I dedicate this (Seoul Peace) award to the 1.3 billion people of India for giving me the opportunity to serve them: PM Modi
India’s growth story is not only good for the people of India but also for the entire world: PM Modi
The time has come for all right-thinking nations to join hands to completely eradicate terrorist networks: PM Modi

ସିଓଲ ଶାନ୍ତି ପୁରସ୍କାର ସାଂସ୍କୃତିକ ସଂଗଠନର ଅଧ୍ୟକ୍ଷ, ମିଃ କୋନ ଇ ହ୍ୟୋକ୍

ଜାତୀୟ ସଂସଦର ବାଚସ୍ପତି, ମିଃ ମୁନ ହି ସ୍ୟାଙ୍ଗ

ସଂସ୍କୃତି ମନ୍ତ୍ରୀ ମିଃ ଡୋ ଜଙ୍ଗ ହ୍ୱାନ

ମିଳିତ ଜାତିସଂଘର ପୂର୍ବତନ ମହାସଚିବ ମିଃ ବାନ କି ମୁନ

ସିଓଲ ଶାନ୍ତି ପୁରସ୍କାର ସାଂସ୍କୃତି ସଂଗଠନର ଅନ୍ୟ ସଦସ୍ୟଗଣ

ବିଶିଷ୍ଟ ବ୍ୟକ୍ତିବିଶେଷ

ଭାଇ ଓ ଭଉଣୀମାନେ

ବନ୍ଧୁଗଣ,

ନମସ୍କାର

ଆନ୍ୟୋଙ୍ଗ

ହା-ସେୟୋ

ୟୋରା-ବୁନ୍ନ

ସମସ୍ତଙ୍କୁ ଅଭିନନ୍ଦନ,

ସିଓଲ ଶାନ୍ତି ପୁରସ୍କାର ପାଇ ମୁଁ ନିଜକୁ ଗଭୀର ଭାବେ ଗୌରବାନ୍ୱିତ ମନେ କରୁଛି । ମୋର ବିଶ୍ୱାସ ଯେ ଏହି ପୁରସ୍କାର ବ୍ୟକ୍ତିଗତ ଭାବେ କେବଳ ମୋର ନୁହେଁ, ବରଂ ଭାରତର ଜନସାଧାରଣଙ୍କର । ଏହି ପୁରସ୍କାରର ଶ୍ରେୟ 130 କୋଟି ଭାରତୀୟଙ୍କ ଶକ୍ତି ଏବଂ ଦକ୍ଷତା ଦ୍ୱାରା ଶକ୍ତିଶାଳୀ ହୋଇ ଗତ ପାଞ୍ଚବର୍ଷରୁ କମ ସମୟ ମଧ୍ୟରେ ଭାରତ ହାସଲ କରିଥିବା ଉପଲବ୍ଧିକୁ ଯାଉଛି ଏବଂ ତେଣୁ, ସେମାନଙ୍କ ପକ୍ଷରୁ, ମୁଁ ଉଦାରତାର ସହ ଏହି ପୁରସ୍କାର ଗ୍ରହଣ କରୁଛି ଏବଂ ମୋର କୃତଜ୍ଞତା ବ୍ୟକ୍ତ କରୁଛି । ବସୁଧୈବ କୁଟୁମ୍ବକମ୍ ଅର୍ଥାତ ସାରା ବିଶ୍ୱ ଏକ ପରିବାର, ବାର୍ତ୍ତାରେ ରହିଥିବା ଦର୍ଶନକୁ ଏହି ପୁରସ୍କାର ବିବେଚନା କରିଛି । ଏହି ପୁରସ୍କାର ସେହି ସଂସ୍କୃତି ପାଇଁ ଯାହା ଏମିତିକି ଯୁଦ୍ଧ କ୍ଷେତ୍ରରେ ମଧ୍ୟ ଶାନ୍ତିର ବାର୍ତ୍ତା ଦେଉଛି, ଯଥା ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧରେ ଭଗବତ ଗୀତା ଜ୍ଞାନ ମାଧ୍ୟମରେ ପ୍ରଦାନ କରିଛନ୍ତି । ଏହି ପୁରସ୍କାର ସେହି ମାଟି ପାଇଁ ଯେଉଁଠି ଆମେ ଶିକ୍ଷା ଲାଭ କରିଛୁ ।

ଓଁ ଦ୍ୟୋଃ ଶାନ୍ତିରନ୍ତରିକ୍ଷ ଶାନ୍ତି, ପୃଥ୍ୱୀ ଶାନ୍ତିରପଃଶାନ୍ତିରୋଷଧ୍ୟଃ ଶାନ୍ତିଃ ।

ବନସ୍ପତୟଃ ଶାନ୍ତିର୍ବିଶ୍ୱେଦେବାଃ ଶାନ୍ତିବ୍ରହ୍ମ ଶାନ୍ତି, ସର୍ବ ଶାନ୍ତିଃ, ଶାନ୍ତିରେବ ଶାନ୍ତି, ସା ମା ଶାନ୍ତିରେଧି ।। ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।।

ଯାହାର ଅର୍ଥ :

ମହାକାଶରେ ଥିବା ଆକାଶ ସମେତ ଚତୁର୍ଦିଗରେ ଶାନ୍ତି ବିରାଜମାନ କରୁ

ଆମ ଗ୍ରହର ଚତୁର୍ଦ୍ଦିଗରେ, ପ୍ରକୃତିରେ

ଚାରିଆଡ଼େ ଅସୀମ ଶାନ୍ତି ରହୁ ।

ଏବଂ, ଏହି ପୁରସ୍କାର ସେହି ଲୋକମାନଙ୍କ ପାଇଁ ଯେଉଁମାନେ ବ୍ୟକ୍ତିଗତ ମହତ୍ୱକାଂକ୍ଷା ଅପେକ୍ଷ ସମାଜର କଲ୍ୟାଣକୁ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ଏବଂ, ମୁଁ ଗର୍ବ ଅନୁଭବ କରୁଛି ଯେ ଏହି ପୁରସ୍କାର ମୋତେ ଏମିତି ଏକ ସମୟରେ ପ୍ରଦାନ କରାଯାଇଛି ଯେତେବେଳେ ଆମେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀର 150ତମ ବର୍ଷ ପୂର୍ତ୍ତି ପାଳନ କରୁଛୁ । ମୁଁ ଏହି ପୁରସ୍କାରର ଅର୍ଥରାଶି ଯାହାର ପରିମାଣ 2 ଲକ୍ଷ ଡଲାର ବା 1 କୋଟି 30 ଲକ୍ଷ ଟଙ୍କାକୁ ମୁଁ ନମାମି ଗଙ୍ଗେ ପାଣ୍ଠିକୁ ପ୍ରଦାନ କରିବାକୁ ଚାହୁଁଛି । ଏହି ପାଣ୍ଠି ମାଧ୍ୟମରେ ଆମେ ଏପରି ଏକ ନଦୀକୁ ସ୍ୱଚ୍ଛ କରିବାକୁ ଚାହୁଁଛୁ ଯାହା ସମସ୍ତ ଭାରତୀୟଙ୍କ ପାଇଁ କେବଳ ପବିତ୍ର ନୁହେଁ, ବରଂ କୋଟି କୋଟି ଦେଶବାସୀଙ୍କ ଅର୍ଥନୈତିକ ଜୀବନ ରେଖା ।

ବନ୍ଧୁଗଣ,

1988ରେ ସିଓଲର 24ତମ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ କ୍ରୀଡ଼ାର ଆୟୋଜନ କରାଯାଇଥିଲା, ଏହାର ସଫଳତା ଏବଂ ଉତ୍ସାହକୁ ପାଳନ କରିବା ନିମନ୍ତେ ସିଓଲ ଶାନ୍ତି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା । ଭାରତ ସେହି କ୍ରୀଡ଼ାକୁ ଭଲ ଭାବେ ମନେ ରଖିଛି । କାରଣ ଏହା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ଉଦଯାପିତ ହୋଇଥିଲା । ଏହି କ୍ରୀଡ଼ା କୋରିଆ ସଂସ୍କୃତିର ଶ୍ରେଷ୍ଠତ୍ୱ, କୋରିଆର ଉଦାର ଆତିଥେୟ ଏବଂ କୋରିଆ ଅର୍ଥବ୍ୟବସ୍ଥାର ସଫଳତାକୁ ପ୍ରଦର୍ଶିତ କରିଥିଲା । ଏବଂ, ଏହା ମଧ୍ୟ ଭୁଲିବା ଉଚିତ ନୁହେଁ ଯେ ସେମାନେ ବିଶ୍ୱ ସ୍ତରରେ ଏକ ନୂତନ କ୍ରୀଡ଼ା ଶକ୍ତି ଭାବେ ଉଭା ହୋଇଥିଲେ! କିନ୍ତୁ, ଏହି କ୍ରୀଡ଼ା ଥିଲା ବିଶ୍ୱ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । 1988 ଅଲିମ୍ପିକ୍ସ ଆୟୋଜନ ସମୟରେ ବିଶ୍ୱ ଅତ୍ୟନ୍ତ କଠିନ ପରିସ୍ଥିତି ଦେଇ ଗତି କରୁଥିଲା । ଇରାକ-ଇରାନ ଯୁଦ୍ଧ କିଛିଦିନ ପୂର୍ବରୁ ସରିଥିଲା । ସେହିବର୍ଷ ଆରମ୍ଭରୁ ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ଜେନେଭା ଐକ୍ୟ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଶୀତଳ ଯୁଦ୍ଧ ସରି ସରି ଆସୁଥିଲା ଏବଂ ଏକ ନୂଆ ସୁବର୍ଣ୍ଣ ଯୁଗର ଆରମ୍ଭ ନେଇ ବଡ଼ ଆଶା ଜାଗିଥିଲା । କିଛି ସମୟ ପାଇଁ, ଏହା ହେଲା । 1988ରେ ବିଶ୍ୱର ସ୍ଥିତି ଯାହା ଥିଲା ଏବେ ବିଭିନ୍ନ କ୍ଷେତ୍ରରେ ସୁଧାର ଆସିପାରିଛି ବିଶ୍ୱ ଦାରିଦ୍ର୍ୟ ହାର ସ୍ଥିର ଭାବେ ହ୍ରାସ ପାଇବାରେ ଲାଗିଛି । ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ଫଳାଫଳରେ ଉନ୍ନତି ଆସିଛି । ତଥାପି, ଅନେକ ଚିନ୍ତଜନକ ବୈଶ୍ୱିକ ଆହ୍ୱାନ ରହିଛି । କିଛି ପୁରୁଣା, କିଛି ନୂଆ । ସିଓଲ ଅଲିମ୍ପିକ୍ସର କିଛି ମାସ ପୂର୍ବରୁ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ପ୍ରଥମ ଚେତାବନୀ ଦିଆଯାଇଥିଲା । ଆଜି ଏହା ମାନବ ସମାଜ ପ୍ରତି ବଡ଼ ବିପଦ ଭାବେ ବିବେଚିତ ହେଉଛି । ସିଓଲ ଅଲିମ୍ପିକ୍ସର କିଛି ସପ୍ତାହ ପୂର୍ବରୁ ଅଲ କାଏଦା ନାମକ ସଂଗଠନ ମୁଣ୍ଡ ଟେକିଥିଲା । ଆଜି, ଉଗ୍ରବାଦ ଏବଂ ଆତଙ୍କବାଦ ବିଶ୍ୱରେ ପରିବ୍ୟାପ୍ତ ହୋଇଛି ଏବଂ ବୈଶ୍ୱିକ ଶାନ୍ତି ଏବଂ ନିରାପତ୍ତା ପ୍ରତି ବଡ଼ ବିପଦ ଭାବେ ଉଭା ହୋଇଛି । ଆହୁରି, ବିଶ୍ୱର କୋଟି କୋଟି ଲୋକ ଏବେ ସୁଦ୍ଧା ଯଥେଷ୍ଟ ଓ ଉନ୍ନତ ମାନର ଖାଦ୍ୟ, ବାସସ୍ଥାନ, ସ୍ୱାସ୍ଥ୍ୟସେବା, ସ୍ୱଚ୍ଛତା, ଶକ୍ତି ଏବଂ ସର୍ବୋପରି ସମ୍ମାନପୂର୍ବକ ଜୀବନ ଜିଇଁବାଠାରୁ ବଂଚିତ ରହିଛନ୍ତି । ସ୍ପଷ୍ଟଭାବେ, ଅନେକ କିଛି ଏବେ କରିବାକୁ ଅଛି । ଏସବୁ କଷ୍ଟଯନ୍ତ୍ରଣାରୁ ମୁକ୍ତି ପାଇବାର ଏକମାତ୍ର ବାଟ ହେଉଛି କଠିନ ପରିଶ୍ରମ । ଏବଂ ଭାରତ ନିଜର ଦାୟିତ୍ୱ ଏ ଦିଗରେ କରିଚାଲିଛି । ଆମେ ଭାରତର ଜନଗଣ-ଯେଉଁମାନେ ମାନବ ସମାଜର ଏକ ଷଷ୍ଠାଂଶ, ତାଙ୍କ ଜୀବନରେ ସୁଧାର ପାଇଁ କାର୍ଯ୍ୟ କରିଚାଲିଛୁ । ଭାରତ ବିଶ୍ୱର ଦ୍ରୁତଅଭିବୃଦ୍ଧିଶୀଳ ବୃହତ ଅର୍ଥବ୍ୟବସ୍ତା ଯାହାର ଦୃଢ଼ ଅର୍ଥନୈତିକ ଭିତ୍ତିଭୂମି ରହିଛି । ଆମେ ଆଣିଥିବା ବୃହତ ଅର୍ଥନୈତିକ ପରିବର୍ତ୍ତନ କାରଣରୁ ଏହା ସମ୍ଭବ ହୋଇପାରିଛି । ‘ମେକ ଇନ ଇଣ୍ଡିଆ’, ‘ସ୍କିଲ ଇଣ୍ଡିଆ’, ‘ଡିଜିଟାଲ ଇଣ୍ଡିଆ’, ‘ସ୍ୱଚ୍ଛ ଭାରତ’ ଭଳି ଫ୍ଲାଗଶିପ କାର୍ଯ୍ୟକ୍ରମ ସାମାଜିକ-ଆର୍ଥିକ ଅଭିବୃଦ୍ଧିରେ ଯୋଗଦାନ କରୁଥିବା ଦେଖିବାକୁ ମିଳିଛି । ଆମେ ଆର୍ଥିକ ଅନ୍ତର୍ଭୂକ୍ତୀକରଣ, ଋଣ ଉପଲବ୍ଧତା, ଡିଜିଟାଲ କାରବା, ଶେଷ ଧାଡ଼ି ପର୍ଯ୍ୟନ୍ତ ପହଁଚ, ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ସହାୟତା ଉପରେ ଗୁରୁତ୍ୱାରୋପ କରିଛୁ । ଯାହାଦ୍ୱାରା ବିକାଶ ଦେଶବ୍ୟାପୀ ପ୍ରସାରିତ ହୋଇପାରିବ ଏବଂ ଭାରତର ନାଗରିକମାନଙ୍କୁ ସମୃଦ୍ଧ କରିପାରିବ । ସ୍ୱଚ୍ଛ ଭାରତ ଅଭିଯାନ ଭାରତକୁ ସ୍ୱଚ୍ଛ କରୁଛି; 2014ରେ ସ୍ୱଚ୍ଛତା ପ୍ରସାର ମାତ୍ର 38% ଥିବା ବେଳେ ଆଜି ଏହା 98%ରେ ପହଁଚିଛି! ଉଜ୍ଜ୍ୱଳା ଯୋଜନା ସ୍ୱଚ୍ଛ ରୋଷେଇ ଇନ୍ଧନ ଜରିଆରେ ଗ୍ରାମୀଣ ମହିଳାମାନଙ୍କ ଜୀବନକୁ ଉନ୍ନତ କରିଛି ।

ଆୟୁଷ୍ମାନ ଭାରତ 500 ମିଲିୟନ ଗରିବ ଏବଂ ଦୁର୍ବଳ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଏବଂ ବୀମା ଯୋଗାଇ ଦେଉଛି; ଏବଂ ଏସବୁ ପ୍ରୟାସ ଓ ଆହୁରି ଅନେକ ମାଧ୍ୟମରେ, ଆମେ ସାମଗ୍ରୀକ ବିକାଶ ଦିଗରେ ଯୋଗଦାନ ଦେଇଛୁ, ଏବଂ ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଭାରତ ଆଗେଇ ଚାଲିଛି । ଆମର ସମସ୍ତ ପ୍ରୟାସରେ, ଆମେ ମହାତ୍ମା ଗାନ୍ଧୀଙ୍କ ପ୍ରଦର୍ଶିତ ମାର୍ଗରେ ଆମେ ଚାଲୁଛୁ ଯାହା ହେଉଛି ଗରିବରୁ ଗରିବତମ ଏବଂ ଦୁର୍ବଳତମ ଲୋକର ଆବଶ୍ୟକତା ପୂରଣ କରିବା । ଏହାଛଡ଼ା ଆମେ ଯେଉଁ ପଦକ୍ଷେପ ପାଇଁ ଯୋଜନା କରୁଛୁ ତାହା ସେହି ଲୋକମାନଙ୍କୁ ଲାଭାନ୍ୱିତ କରିବ ନା ନାହିଁ ସେହି ପ୍ରଶ୍ନ ଆମେ ନିଜକୁ ପଚାରୁଛୁ ।

ବନ୍ଧୁଗଣ,

ଭାରତର ଅଭିବୃଦ୍ଧି କାହାଣୀ କେବଳ ଭାରତର ଜନସାଧାରଣଙ୍କ ପାଇଁ ଭଲ ନୁହେଁ, ବରଂ ସାରା ବିଶ୍ୱ ପାଇଁ ମଙ୍ଗଳକାରୀ । ଆମେ ଏକ ପରିବର୍ଦ୍ଧନଶୀଳ ସଂଯୁକ୍ତ ବିଶ୍ୱରେ ରହୁଛୁ । ତୃତୀୟ ବୃହତମ ଅର୍ଥବ୍ୟବସ୍ଥା ଭାବେ, ଆମର ଅଭିବୃଦ୍ଧି ଏବଂ ସମୃଦ୍ଧି ଗୁରୁତ୍ୱପୂର୍ଣ୍ଣ ଭାବେ ବୈଶ୍ୱିକ ଅଭିବୃଦ୍ଧି ଏବଂ ବିକାଶରେ ଯୋଗଦାନ ଦେଉଛି । ଆମେ ଏକ ଶାନ୍ତିପୂର୍ଣ୍ଣ, ସ୍ଥିର ଏବଂ ଆର୍ଥିକ ଦୃଷ୍ଟିକୋଣରୁ ସଂଯୁକ୍ତ ବିଶ୍ୱ ନିର୍ମାଣ ପ୍ରତି ପ୍ରତିବଦ୍ଧ । ଭାରତ, ଅନ୍ତର୍ଜାତୀୟ ସମୁଦାୟର ଏକ ଦାୟିତ୍ୱସମ୍ପନ୍ନ ସଦସ୍ୟ ଭାବେ, ମଧ୍ୟ ଜଳବାୟୁ ପରିବର୍ତ୍ତନ ବିରୋଧରେ ଆମର ସାମଗ୍ରୀକ ଦାୟିତ୍ୱ ନିର୍ବାହରେ ଆଗଧାଡ଼ିରେ ଛିଡ଼ା ହୋଇଛି । ଐତିହାସିକ ଭାବେ କମ ଅଙ୍ଗାରକାମ୍ଳ ନିର୍ଗମନର ଛାପ ଥିବା ସତ୍ୱେ ଭାରତ ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢ଼େଇରେ ସକ୍ରିୟ ଭୂମିକା ନିର୍ବାହ କରୁଛି । ଘରୋଇ ସ୍ତରରେ, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଲାଗି ଏକ ଜାତୀୟ କାର୍ଯ୍ୟ ଯୋଜନାର ଉନ୍ମୋଚନ, ବନୀକରଣ ବୃଦ୍ଧି ଏବଂ ପାରମ୍ପରିକ କାର୍ବନ ଇନ୍ଧନ ସ୍ଥାନରେ ଅକ୍ଷୟ ଶକ୍ତି ଯୋଗାଣର ସ୍ଥାନାନ୍ତର ଭଳି ପଦକ୍ଷେପ ଜରିଆରେ ଏହା କରାଯାଉଛି । ଅନ୍ତର୍ଜାତୀୟ ସ୍ତରରେ, ଆମେ ସମଭାବାପନ୍ନ ରାଷ୍ଟ୍ରଗୁଡ଼ିକ ସହିତ ଭାଗୀଦାରୀ କରିଛୁ, ଯାହାର ଉଦ୍ଦେଶ୍ୟ ହେଉଛି ଜୈବ ଇନ୍ଧନର ବିକଳ୍ପ ଭାବେ ସ୍ୱଚ୍ଛ ଏବଂ ଅସୀମିତ ସୌର ଶକ୍ତିର ଉପଯୋଗ କରିବା । ମିଳିତ ଜାତିସଂଘର ଶାନ୍ତି ଅଭିଯାନରେ ଯୋଗଦାନ କ୍ଷେତ୍ରରେ ଆମେ ସର୍ବବୃହତ ସୈନ୍ୟ ଯୋଗାଣକାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ । ଏବଂ, କୋରୀୟ ଉପଦ୍ୱୀପରେ ଶାନ୍ତି ପ୍ରତିଷ୍ଠା ଦିଗରେ ଯୋଗଦାନ କରିପାରିଥିବାରୁ ଆମେ ଗର୍ବିତ । ସାହାଯ୍ୟ ଦରକାର କରୁଥିବା ରାଷ୍ଟ୍ରଗୁଡ଼ିକୁ ସହାୟତାର ହାତ ବଢ଼ାଇଛୁ ଏବଂ ମାନବୀୟ କାର୍ଯ୍ୟ ଏବଂ ବିପର୍ଯ୍ୟୟ ଉଦ୍ଧାର କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛୁ । ଯୁଦ୍ଧ କ୍ଷେତ୍ରରେ ଆମେ ଅଭିଯାନ ଚଳାଇଛୁ ଏବଂ କେବଳ ଭାରତୀୟମାନଙ୍କୁ ନୁହେଁ ଅନ୍ୟ ରାଷ୍ଟ୍ରର ନାଗରିକମାନଙ୍କୁ ମଧ୍ୟ ଉଦ୍ଧାର କରିଛୁ । ଅନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପାଇଁ ଆମେ ସକ୍ରିୟ ଏବଂ ବିବେଚନାତ୍ମକ ବିକାଶ ସହଯୋଗୀ ହୋଇ ରହିଛୁ । ଏହା ପଛରେ ସେମାନଙ୍କ ଭୌତିକ ଏବଂ ସାମାଜିକ ଭିତ୍ତିଭୂମିର ବିକାଶରେ ସହାୟତା କରିବା ନିମନ୍ତେ ଆରମ ମାର୍ଗଦର୍ଶୀ ନୀତି ରହିଛି । ଏସବୁ ପ୍ରୟାସଗୁଡ଼ିକ ଦ୍ୱାରା ଏକ ବୈଶ୍ୱିକ ଏବଂ ଆନ୍ତଃସଂଯୁକ୍ତ ବିଶ୍ୱର ଲାଭ ସମସ୍ତଙ୍କୁ ସମାନ ଭାବେ ପହଁଚାଇବା ସୁନିଶ୍ଚିତ କରିବା ଲାଗି ଆମେ ଚେଷ୍ଟା କରୁଛୁ । ଗତ କିଛି ବର୍ଷ ମଧ୍ୟରେ, ମୋ ସରକାର ମହାଦେଶଗୁଡ଼ିକ ମଧ୍ୟରେ ବାର୍ତ୍ତାଳାପକୁ ପୁନଃ ଆରମ୍ଭ କରିବା ଏବଂ ନୂତନ ଭାଗୀଦାରୀ ଗଢ଼ିବା ଲାଗି କାର୍ଯ୍ୟ କରିଆସୁଛି । ପୂର୍ବ ଏସିଆ କ୍ଷେତ୍ରରେ, ଆମର ଆକ୍ଟ ଇଷ୍ଟ ନୀତି ଅଧୀନରେ କୋରିଆ ସାଧାରଣତନ୍ତ୍ର ସମେତ, ଏହି କ୍ଷେତ୍ରର ରାଷ୍ଟ୍ରଗୁଡ଼ିକ ସହିତ ଆମେ ଆମର ସମ୍ପର୍କକୁ ପୁନଃନିର୍ଦ୍ଧାରିତ କରିଛୁ । ରାଷ୍ଟ୍ରପତି ମୁନଙ୍କ ନୂତନ ଦକ୍ଷିଣ ନୀତିରେ ଆମ ଆଭିମୁଖ୍ୟର ଏକ ପ୍ରତିଫଳନ ଦେଖି ମୁଁ ଆନନ୍ଦିତ ।

ବନ୍ଧୁଗଣ,

ବହୁଦଶନ୍ଧି ଧରି ଭାରତ ଶାନ୍ତିର ଭୂମି ହୋଇ ରହିଆସିଛି । ହଜାର ହଜାର ବର୍ଷ ଧରି ଭାରତର ଲୋକମାନେ ଶାନ୍ତି ଏବଂ ସୌହର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନର ବିଚାରକୁ ଅଭ୍ୟାସ କରିଆସୁଛନ୍ତି । ଶହ ଶହ ଭାଷା ଏବଂ ଉପଭାଷା, ଏବଂ ବହୁ ରାଷ୍ଟ୍ର ଏବଂ ବୃହତ ଧର୍ମ, ସହିତ ଭାରତ ବିଶ୍ୱର ସବୁଠୁ ବିବିଧ ରାଷ୍ଟ୍ର ଭାବେ ନିଜକୁ ଗର୍ବ କରିଥାଏ । ଆମ ମାତୃଭୂମିକୁ ନେଇ ଆମେ ଗର୍ବିତ, ଏହା ଏପରି ଏକ ଭୂମି ଯେଉଁଠି ସବୁ ଧର୍ମ, ବିଶ୍ୱାସ ଏବଂ ସମୁଦାୟ ସମୃଦ୍ଧି ହାସଲ କରିପାରୁଛନ୍ତି । ଆମେ ଗର୍ବିତ ଯେ ଆମ ସମାଜ କେବଳ ସହନଶୀଳତା ନୁହେଁ, ବରଂ ବିବିଧତା ଓ ଭିନ୍ନତାକୁ ଆମେ ପାଳନ କରିଆସୁଛୁ ।

ବନ୍ଧୁଗଣ,

କୋରିଆ ଭଳି, ଭାରତ ମଧ୍ୟ ସୀମାପାର କଳହର ଯନ୍ତ୍ରଣା ଭୋଗି ଆସୁଛି । ଶାନ୍ତିପୂର୍ଣ୍ଣ ବିକାଶ ଦିଗରେ ଆମର ପ୍ରୟାସ ଅଧିକାଂଶ ସମୟରେ ସୀମାପାର ଆତଙ୍କବାଦ ଯୋଗୁ ବାଟବଣା ହେଉଛି । ଭାରତ 40 ବର୍ଷ ଧରି ସୀମାପାର ଆତଙ୍କବାଦର ଶିକାର ହୋଇ ଆସୁଥିବା ବେଳେ ସମସ୍ତ ରାଷ୍ଟ୍ର ଆଜି ଏହି ଭୟଙ୍କର ବିପଦର ସମ୍ମୁଖୀନ ହୋଇଆସୁଛନ୍ତି ଯାହାର କୌଣସି ସୀମା ନାହିଁ । ସମୟ ଆସିଯାଇଛି ମାନବତା ପ୍ରତି ବିଶ୍ୱାସ ରଖୁଥିବା ସମସ୍ତେ ଏକଜୁଟ ହୋଇ ସମ୍ପୂର୍ଣ୍ଣ ଭାବେ ଆତଙ୍କବାଦୀ ନେଟୱାର୍କ ଏବଂ ସେମାନଙ୍କୁ ଅର୍ଥଯୋଗାଣ, ଯୋଗାଣର ମାର୍ଗକୁ ମୂଳୋତ୍ପାଟନ କରିବା ସହ ଆତଙ୍କବାଦୀ ବିଚାରଧାରା ଏବଂ ପ୍ରଚାରର ମୁକାବିଲା କରିବା ଲାଗି ପ୍ରୟାସ କରିବା ଆବଶ୍ୟକ । କେବଳ ଏହା କରି ଆମେ ଘୃଣା ସ୍ଥାନରେ ସୌହାର୍ଦ୍ଦ୍ୟ, ବିନାଶ ସ୍ଥାନରେ ବିକାଶ ପ୍ରତିଷ୍ଠା କରିବା ସହିତ ହିଂସାର ଏବଂ ପ୍ରତିଶୋଧର ପରିଦୃଶ୍ୟକୁ ବଦଳାଇ ଶାନ୍ତିର ସ୍ଥାପନ କରିପାରିବା ।

ବନ୍ଧୁଗଣ,

କୋରିଆ ଉପଦ୍ୱୀପରେ ଗତ କିଛିବର୍ଷ ମଧ୍ୟରେ ଶାନ୍ତି ଦିଗରେ ହୋଇଥିବା ପ୍ରଗତି ହୃଦୟସ୍ପର୍ଶୀ । ଉତ୍ତର କୋରିଆ (ଡିପିଆରକେ) ଏବଂ ଅନ୍ତର୍ଜାତୀୟ ସମୁଦାୟ ମଧ୍ୟରେ ରହିଥିବା ପାରସ୍ପରିକ ଅବିଶ୍ୱାସ ଏବଂ ସନ୍ଦେହର ପରମ୍ପରା ଦୂର କରିବା ଏବଂ ସେମାନଙ୍କୁ ଗୋଟିଏ ଟେବୁଲରେ ଆଲୋଚନା ପାଇଁ ଡାକିବା କ୍ଷେତ୍ରରେ ରାଷ୍ଟ୍ରପତି ମୁନ ପ୍ରଶଂସନୀୟ ଭୂମିକା ନିର୍ବାହ କରିଥିବାରୁ ଏହାର ଶ୍ରେୟ ତାଙ୍କୁ ଦେବା ଉଚିତ । ଏହା ଛୋଟିଆ ଉପଲବ୍ଧୀ ନୁହେଁ । ଦୁଇ କୋରିଆ ଏବଂ ଆମେରିକା ମଧ୍ୟରେ ଏବଂ ଉତ୍ତର କୋରିଆ ମଧ୍ୟରେ ଜାରି ରହିଥିବା ଆଲୋଚନା ପ୍ରକ୍ରିୟା ପ୍ରତି ମୋ ସରକାରଙ୍କ ଦୃଢ଼ ସମର୍ଥନକୁ ମୁଁ ପୁଣିଥରେ ଦୋହରାଉଛି ।

କୋରିଆର ପ୍ରସିଦ୍ଧ ଲୋକକଥା ଅନୁଯାୟୀ :

ସିଚାଗି ଭାନିଦା,

“ଭଲ ଆରମ୍ଭ ଯୁଦ୍ଧରେ ଅଧା ବିଜୟ ଭଳି” ।

ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ଯେ କୋରିଆର ଲୋକମାନଙ୍କ ନିରନ୍ତର ପ୍ରୟାସ ଦ୍ୱାରା କୋରିଆ ଉପଦ୍ୱୀପରେ ଶାନ୍ତି ଖୁବଶୀଘ୍ର ପ୍ରତିଷ୍ଠା ହେବ । ବନ୍ଧୁଗଣ, 1988 ଅଲିମ୍ପିକ୍ସ ବିଷୟ ସଙ୍ଗୀତର ଏକ ଅଂଶ ଉଲ୍ଲେଖ କରି ମୁଁ ମୋର ଅଭିଭାଷଣ ଶେଷ କରିବାକୁ ଚାହିଁବି, ବିଷୟ ସଙ୍ଗୀତ ଏଥିପାଇଁ, କାରଣ ଏହା ଆମ ସମସ୍ତଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତ ପାଇଁ ଉପଯୁକ୍ତ ଢଙ୍ଗରେ ଏକ ଆଶାବାଦୀ ଭାବନା ଜଗାଇଥାଏ :

ହାତରେ ହାତ ଛନ୍ଦି, ଆମେ ସମସ୍ତେ ମାଟିରେ ଛିଡ଼ା ହୋଇଛୁ, ଆମେ ଏହି ବିଶ୍ୱକୁ ଆମ ରହିବା ପାଇଁ ଏକ ଉନ୍ନତ ସ୍ଥାନରେ ପରିଣତ କରିପାରିବା ।

ଗାମସା ହାମ୍ନିଦା!

ଧନ୍ୟବାଦ

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘PM Modi is so popular’: Malaysian PM on Modi’s international appeal’

Media Coverage

‘PM Modi is so popular’: Malaysian PM on Modi’s international appeal’
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on the Parkash Purab of Sri Guru Granth Sahib Ji
September 12, 2026

The Prime Minister, Shri Narendra Modi, extended greetings on the occasion of the Parkash Purab of Sri Guru Granth Sahib Ji.

The Prime Minister said that for centuries, Sri Guru Granth Sahib Ji has shown humanity the way of selfless service, human dignity and togetherness.

Shri Modi expressed hope that the sacred occasion would inspire everyone to deepen these values in society and build a more compassionate and harmonious world.

The Prime Minister wrote on X;

“Greetings on the Parkash Purab of Sri Guru Granth Sahib Ji.

For centuries, it has shown humanity the way of selfless service, human dignity and togetherness.

May this sacred occasion inspire us to deepen these values in our society and build a more compassionate and harmonious world.”