ଶକ୍ତି ଶ୍ରୀ ନାଇଡୁଙ୍କ ପାଖରେ ରହିଛି ଏବଂ ଏଥିସହିତ ସେ ଅନୁଶାସନବାଦୀ ମଧ୍ୟ  । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ନାଇଡୁଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ପ୍ରଦାନ କରାଯାଇଛି ସେ ନିଜ ଦାୟିତ୍ୱକୁ ଦୁରଦୃଷ୍ଟିପୂର୍ଣ୍ଣନେତୃତ୍ୱ ପ୍ରଦାନ କରିଥାନ୍ତି  । ତାଙ୍କୁ ପ୍ରଦାନ କରାଯାଇଥିବା କାର୍ଯ୍ୟରେ ସେ ସର୍ବଶ୍ରେଷ୍ଠ ବିଶେଷଜ୍ଞମାନଙ୍କ ସହଯୋଗରେ ତାକୁ ନ୍ୟାୟସଙ୍ଗତ କରିବାକୁ ସୁନିଶ୍ଚିତ କରିଥାନ୍ତି  ।

ପ୍ରଧାନମନ୍ତ୍ରୀ ସ୍ମରଣ କରାଇଥିଲେ ଯେ ଯେତେବେଳେ ପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ନିଜ ମନ୍ତ୍ରୀମଣ୍ଡଳରେ ଶ୍ରୀ ନାଇଡୁଙ୍କୁ ସାମିଲ କରିବାକୁ ଚାହୁଁଥିଲେ, ସେତେବେଳେ ଶ୍ରୀ ନାଇଡୁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପାଇଁ ଆଗ୍ରହ ପ୍ରଦର୍ଶନ କରିଥିଲେ  । ଶ୍ରୀ ନାଇଡୁ ହୃଦୟରେ ଜଣେ କୃଷକ ଏବଂ କୃଷକ ତଥା କୃଷି କଲ୍ୟାଣ ପାଇଁ ସେ ସର୍ବଦା ଆତୁର  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେବଳ ଶ୍ରୀ ଏମ. ଭେଙ୍କେୟା ନାଇଡୁଙ୍କ ପ୍ରଚେଷ୍ଟାର ପରିଣାମ ହେଉଛିଆଜିର ସଫଳ ପ୍ରଧାନମନ୍ତ୍ରୀ ଗ୍ରାମୀଣ  ସଡକ ଯୋଜନା । ସେ କହିଥିଲେ ଯେ ଏପରି ମଧ୍ୟ ସମୟ ଥିଲା ଯେତେବେଳେ ରାଜନୈତିକ ଆଲୋଚନା କେବଳ ରେଳଗାଡି ଷ୍ଟପେଜ ଉପରେ କରାଯାଉଥିଲା,ସେତେବେଳେ ଶ୍ରୀ ନାଇଡୁ ଏହା ସୁନିଶ୍ଚିତ କରିଥିଲେ ଯେ ସଡକ ଏବଂ ସଂପର୍କର ଅନ୍ୟ ସଂଯୋଗର ମାଧ୍ୟମଗୁଡିକ ବିଷୟରେ ମଧ୍ୟ ନେତାମାନେ ଚିନ୍ତା କରିବାକୁ ଆରମ୍ଭ କଲେଣି ।

ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତିଙ୍କ ଭାଷଣ କଳା ତାହା ଇଂରାଜୀରେ ହେଉ ଅବା ତେଲୁଗୁରେ, ତାଙ୍କ ଦ୍ୱାରା ପ୍ରୟୋଗ କରାଯାଉଥିବା ଶବ୍ଦଗୁଡିକର ପ୍ରଶଂସା କରିଥିଲେ  । ସେ କହିଥିଲେ ଯେ ଏହା ଯେ ଉପରାଷ୍ଟ୍ରପତି ମହୋଦୟ କାର୍ଯ୍ୟକାଳର ପ୍ରଥମ ବର୍ଷ ସଂସଦରେ ଏବଂ ସଂସଦ ବାହାରେ ତାଙ୍କ ଦ୍ୱାରା କରାଯାଇଥିବା ସମୃଦ୍ଧ କାର୍ଯ୍ୟଗୁଡିକର ଏକ ପ୍ରକାରର ରିପୋର୍ଟ କାର୍ଡ ପ୍ରସ୍ତୁତ କରିଛନ୍ତି ଯାହା  କିପ୍ରଶଂସନୀୟ  ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways to roll out the first rake of 20 LHB coaches for Bangladesh Railway on August 12

Media Coverage

Indian Railways to roll out the first rake of 20 LHB coaches for Bangladesh Railway on August 12
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 12, 2026
August 12, 2026

India Rising on Every Front: Economic Strength, Global Recognition & Self-Reliance Under PM Modi’s Vision